ଫ୍ୟାକ୍ଟ ଚେକ୍: ଗୁଗଲ୍ ଇନଭେଷ୍ଟ ପ୍ଲାଟଫର୍ମ ଆଣୁଛନ୍ତି ସୁନ୍ଦର ପିଚାଇ, ଡିପଫେକ୍ ଭିଡିଓ ହେଲା ଭାଇରାଲ୍
ଏଭଳି କୌଣସି ଇନଭେସ୍ଟମେଣ୍ଟ ପ୍ଲାଟଫର୍ମ ଆଣିନାହିଁ ଗୁଗଲ୍ । ଡିପଫେକ୍ ସାହାଯ୍ୟ ନେଇ ଉକ୍ତ ଭିଡିଓକୁ ତିଆରି କରି ଏଭଳି ଫେକ୍ ଭିଡିଓ ତିଆରି କରାଯାଇଛି ।

Claim :
ଗୁଗଲ୍ ଆଣିଲା ନୂଆ ଇନଭେସ୍ଟମେଣ୍ଟ ପ୍ଲାଟଫର୍ମ, ନିବେଶ କରିବାକୁ କହିଲେ ସୁନ୍ଦର ପିଚାଇFact :
ଭିଡିଓଟି ଡିପଫେକ୍ ଦ୍ୱାରା ପ୍ରସ୍ତୁତ, ନିକଟ ଦିନରେ ଏଭଳି କୌଣସି ପ୍ଲାଟଫର୍ମ ଆଣିନାହିଁ ଗୁଗଲ୍
ସ୍ମାର୍ଟ ଦୁନିଆରେ ସ୍ମାର୍ଟ ବନ୍ଧୁ ସାଜିଛି ଗୁଗଲ୍ । ଘର ତିଆରି ଠାରୁ ଆରମଃ କରି ସାମଗ୍ରୀ କିଣା ଏବଂ ପ୍ରତିଷ୍ଠା ପାଇଁ ଡେଟ ଖୋଜିବାରେ ଏବେ ଗୁଗଲର ସାହାଯ୍ୟ ନିଆ ଯାଉଛି । ଛାତ୍ରଛାତ୍ରୀ ପାଠ୍ୟକ୍ରମ ସହ ପ୍ରଶ୍ନୋତ୍ତର ଏହା ସାହାଯ୍ୟରେ ଖୁବ ଶୀଘ୍ର ପାଇ ପାରୁଛନ୍ତି । ଯୁବଗୋଷ୍ଠୀ ଗୁଗଲ୍ ବିଭିନ୍ନ ସ୍ଥାନ ଭ୍ରମଣ ପାଇଁ ଗୁଗଲ୍ ମ୍ୟାପ ର ସାହାୟ୍ଯ ନେଉଥିବା ବେଳେ ମହିଳା ମାନେ ରାନ୍ଧଣା ରୁଚିରେ ଗୁଗଲ୍ ର ସାହାଯ୍ୟ ନେଇଥାଆନ୍ତି ।
ତେବେ ଟେକ୍ ଦୁନିଆରେ ଆଉଏକ ପାଦ ଆଗେଇ ଏକ ନୂଆ ଏଆଇ ଫିଚର ଲଞ୍ଚ କରିଛି । ଏହାକୁ 'AI Mode' କୁହାଯାଉଛି । ଗୁଗଲ୍ ଗତ କିଛି ମାସ ଧରି ଏହି ଫିଚରକୁ ପରୀକ୍ଷଣ କରିବା ପରେ ଏବେ କିଛି ନିର୍ଦ୍ଦିଷ୍ଟ ୟୁଜରଙ୍କ ଲାଗି ପରୀକ୍ଷାମୂଳକ ଭାବେ ଉପଲବ୍ଧ କରାଇଛି । ଗୁଗଲ୍ ସର୍ଚ୍ଚରେ ଆସୁଥିବା ଏହି ନୂଆ AI ମୋଡ୍ ବିଶେଷ କରି ସେହି ଜଟିଳ ପ୍ରଶ୍ନର ଉତ୍ତର ଦେବ, ଯାହାର ସଠିକ ଉତ୍ତର ଖୋଜି ପାଇବା ପାଇଁ ଜଣେ ୟୁଜର ଅନେକ ସର୍ଚ୍ଚ କରେ । ଗୁଗଲ୍ ସର୍ଚ୍ଚର ଏହି AI ଚାଳିତ ସର୍ଚ୍ଚ ମୋଡ୍ ବିଷୟରେ ଜାଣିବା ।
ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଗୁଗଲ୍ ଏକ ନୂତନ ଇନଭେସ୍ଟମେଣ୍ଟ ପ୍ଲାଟଫର୍ମ ଆଣିଛି ବୋଲି ଦାବି ହୋଇଛି ।
ଭିଡିଓରେ ଜଣେ ଉପସ୍ଥାପିକା ଯିଏକି ପାଲକୀ ଶର୍ମା ଉପାଧ୍ୟାୟଙ୍କ ପରି ଦିଶୁଛନ୍ତି, ସିଏ କିଛି କହୁଥିବା ବେଳେ ପଛପଟେ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏବଂ ପ୍ରଧାନମନ୍ତ୍ରୀ ମୋଦି ହାତ ମିଳାଉଥିବାର ଫଟୋ ଦେଖିବାକୁ ମିଳିଛି । ଭିଡିଓରେ ଉପସ୍ଥାପିକା ଜଣଙ୍କ ଗୁଗଲ୍ ଭାରତ ସରକାରଙ୍କ ସହ ଭାଗିତାରେ ଏକ ଇନଭେସ୍ଟମେଣ୍ଟ ପ୍ଲାଟଫର୍ମ ଆଣିଛି ବୋଲି କହିଛନ୍ତି । କିଛି ସମୟ ପରେ ସୁନ୍ଦର ପିଚାଇ ଆସି ଉକ୍ତ ପ୍ଲାଟଫର୍ମ ବିଷୟରେ ବୁଝାଇଛନ୍ତି । ଭିଡିଓରେ ସୁନ୍ଦର କହିଛନ୍ତି, ୨୧.୦୦୦ ଟଙ୍କା ନିବେଶରେ ଆପଣ ଆରାମରେ ୧ଲକ୍ଷ ୯୦ ହଜାର ପାଇ ପାରିବେ ତାହା ଫୁଣି ପ୍ରଥମ ମାସରେ ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ପ୍ଲାଟଫର୍ମ ଆଣି ନାହିଁ ଗୁଗୁଲ । ସୁନ୍ଦର ପିଚାଇଙ୍କ ଭିଡିଓଟି ଡିପଫେକ୍ ଦ୍ୱାରା ନିର୍ମିତ ।
ତଦନ୍ତ କରିବାରୁ ଏନେଇ ଅନୁସନ୍ଧାନ କରିବାରୁ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି କୌଣସି ପ୍ଲାଟଫର୍ମ ଗୁଗଲ୍ ଆଣୁଥାନ୍ତା ତେବେ ନିଶ୍ଚିତ କୌଣସି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥାନ୍ତା ।
ଭାଇରାଲ ଭିଡିଓରେ ଫାଷ୍ଟପୋଷ୍ଟର ଲୋଗୋ ଥିବାରୁ । ଆମେ ଫାଷ୍ଟପୋଷ୍ଟ ୱେବସାଇଟରେ ଏନେଇ ଖୋଜାଖୋଜି କରିବାରୁ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ ।
ଭିଡିଓଟିକୁ ଭଲ ଭାବରେ ପରୀକ୍ଷା କରିବା ପରେ, ଆମେ ଦେଖିଥିଲୁ ଯେ, ସୁନ୍ଦର ପିଚାଇ ଉଭୟଙ୍କ ମୁହଁର ଗତିବିଧି ଅପ୍ରାକୃତିକ ମନେ ହେଉଥିଲା ଏବଂ ଶରୀରର ଢଙ୍ଗୀରେ ମଧ୍ୟ ସମନ୍ୱୟ ରହୁନଥିଲା । ଯାହାକି ଡିପଫେକ୍ ର ସ୍ପଷ୍ଟ ଲକ୍ଷଣ ।
ତଦନ୍ତ କରିବାକୁ ଯାଇ ଉକ୍ତ ଭିଡିଓଟିର କିଛି ଅଂଶକୁ ଡିଏଫ ଡିଟେକ୍ଟରେ ପରୀକ୍ଷଣ କରିବାରୁ ଏହା ସୁନ୍ଦର ପିଚାଇଙ୍କ ଏକ ଫଟୋରେ ୬୬.୫୨% ଆଉ ଏକ ଫଟୋରେ ୪୪.୦୧% ଡିପଫେକ୍ ଡିଟେକ୍ଟ ହୋଇଥିଲା ।
ସେହିପରି ରିଭର୍ସ ଇମେଜ ସର୍ଚ୍ଚରୁ ସୁନ୍ଦର ପିଚାଇଙ୍କ ଭାଇରାଲ ଭିଡିଓ ସଦୃଶ ଆଉ ଏକ ଭିଡିଓ ହସ୍ତଗତ ହୋଇଥିଲା । ଯେଉଁଥିରେ ସିଏ ପ୍ରକୃତି ସମ୍ପର୍କରେ ଇଂରାଜୀ ଶିଖାଉଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟିରେ ସୁନ୍ଦର ପିଚାଇ ଇନଭେସ୍ଟମେଣ୍ଟ ପ୍ଲାଟଫର୍ମ ଭିଡିଓ ଭଳି ଭଳି ଦୃଶ୍ୟମାନ ହେଉଛି ହେଲେ, ଉକ୍ତ ସ୍ଥାନରେ ଅଡିଓ ସମ୍ପୂର୍ଣ୍ଣ ଅଲଗା ରହିଛି ।
ସେହିପରି ଭାଇରାଲ ଭିଡିଓର ଆରମ୍ଭ ଭିଡିଓକୁ ନେଇ ଅନୁସନ୍ଧାନ କରିବାରୁ ୧୫ ଜାନୁଆରୀ ୨୦୨୫ରେ ଫାଷ୍ଟପୋଷ୍ଟର ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ଏକ ଭିଡିଓ ହସ୍ତଗତ ହୋଇଥିଲା । ଯେଉଁଥିରେ ଉପସ୍ଥାପିକା ପାଲକି, ଆମେରିକା ଚାଇନା କାର୍ ବ୍ୟାନ କରିଥିଵାର ଖବର ପଢୁଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓରେ ପାଲକି ଭାଇରାଲ ଭିଡିଓ ସହ ସମାନ ଢଙ୍ଗରେ ଉପସ୍ଥାପନା କରୁଥିବା ବେଳେ, ଉଭୟଙ୍କୁ ତୁଳନା କରିଥିଲୁ ।
ତୁଳନା କରିବାରୁ ଉକ୍ତ ଭିଡିଓ ଦୁଇଟି ଗୋଟିଏ ଭିଡିଓ ବୋଲି ପ୍ରମାଣିତ ହୋଇଛି । ପ୍ରକୃତ ଭିଡିଓରେ ଉପସ୍ଥାପିକା ଜଣଙ୍କ କୌଣସି ଇନଭେସ୍ଟମେଣ୍ଟ ପ୍ଲାଟଫର୍ମ ନେଇ କହୁନଥିବାର ଶୁଣିବାକୁ ମିଳିଛି ।
ସେହିପରି ମୋଦି ଏବଂ ସୁନ୍ଦର ପିଚାଇଙ୍କ ଫଟୋନେଇ ଅନୁସନ୍ଧାନ କରିବାରୁ ଏକ ଖବର ହସ୍ତଗତ ହୋଇଥିଲା । ଉକ୍ତ ଖବରରେ ଗୁଗଲ୍ ଭାତତରେ ନିବେଶ କରିବାକୁ ଯାଉଛି ବୋଲି ଉଲ୍ଲେଖ ରହିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ଇନଭେସ୍ଟମେଣ୍ଟ ପ୍ଲାଟଫର୍ମ ଆଣିନାହିଁ ଗୁଗଲ୍ । ଡିପଫେକ୍ ସାହାଯ୍ୟ ନେଇ ଉକ୍ତ ଭିଡିଓକୁ ତିଆରି କରି ଏଭଳି ଫେକ୍ ଭିଡିଓ ତିଆରି କରାଯାଇଛି ।