ପୁରୁଣା ଫଟୋ ହେଉଛି ଭାଇରାଲ, ଗୋଟିଏ କାର୍ ଭିତରେ ବସିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଶେଖ ହସିନା
Claim :
ଭାରତରେ ରହିବା ପରେ ପ୍ରଧାନମନ୍ତ୍ରୀ ଙ୍କ ଗାଡ଼ିରେ ବସି ଯାତ୍ରା କରୁଛନ୍ତି ଶେଖ ହସିନାFact :
ପୁରୁଣା ଫଟୋ, ଯେତେବେଳେ ଭାରତ ଗସ୍ତରେ ଆସିଥିଲେ ବାଙ୍ଗଲାଦେଶର ସେସମୟର ପ୍ରଧାନମନ୍ତ୍ରୀ ଶେଖ ହସିନା
ବାଙ୍ଗଲାଦେଶରେ ଗଠନ ହୋଇଛି ଅନ୍ତରୀଣ ସରକାର । ଏହି ଅନ୍ତରୀଣ ସରକାରର ମଙ୍ଗ ଧରିଛନ୍ତି ନୋବେଲ ବିଜେତା ମହମ୍ମଦ ୟୁନୁସ । ଅନ୍ୟପଟେ ଏବେ ମଧ୍ୟ ଭାରତରେ ଅଛନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା । ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ସେନାର ନିର୍ଦ୍ଦେଶ ପରେ ମାତ୍ର ୪୫ ମିନିଟ୍ ମଧ୍ୟରେ ଦେଶ ଛାଡିଥିଲେ ଶେଖ ହସିନା । ଏତେ କମ ସମୟ ଭିତରେ ସିଏ ଦେଶ ଛାଡିଥିବାରୁ, ସାଥିରେ ବିଶେଷ କିଛି ଆଣିବାକୁ ସମୟ ପାଇନଥିଲେ । ପରେପରେ ସେଠାରେ ଆନ୍ଦୋଳନ ତୀବ୍ର ହେବାରୁ ଆନ୍ଦୋଳନକାରୀ ମାନେ ତାଙ୍କ ବାସଭବନରେ ପଶି ସୁବିକିଛି ଲୁଟି ନେଇଥିଲେ । ଶେଖ ହସିନା କେଉଁଠି ରାଜନୈତିକ ଆଶ୍ରୟ ନେବେ ତାହା ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ସହ ଆସିଥିବା କିଛି ସହଯୋଗୀ ଏବେ ଭାରତ ଛାଡି କୌଣସି ଏକ ଅଜ୍ଞାତ ସ୍ଥାନକୁ ଯାତ୍ରା କରିଥିବାର ଜଣାଯାଇଛି ।
୨୦୨୨ ମସିହାରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାକୁ ଏମଓୟୁ ସ୍ୱାକ୍ଷର ହୋଇଥିଲା । ପ୍ରସାରିତ ଖବର ଅନୁଯାୟୀ ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହୋଇଥିଲେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସମୟର ବାଙ୍ଗଲାଦେଶପ୍ରଧାନମନ୍ତ୍ରୀ ଶେଖ ହସିନା । ଭାରତର ଜଳ ଶକ୍ତି ମନ୍ତ୍ରଣାଳୟ ଓ ବାଙ୍ଗଲାଦେଶ ମଧ୍ୟରେ ଚୁକ୍ତିନାମା, ଦୁଇ ଦେଶର ରେଲଓ୍ୱେ ବିଭାଗର ସଂଯୋଗୀକରଣ ସହ IT ସିଷ୍ଟମ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ପ୍ରସାର ଭାରତୀ ଓ ବାଙ୍ଗଲାଦେଶ ଟିଭି ସହ ବିଜ୍ଞାନ କ୍ଷେତ୍ରରେ ସିଏସଆଇଆର ଓ ବାଂଲାଦେଶ ମଧ୍ୟରେ ଚୁକ୍ତି ହୋଇଥିବାର ମଧ୍ୟ ଖବର ପ୍ରସାରଣ ହୋଇଥିଲା ।
ଇତିମଧ୍ୟରେ ସୋସିଆଲ ମିଡିଆରେ ସେଖ ହସିନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ପ୍ରଧାନମନ୍ତ୍ରୀ ଏବଂ ସେଖ ହସିନା ଏକ କାର୍ ଭିତରେ ବସିଛନ୍ତି ।
ସୋସିଆଲ ମିଡିଆ ୟୁଜର୍ସ ଉକ୍ତ ଫଟୋକୁ ବାଙ୍ଗଲାଦେଶ ହିଂସାକାଣ୍ଡ ସହ ତୁଳନା କରି ଫଟୋ ସହ ଲେଖା ପୋଷ୍ଟ କରିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି " ଏବେ ଅନ୍ଧ ଭକ୍ତ ମାନେ କୁହନ୍ତୁ ବାଙ୍ଗଳାଦେଶ ଦେଶର ପଳାତକ ପ୍ରଧାନମନ୍ତ୍ରୀ ସେଖ ହସିନା କୁ କେଉଁଠି ଅଛନ୍ତି,ଓ ତାଙ୍କ ପାଖରେ କିଏ ବସିଛି,ଓ ବାଙ୍ଗଳାଦେଶ ଲୋକ ଙ୍କୁ ଭାରତରେ କିଏ ଫଟୋ ଉଠାଇଛନ୍ତି" ।
ସତ୍ୟାସତ୍ୟ: ଦାବି ଭ୍ରମାତ୍ମକ, ଫଟୋ ଟି ବହୁ ପୁରୁଣା ବୋଲି ଜଣାଯାଇଛି । ଏପରିକି ନିକଟରେ ଘଟିଥିବା ବାଙ୍ଗଲାଦେଶରେ ଘଟିଥିବା ହିଂସାକାଣ୍ଡ ସହ ମଧ୍ୟ ଏହାର କୌଣସି ସମ୍ପୃକ୍ତି ନଥିବାର ମଧ୍ୟ ଜଣାଯାଏ ।
ଅନୁସନ୍ଧାନ କରିବାକୁ ଯାଇ ଭାଇରାଲ ଫଟୋଟିକୁ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ ୮ଅପ୍ରେଲ ୨୦୧୭ ରେ ଇଣ୍ଡିଆ.କମ୍ ନାମକ ଏକ ୱେବସାଇଟରେ ଏନେଇ ଏକ ବିସ୍ତୃତ ଖବର ପ୍ରସାରଣ ହୋଇଛି । ପ୍ରସାରିତ ଖବର ଅନୁଯାୟୀ "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ବାଙ୍ଗଲାଦେଶୀ ପ୍ରତିପକ୍ଷ ଶେଖ ହସିନାଙ୍କ ସହ ହାଇଦ୍ରାବାଦ ହାଉସରେ ପ୍ରତିନିଧୀସ୍ତରୀୟ ଆଲୋଚନା କରିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସଂପର୍କରେ ସ୍ୱାକ୍ଷରିତ ୨୨ଟି ମଧ୍ୟରୁ ୪ଟି ଚୁକ୍ତିନାମା / ଏମଓୟୁ ବିନିମୟର ସାକ୍ଷୀ ଥିବାବେଳେ ଭାରତ ସାମରିକ ଯୋଗାଣ ପାଇଁ ବାଙ୍ଗଲାଦେଶକୁ ୫୦୦ ମିଲିୟନ ଡଲାରର କ୍ରେଡିଟ ଘୋଷଣା କରିଛି ।
୮ ଅପ୍ରେଲ ୨୦୧୭ରେ ପିଏମଓ ପକ୍ଷରୁ ଉକ୍ତ ଫଟୋକୁ ସେୟାର କରାଯାଇଥିବାର ମଧ୍ୟ ଦେଖାଯାଇଛି ।
ଉକ୍ତ କାର୍ଯ୍ୟକ୍ରମର କିଛି ଫଟୋ ଏଏନଆଇ ନିଜ ସୋସିଆଲ ମିଡିଆରେ ସେୟାର କରିଥିବାର ଦେଖା ଦେଇଛି, ଯେଉଁଥିରେ ଏହା "ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରତିନିଧୀ ସ୍ତରୀୟ ଆଲୋଚନା ହେଉଥିବାର ଉଲ୍ଲେଖ ରହିଛି" ।
ଅନ୍ୟପଟେ ସେହି ସମୟରେ ଭାରତ ଗସ୍ତରେ ଆସିଥିବା ଶେଖ ହସିନା ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶେଖ ହସିନାଙ୍କ ଏକ ବକ୍ତବ୍ୟ ଏଏନଆଇ ୧୦. ଅପ୍ରେଲ ୨୦୧୭ରେ ନିଜ ସୋସିଆଲ ମିଡିଆରେ ସେୟାର କରି ଉଲ୍ଲେଖ କରିଛି " We have comprehensively addressed India's security concerns, this has been a factor in trust building: Bangladesh PM Sheikh Hasina"
ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ " ଆମେ ଭାରତର ସୁରକ୍ଷା ଚିନ୍ତାଧାରାକୁ ସମ୍ପୁର୍ଣ୍ଣ ଭାବରେ ସମର୍ଥନ କରିଛୁ, ଏହା ଟ୍ରଷ୍ଟ ନିର୍ମାଣରେ ଏକ କାରଣ ହୋଇଛି: ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା"
ତେଣୁ ଦାବିଟି ଭ୍ରମାତ୍ମକ ବୋଲି ଜଣାଯାଏ, ଉକ୍ତ ଫଟୋଟି ୨୦୧୭ ମସିହାର ହୋଇଥିବା ବେଳେ, ନିକଟରେ ଘଟିଥିବା ବାଙ୍ଗଲାଦେଶ ହିଂସାକାଣ୍ଡ ସହ ଏହି ଫଟୋର କୌଣସି ସମ୍ପୃକ୍ତି ନାହିଁ ।