Fact Check: ଫଟୋକୁ ଏଡିଟ୍ କରିନାହିଁ ଦ ଇକୋନୋମିଷ୍ଟ, ଫଟୋ ଉଠାଇବା ସମୟରେ ନଥିଲା ପାଲେଷ୍ଟାଇନର ପତକା
Claim :
ଏଡିଟ୍ କରି କଭରପେଜ୍ ରେ ଫଟୋ ଛାପିଛି "ଦ ଇକୋନୋମିଷ୍ଟ"Fact :
ଆନ୍ଦୋଳନ ମଧ୍ୟରେ ପାଲେଷ୍ଟାଇନ ର ପତକା ଉତ୍ତୋଳନ କରାଯାଇଛି, ହେଲେ ପଟୋ ଉଠାଇବା ସମୟରେ ଏହା ସେଠାରେ ନଥିଲା
ଦୀର୍ଘ ଦିନଧରି ବିରୋଧ ପ୍ରଦର୍ଶନ ପରେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଇସ୍ତଫା ପ୍ରଦାନ କରି ଦେଶ ଛାଡି ଦେଇଥିଲେ । ପରେପରେ ବିକ୍ଷୋଭକାରୀମାନେ ତାଙ୍କ ସରକାରୀ ବାସଭବନରେ ଆକ୍ରମଣ କରିବା ସହ ବହୁ ଆସବାବପତ୍ର ଲୁଟିନେଇଥିଲେ।
ତେବେ ଯେଉଁପରି ଭାବେ ଛାତ୍ର ଆନ୍ଦୋଳନ ଗୋଟିଏ ଦେଶର ନିର୍ବାଚିତ ସରକାରଙ୍କ କ୍ଷମତା ପରିବର୍ତ୍ତନ କରିଦେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାତ୍ର ଏହାକୁ ଭିନ୍ନ ଢଙ୍ଗରେ ମଧ୍ୟ କିଛି ବୁଦ୍ଧିଜୀବୀ ଦେଖୁଛନ୍ତି । ବାଙ୍ଗଲାଦେଶରେ ସୃଷ୍ଟି ହୋଇଥିବା ସ୍ଥିତି ରୋକାଯାଇ ପାରିଥାନ୍ତା ବୋଲି ମଧ୍ୟ କେତେକାଂଶରେ ମତ ମଧ୍ୟ ପ୍ରକାଶ ପାଉଛି ।
ଉକ୍ତ ଘଟଣା ପରେପରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଟି ଏକ ମାଗାଜିନ ର କଭର ଫଟୋ ପରି ଦିଶୁଥିବା ବେଳେ ଶିର୍ଷକରେ "Bangladesh Begins Again" ଲେଖା ଯାଇଛି ।
ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଫଟୋଟିକୁ ସେୟାର କରି ଉଲ୍ଲେଖ କରିଛନ୍ତି " "The Economist seems to have a problem with the Palestinian flag being displayed on its cover".
ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ "ଦ ଇକୋନୋମିଷ୍ଟ ର ପାଲେଷ୍ଟାଇନ ପତାକାକୁ ପ୍ରକାଶିତ କରିବାରେ ମଧ୍ୟ କିଛି ଅସୁବିଧା ରହିଛି" ।
ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ ଅଟେ, ଦ ଇକୋନୋମିଷ୍ଟ ଉକ୍ତ ଫଟୋଟିକୁ ଏଡିଟ୍ ନକରି ପ୍ରକାଶିତ କରିଛି
ଅନୁସନ୍ଧାନରୁ ଗେଟି ଇମେଜର ଏକ ପୋଷ୍ଟ ହସ୍ତଗତ ହୋଇଥିଲା । ପୋଷ୍ଟରେ ଭାଇରାଲ ହେଉଥିବା ଫଟୋଟି ମଧ୍ୟ ରହିଥିଲା ଯେଉଁଥିରେ ଉଲ୍ଲେଖ ଥିଲା, "ସରକାର ବିରୋଧୀ ଆନ୍ଦୋଳନର ଝଡ଼ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ" ।
ଯେହେତୁ ଫଟୋଗ୍ରାଫରଙ୍କ ନାଁ ଗେଟି ପୋଷ୍ଟ କରିଥିବା ଫଟୋରେ ଉଲ୍ଲେଖ ଥିଲା, ଆମେ ଉକ୍ତ ଫଟୋ ଗ୍ରାଫରଙ୍କ ନାଁ "କେ.ଏମ ଆସଦ"ଲେଖି ଗୁଗୁଲରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ଆସଦ ଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ହସ୍ତଗତ ହୋଇଥିଲା । ଆସଦ ଜଣେ ସ୍ବେଚ୍ଛାକୃତ ଫଟୋଗ୍ରାଫର ବୋଲି ନିଜ ପ୍ରୋଫାଇଲ ରେ ଉଲ୍ଲେଖ କରିଥିଲେ ।
୧୧ ଅଗଷ୍ଟ୨୦୨୪ରେ ଆସଦ ଉକ୍ତ ଭାଇରାଲ ଫଟୋଟିକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଫଟୋ ସେୟାର କରି ଆସଦ ଲେଖିଥିଲେ ଯେ, " ଏହା ହେଉଛି ଦ ଇକୋନୋମିଷ୍ଟ ଫଟୋକୁ ନେଇ ବିଭ୍ରାନ୍ତିକରକ ହେଉଥିବା ଘଟଣା ରେ ମୋର ମତ" ।
" ଯେତେବେଳେ ମୁଁ ଘଟଣା ଘଟିଥିବା ସ୍ଥାନରେ ପହଁଞ୍ଚିଲି ସେତେବେଳେ ସେଠାରେ ଲୋକଙ୍କ ହାତରେ କେବଳ ବାଙ୍ଗଲାଦେଶର ଜାତୀୟ ପତାକା ଥିଲା, ସେସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଘଟଣା ମଧ୍ୟ ଘଟୁଥିଲା । ପ୍ରତ୍ୟେକ ଟି ଘଟଣା କୁ କଏଦ କରିବାକୁଯାଇ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଥିଲା ତେଣୁ , ବାରମ୍ବାର ଅଫିସ୍ ଭିତରକୁ ପ୍ରବେଶ କରିବା ସହ ବାରମ୍ବାର ବାହାରକୁ ଆସିବାକୁ ପଡୁଥିଲା । ପାଲେଷ୍ଟାଇନ ପତାକା ସହ ବିଭିନ୍ନ ସଙ୍ଗଠନ ର ପତାକା ମଧ୍ୟ ଦେଖା ଦେଇଥିଲା, ହେଲେ ସେସମୟରେ ମୁଁ ସେଠାରେ ଉପସ୍ଥିତ ନଥିଲି" ।
ମୁଁ ଦୃଢ଼ ଭାବେ କହୁଛି ଯେ, ମୁଁ ଯେତେବେଳେ ବାହାରେ ଉପସ୍ଥିତ ଥିଲି ସେସମୟରେ କେଵଳ ବାଙ୍ଗଳାଦେଶ ର ପତାକା ଥିଲା । ମୁଁ ଦେଇଥିବା ଫଟୋ ଦ ଇକୋନୋମିଷ୍ଟ ନିଜ କଭର ଫଟୋରେ ପ୍ରକାଶିତ କରିଛି ଏବଂ କୌଣସି ଏଡିଟ୍ ମଧ୍ୟ କରିନାହିଁ ।
ଅନୁସନ୍ଧାନରେ ବିବିସି ନ୍ୟୁଜ ବାଙ୍ଗଲା ଏକ ଭିଡିଓ ନିଜ ୟୁଟ୍ୟୁବ ରେ ୫ଅଗଷ୍ଟ ୨୦୨୪ ଦିନ ଅପଲୋଡ କରିଥିବାର ଦେଖିବାକୁ ପାଇଥିଲୁ। ଭିଡିଓ ର ଶୀର୍ଷକ ରହିଛି " বাংলাদেশে বিক্ষোভের মুখে প্রধানমন্ত্রী দেশ ছেড়ে পালানোর প্রথম নজির “ ।
ଉକ୍ତ ଶୀର୍ଷକ କୁ ଓଡ଼ିଆରେ ଅନୁବାଦ କରି ଆମେ ପାଇଲୁ " ବିରୋଧର ସମ୍ମୁଖୀନ ହୋଇ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଦେଶ ଛାଡି ପଳାଇବାର ଏହା ହେଉଛି ପ୍ରଥମ ଉଦାହରଣ" । ଭିଡିଓ ର ୧୧ସେକେଣ୍ଡ ସମୟରେ ଆମେ ପାଲେଷ୍ଟାଇନ ପାତାକା ଉତ୍ତୋଳନ କରାଯାଉଥିବାର ଦୃଶ୍ୟ ଦେଖିଲୁ ।
ତେଣୁ ଏଥିରୁ ଜଣାଯାଏଯେ ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଦ ଇକୋନୋମିଷ୍ଟ ଫଟୋଟିକୁ ଏଡିଟ୍ କରି ନାହିଁ । ଆନ୍ଦୋଳନ ସମୟରେ ପାଲେଷ୍ଟାଇନ ପତାକା ଉତ୍ତୋଳନ କରାଯାଇଥିଲା ହେଲେ, ସେସମୟରେ ଉକ୍ତ ଫଟୋଗ୍ରାଫର ସେଠାରେ ଉପସ୍ଥିତ ନଥିଲେ ।