ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ଜାପାନର ଅଟେ, ଦିଲ୍ଲୀ ଭୁମିକମ୍ପ ସହ ନାହିଁ କୌଣସି ସମ୍ପର୍କ
ଭାଇରାଲ ଭିଡିଓଟି ୨୦୨୧ ମସିହାରେ ଜାପାନରେ ଘଟିଥିବା ଭୁନିକମ୍ପର ଭିଡିଓ । ବିଗତ ଦିନରେ ଦିଲ୍ଲୀରେ ଘଟିଥିବା ଭୁମିକମ୍ପ ସହ ନାହିଁ କୌଣସି ସମ୍ପକ ।

Claim :
ଦିଲ୍ଲୀରେ କିଛି ଏଭଳି ହୋଇଥିଲା ଭୁମିକମ୍ପ, ସ୍ନାନକୁଣ୍ଢରୁ ଉଛୁଳି ଥିଲା ପାଣିFact :
ଭାଇରାଲ ଭିଡିଓଟି ଜାପାନରେ ଘଟିଥିବା ଭୁନିକମ୍ପର
ଫେବ୍ରୁଆରୀ ୧୭ ସମୟ ପ୍ରାୟ ସକାଳ ୫.୩୦ ଦୋହଲି ଥିଲା ଦିଲ୍ଲୀ, ଭୂମିକମ୍ପ ଅନୁଭୂତ ହେବାରୁ କୋଠାଘରେ ରହୁଥିବା ଲୋକେ ଜୀବନ ବଞ୍ଚାଇବାପାଇଁ ଖୋଲା ସ୍ଥାନକୁ ଦୌଡି ଆସିଥିଲେ । ପ୍ରସାରିତ ଖବର ଅନୁଯାୟୀ ଦିଲ୍ଲୀରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ପରେପରେ ସକାଳ ୮ଟାରେ ବିହାରରେ ସମାନ ତୀବ୍ରତାର ଆଉ ଏକ ଭୂକମ୍ପ ଅନୁଭୂତ ମଧ୍ୟ ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ ଦିଲ୍ଲୀ, ନଏଡା, ଗ୍ରେଟର ନଏଡା ଓ ଗାଜିଆବାଦ ଥରିଉଠିଥିଲା ଏବଂ ଉଚ୍ଚ କୋଠାଘରର ବାସିନ୍ଦାମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ । ଦିଲ୍ଲୀରେ ସକାଳ ୫ଟା ୩୬ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଧଉଲା କୁଆଁସ୍ଥିତ ‘ଦୁର୍ଗାବାଇ ଦେଶମୁଖ କଲେଜ ଅଫ୍ ସ୍ପେସାଲ ଏଜୁକେସନ’ ନିକଟରେ ୫ କିଲୋମିଟର ଗଭୀରତାରେ ରହିଥିଲା । ଏଥିରେ କୌଣସି କ୍ଷୟକ୍ଷତି ବା ଆହତ ହେବାର ଖବର ମିଳିନାହିଁ । ଏହି ଅଞ୍ଚଳରେ ପ୍ରତି ଦୁଇରୁ ତିନି ବର୍ଷରେ ସାମାନ୍ୟ ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଏହା ପୂର୍ବରୁ ୨୦୧୫ରେ ୩.୩ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଥିଲା ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ବିଳାସପୂର୍ଣ୍ଣ କୋଠରୀର ବାଥଟପ୍ ରୁ କିଛି ପାଣି ଉଛୁଳି ବାହାରକୁ ପଡୁଥିବାର ଦେଖିବାକୁ ମିଳିଛି । ସେଠାରେ ଥିବା ଏକ କାଚ କବାଟ ମଧ୍ୟ ଯୋରସେ ହଲୁଥିବାର ଦେଖିବାକୁ ମିଳିଛି । ଭିଡିଓଟି ବିଗତ ଦିନରେ ଦିଲ୍ଲୀରେ ଘଟିଥିବା ଭୂମିକମ୍ପର ଭିଡିଓ ବୋଲି ଦାବି ହୋଇଛି ।
ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଲେଖିଛନ୍ତି, ଦିଲ୍ଲୀରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, କିନ୍ତୁ ଭୂମିକମ୍ପ ସାଧାରଣ ଅପେକ୍ଷା ଅଧିକ ଶକ୍ତିଶାଳୀ ମନେ ହେଉଥିଲା। କାହିଁକି? କାରଣ ଭୂକମ୍ପର କେନ୍ଦ୍ର ଦିଲ୍ଲୀ ଭିତରେ ଥିଲା - ଦେଖନ୍ତୁ କେନ୍ଦ୍ରସ୍ଥଳରେ ଭୂମିକମ୍ପ କିଛି ଏପରି ଅନୁଭୂତ ହୁଏ ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକରକ, ଦିଲ୍ଲୀରେ ଭୂମିକମ୍ପ ହୋଇଛି ସତ ହେଲେ, ଭାଇରାଲ ଭିଡିଓଟି ଦିଲ୍ଲୀର ନୁହେଁ ଜାପାନର ଅଟେ ।
ତଦନ୍ତ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ, ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ଭିଡିଓଟି ୧୫ ଫେବୃଆରୀ ୨୦୨୧ରେ ଅପଲୋଡ଼ ହୋଇଥିବାର ଜାଣିବାକୁ ପାଇଥିଲୁ ।
ଯେତେବେଳେ ଆମେ ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓକୁ ତୁଳନା କରିଥିଲୁ ଉଭୟ ଭିଡିଓ ସମାନ ବୋଲି ଜାଣିବାକୁ ପାଇଥିଲୁ ।
ସେହିପରି ଆଉଜଣେ ୟୁଜର୍ସ ସମାନ ଭିଡିଓକୁ ୨୮ ଫେବୃଆରୀ ୨୦୨୧ରେ ଫେସବୁକରେ ସେୟାର କରିଥିଵାର ଦେଖିବାକୁ ପାଇଥିଲୁ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ୨୦୨୧ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ସେହିପରି ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା ଭିଡିଓରେ ଉଲ୍ଲେଖ ରହିଛି, ଏହା ଜାପାନ ଭୂମିକମ୍ପ ସମୟର ଭିଡିଓ ।
ତେଣୁ ଆମେ ଇଂରାଜୀରେ ୨୦୨୧ ମସିହାରେ ଘଟିଥିବା ଜାପାନ ଭୂମିକମ୍ପ ଲେଖି ଅନୁସନ୍ଧାନ କରିଥିଲୁ ।
ପାଣିପାଗ ଉପରେ ଖବର ପ୍ରସାରଣ କରୁଥିବା ପ୍ରମୁଖ ଅନୁଷ୍ଠାନ Weather ଉକ୍ତ ଭିଡିଓକୁ ନିଜ ୱେବସାଇଟରେ ପୋଷ୍ଟ କରିଥିଵାର ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓଟି ଜାପାନ ଭୁମିକମ୍ପ ସମୟର ବୋଲି ଉଲ୍ଲେଖ ରହିଛି ।
ଜୁକିନ ମିଡିଆ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ନିଜ ଚ୍ୟାନେଲରେ ଉକ୍ତ ଭିଡିଓକୁ ଅପଲୋଡ଼ କରିଥିଵାର ମଧ୍ୟ ଦେଖିବାକୁ ପାଇଥିଲୁ ।
ସେହିପରି ଅଲଜଜିରା ଉକ୍ତ ଖବରକୁ ପ୍ରସାରିତ କରି ଉଲ୍ଲେଖ କରିଛନ୍ତି, ୨୦୨୧ ମସିହା ଫେବ୍ରୁଆରୀ ୧୩ରେ ଜାପାନର ଫୁକୁସୀମା ଏବଂ ମିୟଗି ଅଞ୍ଚଳରେ ଭୂକମ୍ପ ଅନୁଭୂତ । ଭୂକମ୍ପର ତୀବ୍ରତା ୭.୩ ମାଗ୍ନିଟ୍ୟୁଡ ସୂଚନା ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ଭିଡିଓଟି ୨୦୨୧ ମସିହାରେ ଜାପାନରେ ଘଟିଥିବା ଭୁନିକମ୍ପର ଭିଡିଓ । ବିଗତ ଦିନରେ ଦିଲ୍ଲୀରେ ଘଟିଥିବା ଭୁମିକମ୍ପ ସହ ନାହିଁ କୌଣସି ସମ୍ପକ ।