ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ବାଙ୍ଗଲାଦେଶର ଅଟେ, ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ
ଭାଇରାଲ ଭିଡିଓଟି ବାଙ୍ଗଲାଦେଶରେ ଘଟିଥିବା ପରବତ ଏକ୍ସପ୍ରେସ୍ ଅଗ୍ନିକାଣ୍ଡର ଭିଡିଓ ଯାହାକି ଅନ୍ୟୁନ୍ୟ ୨୦୨୨ ମସିହାର

Claim :
ମହାକୁମ୍ଭ ଯାଉଥିବା ଟ୍ରେନରେ ଅଗ୍ନିକାଣ୍ଡ, ୩୦୦ ଯାତ୍ରୀଙ୍କ ଚାଲିଗଲା ଜୀବନFact :
ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ଭିଡିଓଟି ବାଙ୍ଗଲାଦେଶର ଅଟେ । ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ
ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ପୁଣିଥରେ ଅଗ୍ନିକାଣ୍ଡ ଘଟିଛି । ମହାକୁମ୍ଭ ମେଳାର ସେକ୍ଟର ୮ରେ ଥିବା କିଛି ଟେଣ୍ଟରେ ନିଆଁ ଲାଗିଛି। ଅବଶ୍ୟ ଅଗ୍ନିଶମ ବାହିନୀ ଏବଂ ପୋଲିସ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସୌଭାଗ୍ୟବସତଃ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାଁନ୍ତି ।
ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, କବି ମାନସ ମଣ୍ଡଳର ତିନିଟି ଟେଣ୍ଟ ନିଆଁରେ ପୋଡ଼ିଯାଇଛି । ଉପଭୋକ୍ତା ସଂରକ୍ଷଣ ସମିତିର ମଧ୍ୟ ତିନିଟି ଟେଣ୍ଟ ଜଳି ନଷ୍ଟ ହୋଇଯାଇଛି। ଘଟଣା ସମୟରେ ଏହି ତମ୍ବୁରେ କେହି ନଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ତେବେ ନିଆଁକୁ ଆୟତ୍ତ କରାଯାଇଛି। ପୋଲିସ ତରଫରୁ କୁହାଯାଇଛି ଯେ, ଘଟଣାରେ କୌଣସି ଜନ ହାନି କିମ୍ବା ବଡ଼ କ୍ଷତିର ସୂଚନା ମିଳିନାହିଁ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ଟ୍ରେନ ଭୟାଭୟ ଭାବେ ଜଳୁଥିବା ବେଳେ, ଭିଡିଓଟି ମହାକୁମ୍ଭକୁ ଯାଉଥିବା ଟ୍ରେନର ବୋଲି ଦାବି ହୋଇଛି ।
ଭିଡିଓ ଉପରେ ହିନ୍ଦୀରେ ଉଲ୍ଲେଖ ରହିଛି, ଉକ୍ତ ଘଟଣାଟି ଆଲ୍ହାବାଦ ର ଅଟେ, ୧୪.୦୨.୨୦୨୫, ପ୍ରାଣ ହରାଇଛନ୍ତି ୩୦୦ ଜଣ । ଜଳିଗଲା ସମ୍ପୂର୍ଣ୍ଣ ଟ୍ରେନ ଦେଖନ୍ତୁ ଲାଇଭ ଭିଡିଓ । ଉକ୍ତ ଘଟଣାଟି ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ କୁ ଯାଉଥିବା ଟ୍ରେନ ବୋଲି ଦାବି ହୋଇଛି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକରକ, ବାଙ୍ଗଲାଦେଶରେ ହୋଇଥିବା ଟ୍ରେନ ଦୁର୍ଘଟଣା ଭିଡିଓକୁ ମହାକୁମ୍ଭ ସହ ଯୋଡି ବିଭ୍ରାନ୍ତିକରକ ଦାବି ସହ କରାଯାଉଛି ସେୟାର। ଏଭଳି କୌଣସି ଘଟଣା ମହାକୁମ୍ଭରେ ଘଟିନାହିଁ ।
ଏନେଇ ଗୁଗୁଲରେ ଅନୁସନ୍ଧାନ କରିବାରୁ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି ଅଘଟଣ ଘଟିଥାନ୍ତା ତେବେ ନିଶ୍ଚିତ କୌଣସି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥାନ୍ତା । ସେହିପରି ଏନେଇ ସ୍ଥାନୀୟ ଏକ ଗଣମାଧ୍ୟମ ଅଧିକାରୀଙ୍କୁ ପଚାରିବାରୁ ସେ ମଧ୍ୟ ଏନେଇ କୌଣସି ସୂଚନା ନଥିବାର କହିଛନ୍ତି ।
ତେଣୁ ତଦନ୍ତ କରିବାକୁ ଯାଇ ଭାଇରାଲ ଭିଡିଓର ଏକ ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା।
ଉକ୍ତ ଭିଡିଓଟି ୨୬ଜାନୁଆରୀ ୨୦୨୫ରେ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓସହ ସମତୁଳ ଲାଗିବାରୁ ଉକ୍ତ ଭିଡିଓ ଦୁଇଟିକୁ ତୁଳନା କରିବାରୁ ଉଭୟ ଭିଡିଓ ଗୋଟିଏ ବୋଲି ଜଣାପଡିଛି ।
ଅପଲୋଡ଼ ହୋଇଥିବା ଭିଡିଓର ଶୀର୍ଷକରେ ବଙ୍ଗାଳି ଭାଷାରେ ଉଲ୍ଲେଖ ରହିଛି, ভয়াবহ ট্রেন দূর্ঘটনা ২০২২ সালের কোন একদিন কেঁদেছিল হাজার ও মানুষ
ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ, ୨୦୨୨ ମସିହାର, ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ହଜାର ହଜାର ଲୋକ କାନ୍ଦିଲେ
ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଭିଡିଓଟି ୨୦୨୨ରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି, ତେଣୁ ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ ।
ଅଧିକ ଅନୁସନ୍ଧାନରୁ କିଛି ବାଙ୍ଗଲାଦେଶର ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ । ସମସ୍ତ ଭିଡିଓ ୨୦୨୨ ମସିହାରେ ଅପଲୋଡ଼ ହୋଇଥିବା ବେଳେ, ଖବରର ଶୀର୍ଷକ ରହିଥିଲା ପରବତ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।
ଯେତେବେଳେ ଆମେ ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିଥିଲୁ, କିଛି ଖବର ହସ୍ତଗତ ହୋଇଥିଲା ।
ଢାକା ଟ୍ରିବ୍ୟୁନ ଫେବୃଆରୀ ୧୮ ୨୦୨୨ରେ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଢାକାରେ ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ, ଠିକ୍ ସମୟରେ ଅଟକିଗଲା ଟ୍ରେନ କେହି ମୃତାହତ ହୋଇଥିନଥିବା ଅଧିକାରୀ ଦେଲେ ସୂଚନା ।
ଡେଲି ସନ୍ ୨୦୨୨ରେ ଖବର ପ୍ରସାରିତ କରି ଉଲ୍ଲେଖ କରିଛି, ପ୍ରଭାତ ଏକ୍ସପ୍ରେସ୍ ରେ ଭୟାଭୟ ଅଗ୍ନିକାଣ୍ଡ
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ଭାଇରାଲ ଭିଡିଓଟି ବାଙ୍ଗଲାଦେଶରେ ଘଟିଥିବା ପରବତ ଏକ୍ସପ୍ରେସ୍ ଅଗ୍ନିକାଣ୍ଡର ଭିଡିଓ ଯାହାକି ଅନ୍ୟୁନ୍ୟ ୨୦୨୨ ମସିହାର । ତେଣୁ ମହାକୁମ୍ଭ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ I