ମଣିପୁର ଗସ୍ତ ସମୟରେ ରାହୁଲ ଗାନ୍ଧୀଙ୍କୁ କରାଯାଇନାହିଁ ବିରୋଧ

Update: 2024-07-25 18:04 GMT


ବିରୋଧୀ ଦଳ ନେତା ଚୟନ ପରେ ରାହୁଲ ଗାନ୍ଧୀ ୮ ଜୁଲାଇ ୨୦୨୪ ରେ ମଣିପୁର ଗସ୍ତରେ ଯାଇଥିଲେ । ଏହା ନିର୍ବାଚନ ପରେ ତାଙ୍କର ପ୍ରଥମ ମଣିପୁର ଗସ୍ତ ଥିବାର ଜଣାଯାଇଛି । ଗସ୍ତ ସମୟରେ ମଣିପୁର ହିଂସା ରେ କ୍ଷତି ସହିଥିବା ବାସୀନ୍ଦା ଙ୍କୁ ଭେଟିଥିଲେ ରାହୁଲ।

ଏହି ମଧ୍ୟରେ ଏକ ୨ ମିନିଟ ର ଭିଡିଓ ଭାଇରାଲ ହେଉଥିବାର ଦେଖାଦେଇଛି, ଯେଉଁଥିରେ ରାହୁଲ ଙ୍କୁ ବିରୋଧ କରାଯାଇଥିବା ବେଳେ, ରାହୁଲ ଗାନ୍ଧୀ ଗୋ ବ୍ୟାକ ନାରା ଦିଆଯାଇଛି । ମଣିପୁର ଗସ୍ତ ସମୟରେ ରାହୁଲ ଙ୍କୁ ଏଭଳି ବିରୋଧ ପଦର୍ଶନ କରାଯାଇଛି ବୋଲି ସୋସିଆଲ ମିଡିଆରେ ସେୟାର କରାଯାଇଥିବାର ଦେଖା ଦେଇଛି ।


 


 

Fact Check: ଦାବୀ ଟି ସମ୍ପୂର୍ଣ୍ଣ ଭୁଲ୍, ଭିଡିଓ ଆସାମ ର ଯାହାକି ଜାନୁଆରୀ୨୦୨୪ ର ଘଟଣା ।

ରିଭର୍ସ ଇମେଜ ସର୍ଚ୍ଚ ଅନୁଯାୟୀ IBC 24 ଏକ ଖବର ପ୍ରସାରଣ କରିଥିବା ଦେଖିବାକୁ ପାଇଥିଲୁ , ଯେଉଁଥିରେ ଏହା ଆସାମ ର ଭାରତ ଯୋଡ ନ୍ୟାୟ ୟାତ୍ରାର ବୋଲି ଦର୍ଶାଯାଇଛି ।

୨୨ ଜାନୁଆରୀ ୨୦୨୪ ରେ ଏନେଇ ଏକ ଭିଡିଓ ଓଟିଭି ନିଜ ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ଼ କରିଛି ଯାହାର ଶିର୍ଷକ ରହିଛି "ରାହୁଲ ଙ୍କୁ ଆସାମ ରେ ବିରୋଧ, ଅନ୍ୟାୟ ଯାତ୍ରା କହି ଦେଲେ ସ୍ଲୋଗାନ "


Full View

ଆସାମ ରେ ଭାରତ ଯୋଡ ନ୍ୟାୟ ଯାତ୍ରା ନେଇ ଆମେ ଅନୁସନ୍ଧାନ କରିବାରୁ ଏକ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ, ଯେଉଁଥିରେ ଉଲ୍ଲେଖ ରହିଥିଲା " ଆସାମ ର ଅମ୍ବାଗାଓଁ ଅଞ୍ଚଳରେ ଥିବା ଏକ ଦୋକାନ ରେ ରାହୁଲ ଙ୍କୁ ଅଟକ ରଖାଯାଇଥିଲା , ଯେତେ ବେଳେ ସିଏ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଯାଇଥିଲେ ।

ଆସାମ କଂଗ୍ରେସର ମୁଖପାତ୍ର ଏନେଇ ନିଜ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଥିବା ଦେଖାଯାଇଛି 


ପିଟିଆଇ ଖବର ପ୍ରସାରଣ ଅନୁଯାୟୀ  Crowd raises slogans against Rahul Gandhi outside eatery in Assam's Nagaon

ଏନଡିଟିଭି ମଧ୍ୟ ଏ ନେଇ ଏକ ଖବର ପ୍ରସାରିତ କରିଛି Crowd Raises Slogans Against Rahul Gandhi Outside Eatery In Assam

ଉପୋରକ୍ତ ଖବର ପ୍ରସାରଣ ଏବଂ ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ, ଏହା ମଣିପୁର ର ନୁହେଁ ଆସାମ ର ଭିଡିଓ ଯେତେବେଳେ ରାହୁଲ ଗାନ୍ଧୀ, ଭାରତ ଯୋଡ ନ୍ୟାୟ ଯାତ୍ରାରେ ଯୋଗଦେବାକୁ ଆସାମ ଯାଇଥିଲେ । 


Claim :  ବିଗତ ଦିନରେ ରାହୁଲ ଗାନ୍ଧୀ ଙ୍କ ମଣିପୁର ଗସ୍ତ ସମୟରେ ତାଙ୍କୁ ସେଠାରେ ବିରୋଧ କରାଯାଇଛି
Claimed By :  Social Media Users
Fact Check :  False
Tags:    

Similar News