ଗୁଡୁରୁ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କ ନାହିଁ କୌଣସି ରାଜନୈତିକ ଦଳ ସହ ଲିଙ୍କ

ଅନ୍ୟ ରାଜ୍ୟ ଭଳି ଆନ୍ଧ୍ରପ୍ରଦେଶ ରେ ମଧ୍ୟ ସରିଚି ନିର୍ବାଚନ I ଜୁନ ୨୫. ୨୦୨୪ ଦିନ ୱାଇ.ଏସ. ଜଗନ ମୋହନ ରେଡ୍ଡୀ, ଯିଏ କି ଆନ୍ଧ୍ରପ୍ରଦେଶ ର ପୂର୍ବତନ ମୁଖମନ୍ତ୍ରୀ ଏବଂ ୱାଇଏସଆର କଂଗ୍ରେସ ର ମୁଖ୍ୟ, ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି I

Update: 2024-07-25 10:50 GMT

ଅନ୍ୟ ରାଜ୍ୟ ଭଳି ଆନ୍ଧ୍ରପ୍ରଦେଶ ରେ ମଧ୍ୟ ସରିଚି ନିର୍ବାଚନ I ଜୁନ ୨୫. ୨୦୨୪ ଦିନ ୱାଇ.ଏସ. ଜଗନ ମୋହନ ରେଡ୍ଡୀ, ଯିଏ କି ଆନ୍ଧ୍ରପ୍ରଦେଶ ର ପୂର୍ବତନ ମୁଖମନ୍ତ୍ରୀ ଏବଂ ୱାଇଏସଆର କଂଗ୍ରେସ ର ମୁଖ୍ୟ, ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି I ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାଇ ଚିଠିରେ ଉଲ୍ଲେଖ ରହିଚି " ବିରୋଧୀ ଦଳ ନେତା ଭାବେ ତାଙ୍କୁ ଚୟନ କରିବାକୁ ଅନୁରୋଧ , ୧୦% ଆସନ କମ ଥିବାରୁ ୱାଇଏସଆର କଂଗ୍ରେସ ବିରୋଧୀ ଦଳ ହୋଇ ନପାରେ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ଜଗନ I

ଇତିମଧ୍ୟରେ ଏକ ୩୧ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଭିଡିଓରେ ଜଣେ ବ୍ୟକ୍ତି ଜଣେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବାର ଦେଖାଯାଇଛି I

ଏହା ଏକ ସିସିଟିଭିର ଫୁଟେଜ ଭଳି ଦେଖା ଯାଉଛି , ଏପରିକି ଭିଡିଓ ତଳେ କ୍ୟାମ- ୨ ଲେଖା ହୋଇଛି I

ତେବେ ଭିଡିଓ ସେୟାର କରୁଥିବା ଵ୍ୟାକ୍ତି ତେଲୁଗୁ ଭାଷାରେ କିଛି ଲେଖି ଭିଡିଓ ଟିକୁ ସେୟାର କରିଥିବାର ଦେଖା ଦେଇଛି " పోలీసులకు రక్షనే లేదు!!! గూడూరులో పోలీసు కానిస్టేబుల్ పై విచక్షణా రహితంగా దాడి చేస్తున్న వైసీపీ రౌడీ!!! "

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ " ଏଠାରେ ପୋଲିସ ମଧ୍ୟ ସୁରକ୍ଷିତ ନୁହଁନ୍ତି, ୱାଇସୀପି ର କର୍ମୀ ଦେଖନ୍ତୁ କିଭଳି ପୋଲିସ ଙ୍କୁ ଆକ୍ରମଣ କରୁଛନ୍ତି 

ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ୱାଇସିପିର ଗ୍ୟାଙ୍ଗଷ୍ଟାର ପୋଲିସ କୁ ଲହୁଲୁହାଣ କରୁଥିବାର ଦୃଶ୍ୟ

ସତ୍ୟାସତ୍ୟ :  ଅନୁସନ୍ଧାନ ରୁ ଜଣାଯାଏ ଯେ ଦାବିରେ କୌଣସି ସତ୍ୟତା ନାହିଁ, ଆକ୍ରମଣ କରୁଥିବା ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗ ଅଞ୍ଚଳର ଏବଂ ଏହି ଘଟଣାରେ କୌଣସି ରାଜନୈତିକ ଦଳର ହାତ ନାହିଁ I

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରୁ ଟିଭି୧୯ ଦ୍ୱାରା ପ୍ରସାରିତ ହୋଇଥିବା ଏକ ଖବର ପାଇଥିଲୁ I ଯେଉଁଥିରେ ଏହି ଘଟଣା ସମ୍ପର୍କରେ ଏକ ବିଶେଷ ବିବରଣୀ ଥିବାର ଦେଖିବାକୁ ପାଇଥିଲୁ I ପ୍ରସାରିତ ଖବର ଅନୁଯାୟୀ " “ତିରୁପତି ଜିଲ୍ଲାର ଗୁଡୁରୁର ସାଧୁପେଟା କେନ୍ଦ୍ରରେ ଡ୍ୟୁଟିରେ ଥିବା ଜଣେ ମୁଖ୍ୟ କନଷ୍ଟେବଳଙ୍କୁ ପଛପଟୁ ବାଡି ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଆକ୍ରମଣର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା I ପ୍ରାଥମିକ ଅନୁସନ୍ଧାନରେ ଅଭିଯୁକ୍ତ ପଶ୍ଚିମବଙ୍ଗର ଲାଳଟୁ କାଲିଣ୍ଡି ବୋଲି ଜଣାପଡିଛି । ଅନୁସନ୍ଧାନରେ ଆଶ୍ଚର୍ଯ୍ୟଜନକ ଜିନିଷ ସାମ୍ନାକୁ ଆସିଥିଲା, କେହିଜଣେ ବ୍ୟକ୍ତିଙ୍କୁ ପୋଲିସ ୟୁନିଫର୍ମ ରେ ଦେଖିଲେ ଅଭିଯୁକ୍ତ ଜଣଙ୍କ ଅନିୟନ୍ତ୍ରିତ ହୋଇଯାଏ । ତେବେ ଆହତ ପୋଲିସ କର୍ମଚାରୀ ଗୁଡୁରୁ ଗ୍ରାମୀଣ ପୋଲିସ ଷ୍ଟେସନରେ ମୁଖ୍ୟ କନଷ୍ଟେବଳ ଭାବେ କାର୍ଯ୍ୟ କରିଥିବା ବେଳେ ତାଙ୍କ ନାମ ସ୍ୱାମୀ ଦାସ ବୋଲି ଜଣାପଡିଛି । ଆକ୍ରମଣରେ ସେ ଗୁରୁତର ଆହତ ହୋଇ ତୁରନ୍ତ ଗୁଡୁରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ତିରୁପତି ସ୍ଥାନାନ୍ତର କରାଯାଇଥିଲା । ଅଭିଯୁକ୍ତ ଜଣଙ୍କ ଅତୀତରେ ପୋଲିସ ଉପରେ ଆକ୍ରମଣ କରିଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ଯେତେବେଳେ ଆମେ “ଗୁଡୁରୁ ରେ ପୋଲିସ୍ କନଷ୍ଟେବଳଙ୍କ ଉପରେ ଆକ୍ରମଣ” ଲେଖି ଗୁଗୁଲ ରେ ଅନୁସନ୍ଧାନ କଲୁ, ଡେକାନ୍ କ୍ରୋନିକଲ୍ ପ୍ରକାଶିତ ଏକ ଖବର ପାଇଥିଲୁ ପ୍ରସାରିତ ଖବର ଅନୁଯାୟି “ଦାଶ ଏବଂ ଅନ୍ୟ ଜଣେ କନଷ୍ଟେବଳ ସ୍ଥାନୀୟ ଦୋକାନରେ ଚା’ ପିଇବା ପାଇଁ ସେମାନଙ୍କ ମୋଟରସାଇକେଲକୁ ଅଟକାଇବା ସମୟରେ ଏହି ଘଟଣା ଘଟିଥଲା । ଦାସ ଦୋକାନରେ ପ୍ରବେଶ କରୁଥିବାବେଳେ ହଠାତ୍ ପଶ୍ଚିମବଙ୍ଗର ଜଣେ ୨୪ ବର୍ଷିୟ ଲାଲଟୁ କାଲିଣ୍ଡି ତାଙ୍କୁ ବାଡିରେ ପିଟି ଆକ୍ରମଣ କରିଥିଲେ । ଘଟଣାରେ ଦାଶଙ୍କ ମୁଣ୍ଡ ପଛପଟେ ଆଘାତ ଲାଗିବା ପରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ । ଆକ୍ରମଣର ସାକ୍ଷୀ ରହିଥିବା କନଷ୍ଟେବଳ ତଥା ସ୍ଥାନୀୟ ଉପସ୍ଥିତ ବ୍ୟକ୍ତି ଆକ୍ରମଣକାରୀଙ୍କୁ ଶୀଘ୍ର ଧରିଥିଲେ । ସନ୍ଦିଗ୍ଧଙ୍କୁ ତୁରନ୍ତ ନିକଟସ୍ଥ ଟାଉନ ପୋଲିସ ଷ୍ଟେସନକୁ ନିଆଯାଇଥିଲା । ଏହି ସମୟରେ ଆହତ ହେଡ କନଷ୍ଟେବଳଙ୍କୁ ଗୁଡୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଘାତର ଗୁରୁତର ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ତିରୁପତି ସ୍ଥାନାନ୍ତର କରାଯାଇଥିଲା ”।

ଜଣେ ସାମ୍ବାଦିକ ସୂର୍ଯ୍ୟ ରେଡି ନିଜ ଏକ୍ସ ଆକାଉଣ୍ଟରେ ଉକ୍ତ ଭିଡିଓ କୁ ସେୟାର କରି ଲେଖିଛନ୍ତି “ସିସିଟିଭିରେ କଏଦ ହୋଇଥିବା ତିରୁପତି ଜିଲ୍ଲାର, ଡ୍ୟୁଟିରେ ଥିବାବେଳେ କନଷ୍ଟେବଳଙ୍କୁ ବାଡ଼ି ସାହାଯ୍ୟରେ ଆକ୍ରମଣ କରାଯାଇଚି । ପ୍ରାଥମିକ ଅନୁସନ୍ଧାନ ରୁ ଜଣାଯାଇଛି ଅଭିଯୁକ୍ତ ଜଣଙ୍କ ପଶ୍ଚିମବଙ୍ଗର ବାସିନ୍ଦା ଏବଂ ତାଙ୍କ ନାମ ଲାଲଟୁ କାଲିଣ୍ଡି I

News 9 ଅନୁଯାୟୀ "ଅନୁସନ୍ଧାନରୁ ଜଣାପଡିଛି ଯେ ଉକ୍ତ ବ୍ୟକ୍ତିଙ୍କ 'ସାଇକୋଟିକ୍ ଏପିସୋଡ୍' ରହିଛି, ଏନେଇ ଏକ ମାମଲା ପଞ୍ଜୀକୃତ ହୋଇଛି ଏବଂ ତଦନ୍ତ ମଧ୍ୟ ଚାଲିଛି।"

ତେଣୁ, ଉପରୋକ୍ତ ପ୍ରକାସିତ ଖବର ଅନୁଯାୟୀ ଦାବିଟି ମିଥ୍ୟା ବୋଲି ଜାଣିଲୁ I ଅଭିଯୁକ୍ତ ଜଣଙ୍କ ସହ କୌଣସି ରାଜନୈତିକ ଦଳର ନୁହଁନ୍ତି ବୋଲି ମଧ୍ୟ ଜଣାଯାଇଛି I

Claim :  ଏକ ନିର୍ଦ୍ଦିଷ୍ଟ ଦଳର ଜଣେ କର୍ମୀ ଜଣେ ପୋଲିସ କର୍ମଚାରୀଙ୍କୁ ଲହୁଲୁହାଣ କରୁଥିବାର ଦୃଶ୍ୟ
Claimed By :  Social Media Users
Fact Check :  False
Tags:    

Similar News