ଯୌନ ଅପରାଧରେ ଜଡିତ ଜେଫ୍ରି ଏପଷ୍ଟିନଙ୍କ ସହ କମଲା ହ୍ୟାରିସ୍ ଙ୍କ ଫେକ୍ ଫଟୋ ହେଲା ଭାଇରାଲ

Update: 2024-07-26 04:40 GMT


ଜୋ ବାଇଡେନ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା ପରେ ଏବେ ସମସ୍ତଙ୍କ ନଜର ଭାରତୀୟ ବଂଶୋଦ୍ଭବ ତଥା ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ଉପରେ, ରାଷ୍ଟ୍ରପତି ନିର୍ବାଚନ ରେସରେ ସବୁଠୁ ଆଗରେ ଅଛନ୍ତି ହ୍ୟାରିସ । ବିଭିନ୍ନ ସର୍ଭେ ରେ ମଧ୍ୟ ହ୍ୟାରିସ୍ ଙ୍କ ଲୋକପ୍ରିୟତା ଆଗରେ ରହୁଥିବାର ଦେଖାଦେଇଛି।

ଅନ୍ୟପଟେ କମଲା ହ୍ୟାରିସ୍ ଙ୍କ ପାଇଁ ବଢୁଛି ଅଡ଼ୁଆ । ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗ ଧରୁଥିବା ବେଳେ କମଲାଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦାବି୧ 

ଫଟୋରେ କମଲା ଙ୍କ ସହ ଅଛନ୍ତି ଯୌନ ମାମଲାରେ ଜଡିତ ଜଣେ ଅପରାଧୀ ଜେଫ୍ରି ଏପଷ୍ଟିନ। ଜେଫ୍ରି ୨୦୧୯ ମସିହାରେ ଆତ୍ମହତ୍ୟା କରିଦେଇଥିବା ଜଣାଯାଇଥିବା ବେଳେ କମଲାଙ୍କ ସହ ତାଙ୍କର କିଛି ଫଟୋ ଭାଇରାଲ ହେଉଛି । ଗୋଟିଏ ଫଟୋରେ ଉଭୟେ ଏକ ସମାରୋହରେ ଯୋଗଦେଇ ପୋଜ୍ ଦେଉଥିବାର ଦାବି କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।


ଦାବି୨ 

ଅନ୍ୟପଟେ ଉଭୟେ ସ୍ୱିମିଙ୍ଗ ସୁଟ୍ ପିନ୍ଧି ଏକ ସମୁଦ୍ର କୂଳରେ ଫଟୋ ଉଠାଇଥିବାର ଦାବି ଜଣାଇଛନ୍ତି ଆଉଜଣେ ସୋସିଆଲ ମିଡିଆ ୟୁଜର୍ସ ।



ସତ୍ୟାସତ୍ୟ: ଅନୁସନ୍ଧାନ ପରେ ଦାବିଟି ମିଥ୍ୟା ବୋଲି ଜାଣିବାକୁ ମିଳିଛି । ପ୍ରଥମ ଭାଇରାଲ୍ ପ୍ରତିଛବି ଡିଜିଟାଲ୍ ଭାବେ ଏଡିଟ୍ ହୋଇଥିବା ବେଳେ ଦ୍ଵିତୀୟ ଟି ଏଆଇ ଦ୍ୱାରା ନିର୍ମିତ ହୋଇଛି ।

ଦାବି ୧

ଅନୁସନ୍ଧାନ ସମୟରେ, ଆମେ ଜଣେ ଏକ୍ସ ୟୁଜର୍ସଙ୍କ ଆକାଉଣ୍ଟ ରେ ଭାଇରାଲ ପ୍ରତିଛବି ଟି ପୋଷ୍ଟ ହୋଇଥିବାର ଦେଖିବାକୁ ପାଇଥିଲୁ। ଯେଉଁଥିରେ ୟୁଜର୍ସ ଉଲ୍ଲେଖ କରିଛନ୍ତି ଭାଇରାଲ ହେଉଥିବା ମୁଳ ଫଟୋରେ ଅଛନ୍ତି କମଲା ହ୍ୟାରିସ୍ ଙ୍କ ସ୍ୱାମୀ । ଯୋୖନ ଅପରାଧୀ ଙ୍କ ସହ କୌଣସି ସମ୍ପର୍କ ନଥିବା ବେଳେ ଉକ୍ତ ଫଟୋଟି ଫେକ୍ ବୋଲି ଦର୍ଶାଇଛନ୍ତି ।

ଉକ୍ତ ଫଟୋ ସହ ଭାଇରାଲ ଫଟୋ କୁ ଅନୁସନ୍ଧାନ କରି ଜଣାଯାଏ ଯେ, ହ୍ୟାରିସ୍ ଙ୍କ ସ୍ୱାମୀ ଙ୍କ ପରିବର୍ତ୍ତେ ଜଣେ ଅପରାଧୀ ଙ୍କ ଫଟୋ କୁ ଏଡିଟ୍ କରି ଯୋଡ଼ାଯାଇଛି ।



ଯେତେବେଳେ ଆମେ ଉକ୍ତ ଫଟୋକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ, ଗେଟି ଇମେଜ ରେ ସ୍ଵାମୀ ଙ୍କ ସହ ହ୍ୟାରିସ୍ ଙ୍କ ବିଭିନ୍ନ ପୋଜ୍ ରେ ଫଟୋ ଥିବାର ଦେଖିବାକୁ ପାଇଥିଲୁ

ଏଥିରୁ ପ୍ରମାଣିତ ହେଲା ଯେ ଭାଇରାଲ ଫଟୋଟି ଏଡିଟ୍ ହୋଇ ମନ୍ଦ ଉଦେଶ୍ୟ ରେ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ।

ଦାବି ୨

ଭାଇରାଲ ଫଟୋଟି କିଛି ଭାବେ ଅପ୍ରାକୃତିକ ଦିଶୁଥିବାରୁ, ଏହାକୁ ଏଆଇ ଟୁଲ୍ସ ଜରିଆରେ ପରୀକ୍ଷଣ କରିବାରୁ ଜଣାଯାଏଯେ ଏହା ଅନ୍ୟୁନ୍ୟ ୯୯.୫୩ % ଏଆଇ ଦ୍ୱାରା ନିର୍ମିତ ।




 ଏହା ପ୍ରମାଣିତ ହେଲା ଯେ ଉକ୍ତ ଫଟୋଟି ଅରିଜିନାଲ ଫଟୋ ନୁହେଁ ବରଂ ଏହା ଏଆଇ ଦ୍ୱାରା ନିର୍ମିତ ।

ତେଣୁ ଉଭୟ ଦାବି ମିଥ୍ୟା ବୋଲି ପ୍ରମାଣିତ ହେବା ସହ; ପ୍ରଥମ ଫଟୋଟି ଏଡିଟ୍ କରାଯାଇଥିବା ବେଳେ, ମୂଳ ଫଟୋରେ କମଲା ତାଙ୍କ ସ୍ୱାମୀଙ୍କ ସହ ଫଟୋ ଉଠାଇଥିବାର ଜଣାଯାଇଛି । ସେହିପରି ଦ୍ଵିତୀୟ ଫଟୋଟି ରେ ମଧ୍ୟ କୌଣସି ସତ୍ୟତା ନାହିଁ ଏହା ସମ୍ପୂର୍ଣ୍ଣ ଏଆଇ ଦ୍ୱାରା ନିର୍ମିତ ବୋଲି ପରୀକ୍ଷଣ ଦ୍ୱାରା ଜଣାଯାଇଛି । 


Claim :  ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍, ଯୋୖନ ଅପରାଧି ଜେଫ୍ରି ଏପଷ୍ଟିନ ସହ ଫଟୋ ପାଇଁ ପୋଜ୍ ଦେଉଛନ୍ତି
Claimed By :  Social Media Users
Fact Check :  False
Tags:    

Similar News