ମିଛ ଖବର ହେଲା ଭାଇରାଲ : ନର ଲୋକେଶ ଙ୍କ ଗାଡ଼ି ଯାଞ୍ଚ ସମୟରେ ଟଙ୍କା ବିଡ଼ା ଜବତ
ନିର୍ବାଚନ ପାଇଁ ଜାରି ହୋଇଛି ଆଦର୍ଶ ଆଚରଣ ବିଧି ଏକ କଳା ଏକ୍ସୟୁଭି ଗାଡିକୁ ଯାଞ୍ଚ କରୁଛି ପୋଲିସ୍ ।
Claim :
ଟଙ୍କା ବିଡ଼ା ସହ ଧରାପଡିଲେ ଟିଡିପି ନେତା ନର ଲୋକେଶFact :
ଏମସିସି ନିୟମ ଅନୁଯାୟୀ ହେଉଥିଲା ଯାଞ୍ଚ ପ୍ରକ୍ରିୟା, ଜବତ ହୋଇନାହିଁ କୌଣସି ଟଙ୍କା ଅଧିକାରୀ ଦେଲେ ସୂଚନା
ନିର୍ବାଚନ ପାଇଁ ଜାରି ହୋଇଛି ଆଦର୍ଶ ଆଚରଣ ବିଧି ଏକ କଳା ଏକ୍ସୟୁଭି ଗାଡିକୁ ଯାଞ୍ଚ କରୁଛି ପୋଲିସ୍ ।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଥିବାର ଦେଖାଦେଇଛି । ସୋସିଆଲ ମିଡିଆରେ ସେୟାର କରୁଥିବା ବ୍ୟକ୍ତି ତେଲୁଗୁ ଭାଷାରେ " నోట్ల కట్టలతో పట్టుబడ్డ నారా లోకేష్ పప్పు నాయుడు” ଲେଖି ଏହି ଭିଡିଓ କୁ ସେୟାର କରିଛନ୍ତି । ଯାହାକୁ ଓଡ଼ିଆ ରେ ଅନୁବାଦ କରିବାରୁ ଜଣାଯାଏ ଯେ ," ଟଙ୍କା ବିଡ଼ା ସହ ଧରାପଡିଲେ ନର ଲୋକେଶ ପପ୍ପୁ ନାଇଡୁ "
ସତ୍ୟାସତ୍ୟ : ଦାବିରେ ନାହିଁ କୌଣସି ସତ୍ୟତା, ଯାଞ୍ଚ ବେଳେ ମିଳିନଥିଲା କୌଣସି ଟଙ୍କା ବିଡ଼ା ଯାଞ୍ଚ ଅଧିକାରୀ ଙ୍କ ସୂଚନା ।
ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ, ଏହି ଭିଡିଓ ଟିକୁ ଏଏନଆଇ ମାର୍ଚ୍ଚ୨୦ ୨୦୨୩ ରେ ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରିଛି ହେଲେ ଟଙ୍କା ବିଡ଼ା ମିଳିବାର କୌଣସି ସୂଚନା ଦେଇ ନାହିଁ ।
ଏହି ଘଟଣା ନେଇ ଟାଇମ୍ସ ଅଫ ଇଣ୍ଡିଆ ୨୧ ମାର୍ଚ୍ଚ ୨୦୨୪ରେ ଏକ ଖବର ପ୍ରସାରଣ କରିଛି । ପ୍ରସାରିତ ଖବର ଅନୁଯାୟୀ " କ୍ରୀଷ୍ଣ କରକତ୍ତାରେ ନର ଲୋକେଶ ଙ୍କ ଗାଡି ଯାଞ୍ଚ କଲା ତେଡ଼େପାଲ୍ଲୀ ପୋଲିସ ।
ହେଲେ ଯାଞ୍ଚ ବେଳେ କୌଣସି ଟଙ୍କା କିମ୍ବା ଅନ୍ୟ ଜିନିଷ ଜବତ ହୋଇନଥିବା ଜଣାଇଛନ୍ତି ପୋଲିସ୍ ।
ଏହି ଭିଡିଓ କୁ ବିଭିନ୍ନ ଡିଜିଟାଲ ମିଡିଆ ନିଜ ୟୁଟ୍ୟୁବ ରେ ମଧ୍ୟ ଅପଲୋଡ କରିଛନ୍ତି ହେଲେ ଟଙ୍କା ଜବତ ନେଇ କୌଣସି ସୂଚନା ଦେଇ ନାହାନ୍ତି ।
ଏବିପି ଲାଇଭ ତେଲୁଗୁରେ ପ୍ରସାରିତ ଖବର ଅନୁଯାୟୀ , " ନର ଲୋକେଶ ଙ୍କ ଗାଡି ଯାଞ୍ଚ କଲା ପୋଲିସ୍ "
ତେଲୁଗୁ ବୁଲେଟିନ ଅନୁଯାୟୀ , " ଲୋକେଶ ଙ୍କ ଗାଡି ତୃତୀୟ ଥର ଅଟକାଇ କରାଗଲା ଯାଞ୍ଚ "
ତେଣୁ ଦାବିରେ ସମ୍ପୂର୍ଣ୍ଣ ଅସତ୍ୟ ହୋଇଥିବା ବେଳେ, ପୋଲିସ୍ ଦ୍ୱାରା ଟଙ୍କା କିମ୍ବା ଅନ୍ୟ କୌଣସି ଜିନିଷ ଜବତ ହୋଇନଥିବା ଜଣାଯାଇଛି ।