ସମ୍ବଲପୁର ଜିଲ୍ଲାପାଳଙ୍କ ନୃତ୍ୟ ପରିବେଷଣ ଭିଡିଓ ଭାଇରାଲ, ହେଲେ ଭିଡିଓ ରେ ନାଚୁଥିବା ମହିଳା ଜଣଙ୍କ ନୁହଁନ୍ତି ଅନନ୍ୟା ଦାସ
"ମେରେ ଘର ରାମ୍ ଆଏହେଁ" ଗୀତ ର ତାଳେତାଳେ ନାଚୁଛନ୍ତି ଜଣେ ମହିଳା ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Claim :
ଭିଡିଓ ରେ ଗୀତର ତାଳେତାଳେ ନାଚୁଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସFact :
ଭିଡିଓରେ ନାଚୁଥିବା ମହିଳା ଜଣଙ୍କ ନୁହଁନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ,ସିଏ ହେଉଛନ୍ତି ମ୍ରଦୁଳା ମହାଜନ
"ମେରେ ଘର ରାମ୍ ଆଏହେଁ" ଗୀତ ର ତାଳେତାଳେ ନାଚୁଛନ୍ତି ଜଣେ ମହିଳା ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତି ନିଜ ପୋଷ୍ଟ ରେ ଲେଖିଛନ୍ତି ନୃତ୍ୟ ପରିବେଷଣ କରୁଥିବା ମହିଳା ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ।
ସତ୍ୟାସତ୍ୟ
ଭିଡିଓରେ ଥିବା ସୂଚନା ରେ ନାହିଁ କୌଣସି ସତ୍ୟାସତ୍ୟ, ଭିଡିଓରେ ନାଚୁଥିବା ମହିଳା ଜଣଙ୍କ ନୁହଁନ୍ତି ସମ୍ବଲପୁର ଜିଲ୍ଲାପାଳ ।
ସୋସିଆଲ ମିଡିଆରେ ତଦନ୍ତ କରି ସମ୍ବଲପୁର ଜିଲ୍ଲାପାଳ ନୃତ୍ୟ ପରିବେଷଣ ର ଅନୁସନ୍ଧାନ କରିବାରୁ ଜଣାଯାଏଯେ । ଭିଡିଓ ଟି ଏକ ଫେସବୁକ ପେଜ୍ ରେ ଅପଲୋଡ଼ କରାଯାଇଛି, ନୃତ୍ୟ ପରିବେଷଣ କରିଥିବା ମହିଳା ଜଣଙ୍କ ସମ୍ବଲପୁର ର ଜିଲ୍ଲାପାଳ ଅନନ୍ୟା ଦାସ ବୋଲି ଉଲ୍ଲେଖ କରିଛନ୍ତି ।
ତେବେ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି ଆଇଏଏସ ଅଫିସର ଅନନ୍ୟା ଦାସ । ନିଜ ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ପୋଷ୍ଟ କରି ଲେଖିଛନ୍ତି " ନୃତ୍ୟ ଟି ଖୁବ ସୁନ୍ଦର ହୋଇଛି ହେଲେ ଭିଡିଓ ରେ ନାଚୁଥିବା ମହିଳା ଜଣଙ୍କ ମୁଁ ନୁହେଁ " ।
ଭିଡିଓ କୁ ନେଇ ଗୁଗୁଲ ରିଭର୍ସ ଇମେଜରେ ଅଧିକ ଅନୁସନ୍ଧାନ କରି ମିଳିଥିବା ତଥ୍ୟ ଅନୁଯାୟୀ - ଭିଡିଓ ଟି ୨୦୨୪ ମସିହା ଜାନୁଆରୀ ୮ ରେ ୟୁଟ୍ୟୁବ ରେ ଅପଲୋଡ଼ କରିଛନ୍ତି ମୃଦଳା ମହାଜନ । ମୃଦଳା ହେଉଛନ୍ତି ଜଣେ ନୃତ୍ୟ ପରିବେଷିକା ।
"ମେରେ ଘର ରାମ୍ ଆଏହେଁ" ନୃତ୍ୟ ପରିବେଷଣ ର କୋରିଓଗ୍ରାଫି ଶିଖାଇବା ନିମନ୍ତେ ସିଏ ଏହି ଭିଡିଓ ଟିକୁ ନିଜ ୟୁଟ୍ୟୁବ ଆକାଉଣ୍ଟ ରେ ଅପଲୋଡ଼ କରିଛନ୍ତି । ଏହା ସହ ଏହାକୁ ସର୍ଚ୍ଚ ଇଞ୍ଜିନ ଅନ୍ତର୍ଭୁକ୍ତ କରିବାକୁ #meregharraamaayehain #easydancestep #jubinnautiyal #ayodhta ହାସଟ୍ୟାଗ ଦେଇଛନ୍ତି ।
ନିଜର ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ମ୍ରଦୁଳା ମହାଜନ ଏହି ଭିଡିଓ କୁ ଅପଲୋଡ଼ ମଧ୍ୟ କରିଥିବାର ଦେଖିବାକୁ ମିଳିଛି । ମୃଦଳା ଜଣେ ମା ହୋଇଥିବା ବେଳେ ନାଚିବା ଏବଂ ରାନ୍ଧଣା ତାଙ୍କର ରୁଚି ବୋଲି ନିଜ ଆକାଉଣ୍ଟ ରେ ଲେଖିଛନ୍ତି ।
ସେହି ଡ୍ରେସ ର ମ୍ରଦୁଳା ଆଉ ଏକ ନୃତ୍ୟ ପରିବେଷଣ ର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି ।
ଏହି ଅନୁସନ୍ଧାନ ରୁ ଜଣାଯାଏ ଯେ , " ମେରେଘର ରାମ୍ ଆଏହେଁ " ଭିଡିଓରେ ନାଚୁଥିବା ମହିଳା ଜଣଙ୍କ ହେଉଛନ୍ତି ମ୍ରଦୁଳା ମହାଜନ ନୁହଁନ୍ତି ଆଇ.ଏ.ଏସ. ଅଫିସର ଅନନ୍ୟା ଦାସ ।