ଫ୍ୟାକ୍ଟଚେକ୍: କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୁଷ୍ଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଜାମିଆର ଛାତ୍ର
ଜାମିଆ ବିଶ୍ଵବିଦ୍ୟାଳୟର ଛାତ୍ର ବିକ୍ଷୋଭ କଲେଜ ପ୍ରଶାସନର କିଛି ନିର୍ଦ୍ଦେଶ ଉପରେ ଥିଲା ଏହାର ୱାକଫ୍ ଵିଲ୍ ସହ କୌଣସି ସମ୍ପର୍କ ନାହିଁ ।

Claim :
ୱାକଫ୍ ଵିଲ୍ ଉପରେ ଅସନ୍ତୋଷ ଜାହିର କରି ବିକ୍ଷୋଭ ପ୍ରଦର୍ଶନ କଲେ ଜାମିଆ ଛାତ୍ରଛାତ୍ରୀFact :
ୱାକଫ୍ ଵିଲ୍ ସହ ନାହିଁ କୌଣସି ସମ୍ପର୍କ, କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୁଷ୍ଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଜାମିଆର ଛାତ୍ରଛାତ୍ରୀ
ଜାମିଆ ବିଶ୍ଵ ବିଦ୍ୟାଳୟରେ ଛାତ୍ର ନିଲମ୍ବିତ ଘଟଣାରେ ବିକ୍ଷୋଭ । ୧୭ ଫେବୃଆରୀ ଦିନ କିଛି ଛାତ୍ର ଶ୍ରେଣୀଗୃହ ବର୍ଜନ କରିଛନ୍ତି । ଦୁଇଜଣ ପିଏଚଡି ଛାତ୍ରଙ୍କ ବିରୋଧରେ ଶିକ୍ଷାନୁଷ୍ଠାନ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଏହା ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।
ଇତିମଧ୍ୟରେ ଏକ ୨୭ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ପୋଲିସ୍ ଏବଂ ବେସାମରିକ ବାହିନୀ ମୁତୟନ ହୋଇଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓଟି ଜାମିଆ ଛାତ୍ରଙ୍କ ୱାକଫ୍ ବିଲ୍ ଉପରେ ବିକ୍ଷୋଭ ପ୍ରଦର୍ଶନର ବୋଲି ଦାବି ହୋଇଛି ।
ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଲେଖିଛନ୍ତି, जामिया में कई दिन से कुछ अराजक CAA की तरह वक़्फ़ बिल पर भी ड्रामा शुरू कर रहे थे । दिल्ली पुलिस ने उन्हें उठा लिया है, जामिया में फोर्स तैनात है । वो ठग अब दिल्ली में नहीं है, अराजकता की तो नाप दिए जाओगे ।
ଯାହାର ଓଡ଼ିଆ ହେଉଛି, ଅନେକ ଦିନ ଧରି ଜାମିଆର କିଛି ଛାତ୍ର ସିଏଏ ପରି ୱାକଫ୍ ବିଲ୍ ଉପରେ ଡ୍ରାମା ଆରମ୍ଭ କରୁଥିଲେ । ଦିଲ୍ଲୀ ପୋଲିସ ତାଙ୍କୁ ଉଠାଇ ନେଇଛି, ଜାମିଆରେ ଫୋର୍ସ ମୁତୟନ କରାଯାଇଛି । ସେହି ଠକମାନେ ଆଉ ଦିଲ୍ଲୀରେ ନାହାଁନ୍ତି, ଆପଣ ଅରାଜକତା ପାଇଁ ଦଣ୍ଡିତ ହେବେ ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ ସତ୍ୟତା, ଭାଇରାଲ ଭିଡିଓ ସହ ୱାକଫ୍ ଵିଲ୍ ସହ ନାହିଁ କୌଣସି ସମ୍ପର୍କ । ପ୍ରକୃତରେ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୁଷ୍ଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଜାମିଆର ଛାତ୍ରଛାତ୍ରୀ ।
ଯେତେବେଳେ ଆମେ ୱାକଫ୍ (ଆମିନମେଣ୍ଟ) ଵିଲ୍ ବିରୋଧରେ ଜାମିଆ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ ନେଇ ଅନୁସନ୍ଧାନ କରିଥିଲୁ କୌଣସି ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମ ଏନେଇ ଖବର ପ୍ରକାଶିତ କରିଥାନ୍ତେ ।
ଭାଇରାଲ ଭିଡିଓରେ ଆଇଏଏନଏସର ଲୋଗୋ ଥିବାରୁ ଉକ୍ତ ସଂସ୍ଥାର ସୋସିଆଲ ମିଡିଆରେ ଅନୁସନ୍ଧାନ କରିଥିଲୁ ।
୧୩ ଫେବ୍ରୁଆରୀ ୨୦୨୫ର ଏକ ପୋଷ୍ଟରେ ଆଇଏଏନଏସ ଉଲ୍ଲେଖ କରିଛି, Heavy deployment of paramilitary forces has been made outside Jamia Millia Islamia University. Student organizations have been protesting for several days over their demands. Today, several students were detained by the authorities
ଯାହାର ଓଡ଼ିଆ ଅନୁବାଦ ହେଉଛି, ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ବାହାରେ ପ୍ରବଳ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି । ଛାତ୍ର ସଙ୍ଗଠନଗୁଡ଼ିକ ସେମାନଙ୍କର ଦାବି ନେଇ କିଛିଦିନ ଧରି ପ୍ରତିବାଦ କରି ଆସୁଛନ୍ତି । ଆଜି, କର୍ତ୍ତୃପକ୍ଷ ଅନେକ ଛାତ୍ରଙ୍କୁ ଅଟକ ରଖିଛନ୍ତି ।
ଉକ୍ତ ଭିଡିଓଟିକୁ ତର୍ଜମା କରିବାରୁ ଏହା ଭାଇରାଲ ଭିଡିଓସହ ସମାନ ଦୃଶ୍ୟମାନ ହୋଇଥିଲା । ତେଣୁ ଉଭୟ ଭିଡିଓକୁ ଆମେ ତୁଳନା କରିଥିଲୁ ।
ତୁଳନାରେ ଉଭୟ ଭିଡିଓ ସମାନ ବୋଲି ପ୍ରମାଣିତ ହୋଇଥିଲା ।
ସେହିପରି ଆଇଏଏନଏସ ପୋଷ୍ଟରେ ଥିବା କିୱାର୍ଡ ଗୁଡିକୁ ବ୍ୟବହାର କରିବାରୁ, ନିୟୁଜ୧୮ ଦ୍ୱାରା ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।
୧୩ ଫେବୃଆରୀ ୨୦୨୫ରେ ପ୍ରସାରିତ ଖବରର ଶୀର୍ଷକ ରହିଛି, Jamia Students Detained For Protesting Over Disciplinary Action, University Call It An 'Unlawful Gathering'.
ଯାହାର ଓଡ଼ିଆ ଅନୁବାଦ ହେଉଛି, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦ କରିବାରୁ ଜାମିଆ ଛାତ୍ରଙ୍କୁ ଅଟକ, ବିଶ୍ୱବିଦ୍ୟାଳୟ ଏହାକୁ 'ବେଆଇନ ସମାବେଶ' ବୋଲି କହିଛି ।
ଉକ୍ତ ଖବରକୁ ବିସ୍ତୃତ ଭାବେ ନିୟୁଜ୧୮ ପ୍ରସାରିତ କରିଥିବା ବେଳେ, କୌଣସି ସ୍ଥାନରେ ୱାକଫ୍ ବିଲ୍ ଉପରେ କୌଣସି ଲେଖା କିମ୍ବା ଆଲୋଚନା ହୋଇନାହିଁ ।
ଇଣ୍ଡିଆନ ଏକ୍ସପ୍ରେସରେ ପ୍ରସାରିତ ଖବର ଅନୁଯାୟୀ, ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ୧୦ ଫେବୃଆରୀରେ କ୍ୟାମ୍ପସରେ ବିରୋଧ ଆରମ୍ଭ କରିଥିଲେ। ବାସ୍ତବରେ, ଏହି ସମଗ୍ର ବିଷୟ ୨୦୧୯ର ଏକ ଘଟଣା ସହ ଜଡିତ । ୨୦୧୯ରେ ଦିଲ୍ଲୀରେ ସିଏଏ - ଏନଆରସି ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ, ୧୫ ଡିସେମ୍ବର ୨୦୧୯ରେ ଦିଲ୍ଲୀ ପୋଲିସ ଜାମିଆ ଲାଇବ୍ରେରୀରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଥିଲା । ଜାମିଆ ଛାତ୍ରମାନେ ଏହି ଦିନକୁ "ଜାମିଆ ପ୍ରତିରୋଧ ଦିବସ" ଭାବରେ ପାଳନ କରିଆସୁଛନ୍ତି । ୨୦୨୪ ମସିହାରେ ମଧ୍ୟ ଏହିଦିନ ୧୬ ଡିସେମ୍ବରରେ ପାଳନ କରାଯାଇଥିଲା, ଯେଉଁ କାରଣରୁ ୧୭ ଡିସେମ୍ବରରେ ପ୍ରଶାସନ କିଛି ପିଏଚଡି ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଏବଂ ତିନି ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଥିଲା ।
ଯେଉଁ ଛାତ୍ର ମାନଙ୍କୁ ନୋଟିସ ହୋଇଥିଲା ତନ୍ମଧ୍ୟରୁ ଜଣେ ଛାତ୍ର ଦିଲ୍ଲୀର ଜଣେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଆମେ ୨୦ ଡିସେମ୍ବରରେ ଉତ୍ତର ଦେଇଥିଲୁ, କିନ୍ତୁ ଦୁଇ ମାସ ପରେ ଅର୍ଥାତ ୯ ଫେବୃଆରୀରେ ଆମକୁ ଆଉ ଏକ ନୋଟିସ ଦିଆଯାଇଥିଲା ଯେ, ଆମ ବିରୋଧରେ ଏକ ଅନୁଶାସନ କମିଟି ଗଠନ ହେବ, ଯାହା ୨୫ ଫେବୃଆରୀରେ ନିଷ୍ପତ୍ତି ନେବ ।
ସମ୍ପୃକ୍ତ ଛାତ୍ର ଏହା ମଧ୍ୟ କହିଛନ୍ତି ଯେ, ଉକ୍ତ ବିକ୍ଷୋଭ ସହ ୱାକଫ୍ ଵିଲ୍ ସହ କୌଣସି ସମ୍ପର୍କ ନାହିଁ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ ସତ୍ୟତା । ଜାମିଆ ବିଶ୍ଵବିଦ୍ୟାଳୟର ଛାତ୍ର ବିକ୍ଷୋଭ କଲେଜ ପ୍ରଶାସନର କିଛି ନିର୍ଦ୍ଦେଶ ଉପରେ ଥିଲା ଏହାର ୱାକଫ୍ ଵିଲ୍ ସହ କୌଣସି ସମ୍ପର୍କ ନାହିଁ ।