Fact Check: ଗିରଫ ନୁହେଁ ; ସୁରକ୍ଷିତ ଭାବେ ରୀତିନୀତି ଅନୁଯାୟୀ ଗଣେଶ ପ୍ରତିମାଙ୍କୁ ବିସର୍ଜନ କରିଛି କର୍ଣ୍ଣାଟକ ପୋଲିସ୍
ରୀତିନୀତି ସହ ଗଣେଶଙ୍କ ପ୍ରତିମାକୁ ବିସର୍ଜନ କରିଛି କର୍ଣ୍ଣାଟକ ପୋଲିସ୍
Claim :
ବିସର୍ଜନ ବେଳେ ଶ୍ରୀ ଗଣେଶ ପ୍ରତିମାକୁ ଉଠାଇନେଲା କର୍ଣ୍ଣାଟକ ପୋଲିସ୍Fact :
ରୀତିନୀତି ସହ ଗଣେଶଙ୍କ ପ୍ରତିମାକୁ ବିସର୍ଜନ କରିଛି କର୍ଣ୍ଣାଟକ ପୋଲିସ୍
ଆରମ୍ଭ ହୋଇଛି ପାର୍ବଣ, ସର୍ବ ପ୍ରଥମେ ପ୍ରଥମେ ପୂଜା ପାଇଛନ୍ତି ବିଘ୍ନ ବିନାସକ । ଚଳିତ ବର୍ଷ ଦେଶର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଖୁବ ଧୁମଧାମରେ ପାଳିତ ହୋଇଛି । ତେବେ କିଛି ସ୍ଥାନରେ ପୂଜାକୁ ନେଇ ବିଶୃଙ୍ଖଳା ଦେଖାଦେଇଛି । ସମ୍ବଲପୁର ଜିଲ୍ଲାର କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପଲ୍ଲୀ ଅଞ୍ଚଳରେ ଜଣେ ବାସିନ୍ଦା ଚାନ୍ଦା ନଦେବାରୁ କିଛି ଦୁର୍ବୃତ୍ତ ତାଙ୍କ ଘର ଜାଳିଦେଇଥିବା ଅଭିଯୋଗ ହୋଇଛି ।
ସେହିପରି, ଦେବଗଡ଼ ଜିଲ୍ଲାର ଏକ ଗଣେଶ ପୂଜା କମିଟି ଓ ସଫେଇ କର୍ମଚାରୀ ମୁହାଁମୁହିଁ ହୋଇଥିଲେ । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସହରରେ କୁଢକୁଢ ଅଳିଆ ପଡ଼ିଥିବା ବେଳେ ପୂଜା କମିଟି କର୍ମକର୍ତ୍ତା ସଫା କରିବାରୁ ଉତ୍ତେଜନା ଦେଖା ଦେଇଥିବାର ସୂଚନା ମିଳିଛି ।
ଇତିମଧ୍ୟରେ ଗଣେଶଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଇଛି । ଫଟୋରେ କିଛି ପୋଲିସ୍ କର୍ମଚାରୀ ଗଣେଶ ମୂର୍ତ୍ତିକୁ ଧରିଥିବା ବେଳେ ଆଉ ଏକ ଫଟୋରେ ଗଣେଶଙ୍କ ଏକ ପ୍ରତିମା ପୋଲିସ୍ ଗାଡ଼ି ଭିତରେ ରଖାଯାଇଥିବାର ଦେଖା ଯାଇଛି ।
ସୋସିଆଲ ମିଡିଆରେ ୟୁଜର୍ସ ଓଡ଼ିଆ "ପ୍ରଭୁ ଶ୍ରୀ ଗଣେଶ ଙ୍କୁ କର୍ଣ୍ଣାଟକ ରେ ପୋଲିସ ଦ୍ୱାରା ଗିରଫ କରାଗଲା, ହିନ୍ଦୁଙ୍କ ଧାର୍ମିକ ଭାବନା କୁ କଂଗ୍ରେସ ଦ୍ୱାରା ଆଘାତ । #କଂଗ୍ରେସ_ସରକାରର_କରାମତି ଲେଖି ଫଟୋ ଗୁଡିକ ସେୟାର କରିଛନ୍ତି ।
ସେହିପରି ଆଉଜଣେ ୟୁଜର୍ସ ନିଜ ଫେସବୁକରେ ଉକ୍ତ ଫଟୋ ଗୁଡିକ ସେୟାର କରି ଲେଖିଛନ୍ତି, କର୍ଣ୍ଣାଟକ ରାଜ୍ୟ ମାଣ୍ଡୱାର ନାଗମଙ୍ଗଳା ଠାରେ ଶ୍ରୀଗଣେଶ ଗିରଫ। ଭଷାଣିରେ ପଥର ଫୋପଡାକୁ ବିରୋଧ କରିଥିଲେ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ।
ତେବେ ଘଟଣା ସେତିକିରେ ସମିତ ରହିନଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖା ଦେଇଥିଲା ।
ଉକ୍ତ ଫଟୋକୁ ସେୟାର କରି ଜାତୀୟ ବିଜେପି ଯୁବମୋର୍ଚ୍ଚାର ପ୍ରେସିଡେଣ୍ଟ ତେଜସ୍ୱି ସୂର୍ଯ୍ୟା ଲେଖିଥିଲେ "ପୋଲିସ୍ ଭ୍ୟାନ ଭିତରେ ଗଣେଶଙ୍କ ପ୍ରତିମା, ଏହାଠାରୁ ଆଉ ଦୁଃଖର ବିଷୟ କଣ ହୋଇଥାଇ ପାରେ" ।
ଅନ୍ୟପଟେ ନରେନ୍ଦ୍ର ମୋଦି ମଧ୍ୟ ଉକ୍ତ ଘଟଣାକୁ ନିନ୍ଦା କରିଥିବା ବେଳେ, ତାଙ୍କ ଭିଡିଓକୁ ସେୟାର କରି କଂଗ୍ରେସ ନେତା ଶରତ ପଟେଲ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି; " ବିନା ଦୋଷରେ କର୍ଣ୍ଣାଟକ ପୋଲିସ୍ ଉପରକୁ ଦୋଷ ଲଦା ଯାଉଛି । ପୋଲିସ୍ ସୁରକ୍ଷା ଦେବା ସହ ପ୍ରତିମା ଗୁଡିକୁ ବିସର୍ଜନ କରିଥିବା ବେଳେ, ଭୁଲ୍ ବାର୍ତ୍ତା ଦିଆଯାଉଛି" ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଗଣେଶ ମୂର୍ତ୍ତି ଗୁଡିକୁ ପୋଲିସ ସୁରକ୍ଷିତ ଭାବେ ନେଇ ହିନ୍ଦୁ ରୀତିନୀତି ଅନୁଯାୟୀ ବିସର୍ଜନ କରିଥିଲେ ।
କି-ୱାର୍ଡ ଗୁଡିକ ଅନୁସନ୍ଧାନ କରିବାରୁ ହିନ୍ଧୁସ୍ଥାନ ଟାଇମ୍ସ ଦ୍ୱାରା ପ୍ରସାରିତ ଏକ ଖବର ମିଳିଥିଲା ।
ଉକ୍ତ ଖବର ପ୍ରସାରଣ କରି News-18 ଉଲ୍ଲେଖ କରିଥିଲା "ମାଣ୍ଡ୍ୟା ଆରକ୍ଷୀ ଅଧିକାରୀ ଦେଇଥିବା ସୁଚନା ଅନୁଯାୟୀ, ଉକ୍ତ ଅଘଟଣଟି ଘଟିଥିଲା ଯେତେବେଳେ ଏକ ଦର୍ଘା ଆଗରେ ୫ ରୁ ୭ ମିନିଟ ସମୟ ପର୍ଯ୍ୟନ୍ତ ଗଣେଶ ପୂଜା ବିସର୍ଜନର ଶୋଭାଯାତ୍ରା ଅଟକିଥିଲା । ସେଠାରେ ଅପରପାର୍ଶ୍ଵ ରୁ ଏହାକୁ ନେଇ ଅଭିଯୋଗ ପରେ, ବଚସା ଆରମ୍ଭ ହୋଇଥିଲା । ସେଠାରେ ପୋଲିସ୍ ପହଁଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ଉଭୟ ପକ୍ଷରୁ ପଥର ମାଡ଼ ଆରମ୍ଭ ହୋଇଥିଲା । ଏଥିରେ ବହୁ କ୍ଷୟକ୍ଷତି ହୋଇଥିବାବେଳେ କିଛି ସ୍ଥାନରେ ଗଣେଶ ପ୍ରତିମା ତଳେ ପଡିଥିବାର ପୋଲିସ୍ କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ । ପୂଜ୍ୟ ପ୍ରତିମାକୁ ସୁରକ୍ଷା ଦେବାକୁ ଯାଇ ପ୍ରତିମା ଗୁଡିକୁ ନିଜ ଭ୍ୟାନ ଭିତରକୁ ନେଇଯାଇଥିଲା ପୋଲିସ୍ ।
ଏସ.ଯେ. ପାର୍କ ପୋଲିସ ଷ୍ଟେସନ କିଛି ଫଟୋ ସେୟାର କରି ଉଲ୍ଲେଖ କରିଛି, "ସମସ୍ତ ରୀତିନୀତି ସହ ଗଣେଶ ପ୍ରତିମାଙ୍କ ବିସର୍ଜନ କରାଗଲା" ।
ସେହିପରି ଜଣେ ସୋସିଆଲ ମିଡ଼ିଆଇ କ୍ରିଏଟର ଫଟୋ ଗୁଡିକ ସେୟାର କରି ଲେଖିଛନ୍ତି, "ପୋଲିସ୍ ଗଣେଶଙ୍କୁ ଗିରଫ କରିନାହିଁ ବରଂ ସୁରକ୍ଷିତ ଭାବେ ନିଜ ଭ୍ୟାନ ଭିତରକୁ ବିସର୍ଜନ ନିମନ୍ତେ ନେଉଛି " I
ଆଉଜଣେ ୟୁଜର୍ସ ଏକ ଭିଡିଓ ସେୟାର କରି ଲେଖିଛନ୍ତି, "ଦେଖନ୍ତୁ ପୋଲିସ୍ କିଭଳି ଭାବେ ଗଣେଶ ପ୍ରତିମାକୁ ସୁରକ୍ଷିତ ଭାବେ ନେଇଯାଉଛି" ।
ତେଣୁ ଦାବିରେ କୌଣସି ସତ୍ୟତା ନଥିବାର ଜଣାଯାଇଛି । ତେବେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଏବଂ ପୋଲିସ୍ ଅଧିକାରୀ ଦେଇଥିବା ସୂଚନାରୁ ପ୍ରମାଣିତ ହେଲାଯେ, ପୋଲିସ୍ ଗଣେଶଙ୍କ ପ୍ରତିମାକୁ ଗିରଫ କରିନାହିଁ । ସୁରକ୍ଷା ପାଇଁ ନିଜ ଭ୍ୟାନ ଭିତରକୁ ନେବାସହ, ରୀତିନୀତି ଅନୁଯାୟୀ ବିସର୍ଜନ ମଧ୍ୟ କରିଥିଲା ।