ଖବରରେ ନାହିଁ କୌଣସି ସତ୍ୟତା : ମତସାବ୍ୟସ୍ତ ନ କଲେ ଭୋଟରଙ୍କ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କା
ଏକ ଖବର କାଗଜ ଭଳି ତିଆରି ହୋଇଛି ଗ୍ରାଫିକ୍ସ ଯେଉଁଥିରେ ଉଲ୍ଲେଖ ରହିଛି “नहीं दिया वोट तो बैंक अकाउंट से कटेंगे 350 रुपए: आयोग” । ଏହାର ଅର୍ଥ ଭୋଟରକ ଯଦି ଭୋଟ ନ ଦିଅନ୍ତି ତେବେ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କା ।
Claim :
ଭୋଟ୍ ନଦେଲେ ବ୍ୟାଙ୍କ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କାFact :
ଏଭଳି କୌଣସି ଘୋଷଣା କରିନାହିଁ ଇସିଆଇ , ଏକ ପୁରୁଣା ଏବଂ ଫେକ୍ ଖବର କାଗଜ କୁ ସୋସିଆଲ ମିଡିଆରେ କରାଯାଇଛି ଭାଇରାଲ
ଏକ ଖବର କାଗଜ ଭଳି ତିଆରି ହୋଇଛି ଗ୍ରାଫିକ୍ସ ଯେଉଁଥିରେ ଉଲ୍ଲେଖ ରହିଛି “नहीं दिया वोट तो बैंक अकाउंट से कटेंगे 350 रुपए: आयोग” ।
ଏହାର ଅର୍ଥ ଭୋଟରକ ଯଦି ଭୋଟ ନ ଦିଅନ୍ତି ତେବେ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କା । ଯଦି ନଥିବ କୌଣସି ବ୍ୟାଙ୍କ ଆକାଉଣ୍ଟ ତେବେ ମୋବାଇଲ ରିଚାର୍ଜ ବେଳେ କଟିଯିବ ଟଙ୍କା ।
ଏଭଳି ଏକ ଖବର କାଗଜ ଟ ଫଟୋ ଏବେ ସୋସିଆଲ ମିଡିଆ ଏବଂ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଘୁରି ବୁଲୁଛି ।
ସତ୍ୟାସତ୍ୟ :- ଘଟଣା କୁ ନିରିଖେଇ ଦେଖିବାରୁ ଜଣାଯାଏ ଯେ ,ଏହା କୌଣସି ଖବର କାଗଜ ନୁହେଁ ଏକ ଗ୍ରାଫିକ୍ସ ମାତ୍ର ।
ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରୁ ଅନୁସନ୍ଧାନ କରି ଜଣାଯାଏ ଯେ , ଏହି ଗ୍ରାଫିକ୍ସ କୁ ୨୯ମାର୍ଚ୍ଚ ୨୦୨୪ ରେ ପିଆଇବି ଫ୍ୟାକ୍ଟଚେକ୍ ନିଜ ସୋସିଆଲ ମିଡିଆରେ ସେୟାର କରିଛି ।
ସେଠାରେ ଉଲ୍ଲେଖ ଅଛି କି , “दावा: लोकसभा चुनाव में जो मतदाता अपने मताधिकार का प्रयोग नहीं करेंगे,
चुनाव आयोग द्वारा उनके बैंक खातों से Rs 350 काट लिए जाएंगे #PIBFactCheck , यह दावा फर्जी है ।
@ECISVEEP द्वारा ऐसा कोई निर्णय नहीं लिया गया है ।
ऐसी भ्रामक खबरों को शेयर न करें "। ଏଥିରୁ ଜଣାଯାଏ ଏଭଳି କୌଣସି ଘୋଷଣା ଇସିଆଇ ଙ୍କ ଦ୍ଵାରା ହୋଇନାହିଁ ଏବଂ ଏହିଭଳି ଫେକ୍ ଖବର ଠାରୁ ଭୋଟରକ ଦୁରେଇ ରୁହନ୍ତୁ ।
ଗୁଗୁଲ ରିଭର୍ସ ଇମେଜ ରୁ ଜଣାଯାଏ ଯେ , ୨୯ ନଭେମ୍ବର ୨୦୨୧ ରେ ଇସିଆଇ ଙ୍କ ମୁଖପାତ୍ର ନିଜ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ଏହି ପେପର ର ଫଟୋ କୁ ପୋଷ୍ଟ କରିଛନ୍ତି ଏବଂ ଏଭଳି ମିଛ ଖବର ଠାରୁ ଦୂରେଇ ରହିବାକୁ ସତର୍କ ସୂଚନା ମଧ୍ୟ ଦେଇଛନ୍ତି ।
ଗୁଗୁଲ ରିଭର୍ସ ଇମେଜ ରୁ ଜଣାଯାଏ ଯେ , ୨୯ ନଭେମ୍ବର ୨୦୨୧ ରେ ଇସିଆଇ ଙ୍କ ମୁଖପାତ୍ର ନିଜ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ଏହି ପେପର ର ଫଟୋ କୁ ପୋଷ୍ଟ କରିଛନ୍ତି ଏବଂ ଏଭଳି ମିଛ ଖବର ଠାରୁ ଦୂରେଇ ରହିବାକୁ ସତର୍କ ସୂଚନା ମଧ୍ୟ ଦେଇଛନ୍ତି ।
୬ ଡିସେମ୍ବର ୨୦୨୧ ରେ ଏନଡିଟିଭି ମଧ୍ୟ ଏନେଇ ଖବର ପ୍ରସାରଣ କରିଛି “Delhi Police Investigates Rumour of Rs 350 Fine for Not Voting "
ସେହିପରି ହିନ୍ଦୁସ୍ଥାନ ଟାଇମ୍ସ ୬ ଡିସେମ୍ବର ୨୦୨୧ ରେ ପ୍ରସାରିତ କରିଛି ଯେ ," Delhi Police start probe into rumour of Rs350 fine for not voting "
ତେଣୁ ଉପୋରକ୍ତ ଅନୁସନ୍ଧାନ ରୁ ଜଣାଯାଏ ଯେ ,ଏଭଳି କୌଣସି ଘୋଷଣା ନିର୍ବାଚନ ଆୟୋଗ ପକ୍ଷରୁ ଘୋଷିତ ହୋଇ ନାହିଁ । ଏବଂ ଏହା କୌଣସି ଖବର କାଗଜର ଅଂଶବିଶେଷ ନୁହେଁ ତେଣୁ ଏଥିରେ କୌଣସି ସତ୍ୟାସତ୍ୟ ନାହିଁ।