ଭୁଲ ତଥ୍ୟ ସହ ଭିଡିଓ ହେଉଛି ଭାଇରାଲ ,ରବୀନ୍ଦ୍ର ନାଥ ଟାଗୋରଙ୍କ ଫଟୋଚିତ୍ର ଓଲଟା ଭାବେ ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ
ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ ,୧୨ ମଇ ୨୦୨୪ ରେ ଭାଟପରା ରାଲିରେ ଯୋଗ ଦେବାକୁ ଯାଇ ବାରାକପୁର ପ୍ରାର୍ଥୀ ଅର୍ଜୁନ ସିଂହ ଏବଂ ତାଙ୍କ ପୁଅ ପୱନ ସିଂହ ଯିଏ ହେଉଛନ୍ତି ଭାଟପରା ର ବିଜେପି ପ୍ରାର୍ଥୀ ।
Claim :
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବୀନ୍ଦ୍ର ନାଥ ଟାଗୋରଙ୍କ ଫଟୋଚିତ୍ର ଟି ଓଲଟା ଭାବେ ଗ୍ରହଣ କରୁଛନ୍ତିFact :
ମୂଳ ଭିଡିଓ ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଙ୍କୁ ଫଟୋଚିତ୍ର ପ୍ରଦାନ କରାଯାଇଥିଲା ତାହା ଓଲଟା ଥିଲା ହେଲେ ସଙ୍ଗେସଙ୍ଗେ ତାହାକୁ ସିଧାକରି ଗ୍ରହଣ କରିଥିଲେ
ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ ,୧୨ ମଇ ୨୦୨୪ ରେ ଭାଟପରା ରାଲିରେ ଯୋଗ ଦେବାକୁ ଯାଇ ବାରାକପୁର ପ୍ରାର୍ଥୀ ଅର୍ଜୁନ ସିଂହ ଏବଂ ତାଙ୍କ ପୁଅ ପୱନ ସିଂହ ଯିଏ ହେଉଛନ୍ତି ଭାଟପରା ର ବିଜେପି ପ୍ରାର୍ଥୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବୀନ୍ଦ୍ର ନାଥ ଟାଗୋରଙ୍କ ଏକ ଫଟୋଚିତ୍ର ପ୍ରଦାନ କରିଥିଲେ । ଚିତ୍ରଟି ପ୍ରଦାନ କରିବା ସମୟରେ ଏହା ଅଜାଣତରେ ଉଲଟା ରହିଯାଇଥିଲା ।
ବିଭିନ୍ନ ସୋସିଆଲ ମିଡିଆ ୟୁଜର୍ସ ଏପରିକି ଏଆଇଟିସି ( All India Trinamool Congress ) ର ଅଫିସିଆଲ ସୋସିଆଲ ମିଡିଆରେ ଏହି ଭିଡିଓ କୁ ସେୟାର କରିଥିଲେ, ପୋଷ୍ଟ ରେ ଉଲ୍ଲେଖ ରହିଥିଲା " The PM received an UPSIDE DOWN PORTRAIT of Kabiguru Rabindranath Tagore from Bhatpara BJP MLA Pawan Singh”.
ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ , "ପ୍ରଧାନମନ୍ତ୍ରୀ ଭଟପରା ବିଜେପି ବିଧାୟକ ପ୍ରାର୍ଥୀ ପୱନ ସିଂହଙ୍କ ଠାରୁ କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଏକ ଫଟୋଚିତ୍ର ଓଲଟା ଭାବେ ଗ୍ରହଣ କରୁଛନ୍ତି "
ସତ୍ୟାସତ୍ୟ : ଅନୁସନ୍ଧାନ ରୁ ଜଣାଯାଏ ଯେ ଭିଡିଓ କୁ ମିଥ୍ୟା ଦାବି ସହ ସୋସିଆଲ ମିଡିଆରେ ସେୟାର କରାଯାଇଛି
ଏଆଇଟିସି ସେୟାର କରିଥିବା ପୋଷ୍ଟ ର କମେଣ୍ଟ ପଢି ଜାଣିବାକୁ ପାଇଲୁ ଜଣେ ୟୁଜର୍ସ ଭାଇରାଲ ହେଉଥିବା ଭିଡିଓ ର ସମ୍ପୂର୍ଣ୍ଣ ଭିଡିଓ ଟି ପୋଷ୍ଟ କରିଛନ୍ତି
ସେହିପରି ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ସହାୟତାରେ ଅନୁସନ୍ଧାନ କରିବାରୁ ଦେଖିଲୁ ନରେନ୍ଦ୍ର ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲ ରେ ୨୦୨୪ ମସିହା ୧୨ମଇ ରେ ଏହି ଭିଡିଓ ଟି ଲାଇଭ କରାଯାଇଛି । ଯେଉଁଥିରେ ୨ ମିନିଟ ୫୦ ସେକେଣ୍ଡ ରେ ପ୍ରଧାନମନ୍ତ୍ରୀଙ୍କୁ ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋଚିତ୍ରଟି ଓଲଟା ଭାବେ ପ୍ରଦାନ କରାଯାଇଛି ।
ପରେ ପରେ ୩.୦୨ ସେକେଣ୍ଡ ରେ ବିଜେପି ନେତା ସୁକାନ୍ତ ମଜୁମଦାର ଯିଏକି ସେହି ସଭାରେ ଉପସ୍ଥିତ ଥିଲେ ଏହା ଦେଖି ତୁରନ୍ତ ସଂଶୋଧନ କରି ଫଟୋଚିତ୍ର ଟିକୁ ସିଧା କରିଦେଇଥିଲେ । ଫଟୋଚିତ୍ରଟିକୁ ସିଧା ଭାବେ ଧରି ପ୍ରଧାନମନ୍ତ୍ରୀ ଫଟୋ ମଧ୍ୟ ଉଠାଇଥିଲେ
ଅନୁସନ୍ଧାନ ରୁ ଆମେ ଏହା ମଧ୍ୟ ଜାଣିବାକୁ ପାଇଥିଲୁ କି, ପ୍ରଧାନମନ୍ତ୍ରୀ ଫଟୋଚିତ୍ର ଟିକୁ ଗ୍ରହଣ କରୁଥିବାର ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରାଯାଇଛି
ତେଣୁ ଅନୁସନ୍ଧାନରୁ ଜଣାଯାଏ ଯେ , ଦାବିଟି ଭ୍ରମାତ୍ମକଅଟେ । ପ୍ରଥମେ ମୋଦିଙ୍କୁ ଫଟୋଚିତ୍ର ଟି ଓଲଟା ଭାବେ ପଦାନ କରାଯାଇଥିଲା ହେଲେ ପରେ ସିଏ ଏହାକୁ ତୁରନ୍ତ ସଂଶୋଧନ କରି ସିଧା କରି ଗ୍ରହଣ କରିଥିଲେ ।