Fact Check: ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଥିଲା ଡିଆରଡିଓ
ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରବିବାର ତଥା ୧୭ନଭେମ୍ବର ୨୦୨୪ରେ ଓଡ଼ିଶା ଉପକୂଳରୁ ଏକ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି । ଏଥିରେ କାହାର ପ୍ରାଣହାନି ଘଟିନାହିଁ କି କିଛି କ୍ଷୟକ୍ଷତି ଘଟିନାହିଁ ବରଂ ଭାରତର ସଫଳ ଯାତ୍ରାରେ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଯାଇଛି ।
ଭାରତୀୟ ନୌସେନା ଏବଂ ଡିଆରଡିଓ ପକ୍ଷରୁ ସମୁଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ପରୀକ୍ଷଣ କରାଯାଇଛି । ଯେଉଁଥିରେ ଭାରତୀୟ ନୌସେନା ତା’ର ନ୍ୟକ୍ଲିୟର ପାବର୍ଡ ସବମରୀନ ଆଇଏନଏସ ଅରିଘାତରୁ ସଫଳତାର ସହ K-4 SLBM ମିସାଇଲ ପରୀକ୍ଷା କରିଛି । ଏହି ପରୀକ୍ଷଣ ପରେ ଭାରତ ବର୍ତ୍ତମାନ ସମୁଦ୍ରରୁ ଆଣବିକ ଆକ୍ରମଣ କରିବାକୁ ସକ୍ଷମ ହେବ । ଏହାଦ୍ୱାରା ଭାରତର ଆଣବିକ ଶକ୍ତି ଆହୁରି ବୃଦ୍ଧି ପାଇଛି ।
ଏହି ପରୀକ୍ଷଣ ପରେ ଚୀନ୍ ପରେ ଭାରତ ଏସିଆର ଦ୍ୱିତୀୟ ଦେଶ ହୋଇପାରିଛି ଯେଉଁଥିରେ ବୁଡ଼ାଜାହାଜରୁ ଆଣବିକ ଆକ୍ରମଣ କରିବାର କ୍ଷମତା ରହିଛି । ଯଦି ଆମେ ଆଜି ସପଳତାର ସହ ପରୀକ୍ଷଣ ହୋଇଥିବା K-4 SLBM ର ଅଗ୍ନି ଶକ୍ତି ବିଷୟରେ ଆଲୋଚନା କରିବା, ତେବେ ସମଗ୍ର ପାକିସ୍ତାନ ଏବଂ ଚୀନ୍ର ଅଧା ଅଂଶ ଏହା ଭିତରେ ଆସିବ । ଏହି ସଫଳ ପରୀକ୍ଷଣ ପରେ ବିଶ୍ବ ସ୍ତରରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଅଧିକ ଶକ୍ତିଶାଳୀ ହେବ ବୋଲି ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଛି ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ କ୍ଷେପଣାସ୍ତ୍ର ଉତକ୍ଷେପଣ ହେଉଥିବାବେଳେ ତାହା ପରୀକ୍ଷାରେ ବିଫଳ ହୋଇଥିବା ଦର୍ଶାଯାଇଛି । ସୋସିଆଲ ମିଡିଆରେ ଉକ୍ତ କ୍ଷେପଣାସ୍ତ୍ର ପରୀକ୍ଷଣ ବିଫଳ ହେବା ବେଳେ ଏଥିରେ ୧୪ ଜଣଙ୍କ ମୃତ୍ୟୁ ଏବଂ ୧୦୦ ଜଣ ଆହତ ହୋଇଥିବା ଉଲ୍ଲେଖ କରିଛନ୍ତି ୟୁଜର୍ସ ।
ଜଣେ ୟୁଜର୍ସ ନିଜ ସୋସିଆଲ ମିଡିଆରେ ଉକ୍ତ ଘଟଣାକୁ ଏକ ଖବର ପ୍ରସାରିତ ଆଧାରରେ ଉଲ୍ଲେଖ କରି ଲେଖିଛନ୍ତି, India's hypersonic missile test has failed, with the missile landing near a city in Odisha. 14 people were killed, and 100 were injured.
ଯାହାର ଓଡ଼ିଆ ଅନୁବାଦ ହେଉଛି, ଭାରତର ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା ବିଫଳ ହୋଇଛି । ଓଡ଼ିଶାର ଏକ ସହର ନିକଟରେ ଏହି କ୍ଷେପଣାସ୍ତ୍ର ଅବତରଣ କରିବା ସହ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି।
ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ୧୭ ନଭେମ୍ବର ୨୦୨୪ରେ ଓଡ଼ିଶା ଉପକୂଳରୁ ଏକ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଡିଆରଡିଓ ।
ତଦନ୍ତ କରିବାକୁ ଯାଇ ଉକ୍ତ ଘଟଣା ନେଇ ଗୁଗୁଲରେ ସର୍ଚ୍ଚ କରିଥିଲୁ । ହେଲେ କୌଣସି ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ ।
ସେହିପରି ଉକ୍ତ ଫଟୋକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ୧୮ ନଭେମ୍ବର ୨୦୨୪ ରେ ଇଣ୍ଡିଆନ ଏକ୍ସପ୍ରେସ ଏକ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ଖବର ପ୍ରସାରିତ କରି ଇଣ୍ଡିଆନ ଏକ୍ସପ୍ରେସ ଉଲ୍ଲେଖ କରିଛି, ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରବିବାର ତଥା ୧୭ନଭେମ୍ବର ୨୦୨୪ରେ ଓଡ଼ିଶା ଉପକୂଳରୁ ଏକ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ।
ସେହିପରି ଦ ପ୍ରିଣ୍ଟ ୧୭ ନଭେମ୍ବର ୨୦୨୪ରେ ଏକ ଭିଡିଓ ସେୟାର କରି ଉଲ୍ଲେଖ କରିଛି, India successfully test-fires maiden long range hypersonic missile.
୧୬ ନଭେମ୍ବର ୨୦୨୪ ରେ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଡିଆରଡିଓ । ଯାହାକି ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କାଲାମ ଦୀପରୁ ଉତକ୍ଷେପଣ କରାଯାଇଥିଲା ।
ଉକ୍ତ ଭିଡିଓକୁ ଏଏନଆଇ ମଧ୍ୟ ସେୟାର କରିଥିବା ଦେଖା ଯାଇଛି ।
ଏଥିରୁ ପ୍ରମାଣିତ ହେଲାଯେ ଭାଇରାଲ ଫଟୋ ଏବଂ ଦାବି ଉଭୟ ଭ୍ରମାତ୍ମକ ଅଟେ ।
ଉକ୍ତ ମିସାଇଲର ସଫଳ ପରୀକ୍ଷଣ ବିଷୟରେ ନିଜେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ୧୭ ନଭେମ୍ବର ୨୦୨୪ ରେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କାଲାମ ଦୀପରୁ ଉତକ୍ଷେପଣ ହୋଇଥିବା ଉକ୍ତ ମିସାଇଲର ପରୀକ୍ଷଣ ସଫଳ ହୋଇଥିବା ବେଳେ ସିଏ ଡିଆରଡିଓ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।
ସେହିପରି ପିଆଇବି ମଧ୍ୟ ଏକ ପ୍ରେସ୍ ବିବୃତି ପ୍ରଦାନ କରିଥିଵାରଦେଖିବାକୁ ମିଳିଛି ।
ଉକ୍ତ ମିସାଇଲର ସଫଳ ପରୀକ୍ଷଣ ନେଇ ବିଜନେସ ଷ୍ଟାଣ୍ଡାର୍ଡ, ଦ ହିନ୍ଦୁ, ଲାଇଭ ମିଣ୍ଟ, ଡିଡି ନିୟୁଜ ଭଳି ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବାର ଦେଖାଯାଇଛି ।
ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରବିବାର ତଥା ୧୭ନଭେମ୍ବର ୨୦୨୪ରେ ଓଡ଼ିଶା ଉପକୂଳରୁ ଏକ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି । ଏଥିରେ କାହାର ପ୍ରାଣହାନି ଘଟିନାହିଁ କି କିଛି କ୍ଷୟକ୍ଷତି ଘଟିନାହିଁ ବରଂ ଭାରତର ସଫଳ ଯାତ୍ରାରେ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଯାଇଛି ।