Explainer: ପକ୍ଷୀ ଓ ପରିବେଶ

twitter-grey
Update: 2024-12-18 16:08 GMT
Explainer: ପକ୍ଷୀ ଓ ପରିବେଶ

AI generated image on birds & the environment

  • whatsapp icon


ବିଷ ବଳୟରେ ଅଣ ନିଶ୍ୱାସୀ ଆମ ସବୁଜ ପୃଥିବୀ । କୌଣସି ବିକାଶ ପଥରେ ପରିବେଶ ବାଧକ ସାଜେ ନାହିଁ ପରିବେଶ କୁ ଆଳ କରି ବିଭିନ୍ନ ବିକାଶ ର ପଥକୁ ବିପଥଗାମୀ କରାଯାଇଥାଏ । ବିଭିନ୍ନ ସ୍ଥାନରେ କାରଖାନା ନିର୍ମାଣ ସମୟରେ ସମ୍ପୃକ୍ତ ପରିବେଶ ଦୂଷିତ ହୋଇଥାଏ । ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ଆଗମନରେ ରଙ୍ଗିନ ହୋଇଥାଏ ଆମ ଓଡ଼ିଶା । ତେବେ ପ୍ରଦୂଷଣ ର ବଢୁଥିବା ମାତ୍ରାକୁ ଦେଖି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଝାରସୁଗୁଡା, ଖୋର୍ଦ୍ଧା ଭଳି ଜିଲ୍ଲା ଗୁଡିକରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଜଳାଶୟ ଉପରେ ଯେଉଁଭଳି ଭାବେ ରେଳାଲାଇନ୍‌ ନିର୍ମାଣ ଚାଲିଛି ତାହା କେବଳ ପକ୍ଷୀଙ୍କ ସମାଗମକୁ ପ୍ରଭାବିତ କରିବା ସହ ପରିବେଶ ସନ୍ତୁଳନକୁ ମଧ୍ୟ ବ୍ୟାହାତ କରିବାର ଆଶଙ୍କା ରହିଛି ।

ଗେଣ୍ଡାଳିଆ ଭୂସ୍ବର୍ଗ ଢେଙ୍କାନାଳ ଜିଲ୍ଲାର ଷଡ଼ଙ୍ଗୀ ବନାଞ୍ଚଳ

ଅନନ୍ୟ ଉଦାହରଣ ସାଜିଛି ଢେଙ୍କାନାଳ ଜିଲ୍ଲାର ଷଡ଼ଙ୍ଗୀ ବନାଞ୍ଚଳ ବର୍ଷକୁ ହଜାର ହଜାର ଗେଣ୍ଡାଳିଆ କାହିଁକେତେ ଦୁରରରୁ ଉଡି ଏଠାକୁ ଆସିଥାନ୍ତି, ସ୍ଥାନୀୟ ବାସିନ୍ଦା ମଧ୍ୟ ତାଙ୍କର ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଥାନ୍ତି । ଗେଣ୍ଡାଳିଆ ଆସିବା ଉପରେ ଚାଷକାର୍ଯ୍ୟ ପ୍ରଭାବ ରହିଛି ବୋଲି ବିଶ୍ୱାସ କରନ୍ତି ସ୍ଥାନୀୟ ଚାଷୀ ଭାଇ ।

ଗ୍ରାମବାସୀଙ୍କ ସୂଚନା ମୁତାବକ ଅକ୍ଷୟ ତୃତୀୟା ଦିନ ପ୍ରଥମେ ଅଳ୍ପକିଛି ଗେଣ୍ଡାଳିଆ ଗାଁ ମୁହାଁ ହୋଇ ବସା ତିଆରି କରିଥିବା ବେଳେ ପରେ ପରେ ଆହୁରି ସଂଖ୍ୟକ ଗେଣ୍ଡାଳିଆ ଆସି ନିଜ ବସା ତିଆରି କରିଥାନ୍ତି । ଗ୍ରାମବାସୀଙ୍କ ବିଶ୍ୱାସ ରହିଛିଯେ, ଯେଉଁବର୍ଷ ଅଧିକ ଗେଣ୍ଡାଳିଆ ଆସିଥାନ୍ତି ସେହି ବର୍ଷ ଭଲ ବର୍ଷା ହୋଇଥାଏ । ସେହିପରି ଯେଉଁ ବର୍ଷ କମ ଗେଣ୍ଡାଳିଆ ଆସିଥାନ୍ତି, ସେହିବର୍ଷ ମରୁଡି ହେବା ଆଶଙ୍କ ଅଧିକା ରହିଥାଏ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି । ତେଣୁ ସେହିବର୍ଷ ଚାଷକାର୍ଯ୍ୟ କ୍ଷତି ହେବାର ଆଶଙ୍କା ଥିବା ଜାଣିପାରନ୍ତି ଚାଷୀ ।

ଗାଁଲୋକ ପୂର୍ବ ପୁରୁଷ କାଳକୁ ଏହି ବିଶ୍ୱାସକୁ ମାନି ଆସୁଥୁବା ବେଳେ ତାହା ଅନେକ ଥର ସତ ମଧ୍ୟ ହୋଇଛି । ଗାଁଲୋକଙ୍କ ସହ ପକ୍ଷୀଙ୍କ ସମ୍ପର୍କ ନିବିଡ । ପକ୍ଷୀଙ୍କ ଦେଖାଶୁଣା କରିବା ସହ ସୁରକ୍ଷା ପ୍ରଦାନ କରନ୍ତି ଗାଁଲୋକ। ପକ୍ଷୀକୁ ଯିଏ ଶିକାର କରିବା ଖବର ପାଇଲେ ସଙ୍ଗେ ସଙ୍ଗେ ଗାଁରେ ବୈଠକ କରି ଶିକାରୀକୁ ଧରି ସ୍ଥାନୀୟ ବନ ବିଭାଗକୁ ହସ୍ତାନ୍ତର କରନ୍ତି ।

ଦିନେ ଥିଲା ଘରଘରର ସଦସ୍ୟ ଏବେ ସହରୀ ଜୀବନରେ ବିଲୁପ୍ତ ପ୍ରାୟ


ପ୍ରତିବର୍ଷ ମାର୍ଚ୍ଚ ୨୦ କୁ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରାଯାଏ । ଘର ଅଗଣା ରେ ବୁଲୁଥିବା ଏହି ନିରୀହ ପକ୍ଷୀ ପୂର୍ବରୁ ପ୍ରତିଟି ଘରର ସଦସ୍ୟ ଥିବା ବେଳେ ଏବେ ବିଲୁପ୍ତ ପ୍ରାୟ । ଆରମ୍ଭ ହେଲା କଂକ୍ରିଟ ର ଯୁଗ ଭାଙ୍ଗିଲା ନଡ଼ାଛପର ତିଆରି ହେଲା ସ୍ୱଉଚ୍ଚ ଅଟ୍ଟାଳିକା ହେଲେ ଘର ବିହୀନ ହେଲେ ସେହି ଘରଚଟିଆ । ନଡା ଛପର ଘରେ ଚାଳ ଭିତରେ ପଶି ରହିଯାଉଥିଲେ ଏବେ କଂକ୍ରିଟ ସାଗରରେ ସେମାନେ ବୁଡ଼ନ୍ତା ଡ଼ଙ୍ଗା । ବୈଷୟିକ ବିଜ୍ଞାନ ଉନ୍ନତି ସାଙ୍ଗକୁ ସମସ୍ତଙ୍କ ହାତରେ ମୋବାଇଲ ଏହାର ବହୁଳ ବ୍ୟବହାର ଦେଖି ନିର୍ମାଣ ହେଲା ମୋବାଇଲ ଟାୱାର ଯାହାକି ଦିଗହରା କରାଇଲା ତାଙ୍କୁ । କୌଣସି ଏକ ରିପୋର୍ଟ ରୁ ଜଣାଯାଇଛି ଯେ ଏବେ କେବଳ ୨୦% ଘରଚଟିଆ ହିଁ ବଞ୍ଚିରହିଛନ୍ତି । ତେବେ କେବଳ ଘରଚଟିଆ ହିଁ କାହିଁକି, ଜୈବବିବିଧତାରେ ଥିବା ପକ୍ଷୀଙ୍କ ପ୍ରାକୃତିକ ଆବାସ ନଷ୍ଟ ହେତୁ ବିଭିନ୍ନ ପ୍ରଜାତିର ପକ୍ଷୀ ବିଲୁପ୍ତ ହେବାରେ ଲାଗିଛନ୍ତି । ଅନ୍ୟପଟେ ଜଳବାୟୁର ପରିବର୍ତ୍ତନ ପକ୍ଷୀଙ୍କ ସଂଖ୍ୟା ବିଲୁପ୍ତ ହେବାର ଆଉଗୋଟିଏ ବଡ କାରଣ । କୋନେଲ ବିଶ୍ୱବିଦ୍ୟାଳୟର ପ୍ରମୁଖ ଲେଖକ ଆଲେକଜାଣ୍ଡର ଲିଜଙ୍କ ବାର୍ଷିକ ପରିବେଶ ଓ ସମ୍ବଳର ସମୀକ୍ଷା ରିପୋର୍ଟ ଅନୁଯାୟୀ, ଆମେ ବର୍ତ୍ତମାନ ପକ୍ଷୀଙ୍କର ବିଭିନ୍ନ ପ୍ରଜାତିର ମହାବିନାଶର ନୂଆ ଲହରର ସଙ୍କେତକୁ ଦେଖୁଛୁ । ବାୟୁ ବିବିଧତା ବିଭିନ୍ନ ଅଞ୍ଚଳରେ ଏହି ସମସ୍ୟା ଦେଖାଦେଇଛି । ଆଉ ଏହି ଅଞ୍ଚଳରେ ହିଁ ଅନେକ ପ୍ରଜାତିର ପକ୍ଷୀ ସଙ୍କଟଗ୍ରସ୍ତ ଅଛନ୍ତି ।

ଗ୍ରୀଷ୍ମଋତୁରେ ଆସନ୍ତୁ ସାଜିବା ତୁଷାର୍ଥ ପକ୍ଷୀଙ୍କ ସାଥି

ବିଭିନ୍ନ ରିପୋର୍ଟ ରୁ ପ୍ରକାଶ ଅନ୍ୟ ଋତୁ ତୁଳନାରେ ଗ୍ରୀଷ୍ମ ଋତୁରେ ପକ୍ଷୀଙ୍କ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥାଏ, ବର୍ଦ୍ଧିତ ତାପମାତ୍ରା ଓ ବନାଗ୍ନୀ ସାଙ୍ଗକୁ ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଜଳ ଅଭାବ । ସୋସିଲା ଶରୀରରେ ଜଳ ର ସନ୍ଧାନରେ ବେସି ବାଟ ଉଡି ପାରିନଥାନ୍ତି ଯାହାଫଳରେ ଜଳଅଭାବ ହେତୁ ତାଙ୍କର ମୃତ୍ୟୁ ଘଟିଥାଏ । ଏଭଳି ଘଟଣା ବିଶେଷକରି ସହର ଅଞ୍ଚଳରେ ଦେଖିବାକୁ ମିଳିଥାଏ । ସହରରେ ଥିବା ବିଭିନ୍ନ କୁତ୍ରିମ ଜଳାଶୟ ହେଉଛି ସହରୀ ପକ୍ଷୀଙ୍କ ପାଣି ପିଇବାର ମୁଖ୍ୟ ସ୍ରୋତ ଯାହାକି ଗ୍ରୀଷ୍ମ ଋତୁରେ ସମ୍ପୂର୍ଣ୍ଣ ସୁଖୀ ଯାଇଥାଏ, ଏବଂ ଏଭଳି ଏକ ଛୋଟିଆ କାରଣ ହେତୁ ନିରୀହ ପକ୍ଷୀ ତା ଜୀବନ ହାରିଥାଏ । ତେବେ ଏକ ଛୋଟିଆ ପ୍ରୟାସ ଘର ଅଗଣା , ବଗିଚା କିମ୍ବା ବାଲକୋନି ରେ ଯଦି ଗ୍ରୀଷ୍ମଋତୁରେ ଆମେ ଏକ ମାଟିପାତ୍ର ରଖି ସେଥିରେ ପ୍ରତ୍ୟେକ ଦିନ କିଛି ପାଣି ଦିଅନ୍ତେ ତେବେ ନିଶ୍ଚିତ ସ୍ଥାନୀୟ ଅଞ୍ଚଳରେ ରହୁଥିବା କିଛି ପକ୍ଷୀଙ୍କ ଜୀବନ ବଞ୍ଚି ପାରନ୍ତା । 


ପକ୍ଷୀବିହାର ଭିତରକନିକାରେ ବଢ଼ିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା

ଗୋଟିଏ ପଟେ ପକ୍ଷୀ ସୁରକ୍ଷା ପାଇଁ ଚିନ୍ତା ବଢୁଥିବା ବେଳେ ଭିତରକନିକାରୁ ଆସିଛି ଖୁସି ଖବର । ପକ୍ଷୀବିହାର ରୂପେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି । ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷଠାରୁ ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକାରେ ୧,୨୩,୮୬୭ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତ ବର୍ଷ ଏହିସଂଖ୍ୟା ୧,୩୦,୧୨୩କୁ ବୃଦ୍ଧି ପାଇଛି । ଅର୍ଥାତ୍‌ ଗତ ବର୍ଷଠାରୁ ଚଳିତ ବର୍ଷ ୬୨୫୬ ଅଧିକ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଚଳିତ ବର୍ଷ ୧୩୦୦ ଗଛରେ, ୨୭୨୮୨ ବସାରେ ଏହି ପକ୍ଷୀଙ୍କୁ ଗଣନା କରାଯାଇଛି ବୋଲି ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। 

Tags:    

Similar News