Explainer: ଆସିଲା ଗୃହ ମନ୍ତ୍ରାଳୟ ରିପୋର୍ଟ, ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ସାଜିଛି ହ୍ୱାଟସଆପ୍

Update: 2025-01-03 12:05 GMT
WhatsApp Tops List of Social Media Platforms Misused by Cybercriminals


୨୦୨୪ ବର୍ଷର ପ୍ରଥମ ତିନିମାସରେ ସର୍ବମୋଟ ୪୩,୭୯୭ ସାଇବର ଅପରାଧ ପଞ୍ଜିକୃତ ହୋଇଛି । ଏଥି ମଧ୍ୟରୁ ୨୨,୬୮୦ ଲୋକପ୍ରିୟ ମେସେଞ୍ଜର ପ୍ଲାଟଫର୍ମ ହ୍ୱାଟସଆପ୍ ସହ ଯୋଡ଼ି ହୋଇଥିବା ବେଳେ ଏହା ପଛେପଛେ ୧୯,୮୦୦ ଅଭିଯୋଗ ସହ ରହିଛି ଟେଲିଗ୍ରାମ । କିଛି ଏଭଳି ରିପୋର୍ଟ ପ୍ରକାଶ କରିଛି ଗୃହ ମନ୍ତ୍ରାଳୟ ।

ସୋସିଆଲ ମିଡିଆ

ସମଗ୍ର ବିଶ୍ୱବାସୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖିଛି ସୋସିଆଲ ମିଡିଆ । ଆଜିର ବ୍ୟସ୍ତ ବହୁଳ ଜୀବନରେ ସମୟ କାଢି ଏକାଠି ହେବା ପ୍ରାୟ ଅସମ୍ଭବ ହୋଇପଡିଥିବା ବେଳେ ସମସ୍ତଙ୍କୁ ଏକାଠି ଯୋଡ଼ି ରଖିବାରେ ସୋସିଆଲ ମିଡିଆର ବିଶେଷ ଭୂମିକା ରହିଛି ।

ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆରେ ୟୁଜର୍ସ ନିଜର ଜୀବନଶୈଳୀ ବିଷୟରେ ଲେଖି ତା ସହ ଜଡ଼ିତ ଫଟୋ ପୋଷ୍ଟ କରୁଥିବାର ଦେଖାଯାଏ । ଏପରିକି ସକାଳ ର ଜଳଖିଆ ଫଟୋ ଠାରୁ ଯାତାୟାତ ସମୟର ଫଟୋ ନିଜର ସେଲ୍ଫି ଏବଂ ରାତ୍ରି ଭୋଜନ ପର୍ଯ୍ୟନ୍ତ ଫଟୋ କିଛି ୟୁଜର୍ସ ସେୟାର କରିଥାନ୍ତି । ସେହିପରି କେହିଜଦି କୌଣସି ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଇଥାନ୍ତି ବିମାନ ଚେକଇନ ଠାରୁ ଘରକୁ ଫେରିବା ପର୍ଯ୍ୟନ୍ତ ସମସ୍ତ ସ୍ମୃତିକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଵାର ଦେଖାଯାଇଛି ।

ଲୋକପ୍ରିୟ ମେସେଞ୍ଜର ପ୍ଲାଟଫର୍ମ ହ୍ୱାଟସଆପ୍

ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ ର ବ୍ୟବହାର କୁ ତାଳ ଦେଇ ଆଗକୁ ବଢ଼ିବାରେ ଲାଗିଛି ଲୋକପ୍ରିୟ ମେସେଞ୍ଜର ପ୍ଲାଟଫର୍ମ ହ୍ୱାଟସଆପ୍ । ପୂର୍ବରୁ ଚିଠିରେ ନିଜର ବାର୍ତ୍ତା ଲେଖି ପ୍ରିୟଜନଙ୍କୁ ପଠାଯାଉଥିବା ବେଳେ ଚିଠିଟି ପହଁଚିବା ପାଇଁ ପ୍ରାୟ ୧୫ ଦିନରୁ ଏକ ମାସ ଲାଗିଯାଉଥିଲା । ପରେପରେ ପ୍ରଯୁକ୍ତି ବିଦ୍ୟାର ବହୁଳ ଗବେଷଣା ପରେ ଟେଲିଗ୍ରାମ, ମେସେଯ ଏବଂ ଇମେଲ ଭଳି ବାର୍ତ୍ତା ଆଦାନ ପ୍ରଦାନର ନୂଆ ମାଧ୍ୟମର ଉଦଭାବନ ହୋଇଥିବା ବେଳେ ଏ ସମସ୍ତଙ୍କୁ ପଛରେ ପକାଇ ଆଗକୁ ବଢ଼ିଛି ହ୍ୱାଟସଆପ୍ । ହ୍ୱାଟସଆପ୍ ଦ୍ୱାରା ମାଗଣାରେ ସମସ୍ତଙ୍କୁ ୟୁଜର୍ସ ମେସେଜ ସହ ଫଟୋ କିମ୍ବା ଭିଡିଓ ପଠାଇ ପାରୁଥିବା ବେଳେ ଏହା ସାଜିଛି ଏକ ଲୋକପ୍ରିୟ ମେସେଞ୍ଜର ପ୍ଲାଟଫର୍ମ ।

ଦୈନନ୍ଦିନ ଜୀବନରେ ହ୍ୱାଟସଆପ୍ ର ଭୂମିକା

ମେସେଯ ମାନେ ହ୍ୱାଟସଆପ୍, ବର୍ତ୍ତମାନର ଡିଜିଟାଲ ଯୁଗରେ ଏହାର ରହିଛି ବହୁଳ ଚାହିଦା । ପାଖରେ ସ୍ମାର୍ଟଫୋନ ଏବଂ ଇଣ୍ଟରନେଟ ଥିଲେ ଦେଶର ଯେକୌଣସି ସ୍ଥାନରେ ଆପଣଙ୍କ ପ୍ରିୟଜନ ସହ ଖୁବ ସହଜରେ ଯୋଡ଼ି ହୋଇପାରିବେ । କେବଳ ମେସେଜ ନୁହେଁ ଆପଣ ଫଟୋ, ଭିଡିଓ ଏବଂ ଲୋକେସନ ମଧ୍ୟ ସେୟାର କରିପାରିବେ । କଥାହେବା ସହ ଭିଡିଓ କଲ୍ ମଧ୍ୟ କରିପାରିବେ । ତେଣୁ ଏତେ ସବୁ ଫିଚର୍ ଜଡିତ ହୋଇଥିବାରୁ ଏବେ ଦୈନନ୍ଦିନ ଜୀବନରେ ହ୍ୱାଟସଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ସେହିପରି ବିଭିନ୍ନ ଗୃପରେ ଯୋଡ଼ିହୋଇ ଏକାଧିକ ବନ୍ଧୁଙ୍କ ସହ ମଧ୍ୟ ସମ୍ପର୍କ ରଖି ପାରୁଥିବାରୁ ଏହାର ଚାହିଦା ଦିନକୁଦିନ ବଢ଼ିବାରେ ଲାଗିଛି ।

ସାଇବର ଠକ ଏବଂ ସୋସିଆଲ ମିଡିଆ

ହତ୍ୟା, ଦୁଷ୍କର୍ମ ଏବଂ ଲୁଟ୍ କୁ ପଛରେ ପକାଇଚି ସାଇବର କ୍ରାଇମ । ଲାପଟପ ଏବଂ ଇଣ୍ଟରନେଟ ବ୍ୟବହାର କରି ଗୋଟିଏ ରୁମରେ ବସି ଯେକୌଣସି ଅଞ୍ଚଳର ଯେକୌଣସି ବ୍ୟକ୍ତିଙ୍କୁ ଲୁଟ୍ କରିପାରୁଛନ୍ତି ସାଇବର ଠକ । କେତେବେଳେ ଆଧାର ପ୍ୟାନ ଲିଙ୍କ ତ କେତେବେଳେ ବ୍ୟାଙ୍କ ଖାତା ଅପଡେଟ୍ ତ କେତେବେଳେ ଡିଜିଟାଲ ଆରେଷ୍ଟ ନାଁ ରେ କିଛି ସମୟ ମଧ୍ୟରେ କୋଟିକୋଟି ଟଙ୍କା ଠକି ନେଉଛନ୍ତି ସାଇବର ଠକ । ମୋବାଇଲରେ ଅଜଣା ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରି ଦିନରାତି ସେଥିରେ ବୁଡ଼ି ରହୁଛନ୍ତି ୟୁଜର୍ସ । ବିଶେଷକରି ଯୁବଗୋଷ୍ଠୀଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର କରିବାର ପ୍ରବଣତା ଅଧିକ ରହିଥିବା ଦେଖା ଯାଇଛି ।

ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍

ହ୍ୱାଟସଆପ୍ ର ବହୁଳ ବ୍ୟବହାରକୁ ଦେଖି ସାଇବର ଅପରାଧୀ ଏବେ ଏହି ପ୍ଲାଟଫର୍ମର ୟୁଜର୍ସଙ୍କୁ ଟାର୍ଗେଟ କରୁଥିବାର ଦେଖାଯାଇଛି । ପ୍ଲେଷ୍ଟୋର ରେ ଥିବା ସୂଚନା ଅନୁଯାୟୀ ପ୍ରାୟ ୫୦୦ କୋଟିରୁ ଉର୍ଦ୍ଧ୍ବ ହ୍ୱାଟସଆପ୍ ଆପ୍ଲିକେସନ ଏବେ ଡାଉନଲୋଡ଼ ହୋଇ ସାରିଛି ଯାହାକି ଅନ୍ୟ ମେସେଞ୍ଜର ଆପ୍ ଠାରୁ ଢେର ଅଧିକ। ଅଧିକ ୟୁଜର୍ସ ମାନେ ଅଧିକ ସମ୍ଭାବନା ତେଣୁ ଏହା ଏବେ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ସାଜିଛି ବୋଲି କୁହାଯାଇଛି ।

କିଭଳି ହେଉଛି ହ୍ୱାଟସଆପ୍ ରେ ଠକେଇ

ହ୍ୱାଟସଆପ୍ ଖୋଲୁଖୋଲୁ ପ୍ରିୟଜନଙ୍କ ମେସେଯ ସହ ଆସିଥାଏ ବହୁ ଅଜଣା ବ୍ୟକ୍ତିଙ୍କ ମେସେଯ କିଛି ମାର୍କେଟିଙ୍ଗ ସଂସ୍ଥା ନିଜର ବ୍ୟବସାୟ ପାଇଁ ଏଭଳି ମେସେଯ ପଠାଉଥିବା ବେଳେ ଏହାକୁ ଠକିବାର ବାଟ ବାଛିଛନ୍ତି ସାଇବର ଠକ । ଆସୁଛି ବିଭିନ୍ନ ଲିଙ୍କ ଗୋଟିଏ କ୍ଲିକ କରୁକରୁ ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା ।

କିଛି ମାସ ଭିତରେ ହ୍ୱାଟସଆପ୍ ରେ ଭିଡିଓ କଲ୍ କରି ନିଜକୁ ପୋଲିସ୍ କିମ୍ବା କଷ୍ଟମ ଅଫିସରର ପରିଚୟ ଦେଇ ବିଭିନ୍ନ ସ୍ଥାନରେ ଠକେଇ ହୋଇଥିବାର ଦେଖାଯାଇଥିଲା । ସେହିପରି ବିବାହଘର କାର୍ଡ଼ ଟିଏ ଅଜଣା ନମ୍ବରରୁ ଆସିଥିବା ବେଳେ ଡାଉନଲୋଡ଼ କରୁକରୁ ଏକ ଅଜଣା ଫାଇଲ ମୋବାଇଲରେ ଡାଉନଲୋଡ଼ ହୋଇଯାଇଥାଏ ମୋବାଇଲରୁ ମୋବାଇଲ ଘୁରି ବୁଲିବା ସହ ବିଭିନ୍ନ ଗୁପ୍ତ ସୂଚନା ହ୍ୟାକ୍ ହୋଇ ଯାଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବାର ଦେଖାଯାଇଛି ।

ସେହିପରି ଏଭଳି ଠକେଇରୁ କିଭଳି ବର୍ତ୍ତିବେ ଏନେଇ ପୂର୍ବରୁ ତେଲୁଗୁ ପୋଷ୍ଟ ଏକ ବିସ୍ତାର ଖବର ପ୍ରକାଶିତ କରିଛି ।


ଟାର୍ଗେଟରେ ଗୃହିଣୀ, ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀ

ଘରେ ଅଧିକାଂଶ ସମୟ ଏକା ବିତାଉଥିବା ଗୃହିଣୀ ମାନେ ହ୍ୱାଟସଆପ୍ ଜରିଆରେ ନିଜର ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ସମୟ ବିତାଇ ଥାଆନ୍ତି । ଯୁବଗୋଷ୍ଠୀ ମଧ୍ୟ ଚାକିରୀର ସନ୍ଧାନରେ ବିଭିନ୍ନ ସାଇଟ ଏଡାଇ ଥାଆନ୍ତି, ସେହିପରି ଛାତ୍ରଛାତ୍ରୀ ମାନେ ଟିକିଏ ସମୟ ମିଳିଲେ ମୋବାଇଲରେ ମାତିଯାଇଥାନ୍ତି । କୌଣସି ଅଜଣା ଲିଙ୍କ କ୍ଲିକ କରିବା ସହ କୌଣସି ଫାଇଲ ଆସିଥିଲେ କିମ୍ବା କୌଣସି ଅଜଣା ଆପ୍ଲିକେସନ ଡାଉନଲୋଡ଼ କରିବାରେ କୌଣସି ଦ୍ଵିଧା ରଖିନଥାନ୍ତି । ତେଣୁ ମୁଖ୍ୟତଃ ଏହି ତ୍ରିସ୍ତରୀୟ ଗୋଷ୍ଠୀଙ୍କୁ ଅଧିକ ଟାର୍ଗେଟ ରଖିଥାନ୍ତି ସାଇବର ଠକ ।

ଗୃହ ମନ୍ତ୍ରାଳୟର ରିପୋର୍ଟ ୨୦୨୪

ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ତିନି ମାସରେ ହ୍ୱାଟସଆପ ଜରିଆରେ ସାଇବର ଠକେଇ ସମ୍ପର୍କିତ ମୋଟ ୪୩ ହଜାର ୭୯୭ଟି ଅଭିଯୋଗ ହୋଇଛି। ତା'ପଛକୁ ରହିଛି ଟେଲିଗ୍ରାମ। ଟେଲିଗ୍ରାମ ଜରିଆରେ ୨୨ ହଜାର ୬୮୦ ଠକେଇ ଅଭିଯୋଗ ଏବଂ ଇନଷ୍ଟାଗ୍ରାମ ଜରିଆରେ ୧୯ ହଜାର ୮ ଶହ ଠକେଇ ଅଭିଯୋଗ ହୋଇଛି ।

ଖାଲି ଏତିକି ନୁହେଁ, ରିପୋର୍ଟରେ ଏହା ବି ମଧ୍ୟ କୁହାଯାଇଛି, ସାଇବର ଠକ ଗୁଗୁଲ ସେବା ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରୁଛନ୍ତି। ଗୁଗୁଲ ବିଜ୍ଞାପନ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ସାଇବର ଠକ। ସାଇବର ଅପରାଧୀ ମୁଖ୍ୟତଃ ବେକାରୀ, ଗୃହିଣୀ, ଛାତ୍ରଛାତ୍ରୀ, ଅଭାବୀ ଲୋକଙ୍କୁ ଅଧିକ ଟାର୍ଗେଟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି  ।

Tags:    

Similar News