ଜାଲ ପ୍ରମାଣପତ୍ର ତିଆରି କରି ଆସୁଛନ୍ତି ଅନୁପ୍ରବେଶକାରୀ, ଭ୍ରମାତ୍ମକ ଭିଡିଓ ହେଉଛି ଭାଇରାଲ

Update: 2024-08-18 04:15 GMT

  

ଅନୁପ୍ରବେଶକାରୀ ସମସ୍ୟାକୁ ନେଇ ଦେଶରେ ବିସ୍ଫୋରକ ସ୍ଥିତି ଉପୁଜିଥିବା ଥିବା ବେଳେ ସରକାରଙ୍କ ମୁଣ୍ଡ ବିନ୍ଧାର ପ୍ରମୁଖ କାରଣ ସାଜିଛି ଫେକ୍ ପରିଚୟ ପତ୍ର । ଆଧାର କାର୍ଡ ଭୋଟର କାର୍ଡ, ରାସନ କାର୍ଡ ଆଦି ପରିଚୟ ପତ୍ର ଓଡ଼ିଶାରେ ସହଜରେ ପ୍ରସ୍ତୁତ ହୋଇପାରୁଛି ! ଏନେଇ ବିଗତ ଦିନରେ ଓଡ଼ିଶାର ଅନ୍ୟତମ ପ୍ରମୂଖ ଗଣମାଧ୍ୟମ ସଂସ୍ଥା କନକ ନ୍ୟୁଜ ଏକ ଷ୍ଟ୍ରିଙ୍ଗ ଅପରେସନ କରିଥିଵାର ଦେଖା ଦେଇଛି । ପ୍ରସାରିତ ଖବର ଅନୁଯାୟୀ ,ସ୍ଥାନୀୟ ନେତାଙ୍କୁ ଧରି ସହଜରେ ତିଆରି କରାଯାଉଛି ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର, ଏପରିକି ଅନେକ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି ରାଜନେତା । ଅଭିଯୋଗ ଅନୁଯାୟୀ , ଓଡ଼ିଶାକୁ କୋଲକାତା ଦେଇ ଆସୁଛନ୍ତି ବାଙ୍ଗଲାଦେଶୀ, ପରେପରେ ଏଠାରେ କିଛି ଦିନ ରହିବା ପରେ ସେମାନେ ରାଜନେତାଙ୍କ ଭୋଟ୍ ବ୍ୟାଙ୍କ ପାଲଟି ଯାଉଛନ୍ତି ।

ଖବର ସଂଗ୍ରହ ସମୟରେ ବଲାଙ୍ଗୀର ଜିଲ୍ଲାର କିଛି ଅଣଓଡ଼ିଆ ବୁଲା ବିକାଳୀଙ୍କ ସହ କନକ ନିୟୁଜର ପ୍ରତିନିଧି ବାର୍ତ୍ତାଳାପ କରି ଜାଣିବାକୁ ପାଇଥିଲେ ଯେ, "ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅନୁପ୍ରବେଶକାରୀଙ୍କୁ ଭୋଟର କାର୍ଡ, ରାସନ କାର୍ଡ ସହ ଘର ତିଆରି ପାଇଁ ପଟା ପ୍ରଦାନ କରାଯାଉଛି । ସେମାନେ ଉକ୍ତ ସ୍ଥାନରେ ୧୦-୧୫ ବର୍ଷ ରହିବା ପରେ ସ୍ଥାନୀୟ ନେତାଙ୍କ ସହୟତାରେ ଆଧାର କାର୍ଡ, ରାସନ କାର୍ଡ କରାଯାଉଛି । ଅନ୍ୟପଟେ କିଛି ପାଇସାକାରବାର କରି ମଧ୍ୟ ଏଭଳିପରିଚୟ ପ୍ରମାଣ ପତ୍ର ତିଆରି ହୋଇପାରୁଛି ବୋଲି ମଧ୍ୟ ଅଣଓଡ଼ିଆ ବ୍ୟବସାୟୀ ସୂଚନା ଦେଇଛନ୍ତି । 

ଅନ୍ୟପଟେ କିଛି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଭାରତକୁ ପଶି ଆସିଥିବା ବେଳେ ପୋଲିସ ହାତରେ ଧରାପଡିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ଟିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଉକ୍ତ ଅନୁପ୍ରବେଶକାରୀଙ୍କୁ ଧରି ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାର ଦେଖାଯାଇଛି । ଭିଡିଓ ସେୟାର କରି ୟୁଜର୍ସ ଲେଖିଛନ୍ତି , " ପଶ୍ଚିମବଙ୍ଗରେ ଜାଲି ଆଧାର କାର୍ଡର ଫ୍ୟାକ୍ଟ୍ରି ଲଗାଯାଇଛି, ଅନୁପ୍ରବେଶ କାରୀ ମାନେ ଉକ୍ତ ଜାଗାରୁ ଜାଲ ଆଧାର କାର୍ଡ ନେଇ ବିଭିନ୍ନ ସ୍ଥାନକୁ ସହଜରେ ପ୍ରବେଶ କରୁଛନ୍ତି" ।


Full View


Full View




ସତ୍ୟାସତ୍ୟ: ଅନୁସନ୍ଧାନ ରୁ ଜଣାଯାଏଯେ ଉକ୍ତ ଭିଡିଓ ଟି ବହୁ ପୁରୁଣା ଏବଂ ବର୍ତ୍ତମାନର ବାଙ୍ଗଲାଦେଶୀ ହିଂସାକାଣ୍ଡ ସହ କୌଣସି ସମ୍ପୃକ୍ତି ନାହିଁ  ।

ଭାଇରାଲ ଭିଡିଓ ରେ ଜନତା ଏକ୍ସପ୍ରେସ ଉଲ୍ଲେଖ ରହିଥିବା ବେଳେ, ଏନେଇ ଅନୁସନ୍ଧାନ ଆରମ୍ଭ କରିଥିଲୁ । ଅନୁସନ୍ଧାନରୁ "ଜନତାଏକ୍ସପ୍ରେସ " ନାଁ ରେ ଏକ ୟୁଟ୍ୟୁବ ଚ୍ୟାନେଲ ଥିବାର ଦେଖିବାକୁ ପାଇଥିଲୁ । ଜନତା ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲରେ ୩୭୬ ଟି ଭିଡିଓ ଅପଲୋଡ ହୋଇଥିବା ବେଳେ ୬.୯୨ ହଜାର ସବସକ୍ରାଇବର ରହିଛନ୍ତି । ଉକ୍ତ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ହେଉଥିବା ଭିଡିଓ ଟି ୮ମଇ ୨୦୨୩ରେ ଅପଲୋଡ଼ ହୋଇଥିବା ବେଳେ ୬୬୪୨୦ ଜଣ ଭିଡିଓ ଟିକୁ ଦେଖି ସାରିଛନ୍ତି ସେହିପରି ଭିଡିଓ ଟିକୁ ୧.୨୦୦ ଜଣ ଲାଇକ ମଧ୍ୟ କରିଛନ୍ତି ।  ହିନ୍ଦୀ ଭାଷାରେ 'ଆଧାର କାର୍ଡ ରେ ହେରାଫେରି' ଉଲ୍ଲେଖ କରି ଭିଡିଓ ଟିକୁ ଅପଲୋଡ କରାଯାଇଛି ।

ଭିଡିଓ ରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ, ହିନ୍ଦୀରେ ସୂଚନା ଦେଇ କହୁଛନ୍ତି ଜଣେ ବାଙ୍ଗଲାଦେଶୀ ଯାହାର ପାସପୋର୍ଟ ଅଛି ଭାରତ ଆସିକି ଏକ ଆଧାରକାର୍ଡ ତିଆରି କରିପାରୁଛି । ବାଙ୍ଗଳାଦେଶ ରେ ବ୍ୟକ୍ତିଙ୍କ ନାମ ହସମତ ଖଲିଫା ହୋଇଥିବା ବେଳେ ଭାରତରେ ତିଆରି ହୋଇଥିବା ଆଧାର କାର୍ଡରେ ତାଙ୍କ ନାମ ଫୁଜାନ ସେଖ ଉଲ୍ଲେଖ ରହିଛି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ ନାମ ସହ ଉକ୍ତ ବ୍ୟକ୍ତି ଜଣଙ୍କ ନିଜର ବୟସ ଏବଂ ମାତା ପିତାଙ୍କ ନାମ ମଧ୍ୟ ବଦଳାଇ ଦେଇଛନ୍ତି, ଯେପରିକି ସିଏ ଜଣେ ବାଙ୍ଗଲାଦେଶୀ ବୋଲି କୌଣସି ପରିଚୟ ରହିବ ନାହିଁ । ଜଣେ ବ୍ୟକ୍ତି ଅନୁପ୍ରବେଶକାରୀ ଭାବେ ବୁଲୁଥିବା ବେଳେ ଆଉଜଣେ ଟୁରିଷ୍ଟ ଭିସା ନେଇ ରହୁଥିବାର ସୂଚନା ରହିଛି । 



ଏଥିରୁ ପ୍ରମାଣିତ ହୋଇଗଲା ଯେ ଭିଡିଓ ଟି ବର୍ତ୍ତମାନ ହୋଇଥିବା ବାଙ୍ଗଲାଦେଶୀ ହିଂସାକାଣ୍ଡ ପୂର୍ବରୁ ଇଣ୍ଟରନେଟ ରେ ଉପଲବ୍ଧ ରହିଛି ।

ଭିଡିଓରେ ଉଲ୍ଲେଖ ରହିଥିବା ହାସଟ୍ୟାଗ ଏବଂ କିଛି କମେଣ୍ଟ ପଢ଼ି ଜଣାଯାଏଯେ ଭିଡିଓ ରେ ସୂଚନା ଦେଉଥିବା ବରିଷ୍ଠ ପୋଲିସ ଅଧିକାରୀ ଜଣଙ୍କ ନାଁ ହେଉଛି ଅଭିସେକ ପଲ୍ଲଭ ଏବଂ ଭିଡିଓ ଟି ଛତିଶଗଡ଼ ଅଞ୍ଚଳର ।

ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ, ଉକ୍ତ ଭିଡିଓ ଟି ଦୈନିକ ଭାସ୍କରରେ ମଧ୍ୟ ପ୍ରସାରିତ ହୋଇଛି । ଯାହାକି ୨୦୨୩ ମସିହାର ବୋଲି ଭିଡିଓ ଦୈନିକ ଭାସ୍କର ସୂଚନା ଦେଇଛି ।




ବିଭିନ୍ନ ଗଣମାଧ୍ୟମରେ ହୋଇଥିବା ଖବର ପ୍ରସାରଣ ଏବଂ ଆମ ଅନୁସନ୍ଧାନ ରୁ ଜଣାଯାଏଯେ ଭାଇରାଲ ଭିଡିଓ ଟି ୨୦୨୩ ମସିହାର ଏବଂ ବିଗତ ଦିନରେ ବାଙ୍ଗଲାଦେଶରେ ଘଟିଥିବା ହିଂସାକାଣ୍ଡ ସହ କୌଣସି ସମ୍ପୃକ୍ତି ନାହିଁ । 


Claim :  ବାଙ୍ଗଲାଦେଶରେ ହିଂସାକାଣ୍ଡ ପରେ ଫେକ୍ ଅଧାରକାର୍ଡ ତିଆରି କରି ପବେଶ କରୁଛନ୍ତି ଅନୁପ୍ରବେଶକାରୀ
Claimed By :  Social Media Users
Fact Check :  False
Tags:    

Similar News