ମୋଟୁ ପତଲୁ ନୁହେଁ " ଆଜ କଲ ତେରେ ମେରେ ପ୍ୟାରକେ ଚର୍ଚ୍ଚେ " ଗୀତରେ ନାଚିଛନ୍ତି ରାଧିକା ଏବଂ ଅନନ୍ତ ଆମ୍ବାନୀ

Update: 2024-07-16 16:52 GMT


ଚଳିତ ବର୍ଷ ଆମ୍ବାନୀ ପରିବାର ଆଣିଛି ନୂଆ ସଦସ୍ୟ, ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରିଲାଏନ୍ସ କମ୍ପାନୀର ମୁଖ୍ୟ ମୁକେଶ ଅମ୍ବାନୀ ଙ୍କ ସାନପୁଅ ଅନ୍ତନ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ।

କିଛିଦିନ ହେବ ସୋସିଆଲ ମିଡିଆରେ ଉଭୟଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଉଭୟେ ମୋଟୁ ପତଲୁ ଗୀତରେ ନାଚୁଥିବାର ଦେଖା ଦେଇଛି ।


ସେହିପରି ଅନ୍ୟ ଏକ ୟୁଟ୍ୟୁବ ଚ୍ୟାନେଲରେ ଉଭୟେ ' ଏକ ମୋଟା ହାତୀ ' ଗୀତରେ ନାଚୁଥିବାର ଭିଡିଓ ମଧ୍ୟ ଅପଲୋଡ ହୋଇଥିବାର ଦେଖା ଯାଇଛି ।


Full View


ସତ୍ୟାସତ୍ୟ: ଅନୁସନ୍ଧାନ ରୁ ଜଣାଯାଏଯେ ଦାବିରେ କୌଣସି ସତ୍ୟାସତ୍ୟ ନାହିଁ । ମୂଳ ଭିଡିଓ ରେ ଆଜ କଲ ତେରେ ମେରେ ପ୍ୟାରକେ ଚର୍ଚ୍ଚେ" ଗୀତ ରେ ନାଚୁଛନ୍ତି ଅନନ୍ତ ଏବଂ ରାଧିକା ।

୬ ମାର୍ଚ୍ଚ. ୨୦୨୪ ରେ ଜୁମ୍ ଟିଭି ନିଜ ୟୁଟ୍ୟୁବ ଚ୍ୟାନେଲ ରେ ଏକ ଭିଡିଓ ଅପଲୋଡ କରିଛି, ଯାହାକି ୫.୧୭୪.୦୩୫ ଥର ଦର୍ଶକ ଦେଖିଥିବା ବେଳେ ଏହାକୁ ୧୧୮ ହଜାର ଲାଇକ ମଧ୍ୟ ମିଳିଛି। ଭାଇରାଲ ହେଉଥିବା ଭିଡିଓ ଟିରେ ଉଭୟେ ଆଜ କଲ ତେରେ ମେରେ ପ୍ୟାରକେ ଚର୍ଚ୍ଚେ" ଗୀତ ରେ ନାଚୁଥିବାର ଦେଖା ଯାଇଛି ।


Full View

ରେଡ଼ ଏଫଏମ ବେଙ୍ଗାଲୁରୁ ମଧ୍ୟ ଉକ୍ତ ଭିଡିଓ କୁ ନିଜ ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ କରିଚି, ଯାହାର ଶୀର୍ଷକ ରହିଛି " ଅନନ୍ତ ଏବଂ ରାଧିକା, ଆଜ କଲ ତେରେ ମେରେ ପ୍ୟାରକେ ଚର୍ଚ୍ଚେ" ଗୀତ ରେ ନାଚୁଛନ୍ତି ।




 ୨୦୨୪ ମାର୍ଚ୍ଚ ୪ ରେ କୁଇଣ୍ଟ ନିୟୋନ ଉକ୍ତ ଭିଡିଓ କୁ ଅପଲୋଡ କରି ଲେଖିଛି " ଆଜ କଲ ତେରେ ମେରେ ପ୍ୟାରକେ ଚର୍ଚ୍ଚେ" ଗୀତ ରେ ନାଚୁଛନ୍ତି ଅନନ୍ତ ଏବଂ ରାଧିକା ଯାହାକି ତାଙ୍କର ବିବାହ ପୂର୍ବ ସଭାର ଜଣାଯାଇଚି ।


Full View

ରିପବ୍ଲିକ ଟିଭି ଏନେଇ ଏକ ଖବର ପ୍ରସାରଣ କରି ଲେଖିଛି " ଆଜ କଲ ତେରେ ମେରେ ପ୍ୟାରକେ ଚର୍ଚ୍ଚେ" ଗୀତ ରେ ନାଚୁଛନ୍ତି ଅନନ୍ତ ଏବଂ ରାଧିକା"

ଟାଇମ୍ସ ଅଫ ଇଣ୍ଡିଆ ରେ ପ୍ରସାରିତ ଖବର ଅନୁଯାୟୀ " ଆଜ କଲ ତେରେ ମେରେ ପ୍ୟାରକେ ଚର୍ଚ୍ଚେ" ଗୀତ ରେ ଝୁମିଛନ୍ତି ଉଭୟେ ଅନନ୍ତ ଏବଂ ରାଧିକା, ଯାହାକି ଉଭୟଙ୍କର ସଙ୍ଗୀତ ସମୟର ବୋଲି ଜଣାପଡିଚି ।

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଏବଂ ଆମ ଅନୁସନ୍ଧାନ ଅନୁଯାୟୀ ଉଭୟେ " ଆଜ କଲ ତେରେ ମେରେ ପ୍ୟାରକେ ଚର୍ଚ୍ଚେ" ଗୀତ ରେ" ନାଚିଛନ୍ତି, ଯାହାର ଅଡିଓ କୁ ଏଡିଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । 

Claim :  ମୋଟୁ ପାତଲୁ କି ଯୋଡି ସଙ୍ଗୀତ ରେ ଝୁମିଲେ ଅନ୍ତନ ଆମ୍ବାନୀ ଏବଂ ରାଧିକା
Claimed By :  Social Media Users
Fact Check :  False
Tags:    

Similar News