ମିଥ୍ୟା ଖବର ହେଉଛି ଭାଇରାଲ; ବୁଲେଟ ପ୍ରୁଫ୍ ଜ୍ୟାକେଟ ବଞ୍ଚାଇଲା ଟ୍ରମ୍ପଙ୍କ ଜୀବନ, ହେଲେ ଟ୍ରମ୍ପ ଙ୍କ କାନରେ ହିଁ ବାଜିଛି ଗୋଟିଏ ଗୁଳି

Update: 2024-07-16 17:49 GMT


ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ଉପରକୁ ଗୁଳିବିନିମୟ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । କାନର ଅପର ପାର୍ଶ୍ଵରେ ଗୁଳି ବାଜିବା ପରେ ରକ୍ତାକ୍ତ ହୋଇଯାଇଥିଲେ ଟ୍ରମ୍ପ, ସୁରକ୍ଷା କର୍ମୀ ତାଙ୍କୁ ସୁରକ୍ଷା କବଚ ଭିତରେ ସଭାସ୍ଥଳରୁ ସୁରକ୍ଷିତ ଅବସ୍ଥାରେ ନେଇଯାଇଥିଲେ । ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କୁ ଜଣେ ସୁରକ୍ଷା କର୍ମୀ ଗୁଳି ମାରିଥିବା ବେଳେ ସଭାରେ ଯୋଗ ଦେବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାର ଗଣମାଧ୍ୟମ ରେ ସୂଚନା ରହିଛି ।

ଏହି ଘଟଣା କୁ ସମସ୍ତ ମହଲରେ ତୀବ୍ର ନିନ୍ଦା କରାଯାଇଥିବାର ଦେଖା ଦେଇଥିବା ବେଳେ, ଟ୍ରମ୍ପ ଙ୍କ ଆସୁରୋଗ୍ୟ କାମନା କରିଛନ୍ତି ବଡ଼ବଡ଼ ନେତା ।

ମୋ ମିତ୍ର ଟ୍ରମ୍ପ ଙ୍କ ଉପରକୁ ହୋଇଥିବା ଏହି ଆକ୍ରମଣ କୁ ମୁ ନିନ୍ଦା କରୁଛି, ତାଙ୍କର ଆସୁରୋଗ୍ୟ କାମନା କରୁଛି ବୋଲି ନିଜ ଏକ୍ସ ରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ।


ସେହିଭଳି ହୋଣ୍ଡୁରାଣ୍ଡ୍ ରାଷ୍ଟ୍ରପତି, କ୍ୟାନେଡା ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣା କୁ ତୀବ୍ର ନିନ୍ଦା କରିଥିବାର ଦେଖା ଦେଇଛି ।





ଏହି ଭିତରେ କିଛି ଫଟୋ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି। ଫଟୋ ସେୟାର କରୁଥିବା ବ୍ୟକ୍ତି ବିଭିନ୍ନ ଦାବି ନେଇ ଏହି ଫଟୋ ଗୁଡିକୁ ସୋସିଆଲ ମିଡିଆରେ ସେୟାର କରିଥିବାର ଦେଖା ଦେଇଛି ।


ଦାବି ୧

ଟ୍ରମ୍ପ ଏକ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧିଥିବାରୁ ମରଣ ମୁହଁରୁ ନିଜକୁ ବଞ୍ଚାଇ ପାରିଛନ୍ତି ।


ଦାବି ୨

ଗୁଳି ବିନିମୟ ପରେପରେ ସିକ୍ରେଟ ସର୍ଭିସ ର ଅଫିସର ମାନେ ହସୁଥିବାର ଦେଖା ଦେଇଛି, ନିଶ୍ଚିତ ଭାବେ ଏହା ପଛରେ କିଛି ରହସ୍ୟ ଥାଇପାରେ


ଦାବି ୩

କାନ ରକ୍ତ ସୁଡୁବୁଡୁ, ହେଲେ ଟ୍ରମ୍ପ ଙ୍କ ମୁହଁରେ ହସ 

 

ସତ୍ୟାସତ୍ୟ : ଅନୁସନ୍ଧାନ ରୁ ଜଣାଯାଏଯେ ସମସ୍ତ ଦାବି ମିଥ୍ୟା ଅଟେ, ଗୁଳି ବାଜିଥିବା ଟ୍ରମ୍ପ ଙ୍କ ଜ୍ୟାକେଟ ହେଉଛି ପ୍ରକୃତରେ ସୁରକ୍ଷା କର୍ମୀଙ୍କ ଜ୍ୟାକେଟ ର ଏକ ଭାଙ୍ଗ ମାତ୍ର । ସେହିପରି ହସୁଥିବା ଦୁଇଟି ଯାକ ଫଟୋ ଏଡିଟ୍ ହୋଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ।

ଦାବି ୧

ଅନୁସନ୍ଧାନ କରିବାରୁ ଭାଇରାଲ ହେଉଥିବାର ଫଟୋର ଏକ ସ୍ବଛ ଫଟୋ ପାଇଥିଲୁ ଯାହାକୁ ଭଲକି ନିରିଖେଇ ଦେଖିଲେ ତାହା ସୁରକ୍ଷା କର୍ମୀ ଙ୍କ ଜ୍ୟାକେଟ ର ଏକ ଭାଙ୍ଗ ବୋଲି ଜଣାପଡିଥିଲା । ଯାହାକି ଟ୍ରମ୍ପ କୁ ସୁରକ୍ଷା ଦେବା ସମୟରେ ସୃଷ୍ଟି ହୋଇଥିଲା ।




ଗଣମାଧ୍ୟମ ରେ ପ୍ରସାରିତ ଖବର ଅନୁଯାୟୀ ଗୁଳିବିନିମୟ ରେ ଟ୍ରମ୍ପ ଙ୍କ କାନର ଅପର ପାର୍ଶ୍ଵ ରକ୍ତାକ୍ତ ହୋଇଛି । ଦ୍ଵିତୀୟ ଗୁଳି ନେଇ କୌଣସି ଖବର କାଗଜ କିମ୍ବା ଅନ୍ୟ କୌଣସି ଥିରେ ଖବର ପ୍ରସାରିତ ହୋଇଥିବାର ଦେଖା ଯାଇ ନାହିଁ । ଏଥିରୁ ପ୍ରମାଣିତ ହେଲା ଯେ ଟ୍ରମ୍ପ ଙ୍କ ଶରୀରରେ ଗୋଟିଏ ହିଁ ଗୁଳି ବାଜିଛି ତାହା କାନ ପାର୍ଶ୍ଵରେ ।


ଦାବି ୨

ରିଭର୍ସ ଇମେଜ ସର୍ଚ୍ଚ ରୁ ଜଣାଯାଏଯେ ଏଲନ ମସ୍କ ଉକ୍ତ ଘଟଣା ରେକ ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋ ରେ ସୁରକ୍ଷା କର୍ମୀ ହସୁଥିବାର ଦେଖା ଯାଇ ନାହିଁ । ଏଥିରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବାର ଫଟୋଟି ଏଡିଟ୍ କରାଯାଇଛି ।





 ଦାବି ୩

ଡବ୍ଲୁଏସଆଇ ପକ୍ଷରୁ ଏନେଇ ଏକ ଭିଡିଓ ଅପଲୋଡ ହୋଇଥିବାର ଦେଖାଦେଇଛି । ଉକ୍ତ ଭିଡିଓ ର ୧ମିନିଟ ୧୬ ସେକେଣ୍ଡ ରେ ଭାଇରାଲ ଫଟୋର ଘଟଣା ଦେଖିବାକୁ ମିଳିଛି । ହେଲେ ଭିଡିଓ ରେ ଟ୍ରମ୍ପ ହସୁଥିବାର କୌଣସି ସ୍ଥାନରେ ଦେଖା ଯାଇ ନାହିଁ । ଏଥିରୁ ପ୍ରମାଣିତ ହେଲା ଯେ ଉକ୍ତ ଫଟୋ ଟିକୁ ଏଡିଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି।


Full View




ତେଣୁ ଉପରୋକ୍ତ ଅନୁସନ୍ଧାନ ରୁ ଜଣାଯାଏଯେ କୌଣସି ଦାବିରେ ସତ୍ୟତା ନାହିଁ, ନା ଟ୍ରମ୍ପ ଙ୍କ ଜ୍ୟାକେଟ ରେ କୌଣସି ସ୍ଥାନରେ ଗୁଳି ବାଜିଛି ନା ଟ୍ରମ୍ପ ଏବଂ ସୁରକ୍ଷା କର୍ମୀ ଗୁଳିବିନିମୟ ପରେ ହସିଛନ୍ତି । ଉକ୍ତ ଫଟୋ ଦୁଇଟିକୁ ଏଡିଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ।


Claim :  ବୁଲେଟ ପ୍ରୁଫ୍ ଜ୍ୟାକେଟ ବଞ୍ଚାଇଲା ଟ୍ରମ୍ପ ଙ୍କ ଜୀବନ , ଗୁଳି ବାଜିବାର କିଛି ସମୟପରେ ଟ୍ରମ୍ପ ଙ୍କ ସମେତ ସୁରକ୍ଷା କର୍ମୀ ହସୁଥିବାର ଫଟୋ ହେଉଛି ଭାଇରାଲ
Claimed By :  Social Media Users
Fact Check :  False
Tags:    

Similar News