Fact Check: ଓଡ଼ିଶାରୁ JSW ଶିଲ୍ପ ସ୍ଥାନାନ୍ତରିତ ଘଟଣାରେ ନାହିଁ କୌଣସି ସତ୍ୟତା

ସ୍ଥାନାନ୍ତର ନେଇ କୌଣସି ନିଷ୍ପତି ନେଇ ନାହିଁ JSW, ତେଣୁ ଦାବିରେ ନାହିଁ କୌଣସି ସତ୍ୟତା

Update: 2024-10-06 03:59 GMT

ଓଡ଼ିଶାରେ ଆୟୋଜିତ ହେବ ସର୍ବବୃହତ ଶିଳ୍ପ କନକ୍ଲେଭ୍ । ରାଜ୍ୟରେ ସେମିକଣ୍ଡକ୍ଟର, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲସ, ଫୁଡ ପ୍ରୋସେସିଂ ଓ ଆଇଟି ରେ ବିନିଯୋଗ ସମ୍ଭାବନା ଅଧିକ ରହିଥିବା ଅନୁମାନ କରାଯାଉଛି । ଆଗାମୀ ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ପ୍ରାରମ୍ଭିକ ପର୍ଯ୍ୟାୟ ଭାବେ ଦିଲ୍ଲୀରେ ଆୟୋଜିତ ଆମ୍ବାସାଡର୍ସ ମିଟ୍ ରେ ଆଲୋଚନା ପରେ ଏଭଳି ଦୃଢ଼ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଚୀନ୍, ଜାପାନ, ସିଙ୍ଗାପୁର, ବ୍ରାଜିଲ୍ ଓ ୟୁନାଇଟେଡ୍ କିଙ୍ଗଡମ୍ ଭଳି ୩୪ଟି ଦେଶର ରାଷ୍ଟ୍ରଦୂତ, ବାଣିଜ୍ୟିକ କମିଶନର ଓ ଶୀର୍ଷ ସ୍ତରର କୂଟନୈତିଜ୍ଞ ମାନଙ୍କ ସହ ସାକ୍ଷାତ ପରେ ଓଡ଼ିଶାକୁ କିପରି ଅଧିକ ବିଦେଶୀ ପୁଞ୍ଜି ନିବେଶ ଆସିପାରିବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ତାସହ କହିଛନ୍ତି ଓଡ଼ିଶାରେ ଶିଳ୍ପ ବାତାବାରଣ ସୃଷ୍ଟି ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗ ରହିଛି ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଓଡ଼ିଶାରେ ଜିନ୍ଦଲ ନିବେଶ କରିବାକୁ ଥିବା ବେଳେ ଏହା ଏବେ ମହାରାଷ୍ଟ୍ରରେ ନିବେଶ କରାଯିବ ବୋଲି ସ୍ଥିର କରିଛି ଜିନ୍ଦଲ । 

ସୋସିଆଲ ମିଡିଆରେ ୟୁଜର୍ସ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, ଜିନ୍ଦଲ ଷ୍ଟିଲ ମଧ୍ୟ ଓଡ଼ିଶାରେ କରିବାକୁ ଥିବା ୪୦ ହଜାର କୋଟି ପୁଞ୍ଜିନିବେଶ ନିଜେ ମୋଦି ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିଦେଲେ ।

ସେହିଭଳି ଆଉଜଣେ ୟୁଜର୍ସ ଉକ୍ତ ପୋଷ୍ଟକୁ ସେୟାର କରିବାକୁ ଯାଇ ଲେଖିଛନ୍ତି, କେବେ ଆଉ ଆମର ହକ ପାଇଁ ଲଢିବେ ୨୦ ସାଂସଦ ।



ତେବେ କେବଳ ସୋସିଆଲ ମିଡିଆ ୟୁଜର୍ସ ନୁହଁନ୍ତି, ଏହାକୁ ଲାଇଭ ମିଣ୍ଟ ନାମକ ଏକ ଡିଜିଟାଲ ଗଣମାଧ୍ୟମ ମଧ୍ୟ ଉକ୍ତ ଖବରଟିକୁ ପ୍ରସାରିତ କରିଥିବାର ଦେଖାଯାଇଛି ।

ଖବରରେ ଇଲ୍ଲେଖ ରହିଛି, ' The JSW Group has decided to shift its proposed ₹40,000 crore electric vehicle (EV) and battery project from Odisha to Maharashtra."

ଯାହାର ଓଡ଼ିଆ ଅନୁବାଦ ହେଉଛି, ୪୦.୦୦୦ କୋଟି ବିନିମୟରେ ଇଭି ବ୍ୟାଟେରୀ ପ୍ରୋଜେକ୍ଟକୁ ଓଡ଼ିଶାରୁ ମହାରାଷ୍ଟ୍ର ନେବାକୁ ସ୍ଥିର କରିଛି JSW ଗୃପ । 

 

ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଉକ୍ତ ଶିଳ୍ପକୁ ଓଡ଼ିଶାରୁ ସ୍ଥାନାନ୍ତରିତ କରାଯିବ ନାହିଁ ବୋଲି ଜଣାଇଛନ୍ତି JSW କର୍ତ୍ତୃପକ୍ଷ ।

ଅନୁସନ୍ଧାନ କରିବାକୁ ଯାଇ ଜେ.ଏସ.ଡବ୍ଲୁ କର୍ତ୍ତୃପକ୍ଷ ଜାରି କରିଥିବା ଏକ ପ୍ରେସ ବିଜ୍ଞପ୍ତି ଆମର ହସ୍ତଗତ ହୋଇଥିଲା । ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ' ୪୦.୦୦୦ କୋଟି ବିନିମୟରେ ହେବାକୁ ଥିବା ଇଭି ବ୍ୟାଟେରୀ ଶିଳ୍ପକୁ ଓଡ଼ିଶାରୁ ଉଚ୍ଛେଦ କରାଯିବ ନାହିଁ ବୋଲି JSW କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି' ।




Business Standard  ଏନେଇ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ' Though MoU was signed in February this year and the previous government had not allocated land for the JSW's project. Now, we are talking to the company to set up its plants. We are not informed regarding the shifting of the plant from Odisha. However, there is a delay in the implementation of the project," Swain told PTI over phone.

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ, 'ଚଳିତ ବର୍ଷ ଫେବୃଆରୀରେ ବୁଝାମଣାପତ୍ର ସ୍ଵାକ୍ଷର ହୋଇଥିଲେ ମଧ୍ୟ ପୂର୍ବ ସରକାର ଜମି ପ୍ରଦାନ କରିନଥିଲା । ଏବେ ଆମେ ଶିଳ୍ପପ୍ରତିଷ୍ଠା ନେଇ କମ୍ପାନୀ ସହ କଥା ହୋଇଛୁ । ଏବଂ ଓଡ଼ିଶାରୁ ଏହି ଶିଳ୍ପ ସ୍ଥାନାନ୍ତର ନେଇ କୌଣସି ସୂଚନା ଦେଇନାହୁଁ, ହଁ ଶିଲ୍ପ ପ୍ରତିଷ୍ଠାରେ ବିଳମ୍ବ ହୋଇଛି ସତ । ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ପିଟିଆଇକୁ ଫୋନ ଯୋଗେ ସୂଚନା ଦେଇଛନ୍ତି ।

ସେହିପରି ଉକ୍ତ କିୱାର୍ଡ ଅନୁସନ୍ଧାନରୁ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଏକ ଭିଡିଓ ବାଇଟ ବଡ଼ ଖବରରେ ପ୍ରସାରିତ ହୋଇଛି । ଭିଡିଓରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଶିଲ୍ପପତି ମାନେ ବିଭିନ୍ନ ଦୃଷ୍ଟିକୋଣ ଦେଖି ପୁଞ୍ଜି ନିବେଶ କରିଥାନ୍ତି । ଶିଲ୍ପ ପ୍ରତିଷ୍ଠାରେ ବିଳମ୍ବ ହୋଇଛି ସତ, କିନ୍ତୁ ସ୍ଥାନାନ୍ତର ନେଇ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ଆସିନାହିଁ ।

Full View


The New Indian ଏକ୍ସପ୍ରେସ୍ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, 'Billionaire Sajjan Jindal-led JSW group is not withdrawing its proposed Rs 40,000 crore electric vehicle (EV) and battery project from Odisha and not shifting the same to Maharashtra'.

ଯାହାର ଓଡ଼ିଆ ଅନୁବାଦ ଅନୁଯାୟୀ, ' ସଜନ ଜିନ୍ଦଲଙ୍କ ସୂଚନା ଅନୁଯାୟୀ ୪୦.୦୦୦ କୋଟି ବିନିମୟରେ JSW ଗୃପ ଦ୍ୱାରା ହେବାକୁ ଥିବା ଇଭି ଏବଂ ବ୍ୟାଟେରି ଶିଳ୍ପ କୁ ଆମେ ଓଡ଼ିଶାରୁ ସ୍ଥାନାନ୍ତର କରୁନାହୁଁ' ।

Argus News ଏନେଇ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, 'ବିରୋଧୀଙ୍କ ମୁହଁରେ କଡ଼ା ଜବାବ, ୪୦.୦୦୦ କୋଟି ବିନିମୟରେ JSW ଗୃପ ଶିଲ୍ପ ଓଡ଼ିଶାରୁ ହେଉନାହିଁ ସ୍ଥାନାନ୍ତର' ।

ପରେପରେ Live Meant ୨୪ସେପ୍ଟେମ୍ବର ୨୦୨୪ରେ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ' ୪୦.୦୦୦ କୋଟି ବିନିମୟରେ JSW ଗୃପ ଦ୍ୱାରା ହେବାକୁ ଥିବା ଇଭି ଏବଂ ବ୍ୟାଟେରି ଶିଳ୍ପ କୁ ଓଡ଼ିଶାରୁ ସ୍ଥାନାନ୍ତର କରାଯିବ ନାହିଁ, ଏନେଇ ସୂଚନା ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ' । ତେବେ ପୂର୍ବରୁ ଏହା ଓଡ଼ିଶାରୁସ୍ଥାନାନ୍ତର ହେବାର ଥିଲା ଯୋଜନା ।


ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଏବଂ ଆମ ଅନୁସନ୍ଧାନରୁ ଜଣାଯାଏ ଯେ, ସ୍ଥାନାନ୍ତର ନେଇ କୌଣସି ନିଷ୍ପତି ନେଇ ନାହିଁ JSW । ତେଣୁ ଦାବିରେ ନାହିଁ କୌଣସି ସତ୍ୟତା । 


Claim :  ଓଡ଼ିଶାରେ ଜିନ୍ଦଲ ନିବେଶ କରିବାକୁ ଥିବା ବେଳେ ଏହା ଏବେ ମହାରାଷ୍ଟ୍ରକୁ ସ୍ଥାନାନ୍ତରିତ କରାଯିବାକୁ ସ୍ଥିର ହୋଇଛି
Claimed By :  Social media users
Fact Check :  False
Tags:    

Similar News