ଡିମାର୍ଟ ଏଭଳି କୌଣସି ଅନଲାଇନ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ଆୟୋଜନ କରି ନାହିଁ

Update: 2024-07-16 17:23 GMT


ମହରମ ଉପଲକ୍ଷେ ଡିମାର୍ଟ ଆରମ୍ଭ କରିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଅନଲାଇନ ମାଧ୍ୟମରେ ଯୋଡି ହୋଇ ଜିତିପାରିବେ କିଛି ଆକର୍ଷଣୀୟ ଅର୍ଥରାଶି । ଏଭଲିକିଛି ଲିଙ୍କ ଏବେ ସୋସିଆଲ ମିଡିଆଏବଂ ହ୍ଵାଟ୍ସଆପଗ୍ରୁପ ରେ ସେୟାର ହେବାରେ ଲାଗିଛି ।

ଲିଙ୍କ କୁ କ୍ଲିକ କରିବାପରେ ଆରମ୍ଭ ହେଉଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଯେପରିକି ପ୍ରଥମ ପ୍ରଶ୍ନ ରହିଛି " ଆପଣ ଡିମାର୍ଟ କଣ ଜାଣିଛନ୍ତି କି ?

ଉତ୍ତର ଦେବା କ୍ଷଣି ଆଉ ଏକ ପେଜ୍ ଖୋଲୁଛି ଯେଉଁଥିରେ ଆଉ ଏକ ପ୍ରଶ୍ନ ରହିଛି ।

ଶେଷରେ ଏକ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ବେଳେ ଆପଣ ଏକ ଲକୀ ଡ୍ର ମାଧ୍ୟମରେ ୬୫.୪୦୪.୪୦ ଟଙ୍କା ଜିତିପାରିବେ ବୋଲି ଦର୍ଶା ଯାଇଛି ।

ଜିତିବା ପାଇଁ କିଛି ଗିଫ୍ଟ ବକ୍ସ ଆସୁଛି ଯେଉଁଥିରେ କ୍ଲିକ କରି ଆପଣ ଅର୍ଥ ରାଶି ଜିତିପାରିବେ ବୋଲି ଉଲ୍ଲେଖ ରହିଥିବା ସୂଚନା ରହିଛି ।

ପରିଶେଷରେ ଉକ୍ତ ଲିଙ୍କ କୁ ୫ ଟି ଗ୍ରୁପ ଏବଂ ୨୦ ଜଣ ବନ୍ଧୁଙ୍କ ପାଖକୁ ପଠାଇବାର ନିୟମ ରହୁଛି ।

ଶେଷରେ ନିଜ ସମ୍ପୂର୍ଣ୍ଣ ଠିକଣା ଦେବାକୁ ମଧ୍ୟ ପଡୁଛି

ଏହି ପୋଷ୍ଟ ର କମେଣ୍ଟ ରେ କିଛି ୟୁଜର୍ସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥରାଶି ପାଇଥିବାର ମଧ୍ୟ ଦର୍ଶାଇଛନ୍ତି ।




ସତ୍ୟାସତ୍ୟ : ଦାବିରେ ନାହିଁ କୌଣସି ସତ୍ୟତା, ଏନେଇ  ଡିମାର୍ଟ ୱେବସାଇଟ ଏବଂ ସୋସିଆଲ ମିଡିଆରେ ଅନୁସନ୍ଧାନକରିବାରୁ ଜଣାଯାଏ ଯେ ମହରମ ପର୍ବ ଉପଲକ୍ଷେ ଏଭଳି କୌଣସି ପ୍ରତିଯୋଗିତାର ଆୟୋଜନ କରିନାହିଁ ଡିମାର୍ଟ ।

ଏନେଇ ଡିମାର୍ଟ ଅନଲାଇନ ପ୍ରତିଯୋଗିତା ବୋଲି ଅନୁସନ୍ଧାନ କରାଯାଇଥିବା ବେଳେ କୌଣସି ତଥ୍ୟ ମିଳିପାରି ନଥିଲା ।

ତେବେ ଡ଼ିମାର୍ଟ ନିଜ ୱେବସାଇଟ ରେ କୌଣସି ଅନ୍ୟ ୱେବସାଇଟ ରେ କୌଣସି ପ୍ରତିଯୋଗିତାର ଆୟୋଜନ କରିନାହିଁ ବୋଲି ଦର୍ଶାଇଛି । କେବଳ ଏବଂ ଛଡ଼ା ଅନ୍ୟ କୌଣସି ୱେବସାଇଟ ରେ ଡିମାର୍ଟ କୌଣସି ସୂଚନା ଦିଏ ନାହିଁ ବୋଲି ଗ୍ରାହକଙ୍କୁ ସତର୍କ କରାଇଛି ।

ତେବେ ଭାଇରାଲ ହେଉଥିବା ଲିଙ୍କ କୁ ଆପଣ ଯଦି ନିରିଖେଇ ଦେଖିବେ ଏହି ୱେବସାଇଟ ଟି  dmartindia. କିମ୍ବା  dmart. ରୁ ଆରମ୍ଭ ହେଉ ନାହିଁ ଏହା https://qjof.buzz. ରୁ ଆରମ୍ଭ ହେଉଛି ।




 ତେଣୁ ଉପରୋକ୍ତ ଅନୁସନ୍ଧାନ ରୁ ଜଣାଯାଏଯେ ଏହି ଭାଇରାଲ ଲିଙ୍କ ଟି ସମ୍ପୂର୍ଣ୍ଣ ଫେକ୍, ମହରମ ଉପଲକ୍ଷେ ଡିମାର୍ଟ ଏଭଳି କୌଣସି ଅନଲାଇନ ପ୍ରଶ୍ନୋତ୍ତର ର ପ୍ରତିଯୋଗିତା ଆୟୋଜନ କରି ନାହିଁ ।

Claim :  ମହରମ ଉପଲକ୍ଷେ ଡିମାର୍ଟ ଆୟୋଜନ କରିଛି ଅନଲାଇନ ପ୍ରଶ୍ନୋତ୍ତର ର ପ୍ରତିଯୋଗିତା
Claimed By :  Social Media Users
Fact Check :  False
Tags:    

Similar News