Fact Check: ପୁରୁଣା ଭିଡିଓ ହେଉଛି ଭାଇରାଲ, ନିଜ ୟୁନିଫର୍ମ କାଢ଼ିଦେଲେ ପୋଲିସ୍ ଏଏସଆଇ

Update: 2024-09-18 14:50 GMT


ଗୋଟିଏ ଭିଡିଓ ଯାହାକି ଏକ ସିସିଟିଭି ଦୃଶ୍ୟ ପରି ଦେଖାଯାଉଚି, ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଥିବା କିଛି ବ୍ୟକ୍ତି ପରସ୍ପର ମଧ୍ୟରେ କିଛି ଆଲୋଚନା କରୁଥିବା ବେଳେ ସେଠାରେ କିଛି ପୋଲିସ୍ ଅଧିକାରୀ ମଧ୍ୟ ବସିଥିବାର ଦେଖାଯାଇଛି । ହଠାତ୍ ଜଣେ ପୋଲିସ୍ ଅଫିସର ନିଜ ୟୁନିଫର୍ମ କୁ କାଢ଼ିବାର ଦୃଶ୍ୟ ଉକ୍ତ ସିସିଟିଭି ରେ କଏଦ ହୋଇଛି ।

ଉକ୍ତ ଭିଡିଓଟିକୁ, ମଧ୍ୟ ପ୍ରଦେଶ କଂଗ୍ରେସର ଅଫିସିଆଲ ସୋସିଆଲ ମିଡିଆରେ ସେୟାର କରାଯାଥିବାର ଦେଖାଯାଇଛି ।

ଯେଉଁଥିରେ ହିନ୍ଦୀରେ ଲେଖା ହୋଇଛି "यह सत्ता की हनक है...भाजपा के पार्षद की धमक देखिए...एक वर्दीधारी को अपनी वर्दी फाड़ना पड़ गई !! प्रदेश में पुलिसिंग का स्तर जीरो हो गया है! अपराध अनियंत्रित हैं, अपराधी बेखौफ और पुलिस कहीं लाचार तो कहीं दबाव में है I यह वायरल वीडियो सिंगरौली के बैढन थाने का बताया जा रहा है, जहां BJP पार्षद के दबाव से एक पुलिसकर्मी इतने परेशान हो गए कि अपनी वर्दी तक फाड़ ली! यानि मुख्यमंत्री मोहन यादव के प्रभाव में गृह विभाग की दशा और दिशा दोनों बिगड़ चुकी है! जनता को न्याय कैसे मिलेगा, जब पुलिस को ही अपनी वर्दी फाड़नी पड़ रही है" !"

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ " ଏହା ହେଉଛି କ୍ଷମତାର ଅହଂକାର ... ବିଜେପି କାଉନସିଲର କିଭଳି ଭୟବିତ କରାଉଛନ୍ତି ଦେଖ । ଜଣେ ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତିଙ୍କୁ ତାଙ୍କ ୟୁନିଫର୍ମ ଛିଣ୍ଡାଇବାକୁ ପଡିଲା !! ରାଜ୍ୟରେ ପୋଲିସର ସ୍ତର ଶୂନରେ ପହଞ୍ଚିଛି ! ଅପରାଧ ଅନିୟନ୍ତ୍ରିତ, ଅପରାଧୀମାନେ ନିର୍ଭୟରେ ଏବଂ ପୋଲିସ୍ ଅସହାୟ ତଥା ଚାପରେ ଅଛନ୍ତି । ଏହି ଭାଇରାଲ୍ ଭିଡିଓ ସିଙ୍ଗ୍ରାଉଲି ଜିଲ୍ଲାର କୋଟୱାଲି ପୋଲିସ୍ ଷ୍ଟେସନରୁ ଆସିଛି, ଯେଉଁଠାରେ ବିଜେପି କାଉନସିଲରଙ୍କ ଚାପ ଯୋଗୁଁ ଜଣେ ପୋଲିସ୍ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କ ୟୁନିଫର୍ମ ମଧ୍ୟ ଚିରି ଦେଇଥିଲେ । ଏହାର ଅର୍ଥ ହେଉଛି, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପ୍ରଭାବରେ ଗୃହ ବିଭାଗର ଉଭୟ ଅବସ୍ଥା ଓ ଦିଗ  ଖରାପ ହୋଇଯାଇଛି । ଯେତେବେଳେ ପୋଲିସକୁ ନିଜ ୟୁନିଫର୍ମ ଛିଣ୍ଡାଇବାକୁ ପଡିବ ସେତେବେଳେ ଜନସାଧାରଣ କିପରି ନ୍ୟାୟ ପାଇବେ?"


ସେହିପରି ସମାନ ଭିଡିଓକୁ ପଞ୍ଜାବ କେଶରୀ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ୧୬ ସେପ୍ଟେମ୍ବର ୨୦୨୪ରେ ଅପଲୋଡ଼ କରିଛି । ଯାହାର ଶୀର୍ଷକ ରହିଛି "BJP नेता ने ASI को दी वर्दी उतरवाने की धमकी, तो पुलिस अफसर ने खुद ही फाड़ डाली अपनी ड्रेस" I

ଏହାର ଓଡ଼ିଆ ଅନୁବାଦ ହେଉଛି " ବିଜେପି ନେତା ଦେଲେ ପୋଲିସ୍ ଅଫିସରଙ୍କୁ ଧମକ ; 'ତୁମ ୟୁନିଫର୍ମ କାଢ଼ିନେବି', ହେଲେ ପୋଲିସ ଅଫିସର ନିଜେହିଁ ତାଙ୍କ ୟୁନିଫର୍ମ କାଢ଼ିନେଲେ" ।


Full View


ଆଉଜଣେ ଏକ୍ସ ୟୁଜର୍ସ ମଧ୍ୟ ସମାନ ଦାବି ସହ ଭିଡିଓଟିକୁ ପୋଷ୍ଟ କରିଛନ୍ତି ।


ସତ୍ୟାସତ୍ୟ :

ଦାବିଟି ଭ୍ରମାତ୍ମକ ଅଟେ, ଉକ୍ତ ଭିଡିଓଟି ଚଳିତ ବର୍ଷର ୨ ଫେବ୍ରୁଆରୀର ଘଟଣା ଯାହାକି ମଧ୍ୟପ୍ରଦେଶ ରାଜ୍ୟର ସିଙ୍ଗ୍ରାଉଲି ଜିଲ୍ଲାର କୋଟୱାଲି ପୋଲିସ୍ ଷ୍ଟେସନରେ ଘଟିଛି ।

ଭିଡିଓଟିକୁ ଯଦି ସଠିକ ଭାବେ ଅନୁଧ୍ୟାନ କରି ଦେଖିବେ, ତେବେ ଭିଡିଓର ଏକ ପାର୍ଶ୍ଵରେ ତାରିଖ ଏବଂ ସମୟ ଚାଲୁ ରହିଛି । ଯାହାକି ୨/୨/୨୦୨୪ ଲେଖା ହୋଇଛି ବୋଲି ଜଣାପଡିଛି । ଯାହାକି ପ୍ରମାଣିତ କରିଛି ଏହା ଫେବୃଆରୀ ମାସର ଭିଡିଓ ।


ଅନୁସନ୍ଧାନରୁ ସିଙ୍ଗ୍ରାଉଲି ଜିଲ୍ଲା ଆରକ୍ଷୀ ଅଧିକାରୀ ନିଜ ସୋସିଆଲ ମିଡିଆରେ ଏକ ପ୍ରେସନୋଟ୍ ସହ ଏକ ଭିଡିଓ ବାର୍ତ୍ତା ସେୟାର କରିଥିବାର ଦେଖା ଯାଇଛି ।

ପ୍ରେସନୋଟ୍ ଟି ୧୫ ସେପ୍ଟେମ୍ବର ୨୦୨୪ ରେ ଦିଆଯାଇଛି । ନୋଟ୍ ରେ ଉଲ୍ଲେଖ ରହିଛି " The Press Note was released on 15th.9.2024 with the information “"The Viral Video is about 8-9 month old From Kotwali Police Station in which a policeman is taking off his uniform. Superintendent of Police Mrs. Nivedita Gupta immediately took cognizance of the matter and got it investigated by a gazetted officer. In the investigation, there was a land dispute between the policeman and the councilor's husband. There was an altercation between the policeman and the councilor's husband regarding this matter, meanwhile the policeman started taking off his uniform. The policeman was given a major punishment as the said act of the policeman was found to be a gross indiscipline”.

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ " ଭାଇରାଲ୍ ଭିଡିଓ କୋଟୱାଲି ପୋଲିସ୍ ଷ୍ଟେସନର ପ୍ରାୟ ୯ ମାସ ପୁରୁଣା ଅଟେ । ଯେଉଁଥିରେ ଜଣେ ପୋଲିସ୍ କର୍ମଚାରୀ ନିଜ ୟୁନିଫର୍ମ କାଢ଼ିନେଉଛନ୍ତି । ପୋଲିସ ଆରକ୍ଷୀ ଅଧିକାରୀ ଶ୍ରୀମତୀ ନିବେଦିତା ଗୁପ୍ତା ଏହି ବିଷୟରେ ଜାଣିବା ପରେ ଏହାର ତଦନ୍ତ ଆରମ୍ଭ କରିଥିଲେ । ଅନୁସନ୍ଧାନ ଅନୁଯାୟୀ ପୋଲିସ ଓ କାଉନସିଲରଙ୍କ ସ୍ୱାମୀଙ୍କ ମଧ୍ୟରେ ଜମି ବିବାଦ ହୋଇଥିଲା। ଏହି ପ୍ରସଙ୍ଗରେ ପୋଲିସ ଏବଂ କାଉନସିଲରଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡା ହୋଇଥିଲା, ଏହି ସମୟରେ ପୋଲିସ କର୍ମଚାରୀ ତାଙ୍କ ୟୁନିଫର୍ମ କାଢି ଦେଇଥିଲେ । ଜଣେ ପୋଲିସ ଅଫିସରଙ୍କ ଏଭଳି ଆଚରଣ ଦେଖି ଆଇନ ଅନୁଯାୟୀ ତାଙ୍କୁ ଦଣ୍ଡବିଧାନ କରାଯାଇଥିଲା" ।


ସେହିପରି ଭିଡିଓରେ ଆରକ୍ଷୀ ଅଧିକାରୀ ଶ୍ରୀମତି ନିବେଦିତା ଗୁପ୍ତା କହିଛନ୍ତି ; "ଭିଡିଓ ଟି ପ୍ରାୟ ଆଠ ନଅମାସ ପୁରୁଣା, ଜଣେ ପୋଲିସ୍ ଅଫିସର ଏଭଳି ଭାବେ ୟୁନିଫର୍ମ କାଢ଼ିବାକୁ ମୁ ନିନ୍ଦା କରୁଛି । ଉକ୍ତ ଘଟଣା ନେଇ ସେହି ଅଫିସରଙ୍କ ଉପରେ ଆଇନ ଅନୁଯାୟୀ ଯାହା ଦଣ୍ଡବିଧାନ କରିବା କଥା କରାଯାଇଛି" ।

ଉକ୍ତ ଘଟଣା ନେଇ କି-ୱାର୍ଡ ଗୁଡିକୁ ସର୍ଚ୍ଚ କରିବାରୁ ଜଣାଯାଏଯେ , ଏବିପି ଲାଇଭ ଏନେଇ ଏକ ଖବର ପ୍ରସାରଣ କରିଛି ।

ପ୍ରସାରିତ ଖବରରେ ଏବିପି ଲାଇଭ ଉଲ୍ଲେଖ କରିଛିଯେ, "ବିଜେପି କର୍ପୋରେଟର ଙ୍କ ସ୍ୱାମୀ ଏବଂ ଜଣେ ପୋଲିସ୍ ଅଫିସର ଙ୍କ ମଧ୍ୟରେ ହୋଇଥିବା ବହୁ ପୁରୁଣା ବଚସା ଭିଡିଓ ଭାଇରାଲ । ବଚସାରେ ବ୍ୟତିବ୍ୟସ୍ତ ହୋଇ ପୋଲିସ୍ ଅଫିସର ଜଣଙ୍କ ନିଜ ଦେହରୁ କାଢ଼ିଦେଲେ ୟୁନିଫର୍ମ" ।

Free Press Journals ଖବର ପ୍ରସାରଣ କରି ଶୀର୍ଷକରେ ଉଲ୍ଲେଖ କରିଛି, " ବିଜେପି ନେତାଙ୍କ ଧମକକୁ ପ୍ରତିଉତ୍ତର ଦେବାକୁ ଯାଇ, ରାଗିଯାଇ ସିଙ୍ଗ୍ରାଉଲି ଏଏସଆଇ ନିଜ ଦେହରୁ କାଢ଼ିଦେଲେ ୟୁନିଫର୍ମ । ସାତମାସର ପୁରୁଣା ଭିଡିଓ ହେଲା ଭାଇରାଲ" ।

ଇଣ୍ଡିଆନ ଏକ୍ସପ୍ରେସ ମଧ୍ୟ ଉକ୍ତ ଭିଡିଓକୁ ନିଜ ଇନଷ୍ଟାଗ୍ରାମ ରେ ସେୟାର କରି ଉଲ୍ଲେଖ କରିଛି " ୭ମାସ ପୂର୍ବେ ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ଏହି ଘଟଣା ଘଟିଛି । ବିଜେପି ନେତା ଅର୍ଜୁନ ଗୁପ୍ତା, ଏଏସଆଇ ବିନୋଦ ମିଶ୍ରଙ୍କ ୟୁନିଫର୍ମ ଛଡାଇ ନେବେ ବୋଲି ଧମକ ଦେବାରୁ ଏଭଳିଘଟଣା ଘଟିଛି ବୋଲି ଜଣାଯାଏ, ଡ୍ରେନ୍ ନିର୍ମାଣକୁ ନେଇ ଏହି ଯୁକ୍ତି ହୋଇଥିବା ଦର୍ଶାଯାଇଛି" ।



ଇଣ୍ଡିଆ ଟିଭି ଉକ୍ତ ଖବରକୁ ନିଜ ପୋର୍ଟାଲରେ ପ୍ରସାରିତ କରି ଉଲ୍ଲେଖ କରିଛି, "ସିଙ୍ଗ୍ରାଉଲି ଜିଲ୍ଲାର କୋଟୱାଲି ପୋଲିସ ଷ୍ଟେସନରେ ଘଟିଥିବା ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକି ପ୍ରାୟ ୭ ମାସ ପୁରୁଣା, ଭିଡିଓରେ ଜଣେ ବିଜେପି ନେତା ତାଙ୍କୁ ତାଙ୍କ ପଦରୁ ହଟାଇବାକୁ ଧମକ ଦେବା ପରେ ଜଣେ ଏଏସଆଇ ତାଙ୍କ ୟୁନିଫର୍ମ କାଢ଼ିଦେଇଥିବାର ଦେଖାଯାଇଛି ।

ତେଣୁ, ଉପରୋକ୍ତ ଅନୁସନ୍ଧାନଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଉକ୍ତ ଭିଡିଓଟି ୨ଫେବୃଆରୀ ର । ଯାହାକି ମଧ୍ୟ ପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାର କୋଟୱାଲି ପୋଲିସ ଷ୍ଟେସନରେ ଘଟିଥିଲା । 


Claim :  ନିକଟରେ ବିଜେପି ବିଧାୟକ ଧମକ ପରେ ତାଙ୍କ ୟୁନିଫର୍ମକୁ କାଢି ଫିଙ୍ଗିଦେଲେ ଜଣେ ପୋଲିସ୍ କର୍ମଚାରୀ
Claimed By :  Social Media Users
Fact Check :  Misleading
Tags:    

Similar News