Fact Check: ଫଟୋକୁ ଏଡିଟ୍ କରି ଏମ.ପି ପପୁ ୟାଦବଙ୍କ ମତାମତ ଲେଖି କରାଯାଇଛି ଭାଇରାଲ

ଗ୍ରାଫିକ୍ସ ଟି ଏଡିଟ୍ କରାଯାଇ ଭାଇରାଲ କରାଯାଇଛି, ଅନ୍ୟପଟେ ଏଭଳି କୌଣସି ଖବର ପ୍ରକାଶ କରି ନାହିଁ ଡିବି ଲାଇଭ

Update: 2024-11-03 16:45 GMT


ଦିନ ଥିଲା ମାୟା ନଗରୀ ବା ବାଣିଜ୍ୟ ନଗରୀ କୁହାଯାଉଥିବା ବମ୍ବେ ବା ଏବେର ମୁମ୍ବାଇକୁ ଦୋହଲାଇ ଦେଉଥିଲା କରୁଥିଲା ଡି- ଗ୍ୟାଙ୍ଗ । ପ୍ରାୟ ୨୦ ବର୍ଷ ହେବ ମୁମ୍ବାଇରୁ ଭାଇ ରାଜ୍ ଶେଷ ହୋଇ ଯାଇଥିବା ବେଳେ ଏବେ ସାରା ଦେଶରେ ମୁଣ୍ଡ ଟେକିଛି ଲରେନ୍‌ସ ବିଷ୍ଣୋୟୀ ଗ୍ୟାଙ୍ଗ । ସିଦ୍ଧୁ ମୁସେୱାଲାଙ୍କ ପରେ ବାବା ସିଦ୍ଦିକଙ୍କ ଭଳି ହାଇପ୍ରୋଫାଇଲ୍ ବ୍ୟକ୍ତିଙ୍କୁ ଲରେନ୍‌ସ ବିଷ୍ଣୋୟୀ ଗ୍ୟାଙ୍ଗ ହତ୍ୟା କରିଥିବା ଦାବି କରିଛି । ଏହି ଦୁଇ ମାମଲାରେ ପଞ୍ଜାବ ଓ ମହାରାଷ୍ଟ୍ର ପୋଲିସ, ଲରେନ୍‌ସ ବିଷ୍ଣୋୟୀ ଗ୍ୟାଙ୍ଗର ଅନେକ ସଦସ୍ୟଙ୍କୁ ଗିରଫ କରିଛନ୍ତି ।

ମମ୍ବାଇରେ ରାଜନେତା ବାବା ସିଦ୍ଦିକଙ୍କୁ ଲରେନ୍‌ସ ବିଷ୍ଣୋୟୀ ଗ୍ୟାଙ୍ଗ ହତ୍ୟା କରିବା ପରେ ସାଂସଦ ପପୁ ଯାଦବ ତାଙ୍କ ପ୍ରତିକ୍ରିୟା ରଖିଥିଲେ । ଯଦି ଆଇନ ଅନୁମତି ଦିଏ, ତେବେ ୨ ଟଙ୍କିଆ ଲରେନ୍‌ସ ବିଷ୍ଣୋୟୀ ଗ୍ୟାଙ୍ଗକୁ ଗୋଟେ ଦିନରେ ସାଇଜ୍ କରିଦେବେ ସିଏ ।

ବାସ୍ ଏଭଳି ମନ୍ତବ୍ୟ ପରେ ପପୁଙ୍କୁ ଆସିଛି ବିଷ୍ଣୋୟୀ ଗ୍ୟାଙ୍ଗରୁ ଫୋନ । ସାଂସଦ ପପୁ ଯାଦବଙ୍କୁ ଆସିଛି ହତ୍ୟା ଧମକ । ଲରେନ୍‌ସ ବିଷ୍ଣୋୟୀ ଗ୍ୟାଙ୍ଗ ତାଙ୍କୁ ହତ୍ୟା ଧମକ ଦେଇଥିବା ବେଳେ ସୁରକ୍ଷା ବଢ଼ାଇବାକୁ ଦାବି କରିଛନ୍ତି ସେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୁରକ୍ଷା ବୃଦ୍ଧି ପାଇଁ ପତ୍ର ଲେଖିଛନ୍ତି ସେ । ବିହାର ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେହି ତାଙ୍କ ଅଭିଯୋଗ ଏବଂ ନିବେଦନ ଉପରେ ଧ୍ୟାନ ଦେଇନାହାନ୍ତି ।

ଇତିମଧ୍ୟରେ ପପୁ ୟାଦବଙ୍କ ଫଟୋ ସହ କିଛି ଲେଖା ଥିବା ଏକ ଗ୍ରାଫିକ୍ସ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି । ଭାଇରାଲ ହେଉଥିବା ଗ୍ରାଫିକ୍ସରେ ଲେଖା ହୋଇଛି, एक दो टके के हरामजादे पत्रकार के भड़काने से मैंने लॉरेंस भैया को धमका दिया था, बाकी तो मैं लॉरेंस भैया का पालतू इंसान हूँ, उस बदजात पत्रकार को कल से बोटी-बोतल सब बन्द करता हूँ । ଉକ୍ତ ଗ୍ରାଫିକ୍ସ ରେ DB Live ର ଲୋଗୋ ରହିଥିବା ବେଳେ ତଳେ ସୋସିଆଲ ମିଡ଼ିଆ ଲିଙ୍କ ମଧ୍ୟ ଥିବାର ଦେଖା ଯାଇଛି ।

ସୋସିଆଲ ମିଡିଆରେ ଉକ୍ତ ଗ୍ରାଫିକ୍ସଟି ବହୁମାତ୍ରାରେ ସେୟାର ହୋଇଥିବାର ଦେଖାଯାଇଛି, ୟୁଜର୍ସ ଏହାକୁ ସେୟାର କରି ଲେଖିଛନ୍ତି, पप्पू यादव का अनिल यादव पर हमला...!


ଆଉ କିଛି ୟୁଜର୍ସ, पप्पूउद्दीन तुम्हारे लिए कुछ बोल रहा हैं ଲେଖି ଗ୍ରାଫିକ୍ସ ଟିକୁ ସେୟାର କରିଛନ୍ତି । ଯାହାର ଓଡ଼ିଆ ଅର୍ଥ ହେଉଛି, ପପୁ ୟାଦବ ତୁମ ବିଷୟରେ କିଛି ଲେଖିଛନ୍ତି ।



ସତ୍ୟାସତ୍ୟ:

ଗ୍ରାଫିକ୍ସ ଟି ଏଡିଟ୍ କରାଯାଇ ଭାଇରାଲ କରାଯାଇଛି, ଅନ୍ୟପଟେ ଏଭଳି କୌଣସି ଖବର ପ୍ରକାଶ କରି ନାହିଁ ଡିବି ଲାଇଭ ।


ଅନୁସନ୍ଧାନ କରିବାକୁ ଯାଇ, ଆମେ ଡିବି ଲାଇଭ ର ସମସ୍ତ ସୋସିଆଲ ମିଡିଆରେ ଉକ୍ତ ଗ୍ରାଫିକ୍ସକୁ ସର୍ଚ୍ଚ କରିଥିବା ବେଳେ ଏଭଳି କୌଣସି ଗ୍ରାଫିକ୍ସ ଡିବି ଲାଇଭ ସେୟାର କରିନଥିବାର ଜାଣିବାକୁ ପାଇଥିଲୁ ।

ଯଦି ଭାଇରାଲ ଗ୍ରାଫିକ୍ସ କୁ ଆପଣ ତର୍ଜମା କରି ଦେଖିବେ ସେଥିରେ ଇଂରାଜୀରେ 7870 ଲେଖା ହୋଇଛି । ଯାହାକି ଡିବି ଲାଇଭର ଅନ୍ୟ କୌଣସି ଗ୍ରାଫିକ୍ସ ରେ ଲେଖା ହୋଇ ନାହିଁ ।

ସେହିପରି ସାଂସଦ ପପୁ ଯାଦବ ଦେଇଥିବା ମତାମତ କୁ ନେଇ ଗୁଗୁଲରେ ଅନୁସନ୍ଧାନକରିବାରୁ କୌଣସି ଖବର କାଗଜ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମରେ ଏଭଳିକୌଣସି ଖବର ପ୍ରସାରିତ ହୋଇନଥିବାର ଜାଣିବାକୁ ପାଇଥିଲୁ । 

ଅନୁସନ୍ଧାନ ବେଳେ, ୨୮ ଅକ୍ଟୋବରରେ ଡିବି ଲାଇଭ ଏକ ଗ୍ରାଫିକ୍ସ ସେୟାର କରି ଉଲ୍ଲେଖ କରିଛି, सलमान के बाद अब पप्पू यादव को मिली धमकी । बिहार के पूर्णिया से निर्दलीय सांसद हैं पप्पू यादव ।

ଯାହାର ଓଡ଼ିଆ ଅନୁବାଦ ହେଉଛି, ସଲମାନ ପରେ ପପୁ ୟାଦବଙ୍କୁ ମିଳିଲା ହତ୍ୟା ଧମକ । ବିହାରର ପୂର୍ଣ୍ଣିଆ ସଂସଦୀୟ କ୍ଷେତ୍ରର ସାଂସଦ ହେଉଛନ୍ତି ପପୁ ୟାଦବ। 

ସେହିପରି, ୨୭ ଅକ୍ଟୋବର ୨୦୨୪ରେ ଏକ ଗ୍ରାଫିକ୍ସ ସେୟାର କରିଛି ଡିବି ଲାଇଭ । ଗ୍ରାଫିକ୍ସରେ ଉଲ୍ଲେଖ ରହିଛି झारखंड के दलित और आदिवासी पूरी तरह से राहुल गांधी के पीछे खड़े हैं.- पप्पू यादव, सांसद ।

ଯାହାର ଓଡ଼ିଆ ଅର୍ଥ ହେଉଛି, ଝାଡ଼ଖଣ୍ଡର ଦଳିତ ଏବଂ ଆଦିବାସୀଙ୍କ ପଛରେ ଠିଆ ହୋଇଛନ୍ତି ରାହୁଲ ଗାନ୍ଧୀ । 

ଉକ୍ତ ଗ୍ରାଫିକ୍ସଟି ଡିବି ଲାଇଭର ସମସ୍ତ ସୋସିଆଲ ମିଡିଆରେ ସେୟାର ହୋଇଥିବାର ଦେଖା ଯାଇଛି ।


Full View

ଯେତେବେଳେ ଆମେ ଭାଇରାଲ ଏବଂ ଉକ୍ତ ଗ୍ରାଫିକ୍ସ ମଧ୍ୟରେ ତୁଳନା କରିଥିଲୁ, ଦୁଇଟି ଗ୍ରାଫିକ୍ସ ମଧ୍ୟରେ ଲେଖାକୁ ଛାଡି ବାକି ସମସ୍ତ ସମାନତା ଦେଖିବାକୁ ପାଇଥିଲୁ ।


ତେବେ ଏନେଇ ଆମେ ଡିବି ଲାଇଭ ସହ ଯୋଗାଯୋଗ କରିଥିବା ବେଳେ, ଆଗକୁ ଏନେଇ ସୁଚନା ଦିଆଯିବ ବୋଲି ଆମକୁ ଜଣାଇଛନ୍ତି ।

ତେବେ ଯଦି ଆଗକୁ କୌଣସି ସୂଚନା ମିଳେ ତେବେ ଏନେଇ ଆମେ ନିଶ୍ଚିତ ଅପଡେଟ୍ ଜଣାଇବୁ ।

ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିରେ ନାହିଁ କୌଣସି ସତ୍ୟତା । ପୂର୍ଣ୍ଣିଆ ସାଂସଦ ପପୁ ୟାଦବ  ଏଭଳି କୌଣସି ମତାମତ ଦେଇନାହାନ୍ତି ଏବଂ ଏଭଳି କୌଣସି ଖବର ପ୍ରସାରଣ କରିନାହିଁ ଡିବି ଲାଇଭ । ତେଣୁ ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ଉକ୍ତ ଫଟୋକୁ ଏଡିଟ୍ କରି ଭାଇରାଲ କରାଯାଇଛି । 

 

Claim :  ଲରେନ୍‌ସ ବିଷ୍ଣୋୟୀଙ୍କ ଉପରେ ସହନଶୀଳତା ଦେଖାଇଲେ ସାଂସଦ ପପୁ ୟାଦବ
Claimed By :  Social Media user
Fact Check :  False
Tags:    

Similar News