ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ତ୍ରିବ ଝଡ଼ ସୃଷ୍ଟି କରିଛି । ଉକ୍ତ ଭିଡିଓ ରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ହିନ୍ଦୀରେ କହିଛନ୍ତି ଯେ " ଯେଉଁ ମାନେ ନିଜକୁ ହିନ୍ଦୁ କହୁଛନ୍ତି, ସେମାନେ ୨୪ ଘଣ୍ଟା ହିଂସା ହିଂସା କହୁଛନ୍ତି " ।
ଉକ୍ତ ଭିଡିଓଟି ସୋସିଆଲ ମିଡିଆ ୟୁଜର୍ସଙ୍କ ଦ୍ୱାରା “ଫିରୋଜ ଖାନଙ୍କ ନାତି କେବଳ ୯୯ ସିଟ୍ ପାଇବା ପରେ ଦେଖନ୍ତୁ ହିନ୍ଦୁ ଙ୍କୁ କିଭଳି ଏତେ ଦୁର୍ବ୍ୟବହାର କରୁଛନ୍ତି । କଳ୍ପନା କର ଯଦି ଏମାନେ ସଂଖ୍ୟାଗରିଷ୍ଠତା ହାସଲ କରିବେ ତେବେ ହିନ୍ଦୁଙ୍କ ଅବସ୍ଥା କଣ ହେବ", ଲେଖି ଉକ୍ତ ଭିଡିଓ ଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
କେବଳ ସାଧାରଣ ଲୋକ ନୁହଁନ୍ତି ଉକ୍ତ ଭିଡିଓ କୁ ବିଜେପି ର ବହୁ ବରିଷ୍ଠ ନେତା ନିଜର ବିଭିନ୍ନ ମତାମତ ଦେଇ ସେୟାର କରିଥିବାର ଦେଖା ଦେଇଛି ।
ସତ୍ୟାସତ୍ୟ: ଅନୁସନ୍ଧାନ ରୁ ଜଣାଯାଏଯେ ମୂଳ ଭିଡିଓ କୁ ଏଡିଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ମୂଳ ଭିଡିଓ ରେ ରାହୁଲ ବିଜେପି ଏବଂ ଆରଏସଏସ କୁ ସମାଲୋଚନା କରୁଥିବାର ଦେଖାଯାଇଛି ।
ଅନୁସନ୍ଧାନ ରୁ ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁବ ଚ୍ୟାନେଲ ରେ ଏକ ଭିଡିଓ ଅପଲୋଡ ହୋଇଥିବାର ଦେଖିବାକୁ ପାଇଥିଲୁ । ୨୦.୦୫ ସମୟରେ ଭାଇରାଲ କ୍ଲିପ ର କିଛି ଅଂଶ ମଧ୍ୟ ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓ ରେ ରାହୁଲ ଶିବଙ୍କ ଏକ ଫଟୋ ଧରି କହୁଛନ୍ତି, ଯଦି ଆମେ ଭଗବାନ ଶିବ ହେଉଛନ୍ତି ଶାନ୍ତି ର ପ୍ରତିକ । ଏଥିରୁ ଜଣାଯାଏ ଯେ ହିନ୍ଦୁ କେବେବି ଭୟ ସୃଷ୍ଟି କରାଏ ନାହିଁ । ଏହା ମଧ୍ୟ କହିଥିବାର ଦେଖାଯାଇଛି ଯେ , କିନ୍ତୁ ବିଜେପି ୨୪ ଘଣ୍ଟା ଭୟ ସୃଷ୍ଟି କରାଇଥାଏ ।
ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ ହୋଇଥିବା ଏକ ଭିଡିଓର ୨୧.୦୭ ସମୟରେ ରାହୁଲ ହିନ୍ଦୁ ସମାଜ କୁ ସମାଲୋଚନା କରିଥିବାର ଅଭିଜୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୋଦୀ ଙ୍କ ଅଭିଯୋଗ କୁ ଜବାବ ଦେବାକୁ ଯାଇ ରାହୁଲ ୨୧.୧୨ ମିନିଟ ରେ କହିଛନ୍ତି "ମୁଁ ହିନ୍ଦୁ ସମାଜକୁ ନୁହେଁ କେବଳ ବିଜେପି କୁ ସମାଲୋଚନା କରିଛି" ।
ଓଡ଼ିଶା କଂଗ୍ରେସର ନେତା ତଥା କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ନିଜ ସୋସିଆଲ ମିଡିଆରେ " ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ମାନେ ନରେନ୍ଦ୍ର ମୋଦୀ ନୁହଁନ୍ତି " ଲେଖି ନିଜ ମତାମତ ସହ ରାହୁଲ ଙ୍କ ଭିଡିଓ ଅପଲୋଡ଼ କରିଛନ୍ତି ।
ଅନ୍ୟପଟେ ବରିଷ୍ଠ ନେତା କେ.ସି ଭେଣୁଗୋପାଳ ମଧ୍ୟ " ହିନ୍ଦୁ କେବେ ମଧ୍ୟ ଭୟ ଏବଂ ହିଂସା ସୃଷ୍ଟି କରେନାହିଁ ବୋଲି ନିଜର ମତାମତ ଲେଖିଛନ୍ତି" ।
ଅନୁସନ୍ଧାନ ରୁ ଇଣ୍ଡିଆନ ଏକ୍ସପ୍ରେସ ଏହି ଘଟଣା କୁ ନେଇ ଏକ ବିସ୍ତୃତ ଖବର ପ୍ରସାରିତ କରିଛି । ପ୍ରକାଶିତ ଖବର ଅନୁଯାୟୀ “ରାହୁଲ କୁହନ୍ତି ବିଜେପି ହିନ୍ଦୁ ଧର୍ମର ରକ୍ଷକ ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍ଗେ ସଙ୍ଗେ ଉଠି କହିଥିଲେ ଯେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗୁରୁତର ବିଷୟ। ଅନ୍ୟପଟେ କୋଟି କୋଟି ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଥିବାରୁ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ଅମିତ ଶାହା । “ତୁମେ ପ୍ରକୃତ ହିନ୍ଦୁ ନୁହଁ। ବିଜେପି ହିନ୍ଦୁମାନଙ୍କୁ ପ୍ରତିନିଧିତ୍ୱ କରେ ନାହିଁ। ନରେନ୍ଦ୍ର ମୋଦୀ ସମଗ୍ର ହିନ୍ଦୁ ସମାଜ ନୁହଁନ୍ତି, ଆରଏସଏସ ସମଗ୍ର ହିନ୍ଦୁ ସମାଜ ନୁହେଁ ବୋଲି ଦାବି ରଖିଥିଲେ ରାହୁଲ ଗାନ୍ଧୀ ।
ଇକୋନୋମିକ୍ ଟାଇମ୍ସ ଅନୁଯାୟୀ: “ରାହୁଲ ଗାନ୍ଧୀ ହିନ୍ଦୁ ନୁହେଁ, ବିଜେପିର ରାଜନୀତିକୁ ଟାର୍ଗେଟ କରିଛନ୍ତି ବୋଲି ମତ ରଖିଛନ୍ତି ଆପ୍ ସାଂସଦ ମାଲବିନ୍ଦର ସିଂ କାଙ୍ଗ ।
ହିନ୍ଦୁ ନୁହେଁ ବିଜେପି ବିରୋଧରେ ରାହୁଲ ଏଭଳି ମନ୍ତବ୍ୟ ରଖିଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ।
ତେଣୁ ଉପରୋକ୍ତ ଖବର ପ୍ରକାଶନ ଏବଂ ଆମର ଅନୁସନ୍ଧାନକୁ ଆଧାର କରି ଆମେ ଏହା ଜାଣିବାକୁ ପାଇଲୁ ଯେ, ଭିଡିଓ କୁ ଏଡିଟ୍ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ମୂଳ ଭିଡିଓ ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହିନ୍ଦୁ ସମାଜକୁ ନୁହେଁ ବିଜେପି ଏବଂ ଆରଏସଏସ କୁ ନେଇ ଏଭଳିମନ୍ତବ୍ୟ ଦେଇଥିବାର ଜଣାଯାଇଛି ।