Fact Check: ପଲିସି ପ୍ରତ୍ୟାହାର ନେଇ କୌଣସି ନୋଟିସ ଜାରି କରିନାହିଁ ଏଲ.ଆଇ.ସି

Update: 2024-09-09 05:39 GMT


୯ ସେପ୍ଟେମ୍ବର ଦିନ  ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଉପରେ ବଡ଼ ନିଷ୍ପତ୍ତି ନିଆଯାଇପାରେ । ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମରୁ ଜିଏସ୍‌ଟି ହାର ହ୍ରାସ କରିବା ସମ୍ବନ୍ଧିତ ନିଷ୍ପତ୍ତି ନେବାର ଅନୁମାନ କରାଯାଉଛି  । ଏବେ ଏହାର ପ୍ରିମିୟମରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁଛି, ଖୋଦ୍‌ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହାକୁ ହଟାଇବାକୁ ଦାବି କରିଥିଲେ ।  ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଚିଠି ଲେଖିଥିଲେ ନିତିନ  । ଏହା ଜୀବନର ଅନିଶ୍ଚିତତା ଉପରେ କର ଲଗାଇବା ସହ ସମାନ । ସମାଜ ଲାଗି ଏହି ବୀମା ଜରୁରୀ ମାତ୍ର ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସଟି ଯୋଗୁଁ କ୍ଷେତ୍ରର ବିକାଶ ହେଉନାହିଁ । ପ୍ରିମିୟମ ବାବଦ ଅର୍ଥ ପୈଠ କରିବା ବରିଷ୍ଠ ନାଗରିକଙ୍କ ପାଇଁ ଆହ୍ୱାନ ପାଲଟି ଯାଇଛି ବୋଲି ଗଡ଼କରି କହିଥିଲେ ।

ଇତିମଧ୍ୟରେ ଏକ ନୋଟିସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନୋଟିସ ଉପରେ ଏଲଆଇସିର ଲୋଗୋ ରହିଥିବା ବେଳେ, "ଏହା ଏକ ଜରୁରୀ ସୂଚନା, ସମସ୍ତ ପ୍ଲାନ ପ୍ରତ୍ୟାହାର ର ସୂଚନା ବୋଲି" ଶୀର୍ଷକରେ ଉଲ୍ଲେଖ ରହିଛି । ନୋଟିସ ରେ ଏହା ମଧ୍ୟ ଉଲ୍ଲେଖ ରହିଛି ଜେ, ନୂଆ ପ୍ଲାନ ଆଣିବାକୁ ଯାଇ ଏଲଆଇସି ତାହାର ସମସ୍ତ ପ୍ଲାନ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ପ୍ରତ୍ୟାହାର କରିବାକୁ ଯାଉଛି ।  ନୋଟିସରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ସଂଶୋଧିତ ହୋଇ ୧ ଅକ୍ଟୋବରରୁ ଆସିବାକୁ ଥିବା ପ୍ଲାନ କିମ୍ବା ପଲିସି ଗୁଡିକରେ ଏହି ସବୁ ନୂଆ ସୁବିଧା ମିଳିପାରିବ ବୋଲି ଆଶା କରାଯାଉଛି:  

୧. ପ୍ରିମୀୟମ ପରିମାଣ ବଢ଼ିପାରେ କିମ୍ବା ବଦଳିପାରେ

୨. ନିୟମ ରେ କିଛି ଅଦଳବଦଳ ହୋଇପାରେ

୩. ସଂଶୋଧନ କିମ୍ବା ହ୍ରାସ, ବୋନସ କିମ୍ବା ନିଶ୍ଚିତ, ବିଶ୍ୱସ୍ତତା କିମ୍ବା ନୂତନ ଯୋଗ ର ସମ୍ଭାବନା ରହିଛି

୪. ନୂଆ ପ୍ଲାନ ଲାଗୁ ହେବା ପାଇଁ ଦୁଇରୁ ତିନି ମାସ ସମୟ ଲାଗିପାରେ

୫. ଅଧିକ ଲାଭଦାୟକ ପ୍ଲାନ ସବୁଦିନ ପାଇଁ ପ୍ରତ୍ୟାହାର ହୋଇପାରେ


Full View




 ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ନୋଟିସ ଜାରି କରିନାହିଁ ଏଲ.ଆଇ.ସି

ତଦନ୍ତ କରିବାକୁ ଯାଇ ଆମେ LIC India ର ୱେବସାଇଟରେ ଅନୁସନ୍ଧାନ କରିଥିଲୁ ହେଲେ, ଏନେଇ କୌଣସି ନୋଟିସ ପାଇନଥିଲୁ ।

ଭାଇରାଲ ନୋଟିସରେ କୌଣସି ରେଫରେନ୍ସ କିମ୍ବା ଲେଟର ନମ୍ବର ନଥିବାର ଦେଖିବାକୁ ପାଇଥିଲୁ ।  ତଳେ ଉଲ୍ଲେଖ ଥିବା ରିଗାର୍ଡ୍ସ ଶବ୍ଦଟି ମଧ୍ୟ ଭୁଲ୍ ଲେଖା ହୋଇଛି, ଏପରିକି ତଳେ D.O LIC Of India ପଦବୀ ଉଲ୍ଲେଖ ଥିବା ବେଳେ ଏଠାରେ କୌଣସି ଅଧିକାରୀଙ୍କ ଷ୍ଟାମ୍ପ କିମ୍ବା ଦସ୍ତଖତ ରହିନାହିଁ ।



ବ୍ୟବହୃତ ଶବ୍ଦ  ଗୁଡିକୁ ଗୁଗୁଲରେ ଅନୁସନ୍ଧାନ କରିବାରୁ, ଏନେଇ IBC24 ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି " LIC Policy Status Check Online सोशल मीडिया पर वायरल हो रहे नोटिस में दावा किया जा रहा है कि 30 सितंबर 2024 को संशोधन के लिए सभी LIC बीमा उत्पादों/योजनाओं को वापस लेने जा रही है। लेटर में कहा गया कि LIC अपने ग्राहकों को ज्यादा से ज्यादा फायदा दिलाने के लिए पॉलिसियों के नियमों में बदलाव करने जा रही है, जिसके चलते सभी पॉलिसियों और योजनाओं को वापस लेने जा रही है । वहीं, इस वायरल लेटर पर भारत सरकार की संस्था #PIBFACTCHECK ने वायरल लेटर पर संज्ञान लेते हुए सत्यता की जांच की। जांच के बादा #PIBFACTCHECK ने पाया कि इस लेटर में किए जा रहे दावे पूरी तरह फर्जी हैं। साथ ही ये भी बताया कि LIC ने ऐसा कोई भी लेटर जारी ​नहीं किया है" ।

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ, " ନୂଆ ପଲିସି ଆଣିବାକୁ ଯାଇ ଏଲ.ଆଇ.ସି ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ତାହାର ସମସ୍ତ ଚାଲୁରହିଥିବା ପଲିସି ପ୍ରତ୍ୟାହାର କରିବାକୁ ଯାଉଛି । ଲେଟରରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଗ୍ରାହକଙ୍କୁ ଅଧିକରୁ ଅଧିକ ଲାଭ ଦେବାକୁଯାଇ ଏଲ.ଆଇ.ସି ନୂଆ ପଲିସି ଆଣୁଚି  । ଏହି ଭାଇରାଲ ନୋଟିସ କୁ ପ୍ରତ୍ୟାଖ୍ୟାନ କରିଛି ପିଆଇବି ର ଫ୍ୟାକ୍ଟଚେକ୍ ।  ଭାଇରାଲ ହେଉଥିବା ନୋଟିସ ଟି ଫେକ୍ ବୋଲି ଉଲ୍ଲେଖ କରିଛି ପିଆଇବି, ଏଭଳି କୌଣସି ନୋଟିସ ଏଲ.ଆଇ.ସିପକ୍ଷରୁ ଜାରି କରାଯାଇନାହିଁ " ।

ଯେତେବେଳେ ପିଆଇବି ଫ୍ୟାକ୍ଟଚେକ୍ ର ସୋସିଆଲ ମିଡିଆ ପେଜ୍ କୁ ଅନୁସନ୍ଧାନ କରିଥିଲୁ । ୨ ସେପ୍ଟେମ୍ବର ୨୦୨୪ ରେ ପିଆଇବି ଫ୍ୟାକ୍ଟଚେକ୍ ଉକ୍ତ ଭାଇରାଲ ଲେଟର କୁ ପୋଷ୍ଟ କରି ଉଲ୍ଲେଖ କରିଛି "A notice allegedly issued by LIC is doing the rounds on social media & claims that it is going to withdraw all insurance products/ plans for revision on 30 September 2024

#PIBFACTCHECK ✔️This claim is #ଫାଂକେ ✔️No such notice has been issued by @LICIndiaForever

ଯାହାର ଓଡ଼ିଆ ଅନୁବାଦ ହେଉଛି " ଏଲ.ଆଇ.ସି ନାମରେ ଏହି ଲେଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା, ଏଲ.ଆଇ.ସି କୌଣସି ଏଭଳି ନୋଟିସ ଜାରି କରି ନାହିଁ " ।

ଉକ୍ତ ପୋଷ୍ଟଟିକୁ ଏଲ.ଆଇ.ସି ଇଣ୍ଡିଆ ମଧ୍ୟ ରିପୋଷ୍ଟ କରିଥିଵାର ଦେଖାଦେଇଛି । 



ଡିଜିଟାଲ ଖବର ପ୍ରସାରଣ କାରୀ ଆପ୍ 'ଇନସର୍ଟ' ଏନେଇ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, " An image purportedly shared by Life Insurance Corporation (LIC) is going viral on the internet to claim that the group has recently announced the withdrawal of all its plans by September 30. The claim is false as LIC has not issued any such announcement as per its official website. The Press Bureau of India (PIB) also fact-checked the claim".

ଓଡ଼ିଆରେ ଅନୁବାଦରେ ଜଣାଯାଏ ଯେ, " ଭାଇରାଲ ହେଉଥିବା ଏଲ.ଆଇ.ସି ନୋଟିସ ଟି ସମ୍ପୂର୍ଣ୍ଣ ଫେକ୍ । ୩୦ସେପ୍ଟେମ୍ବର ସୁଦ୍ଧା ପଲିସି ପ୍ରତ୍ୟାହାର ଦାବି ମଧ୍ୟ ମିଥ୍ୟା, ଏଭଳି କୌଣସି ନୋଟିସ ଜାରି କରିନାହିଁ ଏଲ.ଆଇ.ସି । ପିଆଇବି ଫ୍ୟାକ୍ଟଚେକ୍ ମଧ୍ୟ ଉକ୍ତ ଦାବିକୁ ଭୁଲ୍ ବୋଲି ଦର୍ଶାଇଛି " ।


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ନୋଟିସଟି ଫେକ୍ ଅଟେ , ଏଭଳି କୌଣସି ନୋଟିସ ଜାରି କରିନାହିଁ ଏଲ.ଆଇ.ସି ।


Claim :  ନୂଆ ପଲିସି ଆଣିବାକୁ ଯାଇ, ୩୦ ସେପ୍ଟେମ୍ବରରୁ ସମସ୍ତ ପଲିସି ଉଠାଇଦେଵ ଏଲ.ଆଇ.ସି
Claimed By :  Social Media Users
Fact Check :  False
Tags:    

Similar News