ଏମଆଇଏମ କୁ ସମର୍ଥନ ଜଣାଇନାହାନ୍ତି ମୋଦି, ଅଡିଓ ଏଡିଟ କରାଯାଇ ଭିଡିଓଟିକୁ କରାଯାଉଛି ଭାଇରାଲ

Update: 2024-05-21 11:00 GMT


ସୋସିଆଲ ମିଡିଆରେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଏଆଇଏମଏମ କୁ ସମର୍ଥନ କରୁଛନ୍ତି ବୋଲି ଦାବି କରି ଏକ ୨୬ ସେକେଣ୍ଡର ଭିଡିଓ ଭାଇରାଲ ହୋଇଛି ।

ଏହି ଭିଡିଓରେ ମୋଦି କହୁଛନ୍ତି - “ତେଲେଙ୍ଗାନା କହୁଛି କଂଗ୍ରେସ ନାକ୍କୋ, ବିଆରଏସ ନାକ୍କୋ, ବିଜେପି ନାକ୍କୋ I ଏମଆଇଏମ କୋଇଚ ଭୋଟ୍ ଦେଙ୍ଗେ , ଏମଆଇଏମ କୋ ହି ଜିତାଏଙ୍ଗେ  ଧନ୍ୟବାଦ" ।

ଯାହାର ଓଡ଼ିଆ ଅର୍ଥ ହେଉଛି ,"ତେଲେଙ୍ଗାନା କହୁଛି କଂଗ୍ରେସ ନୁହେଁ, ବିଜେପି (ଭାରତୀୟ ଜନତା ପାର୍ଟି) ନୁହେଁ, ବିଆରଏସ  ନୁହେଁ, ଏମଆଇଏମ କୁ ଭୋଟ୍ ଦେବା , ଏବଂ ଆମେ ଏମଆଇଏମ କୁ ହିଁ ଜିତାଇବା ।

ଏକ ଗ୍ରାଫିକ୍ସ ନିର୍ମାଣ କରି ଭିଡିଓ ଉପରେ ଲେଖା ହୋଇଛି : “Modi Ne Hyderabad Me AIMIM ko Kiya Support”, ଓଡ଼ିଆରେ ଏହାର ଅର୍ଥ ହେଉଛି “ମୋଦି ହାଇଦ୍ରାବାଦରେ ଏଆଇଏମଆଇଏମ କୁ ସମର୍ଥନ ଜଣାଇଛନ୍ତି" ।

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହାଇଦ୍ରାବାଦରେ ମୋଦି ଏଆଇଏମଆଇଏମ କୁ ସମର୍ଥନ କରିଛନ୍ତି ବୋଲି ଉଲ୍ଲେଖ କରି ଭିଡିଓ ସେୟାର ହୋଇଥିବାର ଦେଖା ଦେଇଛି 




 

ସତ୍ୟାସତ୍ୟ : ଉପରୋକ୍ତ ଦାବିରେ କୌଣସି ସତ୍ୟତା ନଥିବା ଜାଣିବାକୁ ପାଇଥିଲୁ । ଭିଡିଓଟି ଏଡିଟ୍ ହୋଇ ସୋସିଆଲ ମିଡିଆରେ ସେୟାର କରାଯାଇଛି, ମୂଳ ଭିଡିଓରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ସମର୍ଥନରେ ବାର୍ତା ରଖୁଥିବାର ଦେଖିବାକୁ ମିଳିଛି ।

ଯେତେବେଳେ ଆମେ ହାଇଦ୍ରାବାଦରେ ପିଏମ ମୋଦିଙ୍କ ସାଧାରଣ ସଭା ନେଇ ଅନୁସନ୍ଧାନ କରିଥିଲୁ, ସେତେବେଳେ ନରେନ୍ଦ୍ର ମୋଦି ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଲାଇଭ ଷ୍ଟ୍ରିମ ପାଇଥିଲୁ ।

ଆମେ କ୍ଲିପ୍ ର ମୂଳ ସଂସ୍କରଣ ୩.୨୬ ଟାଇମ୍ ଷ୍ଟାମ୍ପରେ ଜାଣିବାକୁ ପାଇଲୁ , ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ - “କଂଗ୍ରେସ ନାକ୍କୋ, ବିଆରଏସ ନାକ୍କୋ, ଏମଆଇଏମ ନାକ୍କୋ, ବିଜେପି କୋ ଭୋଟ୍ ଦେଙ୍ଗେ । ''

ଓଡ଼ିଆରେ ଏହାକୁ ଅନୁବାଦ କରିବାରୁ ଜଣାଯାଏ ଯେ “ତେଲେଙ୍ଗାନା କହୁଛି କଂଗ୍ରେସ ନୁହେଁ, ବିଆରଏସ ନୁହେଁ, ଏମଆଇଏମ ନୁହେଁ, ଆମେ କେବଳ ବିଜେପିକୁ ହିଁ ଭୋଟ୍ ଦେବୁ ।


Full View


ଅନୁସନ୍ଧାନ ସମୟରେ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ର ଏକ ଲେଖନୀ ମଧ୍ୟ  ପାଇଥିଲୁ




 


ଏପରିକି ୨୦୨୪ ମସିହା ୧୦ ମଈରେ ଦ ଷ୍ଟେଟ୍ସମ୍ୟାନ ଏନେଇ ଏକ ଖବର ପ୍ରସାରଣ କରିଥିଲା । ଯେଉଁଥିରେ ଶୀର୍ଷକ ଥିଲା, Congress agenda anti-development and anti-national: PM in Telangana" ୯ ନମ୍ବର ପାରା ରେ ମୂଳ ଭିଡିଓ ର ସଠିକ୍ ଲେଖନୀ ପ୍ରକାଶିତ ହୋଇଥିଲା ।

ତେଣୁ, ଏହା ସ୍ପଷ୍ଟ ଯେ ଭିଡିଓଟି ଏଡିଟ୍ ହୋଇଛି ଏବଂ ଦର୍ଶକଙ୍କୁ ଭୁଲ ସୂଚନା ଦେବା ପାଇଁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ମୂଳ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରକୃତରେ ଲୋକଙ୍କୁ ବିଜେପିକୁ ଭୋଟ୍ ଦେବାକୁ ଉତ୍ସାହିତ କରୁଥିଲେ ।


Claim :  ହାଇଦ୍ରାବାଦରେ ଆୟୋଜିତ ଏକ ସଭାରେ ଅଭିଭାଷଣ ଦେଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ଏମଆଇଏମ କୁ ସମର୍ଥନ ଜଣାଇଛନ୍ତି
Claimed By :  Social Media Users
Fact Check :  False
Tags:    

Similar News