Fact Check: ଦୁର୍ଗାପୂଜା ମଣ୍ଡପରେ ଭଙ୍ଗାରୁଜା ପଛରେ ନାହିଁ କୌଣସି ଧର୍ମାନ୍ତିକରଣ

ନୁମାଇସ ପଡିଆରେ ଦୁର୍ଗାପୂଜା ମଣ୍ଡପ ଭଙ୍ଗାରୁଜା ଘଟଣାରେ ନାହିଁ କୌଣସି ଧର୍ମାନ୍ତିକରଣ । ତେଣୁ ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ ।

Update: 2024-10-12 09:54 GMT


ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା ଦୁର୍ଗା । ମା` ଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ସହ ସାରା ଦେଶ । ଏପରିକି ବିଦେଶରେ ମଧ୍ୟ ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଧୁମଧାମରେ ପାଳନ ହେଉଥିବାର ଦେଖା ଯାଇଛି । ଏହି କ୍ରମରେ ଦୁର୍ଗାପୂଜା ପାଇଁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଭାଇଚାରାର ସହରରେ ଏକ ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ ରହିଛି । ମା` ଦୁର୍ଗାଙ୍କ ଆଗମନ ନେଇ କଟକର ବିଭିନ୍ନ ମଣ୍ଡପର ଝଲକ୍ ସମସ୍ତଙ୍କ ମନ ମୋହୁଛି ।

ଏଠାରେ କେବଳ ହିନ୍ଦୁ ନୁହେଁ ବିଭିନ୍ନ ଧର୍ମର ବ୍ୟକ୍ତି ପୂଜାରେ ନିଜକୁ ସାମିଲ କରିଥାଆନ୍ତି । କିଏ ଭୋଗ ବାଣ୍ଟିବାରେ ତ କିଏ ତୋରଣ ଟାଙ୍ଗିବାରେ ବିଭିନ୍ନ କାର୍ଯ୍ୟରେ ଏଠାରେ ଭାଇଚାରାର ପ୍ରତିକ ଦେଖା ଯାଇଥାଏ ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ମା' ଦୁର୍ଗାଙ୍କ ପୂଜା ମଣ୍ଡପରେ ଭଙ୍ଗାରୁଜା ହୋଇଥିବାର ଦେଖା ଯାଇଛି । ମା'ଙ୍କ ପୂଜା ପାଇଁ ବ୍ୟବହୃତ ସାମଗ୍ରୀ ଏଣେତେଣେ ପଡିଥିବା ବେଳେ କିଛି ପୋଲିସ୍ କର୍ମଚାରୀ ଏହାକୁ ସଯାଉଥିବାର ଦେଖାଯାଇଛି ।

ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ୟୁଜର୍ସ ସେୟାର କରି ବିଭିନ୍ନ ମତାମତ ଦେଇଥିବାର ଦେଖାଦେଇଛି ।

ଯେପରିକି ଜଣେ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଉଲ୍ଲେଖ କରିଛନ୍ତି, ଏହା ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ପାଇଁ ଲଜ୍ୟାର ବିଷୟ । ଏହା ବାଙ୍ଗଲାଦେଶ  ନୁହେଁ ଭାରତ ରେ ଘଟୁଛି

माँ रो रही है , और हिन्दू सो रहा है !!

Full View

ଆଉଜଣେ ୟୁଜର୍ସ ଲେଖିଛନ୍ତି, This is Bhagyanagar, not Pakistan. We are in the midst of #Navaratri, the festival dedicated to Devi Maa. Such an act during this time is disgraceful.

ଯାହାର ଓଡ଼ିଆ ଅନୁବାଦ ହେଉଛି, 'ଏହା ପାକିସ୍ତାନ ନୁହେଁ ଭାଗ୍ୟନଗର, ନବରାତ୍ର ପାଳନର ମଧ୍ୟରେ କିଛି ଏଭଳି ଘଟଣା ଘଟିଛି' ।  

ସେହିଭଳି ଆଉଜଣେ ୟୁଜର୍ସ ଲେଖିଛନ୍ତି, Not Pakistani Hyderabad but Congress ruled Indian Hyderabad.

ଯାହାକୁ ଓଡ଼ିଆରେ ପଢ଼ାଯାଏ, ପାକିସ୍ତାନ ନୁହେଁ ଏହା ହାଇଦ୍ରାବାଦ କିନ୍ତୁ ହାଇଦ୍ରାବାଦରେ ଚାଲିଛି କଂଗ୍ରେସ ଶାସନ । 


ସତ୍ୟାସତ୍ୟ:

ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଭାଇରାଲ ହେଉଥିବା ଦୁର୍ଗାଙ୍କ ମୂର୍ତ୍ତି ଭାଙ୍ଗିବା ପଛରେ ନାହିଁ କୌଣସି ଧର୍ମାନ୍ତିକରଣ ।

ଉକ୍ତ  ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ siasat.com ରେ ଏକ ଖବର ପ୍ରସାରିତ ହୋଇଥିବାର ଦେଖାଯାଇଛି । ୧୨ ଅକ୍ଟୋବର ୨୦୨୪ରେ ଖବର ପ୍ରସାରଣ କରି ଶୀର୍ଷକରେ ସିଆସତ ଉଲ୍ଲେଖ କରିଛି , Man held for damaging Durga idol, no communal angle.

ସିଆସତ ଏହା ମଧ୍ୟ ଉଲ୍ଲେଖ କରିଛି, The Begum Bazar police arrested a man for allegedly damaging the idol of Durga idol at Numaish Grounds on Thursday night, October 10, in the city. The accused, Krishnaiah Goud, is mentally disturbed and is a native of Nagarkurnool district.

ଓଡ଼ିଆରେ ଅନୁବାଦ ଅନୁଯାୟୀ, ଦୁର୍ଗାଙ୍କ ମୂର୍ତ୍ତିଭଙ୍ଗା ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି, ଏଥିରେ କୌଣସି ଧର୍ମାନ୍ତିକରଣ ଦିଗ ନାହିଁ । ନୁମାଇସ ପଡିଆରେ ଦୁର୍ଗାପୂଜା ମଣ୍ଡପ ଭଙ୍ଗାରୁଜା ଘଟଣାରେ ବେଗମ ବଜାର ପୋଲିସ୍ ଜଣଙ୍କୁ ମଙ୍ଗଳବାର ରାତି ୧୦ଟାରେ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି କ୍ରି୍ସନୟା ଗୌଡ଼ , ଯିଏକି ଜଣେ ମାନସିକ ବିକାରଗସ୍ତ ଏବଂ ନଗରକୂରନୁଲ ର ବାସିନ୍ଦା ଅଟନ୍ତି । 

ତେବେ ଉକ୍ତ କିୱାର୍ଡ ଗୁଡିକୁ ନେଇ ଗୁଗୁଲରେ ସର୍ଚ୍ଚ କରିବାରୁ,  ANI ଏନେଇ ଏକ ଖବର ପ୍ରସାରଣ କରିଥିବା ଦେଖାଯାଇଛି ।

ଖବରରେ ଉଲ୍ଲେଖ ରହିଛି, ସକାଳ ପ୍ରାୟ ୬ଟା ସମୟରେ ଆମେ ଏନେଇ ଫୋନ ଯୋଗେ ଅଭିଯୋଗ ପାଇଥିଲୁ । ଅଭିଯୋଗ ପାଇଁ ସେଠାରେ ପହଞ୍ଚି ଦେଖିବାରୁ, ପ୍ରଦର୍ଶନୀ ପଡିଆରେ ରଖାଯାଇଥିବା ଦୁର୍ଗାମାତା ମୂର୍ତ୍ତିଙ୍କ ଡାହାଣ ହାତ ନଷ୍ଟ ହୋଇଯାଇଛି ଏବଂ ମୂର୍ତ୍ତିର ପାଦରେ ରଖାଯାଇଥିବା 'ପ୍ରସାଦ' ଏବଂ ଅନ୍ୟାନ୍ୟ ସାମଗ୍ରୀ ଏଣେତେଣେ ପଡିରହିଛି । ଏନେଇ ଅତିଶୀଘ୍ର ତଦନ୍ତ ଆରମ୍ଭ କରି ଆମେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲୁ ଏବଂ ରାତି ପ୍ରାୟ ୮ଟା ୧୫ ମିନିଟରେ ଅଭିଯୁକ୍ତକୁ ଧରିଥିଲୁ । ଅଭିଯୁକ୍ତଙ୍କ ନାମ ହେଉଛି କୃଷ୍ଣ ଗୌଡ଼ ସେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତି । ଡିସିପି ଅକ୍ଷୟ ଯାଦବ କହିଛନ୍ତି ଯେ, ସେ ଭୋକିଲା ଅନୁଭବ କରୁଥିବାରୁ ସକାଳୁ ସେ ଏହି ପୂଜା ମଣ୍ଡପକୁ ଆସିଥିଲେ ଏବଂ ଖାଦ୍ୟ ଖୋଜୁଥିବା ସମୟରେ ସେ ପ୍ରସାଦଙ୍କୁ ଏଣେତେଣେ କରିଥିଲେ ଏବଂ ସେଥିରେ ମୂର୍ତ୍ତି ନଷ୍ଟ ହୋଇଯାଇଥିଲା ।

ଏଥିସହ ସେ କହିଛନ୍ତି ଯେ ଅବହେଳା ଥିବାରୁ ଆୟୋଜକ କମିଟି ନାଁ ରେ ମଧ୍ୟ ଏତଲା ଦିଆଯାଇଛି । ଅନଲାଇନ ଫର୍ମଭରି ସ୍ୱେଚ୍ଛାସେବୀମାନଙ୍କ ନାମ ଦର୍ଶାଯାଇଥିବା ବେଳେ ଘଟଣା ସମୟରେ ଉକ୍ତ ସ୍ୱେଚ୍ଛାସେବୀ ସେଠାରେ କାହିଁକି ଉପସ୍ଥିତ ନଥିଲେ । 

Telengana Today ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଉକ୍ତ ଘଟଣାରେ ପୋଲିସ୍ କୃଷ୍ଣ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ସେହିପରି ହାଇଦ୍ରାବାଦର ଜଣେ ସାମ୍ବାଦିକ ଏନେଇ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟକରି ଉଲ୍ଲେଖ କରିଛନ୍ତି, ଜଣେ ଭିକ୍ଷୁକକୁ ପୋଲିସ୍ ଏହି ଘଟଣାରେ ଗିରଫ କରିଛି ।


ଏଥିରୁ ପ୍ରମାଣିତ ହେଲା ଯେ, ନୁମାଇସ ପଡିଆରେ ଦୁର୍ଗାପୂଜା ମଣ୍ଡପ ଭଙ୍ଗାରୁଜା ଘଟଣାରେ ନାହିଁ କୌଣସି ଧର୍ମାନ୍ତିକରଣ । ତେଣୁ ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । 


Claim :  ଗୋଟିଏ ପଟେ ଦୁର୍ଗାଙ୍କ ପୂଜା ମଣ୍ଡପ ଭଙ୍ଗା ହୋଇଛି ଅନ୍ୟପଟେ ସୋଇ ରହିଛି ହିନ୍ଦୁ
Claimed By :  Social media Users
Fact Check :  Misleading
Tags:    

Similar News