Fact Check: ବାତ୍ୟା ଦାନା ମୁକାବିଲା ପାଇଁ ୬ ଆଇଏଏସ ଙ୍କ ସହ ୯ ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର

ରାଜ୍ୟ ସରକାର କେବଳ ଆଇଏଏସ ମାନଙ୍କୁ ବାତ୍ୟା ମୁକାବିଲା ନିମନ୍ତେ ଦାୟିତ୍ୱ ଦେଇଥିବା ଦାବିଟି ବିଭ୍ରାନ୍ତି କରକ । ସରକାର ୬ ଆଇଏଏସ ଙ୍କ ସମେତ ୯ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି ଯେଉଁଥିରେ ୨ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି ।

Update: 2024-10-23 12:30 GMT


ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ତାପୂର୍ବରୁ ପ୍ରଭାବ ଦେଖାଇବା ଆରମ୍ଭ କଲାଣି ଦାନା। ଉପକୂଳରେ ଆରମ୍ଭ ହେଲାଣି ବର୍ଷା। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବର୍ଷା ଆରମ୍ଭ ହେଲାଣି। ପାରାଦୀପ, ରାଜନଗର ଓ ଧାମରା ଅଞ୍ଚଳରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝିପିଝିପି ବର୍ଷା ହେଉଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି ।

ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାକୁ ୬ଜଣ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ପୁରୀ, ମୟୂରଭଞ୍ଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହି ଆଇଏଏସ୍ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଆଇଏଏସ୍ ମାନେ ହେଉଛନ୍ତି: ଆଇଏଏସ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ-ବାଲେଶ୍ୱର, ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ୱାଜଙ୍କୁ ମୟୂରଭଞ୍ଜ ଦାୟିତ୍ୱ ଦିଆଯାଇଛି । ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ଦିଆଯାଇଛି । ଏହି ଆଇଏଏସମାନେ ସଂପୃକ୍ତ ଜିଲ୍ଲାରେ ଉଦ୍ଧାର, ରିଲିଫ କାର୍ଯ୍ୟ ତଦାରଖ କରିବେ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏହି ଆଇଏସ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଥିବା ନୋଟିସକୁ ୟୁଜର୍ସ, 'କୁହାଳିଆ ମନ୍ତ୍ରୀ ସବୁ ଗଲେ କୁଆଡେ । ସେମାନେ କ'ଣ ପାଇଁ ଦାୟିତ୍ବ ମୁଣ୍ଡାଇବେନି' ଲେଖି ଭାଇରାଲ କରାଯାଉଥିବାର ଦେଖା ଦେଇଛି ।

Full View


Full View


ସତ୍ୟାସତ୍ୟ:

ଭାଇରାଲ ହେଉଥିବା ପୋଷ୍ଟଟି ବିଭ୍ରାନ୍ତି କରକ, ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ଏହି ଆଇଏଏସ ଅଫିସରଙ୍କୁ କିଛି ଜିଲ୍ଲାରେ ଦାୟିତ୍ୱ ଦେଇଥିବା ବେଳେ ୯ଟି ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି ଯେଉଁଥିରେ ଦୁଇ ଉପମୁଖ୍ୟ ମନ୍ତ୍ରୀ ମଧ୍ୟ ସମିଲ ଅଛନ୍ତି ।

ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆରେ ଅନୁସନ୍ଧାନ କରିଥିଲୁ, ସେଥିରେ ୯ଜଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଆଯାଇଥିବାର ଦେଖିବାକୁ ପାଇଥିଲୁ । ଉକ୍ତ ତାଲିକାରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଥିବାର ମଧ୍ୟ ଦେଖିବାକୁ ପାଇଥିଲୁ ।

ଜଗତସିଂହପୁର ଜିଲ୍ଲା ଦାୟିତ୍ବରେ ରହିବେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ

ବାଲେଶ୍ଵର ଦାୟିତ୍ବରେ ରହିବେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାୟକ

କେନ୍ଦ୍ରାପଡା ଦାୟିତ୍ବରେ ରହିବେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ପୁରୀ ଦାୟିତ୍ବରେ ରହିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ମୟୂରଭଞ୍ଜ ଦାୟିତ୍ବରେ ରହିବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ଗଞ୍ଜାମ ଦାୟିତ୍ବରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

କେନ୍ଦୁଝର ଜିଲ୍ଲା ଦାୟିତ୍ବ ତୁଲାଇବେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ରପାତ୍ର

କଟକ ପରିସ୍ଥିତିର ମୁକାବିଲାର ପରିଚାଳନା ଦାୟିତ୍ବରେ ରହିବେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ 

ପିଆଇବି ଓଡ଼ିଶା ଏବଂ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ମଧ୍ୟ ସମାନ ନିର୍ଦ୍ଦେଶକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖାଅ ଯାଇଛି ।



ଖବରରେ ଈଟିଭି ଏହା ମଧ୍ୟ ଉଲ୍ଲେଖ କରିଛି, ପ୍ରଥମେ ଅଧିକାରୀ ଆଉ ଏବେ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ସ୍ଥିତିର ସମ୍ମୁଖିନ ହେବାକୁ ଥିବା ଜିଲ୍ଲା ଲାଗି ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି । ୯ ମନ୍ତ୍ରୀଙ୍କୁ ୯ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜିଲ୍ଲା ଦାୟିତ୍ବ ମିଳିଛି ।

କେଉଁ ମନ୍ତ୍ରୀଙ୍କୁ କେଉଁ ଜିଲ୍ଲା ଦାୟିତ୍ବ: ନିଜ ଜିଲ୍ଲା ଜଗିବେ ଶିଳ୍ପମନ୍ତ୍ରୀ: ଜଗତସିଂହପୁର ଜିଲ୍ଲା ଦାୟିତ୍ବରେ ରହିବେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ । ଏହା ମନ୍ତ୍ରୀଙ୍କ ଘରୋଇ ଜିଲ୍ଲା । ପୂର୍ବରୁ ସାଧାରଣ ନାଗରିକ ଭାବେ ସମ୍ପଦଙ୍କର ବାତ୍ୟାର ଅଭିଜ୍ଞତା ରହିଛି । ଭଦ୍ରକ ଦାୟିତ୍ବ ବୁଝିବେ ସୂର୍ଯ୍ୟବଂଶୀ: ବାଲେଶ୍ଵର ଦାୟିତ୍ବରେ ରହିବେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାୟକ । ଘରୋଇ ଜିଲ୍ଲା ଭଦ୍ରକ ଦାୟିତ୍ବରେ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ ନିଜସ୍ଵ ନିର୍ବାଚନ ମଣ୍ଡଳୀ ଧାମନଗର ଜିଲ୍ଲାର ସର୍ବାଧିକ ବନ୍ୟା ପ୍ରଭାବିତ ଅଞ୍ଚଳ । ଘରୋଇ ଜିଲ୍ଲା ମୟୂରଭଞ୍ଜ ଦାୟିତ୍ବରେ ରହିବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଘରୋଇ ଜିଲ୍ଲା ପୁରୀ ଦାୟିତ୍ବରେ ରହିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେବା ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ପୁରୀରେ ଅଛନ୍ତି । କେନ୍ଦ୍ରାପଡା ଦାୟିତ୍ବରେ ରହିବେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ମେଣ୍ଟ ସରକାରରେ ବିପର୍ଯ୍ୟୟ ପରିଚାଳନାର ଅଭିଜ୍ଞତା ଉପ ମୁଖ୍ୟମନ୍ତ୍ରୀଙ୍କର ରହିଛି । ଘରୋଇ ଜିଲ୍ଲା ଗଞ୍ଜାମ ଦାୟିତ୍ବରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେନ୍ଦୁଝର ଜିଲ୍ଲା ଦାୟିତ୍ବ ତୁଲାଇବେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ରପାତ୍ର । କଟକ ପରିସ୍ଥିତିର ମୁକାବିଲାର ପରିଚାଳନା ଦାୟିତ୍ବରେ ରହିବେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଉକ୍ତ ଖବରକୁ ପ୍ରସାରିତ କରି ଓଟିଭି ଉଲ୍ଲେଖ କରିଛି, ବାତ୍ୟା ମୁକାବିଲା ପାଇଁ ୯ ମନ୍ତ୍ରୀଙ୍କୁ ଦାୟିତ୍ବ। ପ୍ରଭାବିତ ହେବାର ସମ୍ଭାବନା ଥିବା ୯ଟି ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ତଦାରଖ କରିବାକୁ ୯ ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।



ସେହିପରି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦୀପକ କୁମାର ଗୋଚ୍ଛାୟତ ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି, ବାତ୍ୟା ଦାନାକୁ ନେଇ ରାଜ୍ୟର ବିଜେପି ସରକାର ସମ୍ପୂର୍ଣ୍ଣ ଭାବେ ଉତ୍ତଦାୟିତ୍ଵର ସହ କାର୍ଯ୍ୟ କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ବାତ୍ୟା ମୁକାବିଲା ର ପ୍ରସ୍ତୁତି ପାଇଁ ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୭ ମନ୍ତ୍ରୀଙ୍କୁ ଦାୟିତ୍ଵ ପ୍ରଦାନ କରିଛନ୍ତି । ବିପଦ ସମୟରେ କାଦୁଅ ଫିଙ୍ଗାଫିଙ୍ଗି ନହୋଇ ଦଳ ମତ, ଜାତି ଧର୍ମ ନିର୍ବିଶେଷରେ ଏକାଠି ହୋଇ କାମ କରିବା ନିମନ୍ତେ ଅନୁରୋଧ କରିଛନ୍ତି ଦୀପକ ।



ତେଣୁ ରାଜ୍ୟ ସରକାର କେବଳ ଆଇଏଏସ ମାନଙ୍କୁ ବାତ୍ୟା ମୁକାବିଲା ନିମନ୍ତେ ଦାୟିତ୍ୱ ଦେଇଥିବା ଦାବିଟି ବିଭ୍ରାନ୍ତି କରକ । ସରକାର ୬ ଆଇଏଏସ ଙ୍କ ସମେତ ୯ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି ଯେଉଁଥିରେ ୨ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି ।

Claim :  ବାତ୍ୟା ମୁକାବିଲା ପାଇଁ କେବଳ ଆଇଏଏସ ଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର
Claimed By :  Social Media Users
Fact Check :  Misleading
Tags:    

Similar News