Fact Check: ପୋଷ୍ଟରରେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ହକିଖେଳାଳି, ମୂଳ ଫଟୋଟିକୁ ଏଡିଟ କରି ଭାଇରାଲ କରାଯାଇଛି

Update: 2024-08-31 05:23 GMT

Odisha government

  

୨୦୨୪  ପ୍ୟାରିସ୍ ଅଲିମ୍ପିକ୍ସ ରେ ଭାରତୀୟ ହକିଦଳ ଐତିହାସିକ ବ୍ରୋଞ୍ଜ ପଦକ ଜିତି ସ୍ପେନକୁ ୨-୧ ରେ ପରାସ୍ତ କରିଛି I ହରମାନପ୍ରୀତ ସିଂଙ୍କ ରଣନୀତି  ହକିରେ ବ୍ରୋଞ୍ଜ ପଦକ ଜିତିବାରେ ସାହାଯ୍ୟ କରିଥିଲା I ଟୋକିଓ ପରେ ଏବେ  ପ୍ୟାରିସରେ ପଦକ ଜିତିଛି ଭାରତୀୟ ପୁରୁଷ ହକିଦଳ I ଇଣ୍ଡିଆ ବନାମ ସ୍ପେନ୍ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ମ୍ୟାଚ୍ ହେଉଛି ଭାରତୀୟ ଦଳର ପି.ଆର  ଶ୍ରୀଜେଶଙ୍କ ବିଦାୟକାଳୀନ ମ୍ୟାଚ୍, କାରଣ ସିଏ  ଅଲିମ୍ପିକ୍ସ ପରେ ଅବସର ନେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ I

ଇତି ମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଫଟୋରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ମଝିରେ ଉଲ୍ଲେଖ ରହିଛି ଭାରତକୁ ଗର୍ବିତ କରାଇଥିବା ପ୍ରକୃତ ହିରୋଙ୍କୁ ଶୁଭେଚ୍ଛା I

ସୋସିଆଲ ମିଡିଆ ୟୁଜର୍ସ ଉକ୍ତ ଫଟୋଟିକୁ ଭାଇରାଲ କରିବାରେ ଲାଗିଥିବା ବେଳେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, "ପ୍ରକୃତ ହିରୋଙ୍କୁ ଶୁଭେଚ୍ଛା, ହିରୋ : ନରେନ୍ଦ୍ର ମୋଦି ଏବଂ ମୋହନ ଚରଣ ମାଝୀ "

ସେହିପରି ଆଉକିଛି ୟୁଜର୍ସ ଲେଖିଛନ୍ତି,  “ମୋର ଖରାପ ସାଧାରଣ ଜ୍ଞାନ ପାଇଁ ଦୁଃଖିତ, ମୁଁ  ଜାଣିପାରୁନାହିଁ  କିଏ ଶ୍ରୀଜେଶ ଏବଂ କେଉଁଟି ହରମାନପ୍ରୀତ I  ବୋଧହୁଏ ୟେ ମନପ୍ରୀତ କିମ୍ବା ଲଲିତ କିମ୍ବା ଗୁରୁଜାଣ୍ଟ କିମ୍ବା ରୋହିଦାସ ” 




ସତ୍ୟାସତ୍ୟ:  ଦାବିଟି ସମ୍ପୂର୍ଣ ବିଭ୍ରାନ୍ତିକର, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ପୋଷ୍ଟରରେ ପୁରୁଷ ହକି ଦଳର ସମସ୍ତ ଖେଳାଳିଙ୍କ ଫଟୋ ମଧ୍ୟ ପ୍ରକାଶିତ କରାଯାଇଛି ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ଅନୁଯାୟୀ ଜାଣିବାକୁ ପାଇଲୁଯେ, ମୂଳ ଫଟୋରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ସମସ୍ତ ହକି ଖେଳାଳି  I ତେବେ ଭାଇରାଲ ଫଟୋକୁ ନେଇ ଜଣେ ୟୁଜର୍ସ @odisha_police @MohanMOdisha @cpbbsrctc  ଙ୍କୁ ଅଭିଯୋଗ କରିଥିବାର ଦେଖାଯାଇଛି I ଅଭିଯୋଗରେ ମୂଳ ଫଟକୁ ଏଡିଟ କରି ଏହି ବ୍ୟକ୍ତି ଭୁଲ ସୂଚନା ଦେଉଛନ୍ତି ବୋଲି ଦର୍ଶାଯାଇ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରସାରିତ ଏକ ଫଟୋ ଦିଆଯାଇଛି  I  ଏପରିକି ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗ ମଧ୍ୟ କରାଯାଇଚି I  


ଯେତେବେଳେ ଆମେ ସେୟାର ହୋଇଥିବା ଇଣ୍ଡିଆନ୍ ଏକ୍ସପ୍ରେସ ସ୍କ୍ରିନସଟର ତାରିଖକୁ ଦେଖିଥିଲୁ, ଆମେ ଜାଣିଲୁ ଯେ, ଏହା ୨୨ଅଗଷ୍ଟ.୨୦୧୪ ର ସଂସ୍କରଣ ଅଟେ । ଆମେ ଜାଣିବାକୁ ପାଇଲୁ ଯେ ଓଡ଼ିଶା ସରକାର ୨୧ଅଗଷ୍ଟ  ଏବଂ ୨୨ଅଗଷ୍ଟ, ୨୦୨୪ ରେ ପୁରୁଷ ହକି ଦଳର ଖେଳାଳି ମାନଙ୍କୁ ସ୍ୱାଗତ କରୁଥିବା ଏକ ପୂର୍ଣ୍ଣ କାଗଜ ପୋଷ୍ଟର ପ୍ରକାଶ କରିଛନ୍ତି ।




ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଉକ୍ତ ଫଟୋଟିକୁ ସେୟାର କରାଯାଇଛି , ଯେଉଁଥିରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ସମେତ ପୁରୁଷ ହକି ଦଳର ସମସ୍ତ ଖେଳାଳି ଥିବାର ଦେଖାଯାଇଛି I     

 

Newsonair.gov ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଅନୁଷ୍ଠିତ ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଶଂସକ ତଥା ଓଡ଼ିଶା ସରକାରଙ୍କ ତରଫରୁ ସ୍ୱାଗତ କରାଯାଇଥିଲା ।

ବିମାନବନ୍ଦରରେ ଦଳକୁ ସ୍ୱାଗତ କରିବା ପାଇଁ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଦିଲୀପ ତିର୍କି ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ମାନେ ମଧ୍ୟ ଉପସ୍ଥିତଥିଲେ I ସ୍ୱାଗତ ପାଇଁ ଓଡ଼ିଶା ବାସୀଙ୍କ ମନରେ ଖୁବ ଉତ୍କଣ୍ଠା ଦେଖା ଦେଇଥିଲା I

ଟେଲିଗ୍ରାଫ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାଇ,  "ଓଡ଼ିଶା ସରକାର ୨୦୩୬  ପର୍ଯ୍ୟନ୍ତ ଉଭୟ ପୁରୁଷ ଏବଂ ମହିଳା ଭାରତୀୟ ହକି ଦଳକୁ ସ୍ପନସର କରିବେ ବୋଲି ଘୋଷଣା କରିଛନ୍ତି" । 


ତେଣୁ ଭାଇରାଲ ଫଟୋଟି ସମ୍ପୂର୍ଣ ବିଭ୍ରାନ୍ତିକରକ , ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସାରିତ ପୋଷ୍ଟରରେ ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ସହ ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କ ଫଟୋ ପ୍ରକାଶିତ ହୋଇଛି  I



Claim :  ହକି ଦଳକୁ ଧନ୍ୟବାଦ ଦେଉଥିବା ପୋଷ୍ଟରରେ କେବଳ ଭାରତର ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଦର୍ଶାଯାଇଛି, ହକି ଦଳର ନୁହେଁ
Claimed By :  Social Media Users
Fact Check :  Misleading
Tags:    

Similar News