Fact Check : ଆମ୍ବେଦକରଙ୍କ ଫଟୋରେ ଲେଖା ହୋଇଥିବା ନୀତିବାଣୀକୁ ପୋଲିସ୍ ଲିଭାଉଥିବା ଦାବିଟି ବିଭ୍ରାନ୍ତିକରକ ଅଟେ

ଉକ୍ତ ଘଟଣାଟି ଦୋଦଲପୁର ଗ୍ରାମର ହୋଇଥିବା ବେଳେ, କିଛି ଦୁର୍ବୃତ୍ତ ଉକ୍ତ ଗ୍ରାମରେ ଲାଗିଥିବା ବାବା ଭୀମରାଓ ଆମ୍ବେଦକରଙ୍କ ବୋର୍ଡରେ ରଙ୍ଗ ଫିଙ୍ଗିଦେଇଥିବା ବେଳେ ତାହାକୁ ସ୍ଥାନୀୟ ପୋଲିସ୍ ପହଁଚି ସଫା କରିଥିଲେ;

twitter-grey
Update: 2025-01-16 16:30 GMT
The claim that the police erased the Proverbs written on Ambedkars photo is misleading

The claim that the police erased the Proverbs written on Ambedkar's photo is misleading

  • whatsapp icon


ସରଗରମ ଜାତୀୟ ରାଜନୀତି, ସମ୍ବିଧାନ ନିର୍ମାତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତି କଥିତ ଅପମାନକୁ ନେଇ ଗତ ଦୁଇ ସପ୍ତାହ ସମଗ୍ର ଦେଶରେ ରାଜନୈତିକ ଉଷ୍ମତା ଲାଗିରହିଛି । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ଆମ୍ବେଦକରଙ୍କ ଅପମାନ ପାଇଁ କଂଗ୍ରେସ ବିଜେପିକୁ ଦୋଷ ଦେଉଥିବା ବେଳେ କଂଗ୍ରେସ ଏଥିରେ ରାଜନୀତି କରୁଥିବା ପାଲଟା ଜବାବ ଦେଇ ବିଜେପି କହିଛି।

ସମ୍ବିଧାନ ଉପରେ ସଂସଦରେ ବିତର୍କ ଭାଷଣରେ ଗାନ୍ଧୀ ପରିବାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚଣ୍ଡ ହମଲା କରିଥିଲେ । ସାମ୍ବିଧାନିକ ମୂଲ୍ୟବୋଧକୁ ବାରମ୍ବାର ଆଘାତ ପାଇଁ ନେହରୁ, ଇନ୍ଦିରା ଓ ରାଜୀବଙ୍କଠୁ ନେଇ ରାହୁଲଙ୍କୁ ବି ନିଜ ଅଭିଭାଷଣରେ ନିଶାନା କରିଥିଲେ ମୋଦି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଭିଡିଓରେ କିଛି ପୋଲିସ୍ କର୍ମଚାରୀ ଏକ କପଡ଼ାରେ ଏକ ବୋର୍ଡକୁ ପୋଛୁଥିବାର ଦେଖିବାକୁ ମିଳିଛି । ବୋର୍ଡ଼ର ଗୋଟିଏ ପଟେ ବାବା ଭୀମରାଓ ଆମ୍ବେଦକରଙ୍କ ଫଟୋ ରହିଥିବାବେଳେ ଅନ୍ୟପଟେ ହିନ୍ଦୀରେ କିଛି ଲେଖା ହୋଇଥିବାର ଦେଖିବାକୁ ମିଳିଛି । ଉକ୍ତ ଲେଖାକୁ ପୋଲିସ୍ କର୍ମଚାରୀ ପୋଛୁଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ବାବା ଭୀମରାଓଙ୍କ ନୀତିବାଣୀକୁ ପୋଲିସ୍ ଲିଭାଉଥିବାର ଦାବି ହୋଇଛି ।

ଉକ୍ତ ଭିଡିଓ ସେୟାର କରି ୟୁଜର୍ସ ହିନ୍ଦୀରେ ଲେଖିଛନ୍ତି, एटा 👉🏾 दोदलपुर गांव में लगे बोर्ड में लिखा था "तुम्हारे पैरों में जूते भले ही न हों लेकिन हाथों में किताब जरूर होनी चाहिए" इस लेख को मिटाते पुलिस कर्मी । बाबा साहब के विचारों से इतनी घृणा ?

ଯାହାର ଓଡ଼ିଆ ଅନୁବାଦ ହେଉଛି, ଏଟା, ଦୋଦଳପୁର ଗ୍ରାମରେ ଥିବା ଏକ ବୋର୍ଡରେ ଲେଖାଥିଲା, "ତୁମର ପାଦରେ ଜୋତା ନ ଥାଇପାରେ, କିନ୍ତୁ ତୁମ ହାତରେ ନିଶ୍ଚିତ ଭାବରେ ଏକ ବହି ରହିବା ଉଚିତ୍।"  ଉକ୍ତ ଲେଖାକୁ ଲିଭାଉଛି ପୋଲିସ୍, ବାବା ସାହେବଙ୍କ ଚିନ୍ତାଧାରା ପାଇଁ ଏତେ ଘୃଣା ?



ସତ୍ୟାସତ୍ୟ:

ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ । ଉକ୍ତ ବୋର୍ଡ଼ରେ କେହିଜଣେ ଦୁର୍ବୃତ୍ତ କିଛି ରଙ୍ଗ ଫିଙ୍ଗିଦେଇଥିବା ବେଳେ ଉକ୍ତ ରଙ୍ଗକୁ ପୋଛୁଥିଲେ ପୋଲିସ୍ କର୍ମଚାରୀ ।

ତଦନ୍ତ କରିବାକୁଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ , ଉକ୍ତ ଘଟଣାକୁ ପ୍ରସାରଣ କରି ଏବିଏନ ନ୍ୟୁଜ ଉଲ୍ଲେଖ କରି ଲେଖିଛି, एटा में अंबेडकर के तस्वीर लगे बोर्ड पर अराजक तत्वों ने पोता कलर, सूचना पर एकत्रित हुए ग्रामीणों में भारी आक्रोश,मौके पर पहुंची पुलिस ग्रामीणों समझाने में जुटी।ग्रामीणों के अनुसार पूर्व में भी बोर्ड पर कालिख पोतने की हो चुकी हैं कई घटनाएं । ग्रामीण DM एटा को मौके पर बुलाने और कार्रवाई की कर रहे मांग,आगे से इस तरह की घटना ना हो शरारती तत्वों पर हो सख्त कार्यवाही । एटा सकीट थाना क्षेत्र के ग्राम दोदलपुर की घटना ।

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ, ଏଟାରେ ଥିବା ଆମ୍ବେଦକରଙ୍କ ଫଟୋରେ କେହି ଦୁର୍ବୃତ୍ତ ରଙ୍ଗ ଫିଙ୍ଗି ଦେଇଛନ୍ତି । ଏହାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଗ୍ରାମବାସୀଙ୍କୁ ବୁଝାଇବାକୁ ଯାଇ ଗ୍ରାମରେ ପୋଲିସ୍ ପହଞ୍ଚିଥିଲେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିସାରିଛି । ଉକ୍ତ ଘଟଣାଟି ସକିଟ ଥାନା ଅନ୍ତର୍ଗତ ଦୋଦଲପୁର ଗ୍ରାମର ଘଟଣା ।

ସେହିପରି ଦିନେସ କୁମାର ନାମକ ଜଣେ ୟୁଜର୍ସ ଯିଏକି ଜଣେ ସାମ୍ବାଦିକ ବୋଲି ନିଜ ପ୍ରୋଫାଇଲରେ ଉଲ୍ଲେଖ କରିଛନ୍ତି । ଉକ୍ତ ଫଟୋକୁ ସେୟାର କରି ଲେଖିଛନ୍ତି, दि० 21.12.24 को अज्ञात लोगों द्वारा बोर्ड पर रंग लगा दिया गया था, तत् समय स्थानीय पुलिस द्वारा गांव के संभ्रांत व्यक्तियों से बातचीत कर उनकी मौजूदगी में रंग को हटा कर बोर्ड को साफ किया गया था। जिम्मेदार बने, कृपया अपुष्ट, तथ्यहीन व भ्रामक पोस्ट न करे ।

ଯାହାର ଓଡ଼ିଆ ଅନୁବାଦ ହେଉଛି, ୨୧,୧୨, ୨୦୨୪ରେ କିଛି ଅଜ୍ଞାତ ବ୍ୟକ୍ତି ଉକ୍ତ ବୋର୍ଡରେ ରଙ୍ଗ ଲଗାଇ ଦେଇଥିଲେ । ଗ୍ରାମର କିଛି ସମ୍ଭ୍ରାନ୍ତ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଉକ୍ତ ରଙ୍ଗ ଗୁଡିକୁ ପୋଲିସ୍ ସଫା କରିଦେଇଥିଲେ । ଦାୟିତ୍ୱବାନ ହୁଅନ୍ତୁ, ତଥ୍ୟହିନ ଏବଂ ବିଭ୍ରାନ୍ତିକରକ ପୋଷ୍ଟ କରନ୍ତୁ ନାହିଁ । 

ଉକ୍ତ କିୱାର୍ଡ ଗୁଡିକୁ ଅନୁସନ୍ଧାନ କରିବାରୁ, ଡିସେମ୍ବର ୨୧ , ୨୦୨୪ରେ ଏଟା ପୋଲିସ୍ ଉକ୍ତ ଫଟୋ ସୋସିଆଲ ମିଡିଆରେ ସେୟାର କରି ଉଲ୍ଲେଖ କରି ଲେଖିଛି ଯେ, प्रकरण में स्थानीय पुलिस द्वारा तत्काल मौके पर पहुंचकर गांव के संभ्रांत लोगों से बातचीत कर बोर्ड पर लगे रंग को हटवा दिया गया है। प्रकरण में थानास्तर से वैधानिक कार्यवाही की जा रही है। मौके पर कानून एवं शांति व्यवस्था सामान्य है ।

ଉକ୍ତ ସ୍ଥାନରେ ପୋଲିସ୍ ତୁରନ୍ତ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ବୋର୍ଡ଼ରେ ଦୁର୍ବୃତ୍ତ ଫିଙ୍ଗିଥିବା ରଙ୍ଗ ଗୁଡିକୁ ସଫା କରିଦେଇଥିଲେ । 

 


ଜଣେ ସାମାଜିକକର୍ମୀ ଲେଖିଛନ୍ତି, ଏଟା ଦୋଦଲପୁର ଗ୍ରାମରେ ଦୁର୍ବୃତ୍ତ ରଙ୍ଗ ଫିଙ୍ଗିଥିବା ଆମ୍ବେଦକରଙ୍କ ଫଟୋକୁ ସଫା କରିଥିଲା ସ୍ଥାନୀୟ ପୋଲିସ୍ । ଉକ୍ତ ଭିଡିଓକୁ ଭୁଲ୍ ଆଖ୍ୟାଦେଇ ସୋସିଆଲ ମିଡିଆରେ ସେୟାର କରାଯାଇଛି । 

କିଛି ସୋସିଆଲ ମିଡ଼ିଆ କିଛି ୟୁଜର୍ସ ସମାନ ଲେଖା ସହ ଉକ୍ତ ଭିଡିଓକୁ ସେୟାର କରିଥିବାର ଦେଖୁବାକୁ ମିଳିଛି । 

Full View


ଉକ୍ତ ଘଟଣାକୁ ହିନ୍ଦୁସ୍ତାନ ନାମକ ଏକ ଡିଜିଟାଲ ମିଡିଆ ଏକ ବିସ୍ତୃତ ଖବର ପ୍ରସାରଣ କରି ଉଲ୍ଲେଖ କରିଛି । ଖବର ପ୍ରସାରଣ କରି ହିନ୍ଦୁସ୍ତାନ ଉଲ୍ଲେଖ କରି ଲେଖିଛି, ଦୋଦଲପୁର ଗ୍ରାମରେ ବୋର୍ଡଟିକୁ ମରାମତି କରାଯାଇଛି । ସଂଶୋଧନ ହେବା ପରେ ଲୋକଙ୍କ କ୍ରୋଧ କମିଥିବାର ଦେଖାଦେଇଛି, ହେଲେ ଗ୍ରାମବାସୀ ଏବେବି କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ଅଭିଯୁକ୍ତଙ୍କୁ ଧରି ଜେଲକୁ ପଠାଇବାକୁ ଦାବି ରହିଛି । ଦୋଦଲପୁର ଗ୍ରାମର ଚପ୍ରାଇ ମାର୍ଗରେ ଅବସ୍ଥିତ ଏକ ବୋର୍ଡ଼ ସ୍ଥାପନ କରାଯାଇଛି । ବୋର୍ଡରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଏକ ଚିତ୍ର ଅଙ୍କାଯାଇଥିଲା । କିଛି ଦୁର୍ବୃତ୍ତ ବୋର୍ଡରେ ରଙ୍ଗ ଫିଙ୍ଗି ଦେଇଥିବାରୁ ଅପ୍ରୀତିକରକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଘଟଣା ପ୍ରଥମ ଥର ପାଇଁ ହୋଇନାହିଁ । ତୃତୀୟ ଥର ପାଇଁ ଏହି ଘଟଣା ଘଟିବା ପରେ ଗ୍ରାମବାସୀ କ୍ରୋଧିତ ହୋଇଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଦ୍ ଧରିଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ବୋର୍ଡକୁ ସଂଶୋଧନ କରିଛି ଏବଂ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ । ଉକ୍ତ ଘଟଣାଟି ଦୋଦଲପୁର ଗ୍ରାମର ହୋଇଥିବା ବେଳେ, କିଛି ଦୁର୍ବୃତ୍ତ ଉକ୍ତ ଗ୍ରାମରେ ଲାଗିଥିବା ବାବା ଭୀମରାଓ ଆମ୍ବେଦକରଙ୍କ ବୋର୍ଡରେ ରଙ୍ଗ ଫିଙ୍ଗିଦେଇଥିବା ବେଳେ ତାହାକୁ ସ୍ଥାନୀୟ ପୋଲିସ୍ ପହଁଚି ସଫା କରିଥିଲେ । ଯାହାକୁ ଭୁଲ ବିଭ୍ରାନ୍ତିକରକ ଲେଖା ସହ ସେୟାର କରାଯାଇଛି । 


Claim :  ଆମ୍ବେଦକରଙ୍କ ଫଟୋରେ ଲେଖା ହୋଇଥିବା ନୀତିବାଣୀକୁ ଲିଭାଉଛି ଉତ୍ତର ପ୍ରଦେଶର ଏଟା ପୋଲିସ୍
Claimed By :  Social Media Users
Fact Check :  Misleading
Tags:    

Similar News