Fact Check: ଭାଇରାଲ ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ସଞ୍ଜୟ ରୟ

Update: 2024-09-03 09:59 GMT


କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରୟ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିବାର ଜଣାଯାଇଛି । ସଞ୍ଜୟ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ, ସିଏ ସେମିନାର ରୁମରେ ପହଞ୍ଚିଲା ବେଳକୁ ମହିଳା ଡାକ୍ତର ରକ୍ତାକ୍ତ ଅବସ୍ଥାରେ ସେଠାରେ ତଳେ ପଡ଼ି ରହିଥିଲେ ବୋଲି କହିଛି ।

ଅଗଷ୍ଟ ୧୦ରୁ ଗିରଫ ହୋଇ ପ୍ରେସିଡେନ୍ସି ଜେଲରେ ଥିବା ସଞ୍ଜୟ ପ୍ରଥମଥର ପାଇଁ ତା’ର ଓକିଲ କବିତା ସରକାରଙ୍କ ସହ କଥା ହୋଇଛି। ଏହି ସମୟରେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ କୋର୍ଟ ମଧ୍ୟ ସେ ସମାନ ଦାବି କରିବ ବୋଲି ଓକିଲ କବିତାଙ୍କୁ ଜଣାଇ ଦେଇଛି ।

ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଏକ ଭାଇରାଲ ହେବାରେ ଲାଗିଛି । ଫଟୋରେ ଜଣେ ବ୍ୟକ୍ତି କେକ୍ କାଟୁଥିବା ବେଳେ, ଆଉଜଣେ ତାଙ୍କ ପାଖରେ ବସିଥିବାର ଦେଖାଯାଇଛି ।

ସୋସିଆଲ ମିଡିଆରେ ୟୁଜର୍ସ ଇଂରାଜୀରେ " Sanjay Roy celebrated his birthday in the office of ex-principal "Sandip Ghosh" at RG Kar Medical College", ଲେଖି ଫଟୋଟିକୁ ସେୟାର କରିଥିଵାର ଦେଖାଯାଇଛି ।

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ , "ସଞ୍ଜୟ ରୟ ତାଙ୍କ ଜନ୍ମଦିନ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ କାର୍ଯ୍ୟାଳୟରେ ପାଳନ କରିଥିଲେ" ।



Full View



ତେବେ, କେବଳ ସାଧାରଣ ୟୁଜର୍ସ ନୁହେଁ କିଛି ଗଣମାଧ୍ୟମ ମଧ୍ୟ ଉକ୍ତ ଫଟୋକୁ ସେୟାର କରି ଖବର ପ୍ରସାରଣ କରିଛନ୍ତି ।

ରି ପବ୍ଲିକ ଟିଭି ଉକ୍ତ ଫଟୋକୁ ନିଜ ୱେବସାଇଟରେ ପୋଷ୍ଟ କରି ଉଲ୍ଲେଖ କରିଛି , "ସଞ୍ଜୟ ରୟଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ସହ ଆର.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଦେଖାଯାଇଥିବା ଏକ ଫଟୋ ସାମ୍ନାକୁ ଆସିଛି"  I

 ସେହିପରି କାଲକାଟା ଟେଲିଭିଜନ ନେଟୱାର୍କ ପ୍ରସାରିତ କରି ଲେଖିଛି , "ସନ୍ଦୀପ ଘୋଷଙ୍କ କ୍ୟାବିନରେ ସଞ୍ଜୟ ରାୟ କେକ୍ କାଟୁଥିବା ଦାବି ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି "


ସତ୍ୟାସତ୍ୟ : ଦାବିଟିରେ ନାହିଁ କୌଣସି ସତ୍ୟତା, କେକ୍ କାଟୁଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ସଞ୍ଜୟ ରୟ।

ଭାଇରାଲ ହେଉଥିବା ଫଟୋଟିକୁ ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାକୁ ଯାଇ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଦେଖିବାକୁ ମିଳିଥିଲା ।

CNMCRDA  ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ୨୯ ଅଗଷ୍ଟ ରେ ଉକ୍ତ ଫଟୋଟିକୁ ସେୟାର କରିଥିଵାର ଦେଖାଯାଇଛି । ଉକ୍ତ ଫଟୋକୁ ପୋଷ୍ଟ କରି ସେଠାରେ ଉଲ୍ଲେଖ କରାଯାଇଛି " Today, the Resident Doctors of CNMC stood united as we gheraoed the Superintendent's office, demanding accountability for corruption within our institution. Prasun Chatterjee, officially posted as a data entry operator at CNMC&H, signed in the attendance register this morning but refused to show up during duty hours when questioned. Despite being employed full-time, Prasun has a known association with Sandip Ghosh and was present at ABHAYA's crime scene on August 9th. We demand @CBI investigate Prasun Chatterjee's whereabouts on August 9th, 2024, and his connections with Sandip Ghosh on grounds of corruption. We will not tolerate the misuse of power and corruption within our institution" .

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ , " ଆଜି ଆମ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଦୁର୍ନୀତି ଦାବି ନେଇ ଆମେ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟକୁ ଘେରାଉ କରିବାବେଳେ ସିଏନ୍ଏମ୍ସିର ରେସିଡେଣ୍ଟ୍ ଡାକ୍ତରମାନେ ଏକଜୁଟ ହୋଇଥିଲେ । ଆନୁଷ୍ଠାନିକ ଭାବରେ CNCM & Hରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟରତ ଥିବା ପ୍ରସୂନ ଚାଟାର୍ଜୀ ଆଜି ସକାଳେ ଉପସ୍ଥାନ ରେଜିଷ୍ଟରରେ ସାଇନ୍ କରିଥିଲେ କିନ୍ତୁ ପଚରାଉଚରା ବେଳେ ଡ୍ୟୁଟି ସମୟରେ ଦେଖା ମିଲିନଥିଲା । ପ୍ରସୂନଙ୍କର ସନ୍ଦିପ ଘୋଷଙ୍କ ସହିତ ଖୁବ ଭଲ ସମ୍ପର୍କ ରହିଆସିଛି , ଦୁହେଁ ଅଭୟ କାଣ୍ଡ ଦିନ ଉପସ୍ଥିତ ମଧ୍ୟ ଥିଲେ । ୯ ଅଗଷ୍ଟ ୨୦୨୪ ରେ ଘଟିଥିବା ଘଟଣାରେ ପ୍ରସୂନ ଚାଟାର୍ଜୀ ଏବଂ ସନ୍ଦିପ ଘୋଷଙ୍କ କେତେ ଜଡିତ ଅଛନ୍ତି ଉକ୍ତ ଦାବି ନେଇ ସିବିଆଇ ଯାଞ୍ଚ ହେଉ ବୋଲି ଚାହୁଁଚୁ । ଆମ ଅନୁଷ୍ଠାନ ମଧ୍ୟରେ କ୍ଷମତାର ଅପବ୍ୟବହାର ଏବଂ ଭ୍ରଷ୍ଟାଚାରକୁ ଆମେ ବରଦାସ୍ତ କରିବୁ ନାହିଁ" ।



ପ୍ରସୂନ ଚାଟାର୍ଜୀ ଅନୁସନ୍ଧାନ କରିବାରୁ ତାଙ୍କର ଏକ ଫେସବୁକ ଆକାଉଣ୍ଟ ହସ୍ତଗତ ହୋଇଥିଲା, ସେଥିରେ ତାଙ୍କ ପ୍ରୋଫାଇଲ ଥିବାର ଦେଖାଯାଇଛି । ଯାହାକି କେକ୍ କାଟୁଥିବା ବ୍ୟକ୍ତିଙ୍କ ସହ ପ୍ରାୟ ସମାନ।

ପ୍ରସୂନଙ୍କ ଫଟୋ ସହ ଏକ ଲେଖା ଏକ୍ସ ରେ ପୋଷ୍ଟ ହୋଇଥିବାର ମଧ୍ୟ ହସ୍ତଗତ ହୋଇଥିଲା, ଯାହାକୁ ସେୟାର କରିଥିଲେ ନୀଳଞ୍ଜନ ଭିଦାସ। ନୀଳନ୍ଜନ ହେଉଛନ୍ତି ଟିଏମସି ର ଆଇଟି ଏବଂ ସୋସିଆଲ ମିଡିଆ ମୁଖ୍ୟ । ସିଏ ନିଜ ପୋଷ୍ଟ ରେ ଉଲ୍ଲେଖ କରିଛନ୍ତି " Godi media is peddling fake news that rape & murder accused Sanjoy Rai celebrated by cutting a cake in Ex-Principal of #RGKarMedicalCollege Dr Sandip Ghosh’s cabin" .

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ , " ଗୋଦି ମିଡ଼ିଆ ମିଥ୍ୟା ଖବର ପ୍ରଚାର କରୁଛି ଯେ ବଳାତ୍କାର ଓ ହତ୍ୟା ଅଭିଯୁକ୍ତ ସଞ୍ଜୟ ରୟ #RGKarMedicalCollege ର ପୂର୍ବତନ ପ୍ରିନ୍ସିପାଲ ସନ୍ଦିପ ଘୋଷଙ୍କ କ୍ୟାବିନରେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ପ୍ରକୃତ କଥା ହେଉଛି, ଚିତ୍ରରେ ଥିବା ବ୍ୟକ୍ତି ହେଉଛନ୍ତି ଡାଟା ଅପରେଟର ପ୍ରସୁନ୍ ଚାଟାର୍ଜୀ ଯିଏ କି ସନ୍ଦିପ ଘୋଷଙ୍କ ପାର୍ଟଟାଇମ ପିଏ ମଧ୍ୟ ଥିଲେ ।

ସେହିପରି ଟିଏମସି ମୁଖପାତ୍ର ରିଜୁ ଦତ୍ତ ନିଜ ପୋଷ୍ଟରେ ଭାଇରାଲ ଫଟୋ ସହ ଉଲ୍ଲେଖ କରିଛନ୍ତି "A Viral Picture! The man cutting a cake standing next to R G Kar ex-principal Dr. Sandip Ghosh in the viral photo is NOT Sanjay Roy - the prime accused in the Rape & Murder of a Lady Doctor in RGKar Medical College & Hospital, Kolkata. In reality, the person in the picture, was his part-time PA Prasun Chatterjee, who was a Data Entry Operator in Calcutta National Medical & Hospital at that time" @ZeeNews @republic @TimesNow, published FALSE REPORTS in this matter.

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ, "ଭାଇରାଲ ଫଟୋରେ ଆର.ଜି କର ପୂର୍ବତନ ପ୍ରିନ୍ସିପାଲ ଡକ୍ଟର ସନ୍ଧିପ ଘୋଷଙ୍କ ପାଖରେ ଠିଆ ହୋଇ କେକ୍ କାଟୁଥିବା ବ୍ୟକ୍ତି ଆର.ଜି. କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଲେଡି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରାୟ ନୁହଁନ୍ତି । ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରସୂନ ଚାଟାର୍ଜୀ, ଯିଏ କଲିକତା ନ୍ୟାସନାଲ ମେଡିକାଲ ଆଣ୍ଡ ହସ୍ପିଟାଲରେ ଡାଟା ଏଣ୍ଟ୍ରି ଅପରେଟର ଥିଲେ ଏବଂ ସନ୍ଦିପ ଘୋଷଙ୍କ ପାର୍ଟଟାଇମ ପିଏ ମଧ୍ୟ ଥିଲେ । 


ସେହିଭଳି ଜଣେ ଏକ୍ସ ୟୁଜର୍ସ ସଂଘମିତ୍ରା ବଙ୍ଗୋପାଧ୍ୟାୟ ଉକ୍ତ ଫଟୋଟିକୁ ସେୟାର କରି ଲେଖିଛନ୍ତି, "କେକ୍ କାଟୁଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ଅଭିଯୁକ୍ତ ସଞ୍ଜୟ ରୟ, ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପ୍ରସୂନ ଚାଟାର୍ଜୀ ଯିଏକି ହେଉଛନ୍ତି ସିଏନଏନସିଏଚ ର ଡାଟା ଅପରେଟର ଏବଂ ପାର୍ଟଟାଇମ ପି.ଏ." ।


ଟାଇମ୍ସ ଅଫ୍ ଇଣ୍ଡିଆ ଏନେଇ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି "ସୋସିଆଲ ମିଡିଆରେ ଏହି ଫଟୋଟି ଭାଇରାଲ କରାଯାଇଛି ଯେଉଁଥିରେ ଉକ୍ତ ବ୍ୟକ୍ତିଙ୍କୁ ସଞ୍ଜୟ ରୟ ବୋଲି ଦାବି କରାଯାଇଛି । ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ସଞ୍ଜୟ ରାୟ ନୁହଁନ୍ତି, ୟେ ହେଉଛନ୍ତି ସନ୍ଦିପ ଘୋଷଙ୍କ ବ୍ୟକ୍ତିଗତ ଡାଟା ଅପରେଟର"  । 


ତେଣୁ ସନ୍ଦୀପ ଘୋଷଙ୍କ କ୍ୟାବିନରେ ସଞ୍ଜୟ ରୟ କେକ୍ କାଟୁଥିବା ଦାବିଟି ସମ୍ପୂର୍ଣ୍ଣ ଭିତ୍ତିହିନ, କେକ୍ କାଟୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସିଏନଏମସିଏଚ ର ଡାଟା ଅପରେଟର ପ୍ରସୂନ ଚାଟାର୍ଜୀ  ।


Claim :  ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଙ୍କ କାର୍ଯ୍ୟାଳୟରେ ଜନ୍ମଦିନ ପାଳନ କରିଥିଲେ, ସଞ୍ଜୟ ରୟ
Claimed By :  Social Media Users
Fact Check :  False
Tags:    

Similar News