Fact Check : ଭିନ୍ନଭିନ୍ନ ଦାବିସହ, ରେଳଷ୍ଟେସନ ଅଗ୍ନିକାଣ୍ଡର ଭିଡିଓ ହେଉଛି ଭାଇରାଲ

Update: 2024-09-07 05:30 GMT


ମୁମ୍ବାଇ ଟାଇମ୍ସ ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମହାରାଷ୍ଟ୍ର ମୁମ୍ବାଇ ଲୋୟର ପରେଲ ଅଞ୍ଚଳରେ ଥିବା ଉକ୍ତ ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସାତ ମୋହଲା କୋଠାରେ ଅଚାନକ ନିଆଁ ଲାଗିଯାଇଥିଲା, ନିଆଁଟି ଏତେ ଭୟାବହ ଥିଲା ଯେ କିଛି ସମୟ ପାଇଁ ଚାରିଆଡେ ଧୂଆଁ ମୟ ହୋଇଯାଇଥିଲା । ପରେ ଖବର ପାଇ ୯ଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବହୁ ସମୟ ପରେ ଅଗ୍ନିଶମ ବାହିନୀର ସଙ୍ଘର୍ଷ ଫଳରେ ନିଆଁକୁ ଆୟତ କରାଯାଇଥିଲା। ନିଆଁର ମାତ୍ର ଏତେ ଅଧିକ ଥିଲା ଯେ, ଅଗ୍ନିଶମ ବିଭାଗ ଏହାକୁ ଲିଭେଲ ୨ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ଇତିମଧ୍ୟରେ ଅଗ୍ନିକାଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନଟି ରେଳଷ୍ଟେସନ ପରି ଦେଖାଯାଉଥିବା ବେଳେ, ୟୁଜର୍ସ ଏହାକୁ ମୁମ୍ବାଇ ସ୍ଥିତ ମିରାରୋଡ଼ ରେଳଷ୍ଟେସନର ଘଟଣା ବୋଲି ଦାବି କରିଛନ୍ତି । ଅନ୍ୟପଟେ ଆଉକିଛି ୟୁଜର୍ସ ଏହାକୁ ଦିଲ୍ଲୀରେ ଘଟିଥିବା ଏକ ଅଘଟଣ ବୋଲି ଦାବି କରିଛନ୍ତି ।

ୟୁଜର୍ସ ହିନ୍ଦୀରେ " मीरा रोड मुम्बई महाराष्ट्र में कर्फ्यू लगा गया है। घर में रहे सुरक्षित रहें....." ଲେଖି ଉକ୍ତ ଭିଡିଓ କୁ ସେୟାର କରିଥିବାର ଦେଖାଯାଇଛି ।

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ ," ମିରାରୋଡ଼ ରେ କର୍ଫ୍ୟୁ ଲାଗିଛି, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ" ।


ସେହିପରି ଆଉଜଣେ ୟୁଜର୍ସ ଉକ୍ତ ଭିଡିଓଟିକୁ ୟୁଟ୍ୟୁବରେ ଅପଲୋଡ କରି "ଦିଲ୍ଲୀରେ ଆଉ ଏକ ଅଘଟଣ ଘଟିଗଲା " ଦର୍ଶାଇ ସେୟାର କରିଛନ୍ତି  ।


Full View


Full View




ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ବହୁ ପୁରୁଣା । କଲିକତାର ସନ୍ତୋଷପୁର ରେଳ ଷ୍ଟେସନର ।

ଅନୁସନ୍ଧାନ କରିବାକୁ ଯାଇ ମିରାରୋଡ଼ ଏବଂ ଦିଲ୍ଲୀ ରେଳଷ୍ଟେସନରେ ଅଗ୍ନିକାଣ୍ଡ ସର୍ଚ୍ଚ କରିଥିଲୁ। ହେଲେ ଏନେଇ ନିକଟରେ କୌଣସି ଗଣମାଧ୍ୟମ କୌଣସି ଖବର ପ୍ରକାଶ କରିନଥିବା ଦେଖାଯାଇଛି ।

ପରେପରେ ଉକ୍ତ ଭାଇରାଲ ଭିଡିଓର କିଛି ଅଂଶକୁ ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ୭ ଅପ୍ରେଲ ୨୦୨୩ରେ Sarparsat News Live ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଉକ୍ତ ଭିଡିଓ କୁ ନିଜ ଚ୍ୟାନେଲ ରେ ଅପଲୋଡ କରିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓ ର ଶୀର୍ଷକ " Massive Fire at Santoshpur Railway Station breaks out l Fire on Railway station" ରହିଛି ଯାହାର ଓଡ଼ିଆ ଅନୁବାଦ ହେଉଛି "ସାନ୍ତୋଶପୁର ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ" ।


Full View


ଇଂରାଜୀରେ "Massive Fire Santoshpur Railway Station " ଅନୁସନ୍ଧାନ କରିଥିଲୁ ।

୬ ଅପ୍ରେଲ ୨୦୨୩ ରେ ଉକ୍ତ ଭିଡିଓଟି ଆଜତକ ର ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ ହୋଇଥିବାର ଦେଖିବାକୁ ମିଳିଛି । ଯାହାକୁ ବର୍ତ୍ତମାନ ସୁଦ୍ଧା, ୯୧୮୦ ଜଣ ଦେଖିଥିବା ବେଳେ ୧୩୧ଟି ଲାଇକ ମିଳିଛି ।

Full View

ସେହିପରି, ୬ ଅପ୍ରେଲ ୨୦୨୩ ରେ ଟାଇମ୍ସ ଅଫ୍ ଇଣ୍ଡିଆ ଏ ନେଇ ଏକ ଖବର ପ୍ରସାରିତ କରିଥିଲା । ପ୍ରସାରିତ ଖବରରେ ଭାଇରାଲ ଭିଡିଓ ର ଏକ ଅଂଶ ମଧ୍ୟ ସ୍ଥାନ ପାଇଥିବାର ଦେଖାଯାଇଛି।

ଖବର ପ୍ରସାରଣ କରି ଟାଇମ୍ସ ଅଫ୍ ଇଣ୍ଡିଆ ଉଲ୍ଲେଖ କରିଛି " Massive fire breaks out at Santoshpur railway station in West Bengal".

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ " ସାନ୍ତୋଶପୁର ରେଳଷ୍ଟେସନ ଯାହାକି ପଶ୍ଚିମବଙ୍ଗରେ ଅବସ୍ଥିତ, ସେଠାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି" ।

୬ ଅପ୍ରେଲ ୨୦୨୩ରେ ଉକ୍ତ ଖବରକୁ ପ୍ରସାରିତ କରିବାକୁ ଯାଇ 'ଦ-ପ୍ରିଣ୍ଟ' ଲେଖା ପ୍ରକାଶିତ କରିଛି " ପଶ୍ଚିମବଙ୍ଗର ଦକ୍ଷିଣ-୨୪ ପରଗାନା ଜିଲ୍ଲାର ସାନ୍ତୋଶପୁର ରେଳ ଷ୍ଟେସନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ପୂର୍ବ ରେଳବାଇ ସିଲଡା ବିଭାଗରେ ଟ୍ରେନ୍ ସେବାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ରେଳ ଷ୍ଟେସନରେ ପ୍ରାୟ ୫.୩୦ ସମୟରେ ଯାତ୍ରୀଙ୍କ ଭିଡ଼ ଲାଗିରହିଥାଏ ସେ ସମୟରେ ଏଭଳି ଅଘଟଣ ଘଟିଥିଲା । ହେଲେ ଭାଗ୍ୟ ବଶତଃ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ।

୬ ଅପ୍ରେଲ ୨୦୨୩ରେ ଇଣ୍ଡିଆଟୁଡେ ଖବର ପ୍ରସାରଣ କରି ଉଲ୍ଲେଖ କରିଛି " କୋଲକାତାର ସନ୍ତୋଷପୁର ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଏହି ଘଟଣା ଘଟିଛି । ଅଗ୍ନିକାଣ୍ଡ ଘଟିବା ବେଳେ ସେହି ପ୍ଲାଟଫର୍ମରେ ଥିବା ସମସ୍ତ ଦୋକାନ ଗୁଡିକରେ ମଧ୍ୟ ଅଗ୍ନିକାଣ୍ଡ ବ୍ୟାପି ଯାଇଥିଲା । ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ୮ଟି ଅଗ୍ନିଶମ ଗାଡି ମୁତୟନ ଥିଲେ, ଉକ୍ତ ମାର୍ଗରେ ଟ୍ରେନର ଚଳାଚଳ ସ୍ଥଗିତ ରହିଛି । 


ତେଣୁ, ଦିଲ୍ଲୀ ଅଘଟଣ କିମ୍ବା ମିରାବାଇ ରେଳଷ୍ଟେସନ ରେ ଅଗ୍ନିକାଣ୍ଡ ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ, ଭାଇରାଲ ଭିଡିଓ ଟି ବହୁ ପୁରୁଣା ପଶ୍ଚିମବଙ୍ଗର ସାନ୍ତୋଶପୁର ରେଳ ଷ୍ଟେସନରେ ଘଟିଥିବା ଅଗ୍ନିକାଣ୍ଡ ର ଦୃଶ୍ୟ । 


Claim :  ମିରାରୋଡ଼ ଷ୍ଟେସନରେ ଅଗ୍ନିକାଣ୍ଡ, ଦିଲ୍ଲୀରେ ଘଟିଛି ଆଉଏକ ଅଘଟଣ
Claimed By :  Social Media Users
Fact Check :  False
Tags:    

Similar News