ଭାଇରାଲ ହେଉଥିବା ସାମୁଦ୍ରିକ ଗାଈ ର ଭିଡିଓ ଟି ଏଆଇ ଦ୍ୱାରା ନିର୍ମିତ

Update: 2024-07-16 17:09 GMT


ଏଆଇ ଆସିବା ଦିନଠାରୁ ଏହାର ବ୍ୟବହାର ଦିନକୁ ଦିନ ବହୁପରିମାଣରେ ବ୍ୟାପିବାରେ ଲାଗିଛି । ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନାଁ କିଛି ନୂଆ ଏଆଇ ଭିଡିଓ ସେୟାର ହେଉଥିବାର ଦେଖାଦେଇଛି । ୟୁଜର୍ସ ଏହାର ଅନୁସନ୍ଧାନ ନ କରି ଏହାକୁ ସେୟାର କରୁଥିବା ବେଳେ, ସୋସିଆଲ ମିଡିଆକ୍ରିଏଟର ଅଧିକ ଭିୟୁ ପାଇବା ପାଇଁ ଏଭଳିଭିଡିଓ ଅପଲୋଡ଼ ହେଉଥିବାର ଦେଖାଦେଇଛି। ଯେପରିକି କିଛିଦିନ ତଳେ ଏକ ବରଫ ଅଞ୍ଚଳରେ ଏକ ଚିତା ବାଘ ସହ ଏକ ଝିଅର ଫଟୋର ଭାଇରାଲ ହୋଇଥିଲା । ଏହାକୁ ବିଭିନ୍ନ ୟୁଜର୍ସ ମନଗଢ଼ା କାହାଣୀ ଲେଖି ସେୟାର କରିଥିବା ବେଳେ ଏହି ଫଟୋରେ କୌଣସି ସତ୍ୟାସତ୍ୟ ନଥିବାର ତେଲୁଗୁ ପୋଷ୍ଟ ପ୍ରମାଣିତ କରିଥିଲା ।

ସେଇଭଳି ବିଗତ କିଛିଦିନ ହେବ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଦେଇଛି । ଭିଡିଓରେ ଏକ ସାମୁଦ୍ରିକ ଜୀବ ଏକ ସମୁଦ୍ର କୂଳରେ ଠାବ ହୋଇଥିବାର ଦେଖାଦେଇଛି । ସାମୁଦ୍ରିକ ଜୀବ ଟିର ମୁହଁ ଅଂଶ ଟି ଏକ ଗାଈ ଭଳି ଦୃଶ୍ୟମାନ ହେଉଛି ।

ଜଣେ  ଏକ୍ସ ୟୁଜର୍ସ ନିଜ ଆକାଉଣ୍ଟ ରେ " ଏହି ଜୀବଟି କଣ କିଏ କହିପାରିବେକି ? " ଲେଖି ଭିଡିଓ ଟିକୁ ଅପଲୋଡ଼ କରିଥିଲେ । ଅଳ୍ପଦିନ ମଧ୍ୟରେ ଏହି ବହୁ ପରିମାଣର ସେୟାର, ଲାଇକ ଏବଂ କମେଣ୍ଟ ମଧ୍ୟ ପାଇଥିବାର ଦେଖା ଦେଇଛି ।



ସେହିଭଳି ଆଉଜଣେ ୟୁଜର୍ସ ଏହି ଭିଡିଓ କୁ ଅପଲୋଡ଼ କରି ଏହା ଏକ ସାମୁଦ୍ରିକ ଗାଈ ବୋଲି ଦର୍ଶାଇଛନ୍ତି, ଯାହାକୁ ସିଏ ପ୍ରଥମଥର ଦେଖିଛନ୍ତି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।


ଏକ ଡିଜିଟାଲ ଗଣମାଧ୍ୟମ ସଂସ୍ଥା ଏହି ଭିଡିଓ ର ସ୍କ୍ରିନସଟ୍ କୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଅପଲୋଡ଼ କରି ଉଲ୍ଲେଖ କରିଛି " ଗାଈ ପରି ମୁଣ୍ଡ ଏବଂ ସାମୁଦ୍ରିକ ମାଛ ଭଳି ଶରୀର ଏହା କିଭଳି ସମ୍ଭବ ପର" ।


ସତ୍ୟାସତ୍ୟ : ଅନୁସନ୍ଧାନ ରୁ ଜଣାଯାଏଯେ ଦାବିରେ କୌଣସି ସତ୍ୟାସତ୍ୟ ନାହିଁ । ଭିଡିଓ ଟିକୁ ଏଡିଟ କରି ଠାବ ସାମୁଦ୍ରିକ ଜୀବର ମୁହଁ ଅଂଶରେ ଗାଈ ର ମୁହଁକୁ ଯୋଡ଼ାଯାଇଛି ।

Isit ai ରେ ଏନେଇ ପରୀକ୍ଷା କରିବାରୁ ଜଣାଯାଏଯେ ଏହା ପ୍ରାୟତଃ ୯୦ ପ୍ରତିଶତ ଏଆଇ ଦ୍ୱାରା ନିର୍ମିତ । 




ଏକ ୟୁଟ୍ୟୁବ ଚ୍ୟାନେଲ ସାଉନ ଜର୍ଜ ଏହି ଭିଡିଓ କୁ ଅପଲୋଡ଼ କରି ଉଲ୍ଲେଖ କରିଛି " ଏଆଇ ନିର୍ମାଣ କରିବା କିଛି ଖରାପ ନୁହେଁ କିନ୍ତୁ, ଏହାକୁ ଅପବ୍ୟବହାର କରିବା ନିଶ୍ଚିତ ଖରାପ "


Full View

ଆଉ ଜଣେ ଏକ୍ସ ୟୁଜର୍ସ ଏହିଭଳି ଭିଡିଓ ନିଜ ଆକାଉଣ୍ଟ ରେ ଅପଲୋଡ କରିଥିବାର ଦେଖା ଦେଇଛି , ଯେଉଁଥିରେ ଏହି ସାମୁଦ୍ରିକ ଜୀବଟି ଗୋଟିଏ ବାଘ ଭଳି ଦୃଶ୍ୟମାନ ହେଉଥିବାର ଦେଖାଦେଇଛି ।


ସାମୁଦ୍ରିକ ଗାଈ ନେଇ ଗୁଗୁଲ ରେ ଅନୁସନ୍ଧାନ କରିବାରୁ ଜଣାଯାଏଯେ, ସାଇ ସୋ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଏହି ଜୀବ ଉପରେ ଏକ ପ୍ରାମାଣିକ ଚଳଚିତ୍ର ନିର୍ମାଣ କରିଛି । ଏଥିରେ ଦେଖା ଯାଉଥିବା ଜୀବଟି ଠାବ ହୋଇଥିବା ଜୀବ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଦେଖାଯାଇଛି ।


Full View

ତେଣୁ ଦାବୀ ଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଠାବ ହୋଇଥିବା ସାମୁଦ୍ରିକ ଜୀବର ମୁହଁରେ ଏକ ଗାଈ ର ମୁହଁ ଏଆଇ ଦ୍ୱାରା ଯୋଡ଼ାଯାଇଛି ।

Claim :  ସମୁଦ୍ର କୂଳରେ ଠାବ ହୋଇଛି ଏକ ଅପ୍ରାକୃତିକ ସାମୁଦ୍ରିକ ଗାଈ
Claimed By :  Social Media Users
Fact Check :  False
Tags:    

Similar News