ସିଗାରେଟ ଧରି ଫଟୋ ପାଇଁ ପୋଜ୍ ଦେଉଥିବା ମହିଳା ନୁହଁନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

Update: 2024-07-16 17:34 GMT

 

ଏଆଇ ଫଟୋ ଏବେ ଖୁବ ଜୋରରେ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି । ନିଜକୁ ସୁନ୍ଦର ଦେଖେଇବାକୁ ଯାଇ ଯୁବ ଗୋଷ୍ଠୀ ଏଆଇ ଦ୍ୱାରା ଫଟୋ ଏଡିଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ପଛାଉ ନାହାନ୍ତି। ହେଲେ ଏହି ଏଆଇ ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ଭୋଗିଛନ୍ତି ଅଭିନେତ୍ରୀ ରଶ୍ମିତା ମନ୍ଦାନା, କାଜଲ ଏବଂ କ୍ୟାଟ୍ରିନା କେଫ୍ ।

ବର୍ତ୍ତମାନ କିଛିଦିନ ଧରି ସୋସିଆଲ ମିଡିଆରେ ଏକ କଳାଧଳା ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ସୋନିଆ ଗାନ୍ଧୀ ଏକ ସିଗାରେଟ ଧରିଥିବାର ଦେଖାଦେଇଛି । ସୋସିଆଲ ମିଡିଆରେ ଫଟୋ ଅପଲୋଡ଼ କରି ୟୁଜର୍ସ ଲେଖିଛନ୍ତି ଏହା ସୋନିଆ ଗାନ୍ଧିଙ୍କ ବହୁ ପୁରୁଣା ଫଟୋ ।



Full View

ସତ୍ୟାସତ୍ୟ: ଅନୁସନ୍ଧାନ ରୁ ଜଣାଯାଏ ଯେ ଏହି ଦାବିରେ କୌଣସି ସତ୍ୟତା ନାହିଁ । ମୂଳ ଫଟୋରେ ସିଗାରେଟ ଧରିଥିବା ମହିଳା ଜଣଙ୍କ ସୋନିଆ ଗାନ୍ଧୀ ନୁହନ୍ତି ବୋଲି ଜଣାଯାଇଛି ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରେ ଅନୁସନ୍ଧାନ କରିବାରୁ ଜଣାଯାଏଯେ । କାସା ଲିବିଆ ନାମକ ଗୋଟିଏ ଫେସବୁକ ପେଜ୍ ରେ ଏହି ଫଟୋଟି ଅପଲୋଡ଼ ହୋଇଛି, ଉକ୍ତ ଫଟୋରେ ଉଲ୍ଲେଖ ରହିଛି ଯେ " ଜଣେ ଇରାନି ମହିଳା ସିଗାରେଟ ପିଉଛନ୍ତି, ଯାହାକି ୨୦୧୨ ମସିହାରେ ଫର୍ଯାଦ ସରଫରାଜି ଙ୍କ ଦ୍ଵାରା ଉତ୍ତୋଳିତ ହୋଇଛି ।


Full View

ଯେତେବେଳେ ଆମେ ଗୁଗୁଳରେ ଫର୍ଯାଦ ସରଫରାଜି ଫଟୋଗ୍ରାଫି ନେଇ ଅନୁସନ୍ଧାନ କରିଥିଲୁ "dusclturas.com " ନାମକ ଏକ ୱେବସାଇଟ ଏହି ଫଟୋ ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ । ଏହି ମହିଳା ଜଣଙ୍କ ଜଣେ ଇରାନୀମହିଳା ଏବଂ ଏହି ଫଟୋଟି ଉତ୍ତୋଳନ କରିଥିବା ଫଟୋଗ୍ରାଫର ହେଉଛନ୍ତି ଫର୍ଯାଦ ସରଫରାଜି ବୋଲି ଉଲ୍ଲେଖ ରହିଥିଲା ।

ଉକ୍ତ ଫଟୋଟିକୁ ସୋସିଆଲ ମିଡିଆରେ ବହୁ ୟୁଜର୍ସ ସେୟାର କରିଥିବାର ମଧ୍ୟ ଦେଖିବାକୁ ପାଇଥିଲୁ 



ଏପରିକି ଫଟୋଟିକୁ ଆପଣ ଯଦି ନିରୀକ୍ଷଣ କରି ଦେଖିବେ ତେବେ ଫଟୋରେ REMARK ଲେଖା ହୋଇଛି । ଯାହାକି ଏକ ଏଆଇ ଟୁଲ୍ସ, ଉକ୍ତ ଟୁଲ୍ ବ୍ୟବହାର କରି ଜଣଙ୍କ ଫଟୋରେ ଅତି ସହଜ ଭାବେ ଆଉ ଜଣଙ୍କ ମୁହଁ ଲଗାଇପାରିବେ ।

ତେଣୁ ଏହା ପ୍ରମାଣିତ ହେଲାଯେ ଭାଇରାଲ ହେଉଥିବା ଫଟୋରେ କୌଣସି ସତ୍ୟତା ନାହିଁ । ମୂଳ ଫଟୋରେ ସିଗାରେଟ ଧରିଥିବା ମହିଳା ଜଣଙ୍କ ନୁହଁନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ।

Claim :  ସିଗାରେଟ ଧରି ଫଟୋ ପାଇଁ ପୋଜ୍ ଦେଉଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପୁରୁଣା ଫଟୋ ହେଲା ଭାଇରାଲ
Claimed By :  Social Media Users
Fact Check :  False
Tags:    

Similar News