Fact Check : ଭାଇରାଲ ଫଟୋରେ ନାହିଁ କୌଣସି ସତ୍ୟତା, ଫଟୋଟି ଏଆଇ ଦ୍ୱାରା ନିର୍ମିତ

ରେଳ ଦୁର୍ଘଟଣାର ଷଡଯନ୍ତ୍ର ଦାବିକରି ଏଆଇ ଫଟୋ କରାଯାଉଛି ଭାଇରାଲ

Update: 2024-09-15 12:34 GMT

communal claim

 

କାନପୁର ମୁଡେରି ଗାଁ ନିକଟରେ ରେଳ ଲାଇନ ଉପରେ ରଖା ଯାଇଥିଲା ଏକ ଗ୍ୟାସ ସିଲିଣ୍ଡର । ପ୍ରୟାଗରାଜ- ଭିୱାନି କାଳିନ୍ଦୀ ଏକ୍ସପ୍ରେସ ହୋଇଥାଆନ୍ତା ଦୁର୍ଘଟଣାଗ୍ରସ୍ତ । ତେବେ ଲୋକୋ ପାଇଲଟ୍ ସିଲିଣ୍ଡରଟିକୁ ଦେଖି ହଠାତ୍ ଏମରଜେନସୀ ବ୍ରେକ୍ ମାରି ଟ୍ରେନକୁ ଅଟକାଇ ଦେଇଥିଲେ । ତଥାପି ଟ୍ରେନଟି ସିଲିଣ୍ଡରକୁ ଧକ୍କା ଦେଇଥିଲା । ମାତ୍ର ଲୋକ ପାଇଲଟଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । କାଳିନ୍ଦୀ ଏକ୍ସପ୍ରେସ ହରିୟାଣାର ଭିୱାନି ଅଭିମୁଖେ ଯାଉଥିବା ବେଳେ ଟ୍ରେନର ଲୋକ ପାଇଲଟ୍ ରେଳ ଧାରଣାରେ ଗୋଟିଏ ସିଲିଣ୍ଡର ଥିବା ଦେଖିଥିଲେ । ତେବେ ଲୋକ ପାଇଲଟ ଟ୍ରେନ୍‌ ଜରୁରୀକାଳୀନ ବ୍ରେକ୍‌ ମାରିବା ସତ୍ତ୍ୱେ ଟ୍ରେନ୍‌ ସିଲିଣ୍ଡରକୁ ଧକ୍କା ଦେଇଥିଲା । କିନ୍ତୁ ଏଥିର କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ । ଘଟଣାସ୍ଥଳରେ ଟ୍ରେନଟି ପ୍ରାୟ ୨୦ ମିନିଟ୍ ରହିବା ପରେ ଯାତ୍ରା କରିଥିଲା । ତେବେ ଟ୍ରାକ୍‌ରେ ଥିବା ଏହି ସିଲିଣ୍ଡର ପାଖରେ ପେଟ୍ରୋଲ ଭର୍ତ୍ତି ଏକ ବୋତଲ, କିଛି ଦିଆସିଲି, ଗୋଟିଏ ବ୍ୟାଗ ଓ କିଛି ସନ୍ଦେହଜନକ ଦ୍ରବ୍ୟ ପୋଲିସ ଓ ଆରପିଏଫ୍ ଜବତ କରିଛନ୍ତି ।

ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଜଣେ ବ୍ୟକ୍ତି ଏକ ବିରାଟ ପଥର ଧରି ଏକ ରେଳଟ୍ରାକ୍ ଉପରେ ବସିଥିବାର ଦେଖା ଯାଇଛି ।

ସୋସିଆଲ ମିଡିଆରେ ୟୁଜର୍ସ ଏକ ଲେଖା ସହ ଉକ୍ତ ଫଟୋଟି ପୋଷ୍ଟ କରିଥିଵାର ଦେଖା ଦେଇଛି । ଲେଖାରେ ଉଲ୍ଲେଖ ରହିଛି "କର ନିର୍ମାଣ ନୂଆ ରେଳପଥ, ତେଜସ ଆଉ ବନ୍ଦେଭାରତ ! ଯଦି ତୁମେ ନିର୍ମାଣ କରିବା ଶିଖିଛ ଆମକୁ ବିଧ୍ବଂଶ କରିବା ଜଣା। ଆମଭଳି ଶାନ୍ତିପ୍ରିୟ ମାନଙ୍କୁ ଭଙ୍ଗା ଭଙ୍ଗି, ଜଳା ପୋଡ଼ା ଉପରେ ୧୪୦୦ ବର୍ଷର ଅଭିଜ୍ଞତା ଅଛି" I

Full View


Full View


ସେହିପରି ଉକ୍ତ ଲେଖାଟିକୁ ହିନ୍ଦୀରେ ଲେଖି କିଛି ୟୁଜର୍ସ ସେୟାର କରୁଥିବାର ମଧ୍ୟ ଦେଖାଯାଏ 


Full View




ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଉକ୍ତ ଫଟୋଟି ଏଆଇ ଦ୍ୱାରା ନିର୍ମିତ

ଗୁଗୁଲରେ ଏନେଇ ଅନୁସନ୍ଧାନ କରିବାରୁ କୌଣସି ଖବର ପ୍ରସାରଣ ହୋଇନଥିବା ଜଣାଯାଇଛି ।

ରିଭର୍ସ ଇମେଜ ସର୍ଚ୍ଚ କରିବାରୁ ଭାଇରାଲ ଫଟୋ ପରି ଦିଶୁଥିବା ଫଟୋ ସହ ସମାନ ଲେଖା ବହୁ ୟୁଜର୍ସ ସେୟାର କରିଥିଵାର ଦେଖିବାକୁ ପାଇଥିଲୁ ।

ଫଟୋ ଗୁଡିକର ସତ୍ୟତା ଯାଞ୍ଚ କରିବାକୁ ଯାଇ is it ai ଟୁଲ୍ ର ସାହାଯ୍ୟ ନେଇଥିଲୁ । ଯାଞ୍ଚ ହୋଇଥିବା ଫଟୋରେ ଜଣେ ବ୍ୟକ୍ତି ଧଳା ରଙ୍ଗର କପଡାପିନ୍ଧିଥିଲେ ଏବଂ ଦାଢ଼ି ମଧ୍ୟ ରଖିଥିଲେ । ଗୋଟିଏ ପଥର ଧରି ଉକ୍ତ ବ୍ୟକ୍ତି ଜଣଙ୍କ ଏକ ରେଳ ଧାରଣାରେ ବସିଥିବାର ଦେଖାଯାଇଛି ।

ଉକ୍ତ ଫଟୋଟି ୮୧% ଏଆଇ ଦ୍ୱାରା ନିର୍ମିତ ବକି ନିଜ ରିପୋର୍ଟରେ ପ୍ରକାଶ କରିଛି is it ai.



ସେହିଭଳି ଫଟୋଟିକୁ ଆପଣ ଯଦି ସଠିକ ଭାବେ ଅନୁଧ୍ୟାନ କରିବେ ଫଟୋରେ ଏକ ଲୋଗୋ ଥିବାର ଦେଖିବାକୁ ପାଇଥିଲୁ । ଲୋଗୋରେ 'imagined with ai' ଲଖାଥିବାର ଦେଖାଯାଇଛି । ସେହିପରି ଅନ୍ୟ ଫଟୋ ଗୁଡ଼ିକରେ ମଧ୍ୟ ସମାନ ଲୋଗୋ ଥିବାର ଜଣାଯାଇଛି ।


ଯେତେବେଳେ ଆମେ ଗୁଗୁଲରେ 'imagined with ai' ଲେଖି ଅନୁସନ୍ଧାନ କରିଥିଲୁ, ଏହା ଏକ ଅନଲାଇନ ଏଆଇ ଟୁଲ୍ ବୋଲି ଜାଣିବାକୁ ପାଇଥିଲୁ । ଯାହାକି ମେଟା ଦ୍ୱାରା ପ୍ରସ୍ତୁତ, ଯେଉଁଥିରେ ୟୁଜର୍ସ ଆବଶ୍ୟକ ମୁତାବକ ଫଟୋ ନିର୍ମାଣ କରିପାରିବେ, ଯାହାକି ଅନ୍ୟୁନ୍ୟ ସତ ଫଟୋ ଭଳି ଦିଶିବ ।

ତେଣୁ ଫଟୋ ଗୁଡ଼ିକ imagined with ai' ଟୁଲ୍ ଦ୍ୱାରା ନିର୍ମିତ ବୋଲି ଏଥିରୁ ପମାଣିତ ହୋଇଛି ।

 ସେହିପରି ଆଉ ଏକ ଫଟୋକୁ ହାଇଭ ମୋଡରେସନ ରେ ପରିକ୍ଷଣ କରିବାରୁ ୯୮ % ଏଆଇ ଦ୍ୱାରା ନିର୍ମିତ ବୋଲି ଜଣାପଡିଛି ।




 ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ହେଉଥିବା ଫଟୋ ଗୁଡିକ ଏଆଇ ଦ୍ୱାରା ନିର୍ମିତ ।


Claim :  ରେଳ ଦୁର୍ଘଟଣାର ଷଡଯନ୍ତ୍ର ଫଟୋ ଭାଇରାଲ
Claimed By :  Social Media Users
Fact Check :  False
Tags:    

Similar News