ଫେକ ଭିଡିଓ ହେଲା ଭାଇରାଲ, ୟେ ହେଇଛନ୍ତି ହାଥରସ୍ ରେ ସତସଙ୍ଗ ଦେଉଥିବା ଭୋଲେ ବାବା

Update: 2024-07-27 13:04 GMT

Vibration baba

    

ଉତ୍ତର ପ୍ରଦେଶ ହାଥରସ୍ ଦଳାଚକଟାରେ ମୃତ୍ୟୁସଂଖ୍ୟା ୧୨୧ ହେଲା । ମୃତ୍ୟୁ ସଂଖ୍ୟା ରେ ଅଧିକ ଥିଲେ ମହିଳା, ଭୋଲେ ବାବା ଙ୍କ ସତସଙ୍ଗ ଆୟୋଜନ ରେ ଏଭଳିଅଘଟଣ ଘଟିଥିବା ସୂଚନା। ପୋଲିସ ରିପୋର୍ଟ ଅନୁଯାୟୀ ଗୁଡ଼ମ୍ୟାନ ସୁରକ୍ଷା ଅନୁଷ୍ଠାନ ଭୋଲେ ବାବାଙ୍କ ଚରଣ ସ୍ପର୍ଶ ସହ ପାଦଧୁଳି ନେବାକୁ ପ୍ରବର୍ତ୍ତାଇ ଥିବା ବେଳେ ସେଠାରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଆୟୋଜକ ୮୦.୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସ୍ଥା କରିଥିବା ବେଳେ ଅନ୍ୟୁନ୍ୟ ୨.୫ ଲକ୍ଷ ଶ୍ରଦ୍ଧାଳୁ ପରିଲକ୍ଷିତ ହୋଇଥିଲେ ବୋଲି ମଧ୍ୟ ପୋଲିସ ଏଫଆଇଆର ରେ ଉଲ୍ଲେଖ ରହିଛି । ନାରାୟଣ ସାକାର କିମ୍ବା ଭୋଲେ ବାବା ହେଉଛନ୍ତି ଜଣେ ସ୍ଥାନୀୟ ପ୍ରଚାରକ ଯିଏକି ସେଠାରେ ସତସଙ୍ଗ ରେ ଶ୍ରଦ୍ଧାଳୁଙ୍କୁ ସମ୍ବୋଧନ କରୁଥିଲେ ଏବଂ ପରେପରେ ସେଠିକାର ପରିସ୍ଥିତି ଅଣାୟତ ହୋଇ ଉଠିଥିଲା ।

ଇତିମଧ୍ୟରେ ଜଣେ ବାବା ସଦୃଶ୍ୟ ବ୍ୟକ୍ତି ଗୋଲାପ ପାଖୁଡାରେ ମଣ୍ଡିତ ହୋଇଥିବା ସ୍ଥାନରେ ବସୀ କମ୍ପମାନ ସୃଷ୍ଟି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିବା ୟୁଜର୍ସ ଉକ୍ତ ବ୍ୟକ୍ତି ଙ୍କୁ ଭୋଲେ ବାବା ବୋଲି ଦର୍ଶାଇଛନ୍ତି।

ଭିଡିଓ ଟିକୁ ସେୟାର କରୁଥିବା ବେଳେ ତେଲୁଗୁ ଭାଷାରେ “వీడిని చూడటానికా హత్రాస్ లో 121 మంది చనిపోయింది”  ଉଲ୍ଲେଖ ମଧ୍ୟ କରିଛନ୍ତି । ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ " ଏହି ବାବା ଙ୍କୁ ଦେଖିବାକୁ ଯାଇ ୧୨୧ ଜଣ ବ୍ୟକ୍ତି ହତ୍ୟାର ଶିକାର ହୋଇଥିଲେ ? 


Full View


 

Full View

 

ସତ୍ୟାସତ୍ୟ: ଅନୁସନ୍ଧାନରୁ ଜଣାଯାଏଯେ , ଗୋଲାପ ଫୁଲରେ ମଣ୍ଡିତ ହୋଇ ବସିଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ଭୋଲେ ବାବା । ଯାହାଙ୍କ ସତସଙ୍ଗ ରେ ଯୋଗଦେବାକୁ ଯାଇ ଏତେ ସଂଖ୍ୟକ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ ।

ଯେତେବେଳେ ଭାଇରାଲ ଭିଡିଓ ର ଏକ କି ଫ୍ରେମ୍ ନେଇ ରିଭର୍ସ ଇମେଜ ସର୍ଚ୍ଚ ରେ ଆମେ ଅନୁସନ୍ଧାନ କରିଥିଲୁ , ଏକ ଏକ୍ସ ୟୁଜର୍ସ ଭାଇରାଲ ଭିଡିଓ କୁ ସେୟାର କରି ଲେଖିଛନ୍ତି " ‘लो भाई अब मार्केट में आ गए 'वाइब्रेशन बाबा', फूलों के सेज में बैठकर करतब दिखाते Video हुआ वायरल" ଯାହାର ଓଡ଼ିଆ ଅନୁବାଦ ହେଉଛି " ଦେଖନ୍ତୁ ବଜାରକୁ ଆସିଗଲେ କମ୍ପନ ବାବା, ଫୁଲର ସେଜରେ ବସି ଦେଖାଉଛନ୍ତି ନିଜ କରାମତି ।  



ବିଦ୍ୟା ଭାରତୀ ନାମକ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଉକ୍ତ ଭିଡିଓ କୁ ଅପଲୋଡ କରି ଉଲ୍ଲେଖ କରିଛି , ୟେ ହେଉଛନ୍ତି ଗୁଜୁରାଟ ର ଭାରତ ମାଡି ବା ଭାଇବ୍ରେସନ ବାବା 


Full View

 

ନବଭାରତ ଟାଇମ୍ସ ଅନୁଯାୟୀ " ଭାରତ ମାଡିଙ୍କ କାର୍ଯ୍ୟକ୍ରମ ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗଦିଅନ୍ତି। ନିଜ କାର୍ଯ୍ୟକ୍ରମ ରେ ଜିଭ ଚାଲଣା ସହ ଗରମ ତେଲରେ ହାତ ବୁଡାଇବା ସହ ସେହି ତେଲକୁ ଶରୀରରେ ଲଗାଇଲେ ରୋଗବ୍ୟାଧି ସହ ଯନ୍ତ୍ରଣା ରୁ ମୁକ୍ତି ମିଳିବ ବୋଲି ଜଣାଯାଏ । ମାତାରାଣୀ ସ୍ୱୟଂ ବାବାଙ୍କ ଉପରେ ବିରାଜିଛନ୍ତି ବୋଲି ଦାବି କରିଛନ୍ତି କମ୍ପନ ବାବା । ସିଏ ଗୁଜୁରାଟ ର ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ପଥୋତ୍ସଵରେ ଯୋଗଦେଇ ନିଜର ଉପସ୍ଥିତି ଜାହିର କରିଛନ୍ତି ।  ହାଥରସ୍ ସତସଙ୍ଗ ରେ ସମ୍ବୋଧିତ କରୁଥିବା ବ୍ୟକ୍ତି ହେଉଛନ୍ତି ନାରାୟଣ ସାକର ବା ଭୋଲେ ବାବା, ଜାହାଙ୍କ ର ଲକ୍ଷାଧିକ ଶ୍ରଦ୍ଧାଳୁ ଅଛନ୍ତି । ଖବର ଅନୁଯାୟୀ ପୂର୍ବରୁ ନାରାୟଣ ପୋଲିସ ର ଗୁଇନ୍ଦା ବିଭାଗ ରେ ନିଜର ୧୮ ବର୍ଷ ପ୍ରଦାନ କରି ସାରିଛନ୍ତି, ପରେପରେ ଭିଆରଏସ ନେଇ ଏହି ପଥ ବାଛିନେଇଛନ୍ତି ।

ଭାଇରାଲ ଭିଡିଓ ରେ ଥିବା ବ୍ୟକ୍ତି ଏବଂ ଭୋଲେ ବାବାଙ୍କ ଫଟୋ ମଧ୍ୟରେ ବହୁ ପାର୍ଥକ୍ୟ ଥିବାର ଦେଖା ଦେଇଛି।


ଏଥିରୁ ଜଣା ଗଲା ଯେ ଭାଇରାଲ ଭିଡିଓ ରେ ଥିବା ବ୍ୟକ୍ତି ନୁହଁନ୍ତି ହାଥରସ ରେ ସତସଙ୍ଗ ପ୍ରଦାନ କରୁଥିବା ନାରାୟଣ ସାକର ବା ଭୋଲେ ବାବା । ଏହା ମଧ୍ୟ ପ୍ରମାଣିତ ହେଲା ଯେ ଉକ୍ତ ଭିଡିଓ ଟି ହାଥରସ ଅଘଟଣ ପୂର୍ବରୁ ଭିଡିଓ I


Claim :  ଭିଡିଓ ରେ ଥିବା ଜଣଙ୍କ ସେହି ଭୋଲେ ବାବା ଯାହାଙ୍କ ଧାର୍ମିକ ସମାବେଶରେ ଯୋଗଦେଇ ୧୨୧ ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା
Claimed By :  Social Media Users
Fact Check :  False
Tags:    

Similar News