Fact Check: ଭାଇରାଲ ଭିଡିଓରେ ନାହାନ୍ତି ବଳାତ୍କାରୀର ବାପା

Update: 2024-09-02 07:27 GMT


ବଦ୍‌‌ଲାପୁରର ନର୍ସରୀ ବିଦ୍ୟାଳୟରେ ଶିଶୁ ଯୌନ ନିର୍ଯାତନା ରୂପରେ ଉଗ୍ର ଆଧୁନିକ ମାନବ ସଭ୍ୟତାର ଆଉ ଏକ ଘୃଣ୍ୟ, ବର୍ବର, ପାଶବିକ ପ୍ରବୃତ୍ତିର ଉଦାହରଣ ସାମ୍‌‌ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗରେ ମହାରାଷ୍ଟ୍ରର ରାଜନୀତି ଉଷ୍ମ ହେବାରେ ଲାଗିଛି । ଜାମ୍ମୁକାଶ୍ମୀରର କାଠୁଆରୁ ଆରମ୍ଭ କରି ଓଡ଼ିଶାର ନୟାଗଡ଼ ଓ ମହାରାଷ୍ଟ୍ରର ବଦ୍‌‌ଲାପୁର ଘଟଣାମାନର ପୁନରାବୃତ୍ତି ବିଶ୍ୱକୁ ଯୋଗଶକ୍ତି ଓ ଆଧ୍ୟାତ୍ମିକତାର ବାର୍ତ୍ତା ଦେଉଥିବା ଦେବଭୂମି, ବେଦ ଜନ୍ମଭୂମି ଭାରତକୁ ଲଜ୍ଜାରେ ମଥାନତ କରିବାକୁ ବାଧ୍ୟ କରୁଛି । ଏହା ମଧ୍ୟ ସତ ଯେ ରାଜନୈତିକ ଦଳମାନଙ୍କର ସ୍ୱାର୍ଥ ସମ୍ବଳିତ ତଥାକଥିତ ଆତ୍ମପ୍ରଚାରର କୋଳାହଳ ମଧ୍ୟ ଏଭଳି ଅନେକ ଘଟଣା ଲୋକଲୋଚନରୁ ଲୁଚି ଯାଉଛି, ଯାହାର ହିସାବ କେବଳ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋରେ ସ୍ଥାନିତ ହେଉଛି। ଏନ୍‌‌ସିଆରବିର ତଥ୍ୟାନୁଯାୟୀ ୨୦୧୬ରୁ ୨୦୨୨ ମଧ୍ୟରେ ଏଭଳି ଘଟଣାରେ ୯୬% ବୃଦ୍ଧି ଘଟିଛି । କେବଳ ୨୦୨୨ରେ ୩୯୦୦୦ ଟି ଶିଶୁ ଯୌନ ନିର୍ଯାତନା ମାମଲା ସାରା ଦେଶରେ ଦାୟର ହୋଇଛି। ମାମଲା ଦାୟର ହୋଇ ନଥିବା ଘଟଣା ଆହୁରି ଅଧିକ ହୋଇପାରେ ।

କୋଲକାତା ଆର୍‌ଜି କର୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି । ଏହାକୁ ନେଇ ପୂରା ଦେଶରେ ଅସନ୍ତୋଷ ଜାରି ରହିଛନ୍ତି । ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରନର୍ଶନ କରୁଛନ୍ତି । ଏହାରି ଭିତରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜ ରୟକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ତାଙ୍କ ଶାଶୁ।ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ ଏକ ବୟାନ ଜାରି କରି ତା' ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ଏକାଧିକ ଲୋକ ସମ୍ପୃକ୍ତ ଥାଇପାରନ୍ତି। କେବଳ ସଞ୍ଜୟ ଏସବୁ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ରେ ଜଣେ ବୟସ୍କ ବ୍ୟକ୍ତି ତେଲୁଗୁ ଭାଷାରେ ,ତାଙ୍କ ପୁଅ ବଳାତ୍କାର ଭଳି ଘଟଣା ରେ ସମ୍ପୃକ୍ତ ଥିବାରୁ ତାକୁ ଏନକାଉଣ୍ଟର କରିଦିଆଯାଉ ବୋଲି କହୁଛନ୍ତି । 

ସୋସିଆଲ ମିଡିଆରେ ୟୁଜର୍ସ ତେଲୁଗୁ ଭାଷାରେ " తండ్రి అయ్యుండి ఆ మాట చెప్తున్నాడంటే ఆ కొడుకు ఎంత పనికిమాలినోడుగా తయారయ్యాడో అర్థమవుతుంది.. ఈ గొప్ప తండ్రికి హ్యట్సాఫ్ " ଲେଖି ଭିଡିଓ ଟିକୁ ସେୟାର କରୁଥିବାର ଦେଖାଯାଇଛି ।

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ "ଯଦି ବାପାଟିଏ ଏତେ ସାହାସରେ ଏଭଳି କହିପାରୁଛି, ତେବେ ପୁଅଟି କେତେ ଯେ କୁଳାଙ୍ଗାର ହୋଇ ନଥିବ" । ଏଭଳି ବାପାକୁ ସତ ସତ ନମସ୍କାର । 


Full View

ତେବେ କେବଳ ସୋସିଆଲ ମିଡିଆ ୟୁଜର୍ସ ନୁହେଁ, କିଛି ଡିଜିଟାଲ ମିଡିଆ ମଧ୍ୟ ଉକ୍ତ ଭିଡିଓଟିକୁ ସେୟାର କରିଛନ୍ତି ।


Full View




 ସତ୍ୟାସତ୍ୟ : ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ ଅଟେ, ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ କୌଣସି ବଳାତ୍କାରୀ ର ବାପା ନୁହଁନ୍ତି

ଭିଡିଓ ରେ ଦେଇଥିବା ସୁଚନା ଅନୁଯାୟୀ ,ସଞ୍ଜୀବ ରେଡ୍ଡୀ ନଗର ବଳାତ୍କାର ଘଟଣାରେ ତାଙ୍କ ପୁଅ ଜଡ଼ିତ ଥିଲା । ତେବେ ଏନେଇ ଗୁଗୁଲ ରେ ଅନୁସନ୍ଧାନ କରିବାରୁ ଉକ୍ତ ଅଞ୍ଚଳରେ ବିଗତ ଦିନରେ ଏଭଳି କୌଣସି ଘଟଣା ଘଟିନଥିବା ଜଣାଯାଇଛି ।

ଭାଇରାଲ ଭିଡିଓ ରେ ଜଣେ ୟୁଜର୍ସ କମେନ୍ଟ ବକ୍ସ ରେ ସୂଚନା ଦେଇଛନ୍ତି, " ୟେ ହେଉଛନ୍ତି ରାଜ୍ ମୁଦିରାଜ୍ ଯିଏକି ଜଣେ ନିର୍ଦେଶକ, ସିଏ ଉକ୍ତ ଭିଡିଓ ଅଭିନୟ କରୁଛନ୍ତି" ।




 ସୋସିଆଲ ମିଡିଆରେ ରାଜ୍ ମୁଦିରାଜ୍ ୩୧ ଅଗଷ୍ଟ ୨୦୨୪ରେ ଏକ ଭିଡିଓ ସେୟାର କରିଥିଵାର ଦେଖିବାକୁ ମିଳିଛି, ଉକ୍ତ ଭିଡିଓ ଟି ସେୟାର କରି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ,"ଏହା ମୋର ମତବ୍ୟକ୍ତ" ।



ସେହିଭଳି ଆଉଜଣେ ୟୁଜର୍ସ ପୋଷ୍ଟ କରିଛନ୍ତି, ୟେ ହେଉଛନ୍ତି ଜଣେ ନିର୍ଦେଶକ  I

୩୧ଅଗଷ୍ଟ ରେ ତେଲୁଗୁ ସ୍କ୍ରାଇବ ଏନେଇ ଏକ ପୋଷ୍ଟ କରି ସେୟାର କରିଛି, "ୟେ କୌଣସି ବଳାତ୍କାରୀର ବାପା ନୁହଁନ୍ତି । ଭିଡିଓରେ ଥିବା ବ୍ୟକ୍ତିଜଣଙ୍କ ରାଜ୍ ମୁଦିରାଜ୍ ଯିଏକି ଜଣେ ନିର୍ଦେଶକ, ସିଏ ଉକ୍ତ ଭିଡିଓରେ ଅଭିନୟ କରୁଛନ୍ତି" 



ସେହିପରି BIG TV Breaking News Channel ଉଲ୍ଲେଖ କରିଛି, " ୟେ ହେଉଛନ୍ତି ନିର୍ଦେଶକ ରାଜ୍ ମୁଦିରାଜ୍ । ଯିଏକି ଲୁହ ଭିଜା ଆଖିରେ କହୁଛନ୍ତି ଯେ, ତାଙ୍କ ପୁଅ ଗୋଟିଏ ଝିଅ କୁ ବଳାତ୍କାର କରି ହତ୍ୟା କରିଛି । ଉକ୍ତ ଭିଡିଓ କୁ ରାଜ୍ ଆଜିର ଦିନରେ ଘଟୁଥିବା ବଳାତ୍କାର ଏବଂ ଆମ ଦାୟିତ୍ବବୋଧକୁ ପ୍ରକାଶିତ କରିବାକୁ ଯାଇ ରେକର୍ଡ କରି ସେୟାର କରିଛନ୍ତି । ଏପରିକି ସୋସାଇଟି ଏବଂ ପୋଲିସ୍ କୁ କ୍ଷମା ମଧ୍ୟ ମାଗିଛନ୍ତି" ।

ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ ଅଟେ, ଭିଡିଓ ରେ କହୁଥିବା ବ୍ୟକ୍ତିଜଣଙ୍କ କୌଣସି ବଳାତ୍କାରୀ ର ବାପା ନୁହଁନ୍ତି । ସାମାଜିକ ସଚେତନତା ସୃଷ୍ଟି କରିବାକୁ ଯାଇ ଉକ୍ତ ଭିଡିଓକୁ ରେକର୍ଡ କରି ସେୟାର କରିଥିଵାର ଜଣାଯାଏ ।


Claim :  ନିଜ ପୁଅକୁ ଦଣ୍ଡିତ କରିବାକୁ ଅନୁରୋଧ କରି ଭିଡିଓ ସେୟାର କଲେ ଅଭିଯୁକ୍ତର ବାପା
Claimed By :  Social Media Users
Fact Check :  Misleading
Tags:    

Similar News