Fact Check : ଲାଲୁ ଓ ନୀତିଶ ଭେଟାଭେଟି: ଭିଡିଓଟି ନୁହେଁ ବର୍ତ୍ତମାନର

A Video became viral of Lalu and Nitish's meeting is not a recent one.

Update: 2024-09-12 14:17 GMT


ବିହାରର ବେଗୁସରାଇରେ ମାଟିହାନି ବିଧାନସଭାରେ ଆୟୋଜିତ ସମାରୋହରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଅଂଶଗ୍ରହଣ କରିଥିଲେ। ଚିରାଗ ପାସୱାନଙ୍କ ଏହି ଗସ୍ତ ବିହାର ବିଧାନସଭା ନିର୍ବାଚନର ଆରମ୍ଭ ଭାବରେ ଦେଖାଯାଇଛି।

ଏଥି ସହିତ ଏନଡିଏ ଭାଙ୍ଗବା ପ୍ରଶ୍ନ ଉପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଚିରାଗ କହିଛନ୍ତି ଯେ, ବିରୋଧୀଙ୍କ ଏହି ସ୍ବପ୍ନ କେବେ ପୂରଣ ହେବ ନାହିଁ । ଏନଡିଏ ମିଳିତ ମଞ୍ଚ ଦୃଢ ଏବଂ ଆମେ ଏକାଠି ଆଗକୁ ବଢୁଛି। ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ଜିତିବ। ଆମେ ୨୦୨୫ ବିଧାନସଭା ନିର୍ବାଚନ ସହିତ ୨୦୨୯ ଲୋକ ସଭା ନିର୍ବାଚନରେ ଚତୁର୍ଥ ଥର ପାଇଁ ବିଜୟର ପତାକା ଉଡାଇବୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ମଧ୍ୟ ଗଠନ ହେବ ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭାଇରାଲ ଭିଡିଓରେ ବିହାରର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ୟାଦବଙ୍କୁ ଭେଟୁଥିବାର ଦେଖାଯାଇଛି । ଉକ୍ତ ଭିଡିଓରେ ତେଜସ୍ୱି ୟାଦବ ଏବଂ ଲାଲୁଙ୍କ ଧର୍ମପତ୍ନୀ ରାବିଡ଼ି ଦେବୀ ମଧ୍ୟ ଉପସ୍ଥିତ ଅଛନ୍ତି ।

ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓକୁ " पटना - मुख्यमंत्री नीतिश कुमार, पूर्व मुख्यमंत्री लालू यादव के आवास पर मुलाकात करने पहुंचे" ଲେଖି ସେୟାର କରିଛନ୍ତି ।

ଯାହାର ଓଡ଼ିଆ ଅନୁବାଦ ହେଉଛି "ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ୟାଦବଙ୍କୁ ଭେଟିବାକୁ ତାଙ୍କ ବାସ ଭବନରେ ପହଞ୍ଚିଛନ୍ତି" ।

ସେହିପରି ଆଉଜଣେ ୟୁଜର୍ସ ଲେଖିଛନ୍ତି " सरकार कुछ ही दिन की मेहमान है !! जल्द ही खेला होने वाला है । बिहार के मुख्यमंत्रि नीतीश कुमार एक बार फिर लालू यादव से मिलने उनके आवास पर पहुँचें,, एक महीने दूसरी मुलाकात हैं" ।

ଯାହାର ଓଡ଼ିଆ ଅନୁବାଦ ହେଉଛି ," ସରକାର କିଛିହିଁ ଦିନର ଅତିଥି ଅଟନ୍ତି । ବହୁତ ଶୀଘ୍ର କିଛି ଖେଳ ହେବାକୁ ଯାଉଛି; ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଲାଲୁ ୟାଦବଙ୍କୁ ଭେଟିବାକୁ ତାଙ୍କ ବାସଭଵନରେ ପହଞ୍ଚିଛନ୍ତି ।"


ତେବେ କେବଳ ସୋସିଆଲ ମିଡିଆରେ ୟୁଜର୍ସ ନୁହଁନ୍ତି, ଏକ ଡିଜିଟାଲ ଗଣମାଧ୍ୟମ ମଧ୍ୟ ଉକ୍ତ ଭିଡିଓ ଟିକୁ ନିକଟରେ ପ୍ରସାରିତ କରିଥିବାର ଦେଖାଦେଇଛି ।


Fact Check :

ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ୨୦୨୨ ମସିହାର ।

ଭାଇରାଲ ଭିଡିଓ ର କିଛି ଅଂଶକୁ, ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାକୁ ଯାଇ ବିହାର ତକ୍ ଡିଜିଟାଲ ଗଣମାଧ୍ୟମର ଏକ ପୋଷ୍ଟ ଦେଖିବାକୁ ମିଳିଛି । ୮ ସେପ୍ଟେମ୍ବର ୨୦୨୨ରେ ବିହାର ତକ୍ କିଛି ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରି ଉଲ୍ଲେଖ କରିଛି "दिल्ली दौरे से लौटने के बाद CM Nitish Kumar ने की RJD सुप्रीमो Lalu Yadav से मुलाकात ।

ଯାହାର ଓଡ଼ିଆ ଅନୁବାଦ ହେଉଛି " ଦିଲ୍ଲୀ ଗସ୍ତରୁ ଫେରି ନୀତିଶ କୁମାର, ଆରଜେଡ଼ି ସୁପ୍ରିମୋ ଲାଲୁ ୟାଦବଙ୍କୁ ଭେଟିଛନ୍ତି ।

ସେହିପରି ୫ ସେପ୍ଟେମ୍ବର ୨୦୨୨ରେ ଏଏନଆଇ ନିଜ ସୋସିଆଲ ମିଡିଆରେ ଉକ୍ତ ଫଟୋ ଗୁଡିକ ସେୟାର କରି ଲେଖିଛି "Patna: Bihar CM Nitish Kumar met RJD chief Lalu Prasad Yadav at latter's residence, in the presence of Deputy CM Tejashwi Yadav and Rabri Devi".

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ , "ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଡେପୁଟି ସିଏମ ତେଜସ୍ୱୀ ୟାଦବ ଏବଂ ରାବଡ଼ି ଦେବୀଙ୍କ ଉପସ୍ଥିତିରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ୟାଦବଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି" ।

ଯେତେବେଳେ ଆମେ ଉକ୍ତ କି-ୱାର୍ଡ ଗୁଡିକୁ ଗୁଗୁଲରେ ଅନୁସନ୍ଧାନ କରିଥିଲୁ, ଓଟିଭିର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ ହୋଇଥିବାର ଦେଖିବାକୁ ପାଇଥିଲୁ । ୫ ସେପ୍ଟେମ୍ବର ୨୦୨୨ରେ ଉକ୍ତ ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରି ଶୀର୍ଷକରେ ଉଲ୍ଲେଖ କରିଛି, "ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ୟାଦବଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି" ।

Full View

ଭାଇରାଲ ଭିଡିଓର କିଛି କି-ଫ୍ରେମ ସହ ଓଟିଭି ୟୁଟ୍ୟୁବରେ ପ୍ରସାରିତ ଭିଡିଓ ପ୍ରାୟ ସମାନ ଥିବାର ଦେଖାଯାଇଛି ।


ଅନ୍ୟପଟେ କିଛି ଡିଜିଟାଲ ଗଣମାଧ୍ୟମ ମଧ୍ୟ ଉକ୍ତ ଦିନର ଫଟୋ ଏବଂ ଭିଡିଓ ପ୍ରସାରିତ କରଥିବାର ଦେଖାଯାଇଛି ।




ତେଣୁ ଏଥିରୁ ପ୍ରମାଣିତ ହେଲା ଯେ ଦାବିରେ କୌଣସି ସତ୍ୟତା ନାହିଁ, ଭାଇରାଲ ଭିଡିଓଟି ବର୍ତ୍ତମାନର ନୁହେଁ ୨୦୨୨ ମସିହାର ଅଟେ ।


Claim :  ଲାଲୁଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Claimed By :  Social Media Users
Fact Check :  False
Tags:    

Similar News