ହାଥରସ୍ ଅଘଟଣ କୁ ନେଇ ଫେକ୍ ଭିଡିଓ ଭାଇରାଲ

Update: 2024-07-31 17:37 GMT


୨ ଜୁନ୍ ୨୦୨୪ରେ ଭୋଲେ ବାବା ନାମରେ ଜଣାଶୁଣା ଧାର୍ମିକ ନେତା ସୁରଜ ପାଲଙ୍କ ସତସଙ୍ଗ ନିମନ୍ତେ ବହୁ ସଂଖ୍ୟାରେ ଭକ୍ତ ସମାଗମ ହୋଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ଅଢେଇ ଲକ୍ଷ ଭକ୍ତ ଏକତ୍ରିତ ହୋଇଥିବା ବେଳେ ଭିଡକୁ ଦେଖି ଅସି ହଜାର ଭକ୍ତଙ୍କୁ ପ୍ରାର୍ଥନା ସଭାର ମୁଖ୍ୟ ସ୍ଥାନ ଭାବରେ କାର୍ଯ୍ୟ କରୁଥିବା ଏକ କ୍ଷେତ୍ରକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । ଯେତେବେଳେ ଭୋଲେ ବାବା ମଞ୍ଚରୁ ଓହ୍ଲାଇ ପ୍ରାର୍ଥନା ସଭା ପରେ ନିଜ କାରରେ ଯିବା ପାଇଁ ବାହାରିଥିଲେ ସେତେବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ପରେ ଦାଖଲ ହୋଇଥିବା ପୋଲିସର ରିପୋର୍ଟ ଅନୁଯାୟୀ, ବହୁ ଲୋକ ଟେଣ୍ଟରୁ ତାଙ୍କ କାର ଆଡକୁ ଦୌଡିଥିଲେ ଏବଂ ଦଳା ଚକଟାରେ ମୃତ୍ୟୁବରଣ କରିଥିଲେ ।

ଏନଡି ଟିଭିରେ ପ୍ରସାରିତ ଖବର ଅନୁଯାୟୀ ବହୁ ଲୋକ ଦଳାଚକଟାରେ ମୃତ୍ୟୁବରଣ କରିଥିବା ବେଳେ ଆଉ କିଛି ସ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ । ୨୧ ଜଣଙ୍କ ପୋଷ୍ଟମଡ଼ମ ରିପୋର୍ଟ ଆସିଥିବା ବେଳେ, ମୁଣ୍ଡରେ ଆଘାତ ମଧ୍ୟ ଲାଗିଥିବାର ଜଣାଯାଏ ।

ଉକ୍ତ ଘଟଣା କୁ ଯୋଡି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ୟୁଜର୍ସ ଏହା ସେହି ଅଘଟଣ ଭିଡିଓ ଲେଖି ଭିଡିଓ କୁ ସେୟାର କରିଛନ୍ତି । 

ପ୍ରଥମ ଭିଡିଓ ରେ ଏକ ବିରାଟ ଜନସମାଗମ ଗୋଟିଏ ସ୍ଥାନରେ ଏକାଠି ହୋଇଥିବା ବେଳେ ପରସ୍ପରକୁ ଟଣାଓଟରା ଏବଂ ଠେଲିଦେବା ଭଳି ଦୃଶ୍ୟ ଦେଖାଯାଇଛି । ଯାହାକି ଏକ ଘର ଉପରୁ ସୁଟିଙ୍ଗ କରାଯାଇଥିବା ଭଳି ଦୃଶ୍ୟମାନ ହୋଇଛି ।

ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓକୁ "ଭାରତର ଉତ୍ତରପ୍ରଦେଶରେ ଏକ ଧାର୍ମିକ ସମାବେଶରେ ଅତି କମରେ ୭୭ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣା ହିନ୍ଦୁଗୁରୁଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ, ଖରାରୁ ମୁକ୍ତି ପାଇବାକୁ ସ୍ଥାନୀୟ ଲୋକେ ଟେଣ୍ଟ ତଳେ ଆଶ୍ରୟ ନେଇଥିଲେବୋଲି ଉଲ୍ଲେଖ ରହିଛି" ।



ସେହିପରି ଦ୍ଵିତୀୟ ଭିଡିଓ ରେ ଉଲ୍ଲେଖ ରହିଛି, ସତସଙ୍ଗ ପରେ ଦେଖନ୍ତୁ କିଭଳି ଘଟିଲା ଅଘଟଣ । ଏଭଳି ଏକ ବିରାଟ ଆୟୋଜନ ପାଇଁ କିଏ ଦେଇଥିଲା ଅନୁମତି ଲେଖି ଭିଡିଓ କୁ ସେୟାର କରାଯାଇଛି ।


 

ସତ୍ୟାସତ୍ୟ: ଅନୁସନ୍ଧାନ ରୁ ଜଣାଯାଏଯେ ଉକ୍ତ ଭିଡିଓ ରେ ଥିବା ଦାବିରେ କୌଣସି ସତ୍ୟାସତ୍ୟ ନାହିଁ । ନାହିଁ ଉକ୍ତ ଭିଡିଓ ଗୁଡିକ ହାଥରସ୍ ଅଘଟଣର ।

ପ୍ରଥମ ଭିଡିଓ ର ଏକ ଫ୍ରେମ୍ କୁ ରିଭର୍ସ ଇମେଜ ସର୍ଚ୍ଚ ରୁ ଅନୁସନ୍ଧାନ କରିବାରୁ ଜଣାଯାଏଯେ , ଉକ୍ତ ଭିଡିଓ ଟି ୧୭ ମାର୍ଚ୍ଚ ୨୦୨୪ ରେ ଏନଡିଟିଭି ରେ ଅପଲୋଡ଼ ହୋଇଛି । ଯାହାକି ମଥୁରାରେ ଆୟୋଜିତ ହୋଇଥିବା ହୋଲି ପୂର୍ବର ଭିଡିଓ ବୋଲି ଉଲ୍ଲେଖ ରହିଛି ।

ଏହା କୁ ଅନୁସନ୍ଧାନ କରିବାରୁ ସମ୍ପୂର୍ଣ୍ଣ ଘଟଣା ନେଇ ଏନଡିଟିଭି ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି  " ଏହା ଶ୍ରୀଜି ମନ୍ଦିରର ଦୃଶ୍ୟ ଯାହାକି ମଥୁରା ର ଉତ୍ତରପ୍ରଦେଶ ରେ ଅବସ୍ଥିତ ।  ହୋଲି ପୂର୍ବରୁ ଆୟୋଜନ ହୋଇଥିବା ଏକ ଉତ୍ସଵ ରେ ଏଭଳି ଅଘଟଣ ଘଟିଥିବାର ଦେଖାଯାଇଛି"  । 


ସେହିପରି ଦ୍ଵିତୀୟ ଭିଡିଓ ରେ କୁ ନେଇ ଅନୁସନ୍ଧାନ କରିବାରୁ ଜଣାଯାଏଯେ ରାଜସ୍ଥାନ ର ଭରତପୁର ରେ ଆୟୋଜିତ ହୋଇଥିବା " ମଙ୍ଗଳ ଦିବସ ରୂପବାସ ର ଏହି ଭିଡିଓ" ଲେଖି ଟ୍ରାଭେଲର ସଚିନ ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ ହୋଇଛି । ତେଣୁ ଉକ୍ତ ଭିଡିଓ ର ହାଥରସ୍ ସହ କୌଣସି ସମ୍ପର୍କ ନଥିବାର ଜଣାଯାଇଛି । 

Full View

 



 ସେହିପରି ଭାଇରାଲ ଭିଡିଓ ର ଏକ ଅଂଶ ଏହି ଭିଡିଓ ସହ ସମତୁଳ କରିବାରୁ ଉଭୟ ଫଟୋରେ ବହୁତ କିଛି ସମାନ ଥିବାର ଦେଖାଯାଇଛି, ଯେପରିକି

୧ ଭିଡ଼ ଭିତରେ ଥିବା ଧଳା କାର୍

୨ କାର୍ ପଛପଟେ ଚାଲୁଥିବା ସମାନ ପୋଷାକଧାରୀ ବ୍ୟକ୍ତି

୩ ଧଳା କାନ୍ଥ ପାଖରେ ଥିବା ଛୋଟ ଟାୱାର

୪ କାର୍ ଆଡ଼କୁ ହାତ ଯୋଡି ଠିଆ ହୋଇଥିବା ବ୍ୟକ୍ତି ଯିଏକି ଗୋଟିଏ ନୀଳ ବ୍ୟାଗ ନିଜ କାନ୍ଧରେ ପକାଇଥିଲେ

୫ ଭିଡ଼ ନିକଟରେ ଥିବା ଏକ ବିରାଟ ଟ୍ରକ୍


ତେଣୁ ଏହା ପ୍ରମାଣିତ ହେଲା ଯେ ଉକ୍ତ ଦୁଇ ଭିଡିଓ ସହ ହାଥରସ୍ ର କୌଣସି ଲିଙ୍କ ନାହିଁ , ଗୋଟିଏ ମଥୁରାର ଘଟଣା ହୋଇଥିବା ବେଳେ ଅନ୍ୟଟି ରାଜସ୍ଥାନ ଅଞ୍ଚଳର ।

 

Claim :  ହାଥରସ୍ ଅଘଟଣ ର ଭିଡିଓ ଯେଉଁଥିରେ ପ୍ରାଣ ହରାଇଥିଲେ ଶହଶହ ଶ୍ରଦ୍ଧାଳୁ
Claimed By :  Social Media Users
Fact Check :  False
Tags:    

Similar News