Fact Check: ରାସ୍ତାଉପରେ କଲରାପତରିଆ ବସିଥିବା ଭିଡିଓଟି କର୍ଣ୍ଣାଟକର, ଓଡ଼ିଶା ସହ ନାହିଁ କୌଣସି ସମ୍ପର୍କ

ରାସ୍ତାଉପରେ କଲରାପତରିଆ ବାଘ ବସିଥିବା ଭିଡିଓଟି କର୍ଣ୍ଣାଟକର, ଓଡ଼ିଶା ସହ ନାହିଁ କୌଣସି ସମ୍ପର୍କ

Update: 2024-09-14 06:23 GMT


ସାତକୋଶିଆ ଅଭୟାରଣ୍ୟକୁ ପୁଣି ଥରେ ମହାବଳ ବାଘ ଆଣିବାକୁ ଅଣ୍ଟା ଭିଡ଼ିଛି ବନ ବିଭାଗ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଦେଇଥିବା ସମସ୍ତ ସର୍ତ୍ତକୁ ପୂରଣ କରିବାକୁ ବନ ବିଭାଗ ଲାଗି ପଡିଛି । ଏହାକୁ ନେଇ ବନ୍ୟଜନ୍ତୁ ପ୍ରେମୀ ଯେତିକି ଖୁସି ବ୍ୟକ୍ତ କରିଛନ୍ତି, ତାଠାରୁ ଅଧିକ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି ସାତକୋଶିଆବାସୀ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଯୋଗୁଁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ରୋକଠୋକ ମନା କରି ଦେଇଛନ୍ତି ସାତକୋଶିଆର ସ୍ଥାନୀୟ ବାସିନ୍ଦା । ତେଣୁ ଗୋଟିଏ ପଟେ ବ୍ୟାଘ୍ର ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ଉଦ୍ୟମ, ଅନ୍ୟପଟେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ-ଜୀବିକାର ସୁରକ୍ଷା ପାଇଁ ଲଢେଇ ମଧ୍ୟରେ ଦୋଛକିରେ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ କଲରାପତରିଆ ବାଘ ରାସ୍ତା ଉପରେ ସୋଇଥିବାର ଦେଖାଯାଉଛି, ଭିଡିଓ ଟି ରାତ୍ରି ସମୟରେ ରେକର୍ଡ ହୋଇଥିବା ମଧ୍ୟ ଜଣାଯାଉଛି ।

ତେବେ ସୋସିଆଲ ମିଡିଆରେ ୟୁଜର୍ସ ଏହାକୁ "ଭଦ୍ରକ ରୁ ବାଲେଶ୍ୱର ରାସ୍ତାରେ ବସିଛି ବାଘ" ଲେଖି ସେୟାର କରିବାରେ ଲାଗିଛନ୍ତି ।



Full View
Full View




ସତ୍ୟାସତ୍ୟ:

ଭିଡିଓ ଟି ବହୁ ପୁରୁଣା ଏବଂ କର୍ଣ୍ଣାଟକ ରାଜ୍ୟର ଗଡ଼ଗ ଜିଲ୍ଲାର 

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଉକ୍ତ ଭିଡିଓଟି ଏକ ୟୁଟ୍ୟୁବ ଚ୍ୟାନେଲରେ ୧୯ ଅପ୍ରେଲ ୨୦୨୩ରେ ଅପଲୋଡ ହୋଇଥିବାର ଦେଖାଯାଇଛି । ଉକ୍ତ ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା ୭.୭ ହଜାର ଦର୍ଶକ ଦେଖି ସାରିଥିବା ବେଳେ ୧୦୮ ଟି ଲାଇକ ମଧ୍ୟ ପାଇଛି । ଭାଇରାଲ ଭିଡିଓ ଗୁଡିକ ଅନ୍ୟୁନ୍ୟ ୩୦ ସେକେଣ୍ଡର ହୋଇଥିବା ବେଳେ ଉକ୍ତ ଭିଡିଓ ଟି ୫୮ ସେକେଣ୍ଡର ଅଟେ । ଅନ୍ୟପଟେ ଉକ୍ତ ଭିଡିଓଟି ବେଙ୍ଗାଲୁରୁ ଅଞ୍ଚଳର ବୋଲି ଭିଡିଓରେ ଦର୍ଶାଯାଇଛି । 

Full View


ହେଲେ ଯେତେବେଳେ ଆମେ ଇଂରାଜୀରେ "ବେଙ୍ଗାଲୁରୁରେ କଲରାପତରିଆ ବାଘ" ବୋଲି ଗୁଗୁଲରେ ଅନୁସନ୍ଧାନ କରିଥିଲୁ ଏଭଳି କୌଣସି ଭିଡିଓ ହସ୍ତଗତ ହୋଇଥିବାର ଦେଖିବାକୁ ପାଇନଥିଲୁ ।

ଅନ୍ୟପଟେ ଭିଡିଓର ଶେଷ ଅଂଶରେ ଏକ ସବୁଜ ରଙ୍ଗର ବସ୍ ଛିଡାହୋଇଥିବାର ଦେଖାଯାଏ । ବସ୍ ର ନମ୍ବରପ୍ଲେଟକୁ ନିରିଖେଇ ଦେଖିବାରୁ ଏହା KA ରୁ ଆରମ୍ଭ ବୋଲି ଜଣାପଡିଛି, ଯାହାକି କର୍ଣ୍ଣାଟକ ରାଜ୍ୟକୁ ଦର୍ଶାଉଛି ।


ତେଣୁ ଏଥିରୁ ଅନୁମାନ କରାଯାଏ ଯେ, ଘଟଣା ଟି କର୍ଣ୍ଣାଟକ ରାଜ୍ୟର ହୋଇଥାଇପାରେ ।

ଯେତେବେଳେ ଆମେ ଇଂରାଜୀରେ "କର୍ଣ୍ଣାଟକରେ କଲରାପତରିଆ ବାଘ" ଲେଖି ଗୁଗୁଲରେ ଅନୁସନ୍ଧାନ କରିଥିଲୁ, କିଛି ଗଣମାଧ୍ୟମ ଏନେଇ ଖବର ପ୍ରସାରଣ କରିଥିଵାର ଦେଖିବାକୁ ପାଇଥିଲୁ ।

୧୯ ଅପ୍ରେଲ ୨୦୨୩ରେ Indian Express ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଉକ୍ତ ଭିଡିଓଟି କର୍ଣ୍ଣାଟକ ଅଞ୍ଚଳର ବୋଲି ଗଡ଼ଗ ବନଖଣ୍ଡ ଅଧିକାରୀ ଦୀପିକା ବାଜପାୟୀ ସୂଚନା ଦେଇଛନ୍ତି । ବାଘଟି ନିକଟସ୍ଥ ଜଙ୍ଗଲରୁ ଆସିଥାଇପରେ ବୋଲି ଜଣାଯାଇଛି । ବାଘଟି ହୁଏତ ଆହତ ହୋଇଥାଇପାରେ ତେଣୁ ଆମ ଟିମ୍ ଏହାକୁ ଅଧିକ ତଦନ୍ତ କରୁଛି ବୋଲି, ଦୀପିକା ସୂଚନା ଦେଇଛନ୍ତି । ସୂଚନା ଥାଉକି ବାଘଟି ଗଡଗ ପ୍ରାଣୀ ଉଦ୍ୟନରୁ ବାହାରି ପଳାଇ ଆସିଛି ବୋଲି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖା ଯିବାରୁ, ଏହି ଖବର ପ୍ରସାରିତ କରିଥିଲା Indian Express .

 ନିୟୁଜଫାଷ୍ଟ କନ୍ନଡ଼ ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓକୁ ସେୟାର କରି ଉଲ୍ଲେଖ କରିଛି, ଗଡ଼ଗ ଜାତୀୟ ରାଜପଥ ଉପରେ ବସିଛି ବାଘ ।

Full View

୧୭ ଅପ୍ରେଲ ୨୦୨୩ରେ ଟାଇମ୍ସନାଓ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, "କର୍ଣ୍ଣାଟକରର ବିଙ୍କଡାକାଟି ରୋଡ଼ ଦେଇ ଯାଇଥିବା ୬୭ ନମ୍ବର ଜାତୀୟ ରାଜପଥରେ ବାଇକ୍ ଆରୋହୀମାନେ ରବିବାର ରାତିରେ ଏକ ଚିତାବାଘ ଦେଖିବା ପରେ ଆତଙ୍କିତ ହୋଇ ପଡ଼ିଥିଲେ । ଉକ୍ତ ଘଟଣାପରେ ଏହି ଅଞ୍ଚଳର ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । ଅନ୍ୟପଟେ ସ୍ଥାନୀୟ ବନ ବିଭାଗ ଆସୁଣ୍ଡି, ବିଙ୍କାଡାକାଟୀ ଏବଂ ଶିକ୍ଷକ କଲୋନୀର ବାସିନ୍ଦାଙ୍କୁ ସୂର୍ୟ୍ଯାସ୍ତ ପରେ ବାହାରକୁ ନ ଯିବାକୁ ତଥା ସଜାଗ ରହିବାକୁ ସୂଚନା ଦେଇଛି ।

ସୂଚନା ଥାଉକି, ପୂର୍ବରୁ ଏହି ଭିଡିଓଟି ଆନ୍ଧ୍ରପ୍ରଦେଶର ବୋଲି ଦାବି କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । 'ତେଲୁଗୁପୋଷ୍ଟ' ଏହାକୁ ଫ୍ୟାକ୍ଟ ଚେକ୍ କରି ଏହା କର୍ଣ୍ଣାଟକ ରାଜ୍ୟ ଗଡ଼ଗ ଜିଲ୍ଲାର ବୋଲି ସୂଚନା ଦେଇଥିଲା ।


ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଭାଇରାଲ ଭିଡିଓ ଟି ବହୁ ପୁରୁଣା ଏବଂ ଓଡ଼ିଶା ସହ କୌଣସି ସମ୍ପର୍କ ନାହିଁ । ଉକ୍ତ ଭିଡିଓଟି କର୍ଣ୍ଣାଟକ ରାଜ୍ୟର ଗଡ଼ଗ ଜିଲ୍ଲାର I


Claim :  ଭଦ୍ରକ ରୁ ବାଲେଶ୍ୱର ରାସ୍ତାରେ ବସିଛି ବାଘ
Claimed By :  Social Media Users
Fact Check :  False
Tags:    

Similar News