ଜଣେ ଭିଏଫଏକ୍ସ ଚିତ୍ରକାର ଙ୍କ ଦ୍ଵାରା ନିର୍ମିତ ହୋଇଛି ଏହି ଓପିଅମ ପକ୍ଷୀ ସଦୃଶ୍ୟ ପୋଷାକ ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି
ମାନବ ସଦୃଶ ଏକ ପକ୍ଷୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲମ୍ବ ଡେଣା ସାଙ୍ଗକୁ, ୨୦ ଫୁଟ ଉଚ୍ଚ ଏକ ମାନବ ସଦୃଶ ବୋଲି ସୂଚନା ଦିଆଯାଇଛି ।
ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିବା ବ୍ୟକ୍ତି ସୂଚନା ଦେଇଛନ୍ତି କି ପକ୍ଷୀ ଟି ଚକ୍ଷୁ ବନ୍ଧନ କରିବା ସହ ମଣିଷ ଜୀବନ ମଧ୍ୟ ନେଇପାରେ । ଭିଡିଓ ରେ ପକ୍ଷୀ ଟି ଏକ ବରଫାଞ୍ଚଳରେ ଘୁରି ବୁଲୁଥିବା ବେଳେ ଭିଡିଓ ସେୟାର କରିଥିବା ବ୍ୟକ୍ତି ଲେଖିଛନ୍ତି "ଆପଣ ଜାଣନ୍ତିକି ଏହା ହେଉଛି ଓପିଅମ ପକ୍ଷୀ ଯାହାର ପାଖକୁ ଗଲେ କ୍ଷଣିକ ମଧ୍ୟରେ ଆପଣଙ୍କ ଜୀବନ ନେଇ ପାରେ " ।
ସତ୍ୟାସତ୍ୟ : ଭିଡିଓ ଟିରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଓପିଅମ ପକ୍ଷୀ ବିଷୟରେ ସର୍ଚ୍ଚ କରିବାରୁ ଏନେଇ କୌଣସି ବିଜ୍ଞାନିକ ତଥ୍ୟ ମିଳିଲା ନାହିଁ । ସୂଚନା ଅନୁଯାୟୀ ଏଭଳି ପକ୍ଷୀ ଥିବାର କୌଣସି ସଠିକ ପ୍ରମାଣ ମଧ୍ୟ ମିଳିନାହିଁ । ଯେତେବେଳେ ଏହି ଭିଡିଓ କୁ ନେଇ ଅନୁସନ୍ଧାନ କରାଯାଏ, official_spiritwalker ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ତାଙ୍କ ପ୍ରୋଫାଇଲ ରେ ଏହି ପକ୍ଷୀ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି " ଜୀବନ କୁ ଆସିଲା ଓପିଅମ ପକ୍ଷୀ" ।
ଏହି ଭିଡିଓ ଟି ୧ ନଭେମ୍ବର ୨୦୨୩ ରେ ସିଏ ନିଜେ ତାଙ୍କ ଆକାଉଣ୍ଟ ରେ ସେୟାର କରିଛନ୍ତି । ୟୁଜର୍ସ ଜଣଙ୍କ ବ୍ରାଣ୍ଡନ ଜହନସନ ପୋଷାକ ନିର୍ମାତା, ଏବଂ ଜଣେ ଅଡିଓ ଇଞ୍ଜିନିୟର ଏବଂ ଜଣେ ବ୍ୟବସାୟୀ ବୋଲି ନିଜ ଆକାଉଣ୍ଟ ରେ ନିଜର ପରିଚୟ ପ୍ରଦାନ କରିଛନ୍ତି । ନିଜ ଆକାଉଣ୍ଟ ରେ ସିଏ ଆଉ ଗୋଟିଏ ଭିଡିଓ ଅପଲୋଡ଼ କରିଛନ୍ତି, ଯେଉଁଥିରେ ସିଏ ଓପିଅମ ପକ୍ଷୀ ନାମିତ ପକ୍ଷୀର ପୋଷାକ ନିର୍ମାଣ କରୁଛନ୍ତି । ଯାହାକି ଘରେ ତିଆରି କରାଯାଇଥିବା ବେଳେ ୭.୫ଫୁଟ ଉଚ୍ଚତା ର ବୋଲି ଦର୍ଶାଯାଇଛି ।
ସିଏ ନିଜର ଇନ୍ସଟାଗ୍ରାମ ଏବଂ ୟୁଟ୍ୟୁବ ପ୍ରୋଫାଇଲ ରେ ଦର୍ଶାଇଛନ୍ତି ଯେ ସିଏ ଜଣେ ହେଉଛନ୍ତି ଓପିଅମ ନିର୍ମାତା । ଏଆଇ ଏବଂ ସିଜିଆଇ ର ବ୍ୟବହାର କରି ସିଏ ଏହି ପକ୍ଷୀ ରଚନା କରିଛନ୍ତି । ୨୦୦୭ ମସିହାରୁ ଏହି ପକ୍ଷୀ ରଚନା ନେଇ ବହୁ ହାସ୍ୟସ୍ପଦ ଭିଡିଓ ନିଜ ଆକାଉଣ୍ଟ ରେ ଅପଲୋଡ଼ ମଧ୍ୟ କରିଛନ୍ତି ।
ତାଙ୍କର ୟୁଟ୍ୟୁବ ଆକାଉଣ୍ଟ ରେ ମଧ୍ୟ ସିଏ ଜଣେ ପୋଷାକ ନିର୍ମାତା ବୋଲି ଦର୍ଶାଇଛନ୍ତି । ଏହାକୁ ନେଇ ଅଧିକ ଅନୁସନ୍ଧାନ ରୁ ଜଣାଯାଏ ଯେ ଜଣେ ଟିକଟକ ୟୁଜର୍ସ ଡ୍ରେଭଏଫଏକ୍ସ ନିଜ ଆକାଉଣ୍ଟ ରେ ଏହି ପକ୍ଷୀ ଭିଡିଓ ସେୟାର କରିଛନ୍ତି ଯାହାକି ସର୍ବ ପୁରାତନ ।
ଥାର୍ଡଆଇଫ୍ୟାକ୍ଟ ରେ ପ୍ରସାରିତ ଆର୍ଟିକିଲ ଅନୁଯାୟୀ , ଭିଏଫଏକ୍ସ ଆର୍ଟିଷ୍ଟ ଜଣଙ୍କ #aiart #deepfake ହାସଟ୍ୟାଗ ସହ ଏଭଳି ଭିଡିଓ କିଛି "ଟିକଟକ" ରେ ଅପଲୋଡ଼ କରିଥିଲେ ଯାହାକୁ ବ୍ୟାନ କରିଦିଆଯାଇଛି ।
ମିଡିଆ ଡଟ୍ କମ୍ ରେ ପ୍ରସାରିତ ସୂଚନା ଅନୁଯାୟୀ ଏହା ସମ୍ପୂର୍ଣ୍ଣ ଏଆଇ ଜେନେରେଟେଡ଼, ତେଣୁ ଏହି ପକ୍ଷୀ ର କୌଣସି ଅସ୍ତିତ୍ବ ନାହିଁ । ଏହା ଚକ୍ଷୁବନ୍ଧନ କରିପାରେ ନାହିଁ କୌଣସି ମଣିଷକୁ ମାରିପାରେ ନାହିଁ । ଉପରୋକ୍ତ ଅନୁସନ୍ଧାନ ଏବଂ ବିଭିନ୍ନ ମିଡିଆରେ ପ୍ରସାରିତ ଖବର ରୁ ଜଣାଯାଏ ଯେ ଏହା ସମ୍ପୂର୍ଣ୍ଣ ଗୁଜବ ଏଭଳି କୌଣସି ପକ୍ଷୀ ଥିବାର କୌଣସି ପ୍ରମାଣ ହିଁ ନାହିଁ ।