FactCheck : ଏଡିଟ୍ କରାଯାଇଥିବା ଫଟୋ ହେଉଛି ଭାଇରାଲ, ଭାଇରାଲ ଫଟୋରେ ଅଛନ୍ତି ଦୀପିକାଙ୍କ ଶିଶୁ କନ୍ୟା

Update: 2024-09-10 09:41 GMT

ମା ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଶିଶୁକନ୍ୟାକୁ ଜନ୍ମ ଦେଲେ ଦୀପିକା । ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦୀପିକା ପାଦୁକୋନଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଶିଶୁକନ୍ୟା ଜନ୍ମ ଦେଇଛନ୍ତି ଦୀପିକା । ଏହାପୂର୍ବରୁ ସୂଚନା ମିଳିଥିଲା ଯେ ଦୀପିକା ପାଦୁକୋନ ତାଙ୍କର ପ୍ରଥମ ସନ୍ତାନକୁ ସେପ୍ଟେମ୍ବର ୨୮ରେ ସ୍ୱାଗତ କରିବେ। କିନ୍ତୁ ନିର୍ଦ୍ଧାରିତ ତାରିଖର ୨୦ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । କୁହାଯାଉଛି ଯେ, ଅପରେସନ କରାଯାଇ ଦୀପିକାଙ୍କ ପ୍ରସବ କରାଯାଇଛି, ହେଲେ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ବୋଲି News 18 ଏକ ଖବର ପ୍ରସାରିତ କରିଛି  ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଦୀପିକାଙ୍କ ସହ ତାଙ୍କର ନବ ଜନ୍ମିତ ଶିଶୁ କନ୍ୟାର ଫଟୋ ହେଉଛି ଭାଇରାଲ । ସୋସିଆଲ ମିଡିଆରେ ୟୁଜର୍ସ ବିଭିନ୍ନ ଦାବି ସହ ଏହି ସବୁ ଫଟୋ ପୋଷ୍ଟ କରିବଥିବାର ଦେଖାଦେଇଛି ।

ଦାବି ୧

ଏକ ପୋଷ୍ଟରେ ଦୀପିକା ଏକ କଳାଡ୍ରେସ ପିନ୍ଧି ଶିଶୁକନ୍ୟାକୁ ଧରି ଫଟୋପାଇଁ ପୋଜ୍ ଦେଉଥିବାର ଦେଖା ଦେଇଛି । ସୋସିଆଲ ମିଡିଆରେ ୟୁଜର୍ସ " Good news! Deepika Padukone and Ranveer Singh are blessed with their first child after 7 months of pregnancy". ଲେଖି ଫଟୋଟିକୁ ପୋଷ୍ଟ କରିଛନ୍ତି ।

ଯାହାର ଓଡ଼ିଆ ଅନୁବାଦ ହେଉଛି " ଭଲ ଖବର ! ଗର୍ଭଧାରଣର ୭ମାସ ପରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ପ୍ରଥମ ସନ୍ତାନ ପ୍ରାପ୍ତ କରିଛନ୍ତି" ।


Full View

 ଦାବି ୨

ସେହିପରି ଆଉ ଗୋଟିଏ ଫଟୋରେ ଦୀପିକା ଏକ ହସ୍ପିଟାଲ ବେଡ୍ ରେ ସୋଇଥିବା ବେଳେ, ନିଜ ଛାତିରେ ଶିଶୁ କନ୍ୟାଟିକୁ କୁଣ୍ଢେଇକି ଧରିଥିବାର ଦେଖାଦେଇଛି । ଉଭୟେ ଫଟୋରେ ଖୁବ ହସୁଥିବାର ଦେଖାଯାଉଛି ।

ସୋସିଆଲ ମିଡିଆରେ ୟୁଜର୍ସ "Deepika Padukone and Ranveer Singh have welcomed their first child, a beautiful baby girl, Shared the joyous news with fans today, marking a new heartwarming chapter in their lives". ଲେଖା ସହ ଉକ୍ତ ଫଟୋଟିକୁ ସେୟାର କରିଥିଵାର ଦେଖା ଦେଇଛି ।

ଯାହାର ଓଡ଼ିଆ ଅନୁବାଦ ହେଉଛି " ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି । ଆଜି ସେମାନଙ୍କ ଜୀବନରେ ଏକ ନୂତନ ହୃଦୟସ୍ପର୍ଶୀ ଅଧ୍ୟାୟ ଆରମ୍ଭ ହେବା ସହ, ତାଙ୍କ ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି " । 



ଦାବି ୩

ସେହିଭଳି ଆଉଜଣେ ୟୁଜର୍ସ "Deepika Padukone finally announce good News after blessed with a Baby with Ranveer Singh". ଲେଖି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି ।

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ, " ଶିଶୁକନ୍ୟା କୁ ଜନ୍ମଦେଇ, ଖୁସି ଖବର ବାଣ୍ଟିଛନ୍ତି ଦୀପିକା ପାଦୁକୋନ୍ ଏବଂ ରଣଭିର ସିଂ " ।

ଉକ୍ତ ପୋଷ୍ଟରେ ଗୋଟିଏ ଫଟୋରେ ଦୀପିକା, ରଣଭିର ସହ ଶିଶୁକନ୍ୟା ଥିବାର ଦେଖାଦେଇଚି ।

Full View




ସତ୍ୟାସତ୍ୟ: କୌଣସି ଦାବିରେ ନାହିଁ ସତ୍ୟତା, ସମସ୍ତ ଫଟୋ ଏଡିଟ୍ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ।

ଅନୁସନ୍ଧାନ କରିବାକୁଯାଇ ଉଭୟ ରଣଭିର ଏବଂ ଦୀପିକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସର୍ଚ୍ଚ କରିଥିଲୁ । ହେଲେ ଉଭୟଙ୍କ ଆକାଉଣ୍ଟରେ ଶିଶୁକନ୍ୟା ର କୌଣସି ଫଟୋ ପାଇନଥିଲୁ।

ଦାବି ୧

ରିଭର୍ସ ଇମେଜ ସର୍ଚ୍ଚ କରିବାରୁ lmtonline.com ନାମକ ଏକ ୱେବସାଇଟ ୨ ଜାନୁଆରୀ ୨୦୨୨ରେ ଏକ ଖବର ପ୍ରସାରିତ ହେବାର ଦେଖିବାକୁ ମିଳିଛି । ଖବରରେ ଉକ୍ତ ମହିଳା ଜଣଙ୍କ ନବ ବର୍ଷରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଖବର ପ୍ରସାରିତ ହୋଇଛି ।

ଯେତେବେଳେ ଆମେ ଉଭୟ ଫଟୋକୁ ଏକାଠି କରି ତୁଳନା କଲୁ, ପ୍ରକାଶିତ ଖବରରେ ଥିବା ଫଟୋରେ କେବଳ ଦୀପିକାଙ୍କ ମୁହଁ ଛାଡିଲେ ବାକି ସବୁ ସମାନତା ରହିଛି । 

 


ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଫଟୋରେ ଦୀପିକାଙ୍କ ମୁହଁ ଲଗାଇ ଫଟୋଟିକୁ ଭାଇରାଲ କରାଯାଇଛି ।

ଦାବି ୨

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ, ୧୦ ମାର୍ଚ୍ଚ ୨୦୨୧ରେ ସିଏନଏନ ଇଣ୍ଡୋନେସିଆ ଏକ ଖବର ପ୍ରସାରଣ କରିଥିବାର ଦେଖାଦେଇଛି । ଉକ୍ତ ଖବରେ ଏକ ଫଟୋ ରହିଛି ଯାହାକି ଦୀପିକା ଏବଂ ତାଙ୍କ ଶିଶୁ ର ଫଟୋର ଅବିକଳ ପରି ଦିଶୁଛି ।

 ଯେତେବେଳେ ଆମେ ଉଭୟ ଫଟୋକୁ ଏକାଠି କରି ତୁଳନା କଲୁ, ସିଏନଏନ ପ୍ରକାଶିତ ଖବରରେ ଥିବା ଫଟୋରେ କେବଳ ଦୀପିକାଙ୍କ ମୁହଁ ଛାଡିଲେ ବାକି ସବୁ ସମାନତା ରହିଛି ।


ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଫଟୋରେ ଦୀପିକାଙ୍କ ମୁହଁ ଲଗାଇ ଫଟୋଟିକୁ ଭାଇରାଲ କରାଯାଇଛି ।


ଦାବି ୩

ଭାଇରାଲ ଫଟୋଟିକୁ ଯେତେବେଳେ ଆମେ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ, ଏକ ଇନଷ୍ଟାଗ୍ରାମ ପୋଷ୍ଟ ହସ୍ତଗତ ହୋଇଥିଲା । ଉକ୍ତ ପୋଷ୍ଟରେ ଭାଇରାଲ ଫଟୋ ସହ ମେଳ ଖାଉଥିବା ଫଟୋଟିଏ ୬ଜାନୁଆରୀ ୨୦୨୨ରେ ଅପଲୋଡ ହୋଇଥିବାର ଦେଖାଦେଇଛି ।


ଯେତେବେଳେ ଆମେ ଉଭୟ ଫଟୋକୁ ଏକାଠି କରି ତୁଳନା କଲୁ, ଇନଷ୍ଟା ପୋଷ୍ଟରେ ଥିବା ଫଟୋରେ କେବଳ ଦୀପିକା ଏବଂ ରଣଭିରଙ୍କ ମୁହଁ ଛାଡିଲେ ବାକି ସବୁ ସମାନତା ରହିଥୁବାର ଦେଖିବାକୁ ମିଳିଥିଲା ।


ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଉକ୍ତ ଫଟୋ ଗୁଡିକରେ ଦୀପିକା ଏବଂ ରଣଭିରଙ୍କ ମୁହଁ ଲଗାଇ ଫଟୋଟିକୁ ଭାଇରାଲ କରାଯାଇଛି ।

ତେଣୁ ଉପରୋକ୍ତ ଅନୁସନ୍ଧାନରୁ ପ୍ରମାଣିତ ହେଲାଯେ, ବର୍ତ୍ତମାନ ସୁଦ୍ଧା ରଣଭିର କିମ୍ବା ଦୀପିକା ତାଙ୍କ ଶିଶୁକନ୍ୟାର କୌଣସି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ନାହାଁନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଗୁଡିକ ଏଡିଟ୍ କରାଯାଇ ଭାଇରାଲ କରାଯାଇଥିବାର ଜଣାଯାଇଛି । 

 

Claim :  ଦୀପିକା ଏବଂ ରଣଭିରଙ୍କ ଶିଶୁକନ୍ୟା ଫଟୋ ଭାଇରାଲ
Claimed By :  Social Media Users
Fact Check :  False
Tags:    

Similar News