Fact Check: ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ: ୧୫୦ଗ୍ରାମ ଏକ ଆଭ୍ୟନ୍ତରୀଣ ଅଙ୍ଗର ଓଜନକୁ ଦର୍ଶାଏ

Update: 2024-08-22 06:19 GMT

kolkata


କୋଲକାତା ଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହି ମାମଲାରେ ଦେଶରେ ରାଜନୀତି ମଧ୍ୟ ଚରମ ସୀମାରେ ରହିଛି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛି ଅନ୍ୟପଟେ ଇଣ୍ଡିଆ ଆଲାଏନ୍ସର ନେତାମାନେ ବିଜେପି ଏହାକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରୁଛନ୍ତି ।

ଏହାରି ଭିତରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ତାଙ୍କ ଶାଶୁ । ଅଭିଯୁକ୍ତ ସଞ୍ଜୟ ରଏଙ୍କ ଶାଶୁ ଏକ ବୟାନ ଜାରି କରି ତା' ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହି ଘଟଣାରେ ଏକାଧିକ ଲୋକ ସମ୍ପୃକ୍ତ ଥାଇପାରନ୍ତି,କେବଳ ସଞ୍ଜୟ ଏସବୁ କରିପାରିବେ ନାହିଁ ବୋଲି ସେ କହିଛନ୍ତି । 

ଏହି ଭିତରେ ସୋସିଆଲ ମିଡିଆରେ ଏକ ଲେଖାସହ ପିଡ଼ିତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ସୋସିଆଲ ମିଡିଆରେ ସେୟାର କରିଥିବା ପୋଷ୍ଟ ଅନୁଯାୟୀ ,"ଗୋଟିଏ ନାରୀର ଶରୀର ୧୮ / ୨୦ ଜଣ ପୁରୁଷ ..୧୧୩ ଟି କାମୁଡ଼ିବାର ଚିହ୍ନ .. ୧୫୦ ଗ୍ରାମ ବୀର୍ଜ୍ୟ ..ଟିକିଏ ଭାବନ୍ତୁ ଗୋଟିଏ ସୁସ୍ଥ ଝିଅକୁ ଠିକ୍ କେତେ ସମୟ ତଣ୍ଟିକୁ ଚିପି ଧରି ରଖିଲେ ତାର ଆଖିର ମଣିରୁ ରକ୍ତ ବାହାରି ଆସିବ । ତାଙ୍କ ଆତ୍ମା ସେହିଦିନ ଶାନ୍ତି ପାଇବ ଯେଉଁଦିନ ସେହି ପାପି ମାନେ ଫାଶୀ ଖୁଣ୍ଟରେ ଝୁଲିବେ।



https://www.facebook.com/share/p/bQXfuh5m3wDJRwgd/?mibextid=oFDknk

https://www.facebook.com/share/p/s8FCSaFiVA6nusya/?mibextid=oFDknk

https://www.facebook.com/share/v/mQfyCmFTh3WVJW8p/?mibextid=oFDknk


ସତ୍ୟାସତ୍ୟ: ଦାବିରେ କୌଣସି ସତ୍ୟତା ନଥିବା ବେଳେ, ୧୫୦ ଗ୍ରାମ ଆଭ୍ୟନ୍ତରୀଣ ଏକ ଅଙ୍ଗର ଓଜନକୁ ବୁଝାଏ

ଅନୁସନ୍ଧାନ ରୁ ନିୟୁଜ-18 ଏନେଇ ଏକ ବିସ୍ତୁତ ଖବର ପ୍ରସାରିତ କରିଥିବାର ଦେଖିବାକୁ ପାଇଥିଲୁ । ପ୍ରସାରିତ ଖବର ଅନୁଯାୟୀ ,  "କୋଲକାତା ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟ ସୋସିଆଲ ମିଡିଆରେ ୧୫୦ ଗ୍ରାମ ବୀର୍ଜ୍ୟ  ତାଙ୍କ ଦେହରେ ମିଳିଥିବା ସୂଚନା କୁ ଖାରଜ କରାଯାଇଛି । ୧୫୦ ଗ୍ରାମ ପିଡିତାଙ୍କ ଆଭ୍ୟନ୍ତରୀଣ ଏକ ଅଙ୍ଗର ଓଜନକୁ ଦର୍ଶାଯାଇଛି ।

ରିପୋର୍ଟ ରେ ନିୟୁଜ- 18 ଏହା ମଧ୍ୟ ଉଲ୍ଲେଖ କରିଛି, "ବୈଜ୍ଞାନିକ ଏବଂ ଫରେନସିକ୍ ଡାକ୍ତରମାନେ ସର୍ବଦା ଏହିପରି ଭାବେ ରିପୋର୍ଟରେ ଅଙ୍ଗର ଓଜନକୁ ଡକ୍ୟୁମେଣ୍ଟ୍ କରନ୍ତି ଏବଂ ଏହି କ୍ଷେତ୍ରରେ ୧୫୦ ଗ୍ରାମ ଆନାଟୋମିକାଲ୍ ମାପ ସହିତ ଜଡ଼ିତ, ଯାହା ତରଳ ପରିମାଣ ନୁହେଁ ବୋଲି ପୋଷ୍ଟମର୍ଟମ ରିପୋର୍ଟ ଦେଖିଥିବା ଜଣେ ବରିଷ୍ଠ ଫରେନସିକ୍ ବୈଜ୍ଞାନିକ ନ୍ୟୁଜ୍-18 କୁ ସୂଚନା ଦେଇଛନ୍ତି । 

ଏନେଇ ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ଉକ୍ତ ଦାବି ନେଇ କଲିକତା ପୋଲିସ୍ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କିଛି ସ୍ପଷ୍ଟୀକରଣ ରଖିଥିବା ଖବର ଏଏନଆଇ ପ୍ରସାରିତ କରିଛି । ସୂଚନା ଦେଇ ନିଜ ପୋଷ୍ଟ ରେ ଏଏନଆଇ ଉଲ୍ଲେଖ କରିଛି  କି ,"ତାଙ୍କ ଶରୀରରେ ୧୫୦ ଗ୍ରାମ ବୀର୍ଜ୍ୟ ମିଳିବା ଭୁଲ ଅଟେ । ସିବିଆଇ ର ଯାହା ଆବଶ୍ୟକ ଆମ ଅଧିକାରୀ ମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି । ଘଟଣା ପରେ ଭିଡିଓଗ୍ରାଫି କରାଯାଇଥିଲା ଏବଂ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ସମସ୍ତ ପ୍ରମାଣ ସଂଗ୍ରହ କରାଯାଇଥିଲା । ଏକ ତିନି ଜଣିଆ ଟିମ୍ ପୋଷ୍ଟମର୍ଟମ ପରିଚାଳନା କରିଥିଲେ ଏବଂ ଏହା ଭିଡିଓରେ ମଧ୍ୟ ରହିଛି । ସିବିଆଇ ପୋଷ୍ଟମର୍ଟମ ଭିଡିଓକୁ ତର୍ଜମା କରିଛି, ସମସ୍ତ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଅଛି" ।


ଟାଇମ୍ସ ଅଫ୍ ଇଣ୍ଡିଆ ରେ ପ୍ରସାରିତ ଖବର ଅନୁଯାୟୀ  ," Kolkata Doctor Horror: Reports Of '150 Mg Semen' Found In Victim's Body False, Says Kolkata Police Commissioner Vineet Goyal"

ଇଣ୍ଡିଆ.କମ୍ ରେ ପ୍ରସାରିତ ଖବର ଅନୁଯାୟୀ , "Kolkata Doctor Rape-Murder: 'Report Of 150 Gm Semen Being Found In Victim's Body False': Police Commissioner" 


ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଏବଂ କଲିକତା ପୋଲିସ୍ ର ସୂଚନା ଅନୁଯାୟୀ ପିଡ଼ିତାଙ୍କ ଶରୀରରେ ୧୫୦ଗ୍ରାମ ବୀର୍ଜ୍ୟ ମିଳିଥିବା ଦାବି ମିଥ୍ୟା ଅଟେ । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାଇ ୧୫୦ଗ୍ରାମ ଶରୀରର ଏକ ଆଭ୍ୟନ୍ତରୀଣ ଅଙ୍ଗର ଓଜନ କୁ ଦର୍ଶାଏ I  


Claim :  ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ତାଙ୍କ ଶରୀରରେ ୧୫୦ ଗ୍ରାମର ବୀର୍ଜ୍ୟ ମିଳିଥିଲା
Claimed By :  Social Media Users
Fact Check :  False
Tags:    

Similar News