Fact Check: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୟୋଗୀ ଫୁଲଟି ହେଉଛି, ଏଆଇ ଦ୍ୱାରା ନିର୍ମିତ

ୟୋଗୀ ଫୁଲଟି ହେଉଛି ଏଆଇ ଦ୍ୱାରା ନିର୍ମିତ

Update: 2024-10-10 12:00 GMT

yogi flower

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ବିଭିନ୍ନ ରଙ୍ଗବେରଙ୍ଗର ପ୍ରତିଛବି ମନକୁ ଆସିଥାଏ । ଫୁଲ, କେତେବେଳେ ସଜେଇବା ପାଇଁ ବ୍ୟବହୃତ ହୋଇଥାଏ ତ କେତେବେଳେ ଠାକୁରଙ୍କ ପାଖରେ ଲାଗିଥାଏ ।

ପ୍ରତିଟି ଧର୍ମରେ ଫୁଲର ମାହାତ୍ମ୍ୟ ରହିଛି। ଯେପରିକି ହିନ୍ଦୁ ଧର୍ମରେ ଭଗବାନଙ୍କ ପସନ୍ଦ ଅନୁଯାୟୀ ଫୁଲ ଅର୍ପଣ କରାଯାଇଥାଏ। ଶିବଙ୍କୁ ଅରଖ, ଦୁର୍ଗାଙ୍କୁ ନାଲି ମନ୍ଦାର, ଶନିଙ୍କୁ କଳା ଅପରାଜିତା ଫୁଲ ଅର୍ପଣ କରାଯାଉଥିବା ବେଳେ, ନାରାୟଣଙ୍କୁ ଧଳା ଫୁଲ ଲାଗି କରାଯାଏ ।

ସେହିପରି ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା ଦେଖିବାକୁ ବଡ଼ ବିଚିତ୍ର। କିଏ ଦେଖିବାକୁ ମାଙ୍କଡ଼ ଭଳି ତ ଆଉ କିଏ ଏଲିଅନ୍‌ ଭଳି। ବିଶେଷକରି ଥାଇଲାଣ୍ଡ ଏବଂ ଭାରତର ପୂର୍ବ ଭାଗରେ ପ୍ୟାରଟ ଫୁଲ ଦେଖିବାକୁ ମିଳିଥାଏ। ପ୍ରତି ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଏହା ଫୁଟିଥାଏ। ପୂରା ଫୁଟିଲେ ଫୁଲଟି ଲାଲ ଏବଂ ବାଇଗଣୀ ରଙ୍ଗର ଦେଖାଯିବା ସହ ଆକାର ଶୁଆ ଭଳି ହୋଇଯାଏ । ସେହିପରି ପୂର୍ବ ଓ ଦକ୍ଷିଣ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳୁଥିବା ଫ୍ଲାଇଂ ଡକ୍‌, ଆମେରିକାର ଦକ୍ଷିଣ ଭାଗରେ ଫୁଟୁଥିବା ହାପି ଏଲିଅନ ବିଚିତ୍ର ଫୁଲର ତାଲିକାରେ ରହି ଆସିଛନ୍ତି । 

ଇତିମଧ୍ୟରେ ଆଉଏକ ଫୁଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫୁଲଟି ଯୋଗ ସାଧନରେ ବସିଥିବା ବ୍ୟକ୍ତିଙ୍କ ଭଳି ଦିଶୁଥିବା ବେଳେ, ୟୁଜର୍ସ ଏହାକୁ ୟୋଗୀ ଫୁଲ ଲେଖି ସେୟାର କରିଛନ୍ତି ।

ଉକ୍ତ ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, Turkey is the only place in the world where natural Yogi Flowers grow, fed by the waters of the Euphrates. A very rare type of flower, only in Halfeti village

ବିଶ୍ୱରେ ତୁର୍କୀ ହେଉଛି ଏକମାତ୍ର ସ୍ଥାନ ଯେଉଁଠି ୟୋଗୀ ଫୁଲ ଫୁଟିଥାଏ । ଏହା ଏକ ବିରଳ ପ୍ରଜାତିର ଫୁଲ ଯାହାକି, ହାଲଫେଟି ଗ୍ରାମରେ ଫୁଟିଥାଏ । 

Full View

ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ୟୋଗୀ ଫୁଲ ନଥିବା ବେଳେ, ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ।

ଯେତେବେଳେ ଆମେ ୟୋଗୀ ଫୁଲ ନେଇ ଗୁଗୁଲରେ ଅନୁସନ୍ଧାନ କରିଥିଲୁ କୌଣସି ସଠିକ ସୂଚନା ପାଇନଥିଲୁ ।

ଅଧିକ ଅନୁସନ୍ଧାନ କରିବାକୁ ଯାଇ, ଭାଇରାଲ ହେଉଥିବା ଫଟୋଟିକୁ Hivemoderation ଟୁଲ୍ ଯୋଗେ ପରୀକ୍ଷଣ କରିଥିଲୁ । ପରୀକ୍ଷଣ ରିପୋର୍ଟ ଅନୁଯାୟୀ, ଉକ୍ତ ଫଟୋଟି ୯୯.୯% ଏଆଇ ଦ୍ୱାରା ନିର୍ମିତ କିମ୍ବା ଡିପ୍ ଫେକ୍ ବୋଲି ଜଣାଯାଇଛି । 

ଫଟୋଟିକୁ Is it Ai ରେ ପରୀକ୍ଷା କରିବାରୁ ଏହା ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଉକ୍ତ ଫଟୋନେଇ ଆମେ ଉଦ୍ଭିଦ ବିଜ୍ଞାନ ଗବେଶକ ଉପାସନା ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ, ସିଏ ଉକ୍ତ ଫଟୋ ଟିକୁ ନେଇ ଉଦ୍ଭିଦ ବିଜ୍ଞାନ ଟୁଲ୍ ଜରିଆରେ ଅନୁସନ୍ଧାନ କରିଥିଲେ । ତେବେ ଏଭଳି କୌଣସି ଫୁଲ ଉଦ୍ଭିଦ ବିଜ୍ଞାନରେ ନଥିବାର ସୂଚନା ଦେଇଛନ୍ତି ।

ସେହିପରି Cyber Planet ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଫୁଲର ଏକ ଭିଡିଓ ହସ୍ତଗତ ହୋଇଥିଲା ।

Cyber Planet ଚ୍ୟାନେଲଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିଭିନ୍ନ ପ୍ରସଙ୍ଗରେ ଅନୁସନ୍ଧାନ କରେ ବୋଲି ନିଜ ବିବରଣୀରେ ସୂଚନା ଦେଇଛି । ଭିଡିଓଟିକୁ ଅପଲୋଡ କରି ସୂଚନା ଦିଆଯାଇଛି ଯେ, ଏଭଳି କୌଣସି ଫୁଲ ତୁର୍କୀରେ ଫୁଟୁନାହିଁ । ଲୋକଙ୍କୁ ଭ୍ରମିତ କରିବାକୁ ଯାଇ ଏଭଳି ଫୁଲ ଏଆଇ ଦ୍ୱାରା ନିର୍ମାଣ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । 

Full View

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ୟୋଗୀ ଫୁଲ ନାମକ ଏଭଳି କୌଣସି ଫୁଲ ତୁର୍କୀରେ ଫୁଟୁନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋଟି ଏଆଇ ଦ୍ୱାରା ନିର୍ମିତ । 

Claim :  ଏହା ହେଉଛି ତୁର୍କୀରେ ଫୁଟୁଥିବା ଦୁର୍ଲ୍ଲଭ ୟୋଗୀ ଫୁଲ
Claimed By :  Social media users
Fact Check :  False
Tags:    

Similar News