Fact Check: ଏଡିଟ୍ କରାଯାଇଥିବା ଫଟୋ ହେଉଛି ଭାଇରାଲ,'ପତଞ୍ଜଳି' ବିକ୍ରି କରୁଛି ବିଫ୍ ବିରିୟାନି'

ନ୍ୟାସନଲ ବ୍ରାଣ୍ଡର ଏହି ସାମଗ୍ରୀକୁ ଏଡିଟ୍ କରି ରାମଦେବ ଏବଂ ପତଞ୍ଜଳୀକୁ ଯୋଡାଯାଇଛି

Update: 2024-10-09 09:23 GMT

୨୯ ନଭେମ୍ବର ୨୦୨୩ରେ ମଧ୍ୟ ପତଞ୍ଜଳିର ଆୟୁର୍ବେଦ ବିଜ୍ଞାପନ ତଥା ଏହାର ମାଲିକ ବାବା ରାମଦେବଙ୍କ ବିବୃତ୍ତିକୁ ବିରୋଧ କରି ଭାରତୀୟ ମେଡିକାଲ୍ ଆସୋସିଏସନ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଏଲୋପାଥି ବିରୋଧରେ ବିଜ୍ଞାପନ ପ୍ରକାଶ କରିଥିବା ନେଇ ତାଙ୍କୁ ଭତ୍ସନା କରିଥିଲେ । ଭବିଷ୍ୟତରେ ଏଭଳି ବୟାନ ଓ ବିଜ୍ଞାପନରୁ ଦୂରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଏହା ସତ୍ତ୍ୱେ ପତାଞ୍ଜଳି ପକ୍ଷରୁ ଉକ୍ତ ବିଜ୍ଞାପନଟି ଜାରି କରାଯାଇଥିବାରୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କିଛି ନିର୍ଦ୍ଦିଷ୍ଟ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯିବ ବୋଲି ପତଞ୍ଜଳି ବିଜ୍ଞାପନକୁ ନେଇ କୋର୍ଟ ଅସନ୍ତୋଷ ହୋଇଛନ୍ତି । ଏଭଳି ବିଜ୍ଞାପନକୁ ନ ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରିଣ୍ଟ ମିଡିଆରେ ମଧ୍ୟ କୌଣସି ବିଜ୍ଞାପନ ନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତା ସତ୍ତ୍ୱେ ଏଭଳି ବିଜ୍ଞାପନକୁ କାହିଁକି ପ୍ରଚାର ପ୍ରସାର କରାଯାଉଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ କାହିଁକି ଅବମାନନା କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରମିକୋର୍ଟ । ତେବେ ଏନେଇ ଏକ କ୍ଷମା ପ୍ରାର୍ଥନା ଛାପିଥିଲେ ପତାଞ୍ଜଳୀ କର୍ତ୍ତୃପକ୍ଷ । 

ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ବିଫ୍ ବିରିୟାନି ପ୍ୟାକେଡ ଫଟୋ ଭାଇରାଲ ହେବାରେ ଲାଗିଛି । ପ୍ୟାକେଡ ଉପରେ ପତଞ୍ଜଳି ଲେଖା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ୟୁଜର୍ସ ଲେଖିଛନ୍ତି, Beef biriyani masala... It is not prohibited 

Full View

ଆଉଜଣେ ୟୁଜର୍ସ ଲେଖିଛନ୍ତି, Beef masala from Ramdev #Patanjali

Full View

ତେବେ ଉକ୍ତ ଦାବିଟି ବହୁ ବର୍ଷ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ସେୟାର ହୋଇଥିବାର ଦେଖିବାକୁ ମିଳିଛି ।

ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ପତଞ୍ଜଳି ଏଭଳି କୌଣସି ସାମଗ୍ରୀ ବିକ୍ରି କରୁନାହିଁ । ଭାଇରାଲ ହେଉଥିବା ବିଫ୍ ବିରିୟାନି ପ୍ୟାକେଡ଼ ଫଟୋଟିକୁ ଏଡିଟ୍ କରାଯାଇ ଭାଇରାଲ କରାଯାଉଛି । ଯାହାକି ପ୍ରକୃତରେ ନ୍ୟାସନାଲ ବ୍ରାଣ୍ଡର ଏକ ସାମଗ୍ରୀ ଅଟେ ।

ଉକ୍ତ ସାମଗ୍ରୀ ନେଇ ଆମେ ପତଞ୍ଜଳି ୱେବସାଇଟରେ ଅନୁସନ୍ଧାନ କରିବାରୁ ଏଭଳିକୌଣସି ବିରିୟାନି ବିକ୍ରି ନେଇ କୌଣସି ମଧ୍ୟ ତଥ୍ୟ ପାଇନଥିଲୁ ।

ରିଭର୍ସ ଇମେଜ ସର୍ଚ୍ଚରେ ରେ ଅନୁସନ୍ଧାନ କରିବାରୁ, ଭାଇରାଲ ହେଉଥିବା ବିଫ୍ ବିରିୟାନିର ଏକ ଅବିକଳ ଫଟୋ ପାଇଥିଲୁ । ଅନୁସନ୍ଧାନରୁ ମିଳିଥିବା ସାମଗ୍ରୀଟି National କମ୍ପାନୀର ବୋଲି ଜଣାଯାଇଛି ।

ଉକ୍ତ ବିରିୟାନି ପ୍ୟାକେଡ଼ଟି ବିଭିନ୍ନ ଅନଲାଇନ ଷ୍ଟ୍ରୋରରେ ମିଳୁଥିବା ମଧ୍ୟ ସର୍ଚ୍ଚ କରିବାରୁ ଦେଖିବାକୁ ମିଳିଛି ।

ଯେତେବେଳେ ଆମେ ଭାଇରାଲ ହେଉଥିବା ଏବଂ ଅନୁସନ୍ଧାନରୁ ହସ୍ତଗତ ହୋଉଥିବା ଫଟୋକୁ ତୁଳନା କରିଥିଲୁ । ଉଭୟ ଫଟୋରେ ନ୍ୟାସନଲ ବଦଳରେ ରାମଦେବ ଲେଖା ହୋଇଥିବା ବେଳେ ପତଞ୍ଜଳି ଲେଖା ବା ଲୋଗୋକୁ ଏଡିଟ୍ କରି ଯୋଡ଼ାଯାଇଥିବା ଦେଖିବାକୁ ପାଇଥିଲୁ । 

ତେବେ ଏନେଇ କିୱାର୍ଡ ଗୁଡିକ ଅନୁସନ୍ଧାନ କରିବାରୁ ବହୁ ପୂର୍ବରୁ ବବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ ।

ଖବର ପ୍ରସାରଣ କରି Dainik Bhaskar ଉଲ୍ଲେଖ କରିଛି, ଫେକ୍ ନିୟୁଜ ହେଲା ଏକ୍ସପୋଜ୍, ବାବା ରାମଦେଵ ବିରିୟାନି ବିକୁଥିବା ସତ୍ୟ ଜଣାପଡିଛି 

 The Quint ରେ ପ୍ରସାରିତ ଖବର ଅନୁଯାୟୀ, ବାବା ରାମଦେବ ବିକ୍ରି କରୁନାହାନ୍ତି ବିଫ୍ ବିରିୟାନି; ଫଟୋ ଏଡିଟ୍ କରାଯାଇ ହେଉଛି ଭାଇରାଲ

ବିଗତ କିଛି ବର୍ଷ ତଳେ ଏହା ଆଉଥରେ ଭାଇରାଲ ହୋଇଥିବା ବେଳେ, ଅନୁସନ୍ଧାନ କରି Telugupost ଉଲ୍ଲେଖ କରିଛି, 'ବିଫ୍ ବିରିୟାନି ପ୍ୟାକେଡ଼ରେ ବାବା ରାମଦେବ ଏବଂ ପତଞ୍ଜଳି ନାମକୁ ଏଡିଟ୍ କରି ଯୋଡ଼ାଯାଇଛି' ।

ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିରେ ନାହିଁ କୌଣସି ସତ୍ୟତା । ନ୍ୟାସନଲ ବ୍ରାଣ୍ଡର ଏହି ସାମଗ୍ରୀକୁ ଏଡିଟ୍ କରି ରାମଦେବ ଏବଂ ପତଞ୍ଜଳି  କୁ ଯୋଡାଯାଇଛି ।

Claim :  ନ୍ୟାସନଲ ବ୍ରାଣ୍ଡର ଏହି ସାମଗ୍ରୀକୁ ଏଡିଟ୍ କରି ରାମଦେବ ଏବଂ ପତଞ୍ଜଳି କୁ ଯୋଡାଯାଇଛି
Claimed By :  Social media users
Fact Check :  False
Tags:    

Similar News