ଫେକ୍ ଫଟୋ ହେଉଛି ଭାଇରାଲ, ଚଳିତ ନିର୍ବାଚନକୁ ନେଇ ଏଭଳି କୌଣସି ଅଭିଯାନ ପ୍ରଚଳିତ କରିନାହିଁ ଅମୁଲ୍

କ୍ଷୀର ବା ଲହୁଣି କଥା ଯଦି ଉଠିଥାଏ ତେବେ ଆମ ଭାରତରେ ଆଲୋଚନା ହୋଇଥାଏ ତେବେ ଅମୁଲ୍ ର ନାଁ ନିଶ୍ଚିତ ଉଠିଥାଏ ।

Update: 2024-05-13 09:21 GMT


କ୍ଷୀର ବା ଲହୁଣି କଥା ଯଦି ଉଠିଥାଏ ତେବେ ଆମ ଭାରତରେ ଆଲୋଚନା ହୋଇଥାଏ ତେବେ ଅମୁଲ୍ ର ନାଁ ନିଶ୍ଚିତ ଉଠିଥାଏ । ସେହିପରି ଅମୁଲ୍ କଥା ଯଦି ଆମେ ଆଲୋଚନା କରିଥାଉ ତେବେ, ଅମୁଲ୍ ର ପ୍ରତିଟି ପ୍ରଡକ୍ଟ ରେ ଥିବା ମାସ୍କଟ ଗାର୍ଲ ରକଥା କିଭଳି ଭୁଲିଯିବା । କ୍ରିକେଟ ରୁ ଆରମ୍ଭ କରି ପ୍ୟାଣ୍ଡେମିକ ପର୍ଯ୍ୟନ୍ତ ଅମୁଲ୍ ତାହାର ଏହି ମାସ୍କଟ ଗାର୍ଲ କୁ ବିଭିନ୍ନ ପ୍ରସଙ୍ଗରେ ପ୍ରୋତ୍ସାହିତ କରିଥାଏ ।

ଚଳିତ ଦିନରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ହିନ୍ଦୀରେ ଲେଖା ହୋଇଛି " मत दो या मत दो , सही फ़ैसला लो.आपका वोट अमूलya है”

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ "ଭୋଟ୍ ଦିଅ ବା ନ ଦିଅ , ହେଲେ ସଠିକ୍ ନିଷ୍ପତ୍ତି ନିଅ । ଆପଣଙ୍କ ଭୋଟ୍ ବହୁ ମୂଲ୍ୟବାନ ଅଟେ" ।

ଏଭଳି ଲେଖା ସହ ଅମୁଲ୍ ର ମାସ୍କଟ ଗାର୍ଲ ଥିବାର ଫଟୋ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।





Full View


ସତ୍ୟାସତ୍ୟ : ଅନୁସନ୍ଧାନ ରୁ ଜଣାଯାଏ ଯେ ,ଭାଇରାଲ ହେଉଥିବା ଫଟୋଟି ରେ କୌଣସି ସତ୍ୟତା ନାହିଁ, ଏଭଳି ଏକ ଫେକ୍ ଫଟୋ ତିଆରି କରି ନିର୍ବାଚନ ପାଇଁ ଭାଇରାଲ କରାଯାଇଛି ।


ଅନୁସନ୍ଧାନ କରି ଆମେ ଜାଣିବାକୁ ପାଇଲୁ ଯେ, ୨୦୨୪ ମସିହା ୬ ମଇ ଦିନ ଅମୁଲ୍ ଏହି ଭାଇରାଲ ହେଉଥିବା ଫଟୋଟିକୁ ନିଜ ସୋସିଆଲ ମିଡିଆରେ ସେୟାର କରି ଉଲ୍ଲେଖ କରିଛି ଯେ ," ଅମୁଲ୍ ମାସ୍କଟ ଗାର୍ଲ ର ଫଟୋ ବ୍ୟବହାର ହୋଇ ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଏହି ଫଟୋଟି ଆମ ଦ୍ୱାରା ନିର୍ମିତ ହୋଇନାହିଁ । ନିର୍ବାଚନ ରେ ଭୋଟ୍ ଦେଇ ଗଣତନ୍ତ୍ରକୁ ସୁଦୃଢ କରିବାକୁ ମଧ୍ୟ ଅମୁଲ୍ ପକ୍ଷରୁ ନିବେଦନ କରାଯାଇଛି " ।



ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ , ଅମୁଲ୍ ଚଳିତ ନିର୍ବାଚନ ୨୦୨୪କୁ ନେଇ ତିନୋଟି ବିଜ୍ଞାପନ ପ୍ରଚଳିତ କରିଛି ।





ଯଦି ଆପଣ ପ୍ରତ୍ୟେକଟି ବିଜ୍ଞାପନ କୁ ଭଲକି ଅନୁସନ୍ଧାନ କରିବେ, ତେବେ ପ୍ରତିଟି ବିଜ୍ଞାପନରେ ଅମୁଲ୍ ଦ ଟେଷ୍ଟ ଅଫ ଇଣ୍ଡିଆ ଲୋଗୋ ରହିଛି । ଯାହାକି ଭାଇରାଲ ହେଉଥିବା ଫଟୋ ଟିରେ ନାହିଁ ।




ତେଣୁ ଉପରୋକ୍ତ ଅନୁସନ୍ଧାନ ରୁ ଜଣାଯାଏ ଯେ ଏଭଳି କୌଣସି ବିଜ୍ଞାପନ ପ୍ରଚଳିତ କରି ନାହିଁ ଅମୁଲ୍, ଭାଇରାଲ  ହେଉଥିବା ଫଟୋ ଟି ସମ୍ପୂର୍ଣ୍ଣ ଫେକ୍ ଅଟେ । 

Claim :  ଚଳିତ ନିର୍ବାଚନ ନେଇ ଅଭିଯାନ ଆରମ୍ଭ କରିଛି ଅମୁଲ୍ \" ଭୋଟ୍ ଦେବେ କିମ୍ବା ନ ଦେବେ, ହେଲେ ସଠିକ୍ ନିଷ୍ପତ୍ତି ନେବେ \" କିଛି ଏଭଳି ରହିଛି ଟ୍ୟାଗ ଲାଇନ
Claimed By :  Social Media Users
Fact Check :  False
Tags:    

Similar News