Fact Check: ଭୁବନେଶ୍ୱରରେ ବେପାରୁଆ ଗାଡ଼ି ଚାଳନା ଭିଡିଓ ଭାଇରାଲ, ବିଭିନ୍ନ ଭୁଲ୍ ଦାବି ସହ ୟୁଜର୍ସ କଲେ ସେୟାର

ଏକାଧିକ ଭୁଲ୍ ଦାବି ସହ ବେପାରୁଆ ଗାଡି ଚାଳନା ଭିଡିଓ ଭାଇରାଲ, ହେଲେ ଘଟଣାଟି ସ୍ମାର୍ଟସିଟି ଭୁବନେଶ୍ୱରର, ଗିରଫ ଅଭିଯୁକ୍ତ ମାନେ ମଧ୍ୟ ସ୍ଥାନୀୟ ବାସିନ୍ଦା

Update: 2024-09-21 09:24 GMT

reckless driving in Bhubaneswar

   

୧୭ ସେପ୍ଟେମ୍ବର ୨୦୨୪ ପ୍ରଧାନମନ୍ତ୍ରୀଙ୍କ ଥିଲା ଦିନିକିଆ ଓଡ଼ିଶା ଗସ୍ତ । ସୁରକ୍ଷା ବଳୟ ଭିତରେ ଥାଏ ରାଜଧାନୀ ଭୁବନେଶ୍ୱର । ତା’ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ଏସପିଜି ଟିମ୍ ଭୁବନେଶ୍ୱର ପହଞ୍ଚି ସାରିଥିଲେ । ବିମାନ ବନ୍ଦରରେ ପହଞ୍ଚିଥିଲେ ୮ ଜଣିଆ ଏସପିଜି ଟିମ୍ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ ୮୧ ପ୍ଲାଟୁନ୍ ଫୋର୍ସ । ୧୧ ଡିସିପି ପଦାଧିକାରୀ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ । ବିମାନ ବନ୍ଦରଠୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ରହିବ । ବ୍ୟାପକ ମହିଳା ପୋଲିସ ସହ ସାଧା ପୋଷାକରେ ରହିଥିଲେ ପୋଲିସ । ସେହିପରି ଓଡ୍ରାଫ ଏବଂ ୬ କମ୍ପାନୀ ସିଆରପିଏଫ୍ ମଧ୍ୟ ମୁତୟନ ରହିବେ ବୋଲି ପୋଲିସ କମିଶନର ସୂଚନା ଦେଇଥିଲେ । 

ଗସ୍ତର ଠିକ ଗୋଟିଏ ଦିନ ପୂର୍ବର ଘଟଣା, ଅର୍ଥାତ ୧୬ ସେପ୍ଟେମ୍ବର ୨୦୨୪ । ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ଭିଡିଓରେ କିଛି ଯୁବକ ଏକାଧିକ ଗାଡିକୁ ବେପାରୁଆ ଭାବେ ଚଲାଉଥିବାର ଦେଖାଯାଇଥିଲା । ଏପରିକି ଗାଡି ଗୁଡିକ ମଝିରେ ମଝିରେ ଫୁଟପାଥ ଉପରକୁ ମଧ୍ୟ ଉଠାଇ ଦେଉଥିବାର ଭିଡିଓରେ ଦେଖାଯାଇଛି ।

ତେବେ ୟୁଜର୍ସ ଉକ୍ତ ଭିଡିଓଟିକୁ ବିଭିନ୍ନ ଦାବିସହ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖାଯାଇଛି ।

ଏକ ଡିଜିଟାଲ ମିଡ଼ିଆ ସଂସ୍ଥା ଉକ୍ତ ଭିଡିଓ କୁ ସେୟାର କରି ଉଲ୍ଲେଖ କରିଛନ୍ତି "ଭୁବନେଶ୍ୱର ରାସ୍ତାରେ ବଙ୍ଗଲାଦେଶୀ ପଠାଣଙ୍କ ଆତଙ୍କ" । 



 ସେହିପରି ଆଉଜଣେ ୟୁଟ୍ୟୁବର ଉକ୍ତ ଭିଡିଓକୁ ସେୟାର କରି ଉଲ୍ଲେଖ କରିଛନ୍ତି " କଟକରେ ମୁସଲିମ ପିଲାଙ୍କ ଆତଙ୍କ" 



ସତ୍ୟାସତ୍ୟ : ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଭାଇରାଲ ଭିଡିଓଟି ଭୁବନେଶ୍ୱରର ଏବଂ ଉକ୍ତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନେ ଭୁବନେଶ୍ୱର ବାସିନ୍ଦା

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚରୁ News18 Odiaରେ ଏକ ଖବର ପ୍ରସାରିତ ଏକ ଖବର ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓ ଟିକୁ ୧୬ ସେପ୍ଟେମ୍ବର ୨୦୨୪ରେ ଅପଲୋଡ଼ କରି ଶୀର୍ଷକରେ ଉଲ୍ଲେଖ କରିଛି " Bhubaneswar News : ଭୁବନେଶ୍ବର ରାସ୍ତା ମଝିରେ...Speed drive in Bhubaneswar " 

ଭିଡିଓର ୧.୪୬ ଟାଇମଷ୍ଟାମ୍ପରେ ଉକ୍ତ ଖବରକୁ ବିସ୍ତୃତ ଭାବେ ବ୍ୟାଖ୍ୟା କରିଛନ୍ତି News18 Odia ପ୍ରତିନିଧି ଦୀପକ କୁମାର ସାମଲ I

ବ୍ୟାଖ୍ୟା କରି ଦୀପକ କହିଛନ୍ତି " ଘଟଣାଟି ଥିଲା ୧୦.୩୦ ରୁ ୧୧ସମୟ ମଧ୍ୟରେ, କିଛି ଯୁବକ ୩ଟି କାରରେ ରାଜଧାନୀର ରାଜରାସ୍ତାରେ ବିଶେଷକରି ରାମ ମନ୍ଦିର ଛକଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏଭଳି ଭାବେ ଭୟଙ୍କର ଅବସ୍ଥାରେ ଗାଡି ଚଳାଉଥିଲେ । ଏହି ସମୟରେ ସେହି ରାସ୍ତାଦେଇ ଯାଉଥିବା ଯାତ୍ରୀ ଭୟବିତ ହୋଇପଡିଥିଲେ ଏପରିକି କିଛି ସମୟ ପାଇଁ ସ୍ଥଗିତ ହୋଇଯାଇଥିଲେ ଏବଂ ଉକ୍ତ ଆତଙ୍କ ଘଟଣାର ଭିଡିଓ ନିଜ ମୋବାଇଲରେ ସୁଟିଙ୍ଗ କରୁଥିଲେ । ଉକ୍ତ ଭିଡିଓ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ୍ ଏକ ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି ଏବଂ ୩ଟି କାର୍ ମଧ୍ୟ ଜବତ କରିଛି । ଯେଉଁ ପାଞ୍ଚ ଜଣଙ୍କୁ ପୋଲିସ୍ ଗିରଫ କରିଛି ସେମାନେ ହେଉଛନ୍ତି ଭୁବନେଶ୍ୱରର ବିଶେଷ କରି ଝାରପଡ଼ା ଅଞ୍ଚଳର" ।

Full View


ତେବେ ଏଥିରୁ ପ୍ରମାଣିତ ହେଲାଯେ ଭାଇରାଲ ଭିଡିଓଟି କଟକର ନୁହେଁ ରାଜଧାନୀ ଭୁବନେଶ୍ବରର ଅଟେ । 

ସେହିପରି News18 ଓଡ଼ିଆ ଏକ ବିସ୍ତୃତ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, "ଉକ୍ତ ଘଟଣାରେ ୫ ଜଣଙ୍କୁ ପୋଲିସ୍ ଗିରଫ କରିଛି, ଗିରଫ ଅଭିଯୁକ୍ତ ମାନେ ଭୁବନେଶ୍ୱର ଅଞ୍ଚଳର" ।

Full View

ଏନେଇ News18 ପ୍ରତିନିଧି ଦୀପକ କୁମାର ସାମଲଙ୍କୁ ଯୋଗାଯୋଗ କରିଥିଲୁ, "ଦୀପକ କହିବା ଅନୁଯାୟୀ, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଭୁବନେଶ୍ୱର ଅଞ୍ଚଳର । ତାଙ୍କ ମଧ୍ୟରୁ କିଛି ଯୁବକ ଝାରପଡ଼ା ଅଞ୍ଚଳର ମଧ୍ୟ ଅଟନ୍ତି" ।

ପ୍ରମେୟ ଏନେଇ ଏକ ବିସ୍ତୃତ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, "ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ, ଡିଜିପି ୱାଇ.ବି. ଖୁରାନିଆ ଏ ବିଷୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡିସିପିଙ୍କ ସ୍ପେଶାଲ୍ ସ୍କ୍ବାର୍ଡ ପ୍ରଥମେ ୨ଟି ଗାଡ଼ି ଜବତ କରିବା ସହ ୪ ଜଣଙ୍କୁ ଧରିଥିଲା । ଲକ୍ଷ୍ମୀସାଗର ଥାନା ପୁଲିସ୍ ଆଉଏକ କାର (ସଫାରୀ) ଗାଡ଼ି ଓ ଫୟାଜ ଖାଁ ନାମକ ଜଣେ ଯୁବକଙ୍କୁ ଧରି ଖାରବେଳ ନଗର ଥାନା ଜିମା ଦେଇଥିଲା । ଅନ୍ୟପଟେ ଆଇ-୨୦ କାର୍‌ରେ ଅନ୍ୟ ଯୁବକମାନେ ଫେରାର ହୋଇଯାଇଛନ୍ତି ।


ସେହିପରି ଉକ୍ତ ଘଟଣାର କାର୍ଯ୍ୟାନୁଷ୍ଠାନ ନେଇ, କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ନିଜ ସୋସିଆଲ ମିଡିଆରେ କମିସନରେଟ ପୋଲିସ୍ ଜବତ ଗାଡି ସହ ଅଭିଯୁକ୍ତଙ୍କ ଫଟୋ ସେୟାର କରିଥିଵାର ଦେଖା ଯାଇଛି । କମିସନରେଟ ପୋଲିସ  ନିଜ ପୋଷ୍ଟରେ ସୂଚନା ଦେଇଛି, " ୧୬.୦୯.୨୦୨୪ରେ ଘଟିଥିବା ଘଟଣାକୁ ନେଇ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୩ଟି ଗାଡ଼ି ଜବତ କରାଯାଇଛି" ।


ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଏବଂ ଆମ ଅନୁସନ୍ଧାନରୁ ଜଣାଯାଏ ଯେ, "ବେପାରୁଆ ଗାଡି ଚାଳନା ଭାଇରାଲ ଭିଡିଓ ଟି ଭୁବନେଶ୍ୱରର ଏବଂ ଉକ୍ତ ଘଟଣାରେ ଅଭିଯୁକ୍ତ ମାନେ ଭୁବନେଶ୍ୱର ବାସିନ୍ଦା । ତେଣୁ ଦାବି ଗୁଡିକ ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଏଥିରେ ନାହିଁ କୌଣସି ସତ୍ୟତା I


Claim :  ଏକାଧିକ ଭୁଲ୍ ଦାବି ସହ ବେପାରୁଆ ଗାଡି ଚାଳନା ଭିଡିଓ ଭାଇରାଲ
Claimed By :  Social Media Users
Fact Check :  Misleading
Tags:    

Similar News