ବିଜେଡି ବିଧାନସଭା ପ୍ରାର୍ଥୀଙ୍କ ମୃତ୍ୟୁ ଖବର ହେଉଛି ଗୁଜବ

୨୦୨୪ ସାଧାରଣ ନିର୍ବାଚନରେ ​​ଓଡ଼ିଶାରେ ଏକ ପ୍ରମୁଖ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି । ୨୪ ବର୍ଷ କ୍ଷମତାରେ ରହିବା ପରେ ବିଜୁ ଜନତା ଦଳକୁ ପରାସ୍ତ କରିଛି ଭାରତୀୟ ଜନତା ପାର୍ଟି ।

Update: 2024-06-08 05:31 GMT

୨୦୨୪ ସାଧାରଣ ନିର୍ବାଚନରେ ​​ଓଡ଼ିଶାରେ ଏକ ପ୍ରମୁଖ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି । ୨୪ ବର୍ଷ କ୍ଷମତାରେ ରହିବା ପରେ ବିଜୁ ଜନତା ଦଳକୁ ପରାସ୍ତ କରିଛି ଭାରତୀୟ ଜନତା ପାର୍ଟି । ୧୪୭ ବିଧାନସଭା ଆସନ ମଧ୍ୟରୁ ୭୮ ଟି ଆସନ ଜିତି ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଅନ୍ୟପଟେ ବିଜେଡି ମାତ୍ର ୫୧ ଟି ଆସନ ପାଇବାରେ ସଫଳ ହୋଇଚି । ବିଶିଷ୍ଟ ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରେ ଯେଉଁମାନେ ବହୁବର୍ଷ ହେବ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ସେମାନେ ମଧ୍ୟ ଏକ ବୃହତ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

ଏହି ଭିତରେ ପ୍ରମେୟ ଓଡ଼ିଆ ଖବର କାଗଜର ୱାଟର ମାର୍କ ଏବଂ ଲେଆଉଟ୍ ସହିତ ଖବରକାଗଜ ପରି ଦେଖାଯାଉଥିବା ଏକ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ପେପରରେ ବିଜେଡ଼ି ର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଫଟୋ ରହିଥିବାର ଦେଖା ଦେଇଛି । ଭାଇରାଲ୍ ପେପର କ୍ଲିପ୍ ର ଶୀର୍ଷକ ରହିଛି “ପ୍ରଦିପ ଅମାତ୍ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଭାଇରାଲ ହେଉଥିବା ଖବର କାଗଜ ରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ , “ ବୌଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକ ପ୍ରଦୀପ କୁମାର ଅମାତ ୨୦୨୪ ନିର୍ବାଚନରେ ହାରିବା ପରେ ଲୋକ ଲଜ୍ୟାରେ କୂଅକୁ ଡେଇଁ ପଡ଼ିଲେ । ଆପଣ ଠିକ୍ ଶୁଣିଛନ୍ତି ପ୍ରଦୀପ କୁମାର ଅମାତ ୨୦୨୪ ନିର୍ବାଚନରେ ବିଜେପିର ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ହାରିବା ପରେ ଆଜି ସନ୍ଧ୍ୟା ୫ଟା.୩୦ ମିନିଟରେ ବାରିପଟେ ଥିବା ଏକ କୂଅକୁ ଡେଇଁ ପଡ଼ିଛନ୍ତି । ତେବେ ବହୁ କଷ୍ଟରେ ତାଙ୍କୁ କୂଅରୁ ବାହାରକରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବୌଦ୍ଧ ପୋଲିସ ଅପମୃତ୍ଯୁ ମାମଲା ରଜୁ କରିଥିବା ଜଣାପଡିଛି" ।

ସୋସିଆଲ ମିଡିଆରେ କୂଅକୁ ଡେଇଁପଡ଼ିଲେ ପ୍ରଦୀପ ଅମାତ....”, ଲେଖି ଏହି ଖବର କାଗଜକୁ ୟୁଜର୍ସ ସେୟାର କରିଛନ୍ତି

Full View
Full View
Full View

ସତ୍ୟାସତ୍ୟ : ଭାଇରାଲ ହେଉଥିବା ଖବର କାଗଜ କୁ ନିରୀକ୍ଷଣ କରିବା ପରେ ଜଣାଯାଏଯେ, ଦାବିରେ କୌଣସି ସତ୍ୟତା ନାହିଁ । ୪ ଜୁନ୍ ରେ ଏଭଳି କୌଣସି ଖବର ପ୍ରସାରଣ କରି ନାହିଁ ପ୍ରମେୟ ଖବର କାଗଜ ।

ଯେତେବେଳେ ଆମେ ପ୍ରମେୟ ଖବର କାଗଜର ୪ ଜୁନ ୨୦୨୪ର ସେହି ସଂସ୍କରଣ ଦେଖିଥିଲୁ ସେଥିରେ ଭାଇରାଲ ହେଉଥିବା କୌଣସି ପେପର କ୍ଲିପ ଟି ପାଇ ନଥିଲୁ ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ଅନୁଯାୟୀ ୫ ଜୁନ୍ ୨୦୨୪ ରେ ପ୍ରମେୟ ଏନେଇ ଏକ ଖବର ପ୍ରସାରିତ କରିଛି । ସେଥିରେ ଉଲ୍ଲେଖ ରହିଛି ଯେ ଏହି ଭାଇରାଲ ପ୍ରତିଛବି ଟି ଫେକ୍ ଅଟେ । ଏଭଳି କୌଣସି ଖବର ପ୍ରମେୟ ପ୍ରସାରିତ କରିନାହିଁ।

ଏହି ଘଟଣା କୁ ନେଇ ପ୍ରମେୟ ଖବର କାଗଜର ବରିଷ୍ଠ କ୍ରାଇମ ରିପୋର୍ଟର ଶ୍ରୀଯୁକ୍ତ ଦିଲୀପ କୁମାର ରାଉତ ଏହି ଭାଇରାଲ ପେପର କୁ ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରି ଲେଖିଛନ୍ତି “ଏହି ଖବରଟି ମିଛ । କେହି ଅସାମାଜିକ ବ୍ୟକ୍ତି ପ୍ରମେୟ ଲୋଗକୁ ବ୍ୟବହାର କରି ମିଛ ଖବର ସୋସିଆଲ ମିଡିଆରେ ସେୟାର କରୁଛନ୍ତି” ।

ଅନ୍ୟପଟେ ପ୍ରମେୟ ଖବର କାଗଜର କେନ୍ଦୁଝର ଜିଲ୍ଲାର ସିଟି ରିପୋର୍ଟର ନିର୍ମଳ ଚନ୍ଦ୍ର ବାରିକ ନିଜ ସୋସିଆଲ ମିଡିଆରେ ପ୍ରମେୟ ପ୍ରସାରିତ ଖବର କୁ ସେୟାର କରି ଭାଇରାଲ ପ୍ରତିଛବି ଟି ମିଥ୍ୟା ବୋଲି ମତ ରଖିଛନ୍ତି ।

Full View

ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ, ୬ ଜୁନ୍ ୨୦୨୪ ରେ ପ୍ରମେୟ ଏନେଇ ସାଇବର ଥାନାରେ ଏକ ଏତଲା ଦେଇଥିବାର ନିଜ ଖବର କାଗଜରେ ଏକ ଖବର ପ୍ରସାରିତ କରିଛି

ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର ଏନେଇ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି " ଭାଇରାଲ ହେଉଥିବା ଏହି ଖବର କାଗଜ ପ୍ରତିଛବି ଟି ସମ୍ପୂର୍ଣ୍ଣ ମିଛ ଅଟେ । ପ୍ରଦୀପ କୁମାର ଅମାତ ଙ୍କ ଜଣେ ଘନିଷ୍ଠ ବନ୍ଧୁ ତାଙ୍କୁ ଯୋଗାଯୋଗ କରି ଜଣାଇଛନ୍ତି ଏଭଳିକୌଣସି ଅଘଟଣ ଘଟିନାହିଁ ଏବଂ ଶ୍ରୀଯୁକ୍ତ ଅମାତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। "

Full View

ତେଣୁ ଏହା ଜଣାଯାଏ ଯେ , ଭାଇରାଲ ହେଉଥିବା ପ୍ରତିଛବି ରେ କୌଣସି ସତ୍ୟତା ନାହିଁ। ପ୍ରମେୟ ଏଭଳି କୌଣସି ଖବର ପ୍ରସାରଣ କରି ନଥିବା ବେଳେ, ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ କୁମାର ଅମାତ ଜୀବିତ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

Claim :  ନିର୍ବାଚନରେ ​​ପରାସ୍ତ ହେବା ପରେ ଜୀବନ ହାରିଲେ ବିଧାୟକ ପ୍ରାର୍ଥୀ
Claimed By :  Social Media Users
Fact Check :  False
Tags:    

Similar News