ସାମୁଦ୍ରିକ ଜନ ସମାଗମ ର ଫଟୋ ହେଉଛି ଶ୍ରୀକ୍ଷେତ୍ର ପୁରୀର ନୁହେଁ ଅଯୋଧ୍ୟାର
ଫଟୋରେ ଥିବା ସତ୍ୟାସତ୍ୟ କିନ୍ତୁ ଅଲଗା, ଏହା ଅଯୋଧ୍ୟା ନଗରୀ ର ନୁହେଁ ବରଂ ପୁରୀ ରଥଯାତ୍ରା ସମୟର ଫଟୋ ।ଗୁଗୁଲ ରିଭର୍ସ ଇମେଜ ଅନୁଯାୟୀ ଫଟୋଟି ୨୦୨୩ ମସିହା ର ଯାହାକି ପୁରୀ ରଥଯାତ୍ରା ସମୟରେ ଉଠା ଯାଇଥିଲା ।
୨୨ ଜାନୁଆରୀ ୨୨୨୪ ଦିନ ଅଯୋଧ୍ୟା ରେ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ରାମଙ୍କ ଦର୍ଶନ ପାଇଁ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଶ୍ରୀରାମଙ୍କ ଦର୍ଶନ ପାଇଁ ରାସ୍ତା ସାରା ଶ୍ରଦ୍ଧାଳୁଙ୍କ ଜନସମାଗମ ର ଫଟୋ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି ।
ଫଟୋ ସେୟାର କରିଥିବା ବ୍ୟକ୍ତିଙ୍କ ଲେଖା ଅନୁଯାୟୀ " ଶ୍ରୀରାମଙ୍କ ଦର୍ଶନ ପାଇଁ ୭.୫ କିମି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି "
ସତ୍ୟାସତ୍ୟ :
ଫଟୋରେ ଥିବା ସତ୍ୟାସତ୍ୟ କିନ୍ତୁ ଅଲଗା, ଏହା ଅଯୋଧ୍ୟା ନଗରୀ ର ନୁହେଁ ବରଂ ପୁରୀ ରଥଯାତ୍ରା ସମୟର ଫଟୋ । ଗୁଗୁଲ ରିଭର୍ସ ଇମେଜ ଅନୁଯାୟୀ ଫଟୋଟି ୨୦୨୩ ମସିହା ର ଯାହାକି ପୁରୀ ରଥଯାତ୍ରା ସମୟରେ ଉଠା ଯାଇଥିଲା ।
ସେହିପରି ୟୁଟିୟୁବରେ ମଧ୍ୟ ଏହି ଭିଡିଓ ପୂର୍ବରୁ ରହିଥିବା ଦେଖିବାକୁ ମିଳିଛି। ଯାହାକି ୨୦୨୩ ମସିହା ରେ ଅପଲୋଡ଼ ହୋଇଛି ।
ଇନ୍ସଟାଗ୍ରାମ ର ଜଣେ ୟୁଜର୍ସ ପୁରେନ୍ଦ୍ର କ୍ରିଏଶନ ମଧ୍ୟ ଏହି ଭିଡ଼ିଓ ଟିକୁ ସେୟାର କରିଛନ୍ତି ।
ସିଲଙ୍ଗ ଟାଇମ୍ସ ରେ ପ୍ରକାଶିତ ଖବର ଅନୁଯାୟୀ " ପୁରୀ ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ " ।
ସେହିପରି ଟାଇମ୍ସ ଗ୍ରୁପର ଟାଇମ୍ସ କଣ୍ଟେନ୍ଟ ୱେବସାଇଟ ଅନୁଯାୟୀ "ପୁରୀ ରଥଯାତ୍ରା ରେ ଶ୍ରଦ୍ଧାଳୁଙ୍କ ଜନ ସମାଗମ ; ଜଗନ୍ନାଥ ଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ନାହିଁଥିବା ଭିଡ଼ । "
ଅନ୍ୟପଟେ ଏନଡ଼ିଟିଭିରେ ପ୍ରସାରିତ ଖବର ଅନୁଯାୟୀ ୧୨୦୦ ଶତାବ୍ଦୀର ପୁରୀ ଶ୍ରୀ ମନ୍ଦିର ବର୍ଷକୁ ଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ମନ୍ଦିର ବାହାରକୁ ଆସିଥାନ୍ତି ଜଗନ୍ନାଥ, ସାଙ୍ଗରେ ଆସିଥାନ୍ତି ମା' ସୁଭଦ୍ରା ଏବଂ ବଡ଼ଭାଇ ପ୍ରଭୁ ବଳଭଦ୍ର। ସେହିଦିନ ଆୟୋଜିତ ହୋଇଥାଏ ରଥଯାତ୍ରା ତିନୋଟି ରଥରେ ମାଉସୀମା ଘରକୁ ଯାଇଥାନ୍ତି ତିନିଠାକୁର। ଶ୍ରଦ୍ଧାଳୁଙ୍କ ଭିଡ଼ ଏତେ ମାତ୍ରାରେ ହୋଇଥାଏ ଯେ ସେହିଦିନ ପୁରୀ ସହର ଶ୍ରଦ୍ଧାଳୁଙ୍କ ଛାଉଣୀର ପରିଣତ ହୋଇଥାଏ ।
ଏଥିରୁ ଜଣାଯାଏ ଯେ ଏହି ଫଟୋଟି ଅଯୋଧ୍ୟା ର ନୁହେଁ ଏହା ପୁରୀ ରେ ଆୟୋଜିତ ରଥଯାତ୍ରା ସମୟର ଫଟୋ ।